-+91-9937148622 |
prerana_bgr@rediffmail.com |
Saturday 22nd August 2026 |
R.N.I. Regd No. ODIODI/2010/46693
Breaking News
17-Feb-2026
ବିନିକା(ହିମାଂଶୁ ଶେଖର ପୁଟେଲ)ବିନିକା ସିଦ୍ଧାର୍ଥ ଡିଗ୍ରୀ କଲେଜରେ ଆଜିଠାରୁ ଆରମ୍ଭ ହୋଇଛି ଆତ୍ମରକ୍ଷା ତାଲିମ ଶିବିର।ଏହା ଆଠ ଦିନ ଧରି ଚାଲିବ।ଅଧ୍ୟକ୍ଷ ଡ଼ ଧୀରେନ୍ଦ୍ର କୁମାର ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ବିନିକା ତହସିଲଦାର ରସନା ଭୋଇ ଯୋଗଦେଇ ଶିବିରକୁ ଉଦ୍ଘାଟନ କରିଥିଲେ।ଅଧ୍ୟାପକ ଭଗବାନ ସାହୁ ସଭାକୁ ସଂଯୋଜନା ଓ ଅତିଥି ପରିଚୟ ପ୍ରଦାନ କରିଥିଲେ।ମାଷ୍ଟର ଟ୍ରେନର ନମ୍ରତା ଖେତି ଓ ସାବିତ୍ରୀ ସାହୁ ଛାତ୍ରୀ ମାନଙ୍କୁ ତାଲିମ ପ୍ରଦାନ କରୁଥିବା ବେଳେ ଖେଲ ଶିକ୍ଷକ ମନୋଜ ନାଏକ ଶିବିର ପରିଚାଳନାରେ ପ୍ରମୁଖ ଭୂମିକା ନିଭାଇଛନ୍ତି।ଶେଷରେ ଅଧ୍ୟାପିକା ପ୍ରମିତା କୁମାରୀ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।