-+91-9937148622 |

prerana_bgr@rediffmail.com |

  Sunday 23rd August 2026 |

| | | |

R.N.I. Regd No. ODIODI/2010/46693

Breaking News

ରାଜସ୍ୱ ବିଭାଗର ବରିଷ୍ଠ ଅଧିକାରୀ ବୈଠକରେ ରାଜସ୍ବ ସେବା ପ୍ରଦାନରେ ସଂସ୍କାର ଉପରେ ଗୁରୁତ୍ବ   (22-Aug-2026)       ||      ବ୍ରାଉନ୍ ସୁଗାର ସହ ଗଞ୍ଜେଇ, ନଗଦ ଟଙ୍କା ଓ ମୋବାଇଲ ଜବତ : କିଙ୍ଗ୍ ପିନ୍ ଗିରଫ    (22-Aug-2026)       ||      ମହିଳା ଓ ଛାତ୍ରୀମାନଙ୍କୁ ସଶକ୍ତ କରିବା, ସେମାନଙ୍କ ଆଇନଗତ ଅଧିକାର, ସୁରକ୍ଷା ଓ ଆତ୍ମନିର୍ଭରତା ସମ୍ପର୍କରେ ସଚେତନ କରିବା ପାଇଁ କାର୍ଯ୍ୟକ୍ରମ    (22-Aug-2026)       ||      ମିଶନ ଜିରୋ-ସଫେଇ କାର୍ଯ୍ୟରେ ମୃତାହତ ଘଟଣାର ଅବସାନ ଶୀର୍ଷକ ଜାତୀୟ କର୍ମଶାଳାର ଆୟୋଜନ ♦️ମୋଦୀ ଜୀଙ୍କ ନେତୃତ୍ୱରେ ଦେଶର ଅର୍ଥନୀତି, ପ୍ରତିରକ୍ଷା ଏବଂ ବିଦେଶ ନୀତି ସହିତ ସମାନ ଗୁରୁତ୍ୱ ପାଇଛି ସ୍ୱଚ୍ଛତା   (22-Aug-2026)       ||      "ସାଇବର ସଚେତନତା ହିଁ ଡିଜିଟାଲ୍‌ ସୁରକ୍ଷାର ପ୍ରଥମ ପଦକ୍ଷେପ"   (22-Aug-2026)       ||      ଚରଦାରେ ଜିଲ୍ଲା ସ୍ତରୀୟ ସିନିଅର ଫୁଟବଲ୍ ଲିଗ, ଖୁର୍ଡିଆବାହଲ ଚାମ୍ପିଅନ   (22-Aug-2026)       ||      ଜିଲ୍ଲାପାଳ ମଧୁସୂଦନ ଦାସଙ୍କ ଖଡ଼ିଆଳ ଓ ବୋଡ଼େନ ଗସ୍ତ .ଅକ୍ସିଜେନ ବ୍ୟାଙ୍କ ଓ ସାପ୍ତାହିକ ବଜାର ଉଦଘାଟନ .ବର୍ଜ୍ୟବସ୍ତୁ ପରିଚାଳନା କେନ୍ଦ୍ର ଉଦଘାଟନ ଓ ବୃକ୍ଷ ରୋପଣ   (22-Aug-2026)       ||      ଦଣ୍ଡ ମୁକ୍ତ ଅଂଚଳ ରେ ଶିକ୍ଷକ ଙ୍କ ମାଡ଼ରେ ନବମ ଶ୍ରେଣୀ ଜନଜାତି ଛାତ୍ରଙ୍କ ହାତ ପାପୁଲି ଫୁଲିଲା ,   (22-Aug-2026)       ||      ବିନିକା ବ୍ଲକ ବିଜେଡି ସଭାପତିଙ୍କ ମାତୃ ବିୟୋଗ   (22-Aug-2026)       ||      ଟ୍ରେନ ରୁ ଖସିପଡି ଦଣ୍ଡପାଟ ଅଞ୍ଚଳ ଦାଦନ ଶ୍ରମିକ ଙ୍କ ମୃତ୍ୟୁ ।   (22-Aug-2026)       ||      ମହାନଦୀ ବ୍ରିଜ ଉପରୁ ମହାନଦୀ ପାଣିକୁ ଡେଇଁ ୨ନାବାଳିକାଙ୍କ ଆତ୍ମହତ୍ୟା ଉଦ୍ୟମ   (22-Aug-2026)       ||      ଖବର ଆଜିର   (22-Aug-2026)       ||      *ନବରଙ୍ଗପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଜେଡିର ତୀବ୍ର ପ୍ରତିବାଦ*   (22-Aug-2026)       ||      ଫୋଟୋ ପ୍ରଦର୍ଶନୀ ରେ ଫଟୋ ଉପରେ କବିଙ୍କ କବିତା ପାଠ    (21-Aug-2026)       ||      ଫୋଟୋଗ୍ରାଫି ପ୍ରଦର୍ଶନୀ ଉଦଯାପିତ ll ଫୋଟଗ୍ରାଫର ମାନଙ୍କୁ ସମ୍ବର୍ଦ୍ଧିତ କଲା ଜିଲ୍ଲା ସାମ୍ବାଦିକ ସଂଘ ll   (21-Aug-2026)       ||      କଣ୍ଟାବାଞ୍ଜିରେ ସମ୍ବିଧାନ ପ୍ରଣେତାଙ୍କୁ ଅସମ୍ମାନ ଅଭିଯୋଗ♦️ ଆମ୍ବେଦକର ଜୟନ୍ତୀ ମହୋତ୍ସବ କମିଟି ପକ୍ଷରୁ କାର୍ଯ୍ୟନିର୍ବାହୀ ଅଧିକାରୀ ଙ୍କୁ ୪ ଦଫା ଦାବିପତ୍ର ପ୍ରଦାନ    (21-Aug-2026)       ||      ଦୁର୍ଘଟଣା ସ୍ପଟ ପାଳଟିଛି ଏଫସିଆଇ ଛକ, ଟ୍ରକ୍ ଧକ୍କାରେ ଶ୍ରମିକର ମୃତ୍ୟୁ    (21-Aug-2026)       ||      ଚରଦାରେ ଜିଲ୍ଲା ସ୍ତରୀୟ ସିନିଅର ଫୁଟବଲ ପ୍ରତିଯୋଗିତା କଦଳିପାଲୀ ଓ ଖୁର୍ଡିଆବାହଲ ଫାଇନାଲକୁ ଉନ୍ନୀତ।   (21-Aug-2026)       ||      ସତଲମା ଜନଆରୋଗ୍ୟ କେନ୍ଦ୍ରର ସାଧାରଣ ବୈଠକ ଅନୁଷ୍ଠିତ   (21-Aug-2026)       ||      କୁତୁର୍ଲା ସରକାରୀ ବିଦ୍ୟାଳୟର ଅତିରିକ୍ତ ଶ୍ରେଣୀଗୃହ ନିର୍ମାଣରେ ବିଳମ୍ବ   (21-Aug-2026)       ||     

