-+91-9937148622 |
prerana_bgr@rediffmail.com |
Friday 21st August 2026 |
R.N.I. Regd No. ODIODI/2010/46693
Breaking News
19-Feb-2026
ନାକଟିଦେଉଳ(କନ୍ଦର୍ପ ବେହେରା): ନାକଟିଦେଉଳ ବ୍ଲକ୍ ମହୁକୁଦ ଗ୍ରାମ ର ଖଳିମୁଣ୍ଡା ସାହି ଠାରେ ଆଧ୍ୟାତ୍ମିକ ଭକ୍ତିପୁର୍ଣ୍ଣ ପରିବେଶ ମଧ୍ୟରେ ମହିମା ଭକ୍ତବୃନ୍ଦଙ୍କ ଦ୍ୱାରା ମହିମା ଧର୍ମ ର ପ୍ରଚାର ଓ ପ୍ରସାର ନିମିତ୍ତ ବ୍ଳକସ୍ତରୀୟ ଅଲେଖ ମହିମା ଅଖଣ୍ଡ ବ୍ରହ୍ମଯଜ୍ଞ ଆୟୋଜିତ ହୋଇଯାଇଛି |ତାଳଚେରର ବକ୍କଳଧାରୀ ସାଧୁ ଅବଧୂତ ଯୁଧିଷ୍ଠିର ବାବାଙ୍କ ତତ୍ୱାବଧାନରେ ଧଉରାଗୋଠ ର ସାଧୁ ପ୍ରଶାନ୍ତ ଦାସ, ପ୍ରମୋଦ ଦାସ, ବିଜାପାଲି ର ହରିହର ଦାସ, ନରହରି ବୈରାଗୀ ଓ କୃଷ୍ଣ ଚନ୍ଦ୍ର ତ୍ୟାଗୀଙ୍କ ସହାୟତା ରେ ଅଖଣ୍ଡ ବ୍ରହ୍ମଯଜ୍ଞ ସମ୍ପାଦିତ ହୋଇଥିବା ବେଳେ ଭଜନ, ପ୍ରବଚନ, କୀର୍ତ୍ତନ ଓ ସାମୁହିକ ଭୋଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବ୍ଳକ୍ ସ୍ତରୀୟ ମହିମା ଭକ୍ତ ମଣ୍ଡଳି ର ସଭାପତି ମାୟାଧର ପ୍ରଧାନ ଓ ସମ୍ପାଦକ ମଧୁସୂଦନ ପ୍ରଧାନଙ୍କ ସଂଯୋଜନାରେ ଆଧ୍ୟାତ୍ମିକ ସମାରୋହ ଅନୁଷ୍ଠିତ ହୋଇଥିଲା । ଖଳିମୁଣ୍ଡା ସାହି କମିଟି, ଭାଗବତ ମଣ୍ଡଳୀ ଓ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ର ପରିଚାଳନା ରେ ଅନୁଷ୍ଠିତ ଏହି ଧାର୍ମୀକ ସମାବେଶ ରେ ଅଲେଖ ବିଶ୍ୱାଳ, କନ୍ଦର୍ପ ରାଉଳ, ବୈକୁଣ୍ଠନାଥ ରାଉଳ, ଦେବରାଜ ପ୍ରଧାନ, ଅଶୋକ ସାହୁ, ସୁରେଶ ବେହେରା, ପରମେଶ୍ୱର ସାହୁ, ଲୋକନାଥ ପ୍ରଧାନ, ସୁବ୍ରତ ବିଶ୍ଵାଳ, ଦୁଃଶାସନ ବେହେରା, ସନାତନ ବେହେରା, ପ୍ରତାପ ସାହୁ, ହିରଣ୍ମୟ ବିଶ୍ଵାଳ,ଈଶ୍ଵର ଚନ୍ଦ୍ର ବିଶ୍ୱାଳ, ଅମିତ ବିଶ୍ୱାଳ, ମାୟାଧର ସାହୁ ଓ ଗଜେନ୍ଦ୍ର ସାହୁ ପ୍ରମୁଖ ସାହାଯ୍ୟ ସହଯୋଗ କରିଥିଲେ । ଭୀମଭୋଇଙ୍କ ଭଜନ ରେ ପ୍ରକମ୍ପିତ ଏହି ସମାରୋହରେ ଅଞ୍ଚଳରେ ଥିବା ବିଭିନ୍ନ ଗ୍ରାମର ମହିମା ଭକ୍ତଗଣ ଭାଗ ନେଇଥିଲେ ।