-+91-9937148622 |
prerana_bgr@rediffmail.com |
Saturday 22nd August 2026 |
R.N.I. Regd No. ODIODI/2010/46693
Breaking News
19-Feb-2026
କଣ୍ଟାମାଳ: କଣ୍ଟାମାଳ ପୋଲିସ ଦ୍ୱାରା ଗୁରୁବାର ବେଆଇନ ବିଦେଶୀ ମଦ ଜବତ କରିବା ସହ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଥିବା କଣ୍ଟାମାଳ ଥାନା ପୋଲିସ ପକ୍ଷରୁ ଜଣାପଡ଼ିଛି | ସୂଚନା ଅନୁସାରେ କଣ୍ଟାମାଳ ଥାନା ୪୧ନମ୍ବର ରାଜ୍ୟ ରାଜପଥ ର ଋଣ୍ଡିମହୁଲ ଛକ ନିକଟ ରାସ୍ତାକଡ଼ରେ ଥିବା ଏକ ଢ଼ାବା ରେ କଣ୍ଟାମାଳ ପୋଲିସ ପକ୍ଷରୁ ଚଢ଼ାଉ ହୋଇଥିଲା l ଏହି ଚଢ଼ାଉରେ ଢ଼ାବା ଭିତରୁ ବେଆଇନ ଭାବେ ରଖାଯାଇଥିବା ବିଦେଶୀ ମଦ ଜବତ କରିଥିଲେ | ଜବତ ବିଦେଶୀ ମଦର ପରିମାଣ ୯.୪୫ ଲିଟର ହୋଇଥିବା ବେଳେ ଗିରଫ ଅଭିଯୁକ୍ତ ଜଣକ ହେଲେ ଟୁକୁନ ଘିବେଲା (୪୫) ବୋଲି କଣ୍ଟାମାଳ ଥାନାଧିକାରୀ ଆଇଆଇସି ବାସୁଦେବ ଭୋଇ ସୂଚନା ଦେଇଛନ୍ତି | ଏ ସଂକ୍ରାନ୍ତରେ କଣ୍ଟାମାଳ ପୋଲିସ ପକ୍ଷରୁ ଏକ ମାମଲା ରୁଜ୍ଜୁ କରାଯାଇ ଅଭିଯୁକ୍ତ ଟୁକୁନୁ କୁ ଗିରଫ କରି ଆଜି କୋର୍ଟ ଚାଲାଣ କରାଯିବା ନେଇ ଥାନାଧିକାରୀ ଶ୍ରୀ ଭୋଇ ସୂଚନା ଦେଇଛନ୍ତି |