HOME   ଜିଲ୍ଲା

ସରକାରୀ ମହିଳା ମହାବିଦ୍ୟାଳୟରେ ଦୁଇଦିନିଆ ଜାତୀୟ ଆଲୋଚନାଚକ୍ର

16-Feb-2026



ବଲାଙ୍ଗୀର(ପ୍ରେରଣା ଖବର): ସ୍ଥାନୀୟ ସରକାରୀ ମହିଳା ମହାବିଦ୍ୟାଳୟ ବଲାଙ୍ଗୀର କନଫରେନ୍ସ ହଲ ଠାରେ ଦୁଇଦିନିଆ ଜାତୀୟ ଆଲୋଚନାଚକ୍ର ଉଦଘାଟିତ ହୋଇ ଯାଇଛି।ଏହି ଆଲୋଚନାଚକ୍ର ଅର୍ଥନୀତି,ଶିକ୍ଷା,ଇଂରାଜୀ ଓ ରାଜନୀତି ବିଜ୍ଞାନ ବିଭାଗଙ୍କ ମିଳିତ ସହଯୋଗରେ ଆୟୋଜିତ ହୋଇଥିଲା।କଲେଜର ଅଧ୍ୟକ୍ଷ ଡ଼ଃ ଏ.କେ. ଓଝା ସ୍ୱାଗତ ଭାଷଣରେ ସମକାଳୀନ ସାମାଜିକ ସମସ୍ୟାମାନଙ୍କ ସମାଧାନ ପାଇଁ ସମାବେଶୀ ପ୍ରତିନିଧିତ୍ୱ ଓ ଶିକ୍ଷାନୁଷ୍ଠାନମୂଳକ ଆଲୋଚନାର ଗୁରୁତ୍ୱ ଉଲ୍ଲେଖ କରିଥିଲେ। ଆଲୋଚନାଚକ୍ରର ଉଦ୍ଦେଶ୍ୟ ସମ୍ପର୍କରେ ଆବାହକ ସୁଚେତା ଦୋରା ବିସ୍ତୃତ ଭାବେ ଆଲୋଚନା କରିବାସହ ପ୍ରାନ୍ତୀୟତା,ଦୃଶ୍ୟମାନତା ଓ ସାମାଜି ନ୍ୟାୟ ବିଷୟକ ପ୍ରଶ୍ନମାନଙ୍କୁ ବହୁମାତ୍ରିକ ଦୃଷ୍ଟିକୋଣରୁ ବିଶ୍ଳେଷଣ କରିବାର ଆବଶ୍ୟକତା ଉପରେ ମତପ୍ରକାଶ କରିଥିଲେ। ଡ଼ଃ ଅନୁରାଧା ମିଶ୍ର ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ। ମୁଖ୍ୟ ଅତିଥି ଭାବେ ସମ୍ବଲପୁର ବିଶ୍ୱବିଦ୍ୟାଳୟର ପୂର୍ବତନ ପ୍ରଫେସର କାଳିଦାସ ମିଶ୍ର ମୁଖ୍ୟ ଉପସ୍ଥାପକ ଭାବେ ନିଜ ଭାଷଣରେ ପ୍ରାନ୍ତୀୟକରଣର ଐତିହାସିକ ପରିଣାମ ଓ ଏହାର ସାମାଜିକ ପରିପ୍ରେକ୍ଷ୍ୟ ଉପରେ ଆଲୋକପାତ କରିବା ସହ ସମାନ ଅଧିକାର ସୁନିଶ୍ଚିତ କରିବାରେ ଉଚ୍ଚ ଶିକ୍ଷା ଓ ଗବେଷଣାର ପରିବର୍ତ୍ତନଶୀଳ ଭୂମିକା ବିଷୟରେ ଉଲ୍ଲେଖ କରିଥିଲେ।ଏହି ଅବସରରେ ଆଲୋଚନାଚକ୍ରର ସ୍ମରଣିକା ଉନ୍ମୋଚନ କରାଯାଇଥିଲା।ଶେଷରେ ଶରଧର ମାଝୀ ଧନ୍ୟବାଦ ଦେଇଥିଲେ।ଦ୍ଵିତୀୟ ଅଧିବେଶନର କାର୍ଯ୍ୟକ୍ରମରେ ସମାନାନ୍ତର ପ୍ୟାନେଲ ଆଲୋଚନା ଆୟୋଜିତ ହୋଇଥିଲା।