-+91-9937148622 |
prerana_bgr@rediffmail.com |
Friday 21st August 2026 |
R.N.I. Regd No. ODIODI/2010/46693
Breaking News
20-Feb-2026
ସୁବର୍ଣ୍ଣପୁର (ମନୋରଞ୍ଜନ ତ୍ରିପାଠୀ )
ସୁବର୍ଣ୍ଣପୁର ସହର ର ରାମକୃଷ୍ଣ ନଗର ଠାରେ ଭଡ଼ାରେ ରହୁଥିବା ବୌଦ୍ଧ ଜିଲ୍ଲା ବାଉଁଶୁଣି ଥାନା ସାନ ଯାଲୋଇ ଗାଁ ର ଉତ୍ତମ ପାଣିଗ୍ରାହୀ ଙ୍କ ପୁଅ ଲିଙ୍କନ ପାଣିଗ୍ରାହୀ ତାଙ୍କ ସ୍ତ୍ରୀ ରୁନୁ କୁ ଯୌତୁକ ପାଇଁ ପିଟି ପିଟି ହତ୍ୟା ମାମଲାର ପର୍ଦ୍ଦା ଫାଶ ହେବା ପରେ ଆଜି ସୁବର୍ଣ୍ଣପୁର ଏସପି ଶ୍ରୀ ନାରାୟଣ ନାଏକ ସାମ୍ୱାଦିକ ସମ୍ମିଳନୀ ରେ ସମସ୍ତ ସୂଚନା ପ୍ରଦାନ କରିଛନ୍ତି l ମନମୁଣ୍ଡା ଥାନା ବ୍ରାହ୍ମଣୀ ଗାଁ ର ଦାମୋଦର ମିଶ୍ର ବୌଦ୍ଧ ଜିଲ୍ଲା ବାଉଁଶୁଣି ଥାନା ଯାଲୋଇ ଗାଁ ରେ ଉତ୍ତମ ପାଣିଗ୍ରାହୀ ଙ୍କ ପୁଅ ଲିଙ୍କନ ପାଣିଗ୍ରାହୀ ଙ୍କ ସହିତ ନିଜ ଝିଅ ରୁନୁ କୁ ବୈଦିକ ରୀତି ନିତି ରେ ୨୦୨୫ ରେ ଏପ୍ରିଲ ରେ ବାହା ଘର କରିଥିବା ଓ ଗତ ୧୮-୦୨ - ୨୬ ରେ ଝିଅ କୁ ସ୍ଵାମୀ ଲିଙ୍କନ ପାଣିଗ୍ରାହୀ ଝିଅ ର ଶାଶୂ ଶାନ୍ତିଲତା ପାଣିଗ୍ରାହୀଙ୍କ ସହଯୋଗରେ ହତ୍ୟା କରିଥିବା ବିଷୟ ଏସପି ସୂଚନା ଦେଇଥିଲେ l ଗତକାଲି ସାଇଣ୍ଟିଫିକ ଟିମ୍ ଲିଙ୍କନ୍ ରହୁଥିବା ରାମକୃଷ୍ଣ ନଗର ସ୍ଥିତ ଭଡା ଘରେ ଛାନଭିନ କରିଥିବା ବେଳେ ସମସ୍ତ ପ୍ରମାଣ ଯୋଗାଡ କରିଛି । ମୃତ ରୁନୁ ମିଶ୍ର ଙ୍କ ଦେହ ସାରା ଅନେକ କ୍ଷତ ଚିହ୍ନ ଥିବା ଶବ ବ୍ୟବଚ୍ଛେଦ ବେଳେ ଦେଖିବାକୁ ମିଳିଥିବା ଓ ପାରିପାର୍ଶ୍ବିକ ପ୍ରମାଣ ଆଧାରରେ ଗତକାଲି ସ୍ଵାମୀ ଓ ଶାଶୂ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ବୋଲି କହିଥିଲେ l ଏବଂ ମୃତ ରୁନୁ ମିଶ୍ର ଙ୍କ ପେଟ ରେ ଏକ ମୃତ ଶିଶୁ ପୁତ୍ର ଥିବା କଥା ମଧ୍ୟ ସୂଚନା ଦେଇ ତାହା ଦୁର୍ଭାଗ୍ୟ ଜନକ ବୋଲି କହିଥିଲେ l