ଇଂରାଜୀ ବିଭାଗର ସମାନାନ୍ତର ପ୍ୟାନେଲ ଆଲୋଚନା ଅଡିଟୋରିୟମ୍‌ରେ ଅନୁଷ୍ଠିତ ହୋଇଥିଲା।ଡ଼ଃ ଚିନ୍ମୟୀ ନନ୍ଦ ଏକ୍ସଆଇଏମ ବିଶ୍ୱବିଦ୍ୟାଳୟ,ଡ଼ଃ ପିତାମ୍ବର ବେହେରା, ସରକାରୀ ମହିଳା ମହାବିଦ୍ୟାଳୟ,ସମ୍ବଲପୁର,ଡ଼ଃ ତ୍ୟାଗରାଜ ଠାକୁର,ସିଲିକନ୍ ଇନ୍‌ସ୍ଟିଟ୍ୟୁଟ୍ ଅଫ୍ ଟେକ୍ନୋଲୋଜି, ସମ୍ବଲପୁର, ଡ଼ଃ ମୃଣ୍ମୟ ପ୍ରମାଣିକ, କୋଲକତା ବିଶ୍ଵବିଦ୍ୟାଳୟ ନିଜର ପ୍ରବନ୍ଧ ଉପସ୍ଥାପନ କରିଥିଲେ।ପ୍ରଫେସର  କାଳିଦାସ ମିଶ୍ର ଏହି କାର୍ଯ୍ୟକ୍ରମ ର ଅଧ୍ୟକ୍ଷତା କରିଥିଲେ। ଡ଼ଃ ଅନୁରାଧା ମିଶ୍ର କାର୍ଯ୍ୟକ୍ରମ ର ସମୀକ୍ଷା କରିଥିଲେ।ଭାରତୀୟ ସିନେମାରେ ପରିବେଶ ନାରୀବାଦ, ଭାରତୀୟ ସାହିତ୍ୟର ଉପନିବେଶ ମୁକ୍ତ ଦୃଷ୍ଟିକୋଣ ଓ ପ୍ରାନ୍ତୀୟ ସାହିତ୍ୟରେ ପ୍ରତିରୋଧର ସ୍ୱର ଭଳି ବିଷୟରେ ପ୍ରବନ୍ଧ ଉପସ୍ଥାପିତ ହୋଇଥିଲା। ସାମାଜିକ ବିଜ୍ଞାନ ବିଭାଗର ସମାନାନ୍ତର ପ୍ୟାନେଲ ଆଲୋଚନା ହାଇବ୍ରିଡ୍ ମୋଡ୍‌ରେ ଆୟୋଜିତ ହୋଇଥିଲା। ଅବସରପ୍ରାପ୍ତ ପ୍ରଧାନାଚାର୍ଯ୍ୟ ସୁନୀଲ କୁମାର ପଣ୍ଡା ଏହାର ଅଧ୍ୟକ୍ଷତା କରିଥିଲେ।ଡ଼ଃ ଭୁବନେଶ୍ୱର ଛତ୍ରିଆ,ଅର୍ଥନୀତି ବିଭାଗ ଅଧ୍ୟକ୍ଷ,ଡ଼ଃ ମନୋଜ କୁମାର ନାଗ,ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ,ଡ଼ଃ ସୁରେଶ ପ୍ରସାଦ ଷଡ଼ଙ୍ଗୀ, ସଞ୍ଜୟ ମେହେର,ଡ଼ଃ ଶୁସାନ୍ତ ସେଠୀ ଓ ଡ଼ଃ ମାନସୀ ମହାନ୍ତି ଏଥିରେ ଅଂଶଗ୍ରହଣ କରିଥିଲେ।ଆମ୍ବେଦକରଙ୍କ ପ୍ରତିନିଧିତ୍ୱ ଦୃଷ୍ଟିକୋଣ,ଓଡିଶାରେ ଆଦିବାସୀ ରାଜନୈତିକ ସଶକ୍ତିକରଣ, ଆର୍ଥିକ ସମାବେଶ ଓ ମାନବ ବିକାଶ ଏବଂ ଖଣି ଅଞ୍ଚଳରେ ପ୍ରାନ୍ତୀୟ ସମୁଦାୟମାନଙ୍କ ସ୍ଥିତି ଉପରେ ଆଲୋଚନା ହୋଇ ଥିଲା। ପରବର୍ତ୍ତୀ ଟେକ୍ନିକାଲ୍ ସେସନ୍‌ଗୁଡିକ ଶାରୀରିକ, ହାଇବ୍ରିଡ୍ ଓ ଭର୍ଚୁଆଲ୍ ମୋଡ୍‌ରେ

ଆୟୋଜିତ ହୋଇଥିଲା। ରାଜନୈତିକ ଅଂଶଗ୍ରହଣ ଓ ଶାସନ,ଆର୍ଥିକ ପ୍ରାନ୍ତୀୟତା ଓ ବିକାଶ,ଶିକ୍ଷା ଓ ଲିଙ୍ଗ ସମାବେଶ, ପରିବେଶ ଓ ପ୍ରତିରୋଧ, ନାରୀବାଦ ଓ ମହିଳା ସ୍ୱର ଭଳି ବିଭିନ୍ନ ବିଷୟରେ ପ୍ରବନ୍ଧ ଉପସ୍ଥାପିତ ହୋଇଥିଲା।ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ, ଗଙ୍ଗାଧର ବିଶ୍ୱବିଦ୍ୟାଳୟ, ସମ୍ୱଲପୁର,ରେଭେନ୍ସା ବିଶ୍ୱବିଦ୍ୟାଳୟ,ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ, ହାଇଦ୍ରାବାଦ ବିଶ୍ୱବିଦ୍ୟାଳୟ,ଖ୍ରୀଷ୍ଟ ମାନୀତ  ବିଶ୍ୱବିଦ୍ୟାଳୟ, ଲକ୍ଷ୍ନୌ ଓ ଅନ୍ୟାନ୍ୟ ସଂସ୍ଥାରୁ ଆସିଥିବା ଗବେଷକମାନେ ତାଙ୍କର ଗବେଷଣାପତ୍ର ପ୍ରସ୍ତୁତ କରିଥିଲେ।ଗ୍ରାମୀଣ ଓଡିଶାରେ ଭୋଟିଂ ବ୍ୟବହାର,ପଞ୍ଚାୟତି ରାଜରେ ମହିଳାଙ୍କ ସଶକ୍ତିକରଣ, କୃଷି ସଙ୍କଟ, ଡିଜିଟାଲ୍ ଆର୍ଥିକ ସମାବେଶର ଅସମତା, ଦରିଦ୍ରତା ଓ ଅସମାନତା,ଶିକ୍ଷାରେ ଜାତିଭିତ୍ତିକ ବିଷମତା, ପରିବେଶୀୟ ବିସ୍ଥାପନ ଓ ଆଦିବାସୀ ପରିଚୟ ଭଳି ବିଷୟ ରେ ଗଭୀର ଆଲୋଚନା ହୋଇଥିଲା। ପ୍ରଥମ ଦିନର କାର୍ଯ୍ୟକ୍ରମ ସଜୀବ ଆଲୋଚନା ଓ ବିଚାର ବିମର୍ଶ ସହ ଶେଷ ହୋଇଥିଲା।ପ୍ରାନ୍ତୀୟ ସ୍ୱରକୁ ମୁଖ୍ୟ ଧାରାରେ ଆଣି ସାମାଜିକ ପରିବର୍ତ୍ତନକୁ ସୁଦୃଢ଼ କରିବାରେ ଆଲୋଚନାଚକ୍ରର ଅଙ୍ଗୀକାର ସ୍ପଷ୍ଟ ହୋଇଥିଲା।ଦେଶର ବିଭିନ୍ନ ପ୍ରସିଦ୍ଧ ଶିକ୍ଷାନୁଷ୍ଠାନରୁ ଅଧ୍ୟାପକ, ଗବେଷକ ଓ ଛାତ୍ରଛାତ୍ରୀ ମାନେ ଏହି ଆଲୋଚନାଚକ୍ରରେ ଯୋଗଦେଇଥିଲେ।ସାଙ୍ଗଠନିକ ସମ୍ପାଦକ ରାଜେଶ କର୍ଣ୍ଣ କାର୍ଯ୍ୟକ୍ରମର ପରିଚାଳନା କରିଥିଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
ରାଜସ୍ୱ ବିଭାଗର ବରିଷ୍ଠ ଅଧିକାରୀ ବୈଠକରେ ରାଜସ୍ବ ସେବା ପ୍ରଦାନରେ ସଂସ୍କାର ଉପରେ ଗୁରୁତ୍ବ   22-Aug-2026
  ଜିଲ୍ଲା  
ବ୍ରାଉନ୍ ସୁଗାର ସହ ଗଞ୍ଜେଇ, ନଗଦ ଟଙ୍କା ଓ ମୋବାଇଲ ଜବତ : କିଙ୍ଗ୍ ପିନ୍ ଗିରଫ   22-Aug-2026
  ଜିଲ୍ଲା  
ମହିଳା ଓ ଛାତ୍ରୀମାନଙ୍କୁ ସଶକ୍ତ କରିବା, ସେମାନଙ୍କ ଆଇନଗତ ଅଧିକାର, ସୁରକ୍ଷା ଓ ଆତ୍ମନିର୍ଭରତା ସମ୍ପର୍କରେ ସଚେତନ କରିବା ପାଇଁ କାର୍ଯ୍ୟକ୍ରମ   22-Aug-2026
  ରାଜ୍ୟ  
ମିଶନ ଜିରୋ-ସଫେଇ କାର୍ଯ୍ୟରେ ମୃତାହତ ଘଟଣାର ଅବସାନ ଶୀର୍ଷକ ଜାତୀୟ କର୍ମଶାଳାର ଆୟୋଜନ ♦️ମୋଦୀ ଜୀଙ୍କ ନେତୃତ୍ୱରେ ଦେଶର ଅର୍ଥନୀତି, ପ୍ରତିରକ୍ଷା ଏବଂ ବିଦେଶ ନୀତି ସହିତ ସମାନ ଗୁରୁତ୍ୱ ପାଇଛି ସ୍ୱଚ୍ଛତା   22-Aug-2026
  ଜିଲ୍ଲା  
"ସାଇବର ସଚେତନତା ହିଁ ଡିଜିଟାଲ୍‌ ସୁରକ୍ଷାର ପ୍ରଥମ ପଦକ୍ଷେପ"   22-Aug-2026
  ଜିଲ୍ଲା  
ଚରଦାରେ ଜିଲ୍ଲା ସ୍ତରୀୟ ସିନିଅର ଫୁଟବଲ୍ ଲିଗ, ଖୁର୍ଡିଆବାହଲ ଚାମ୍ପିଅନ   22-Aug-2026
  ଜିଲ୍ଲା  
ଜିଲ୍ଲାପାଳ ମଧୁସୂଦନ ଦାସଙ୍କ ଖଡ଼ିଆଳ ଓ ବୋଡ଼େନ ଗସ୍ତ .ଅକ୍ସିଜେନ ବ୍ୟାଙ୍କ ଓ ସାପ୍ତାହିକ ବଜାର ଉଦଘାଟନ .ବର୍ଜ୍ୟବସ୍ତୁ ପରିଚାଳନା କେନ୍ଦ୍ର ଉଦଘାଟନ ଓ ବୃକ୍ଷ ରୋପଣ   22-Aug-2026
  ଜିଲ୍ଲା  
ଦଣ୍ଡ ମୁକ୍ତ ଅଂଚଳ ରେ ଶିକ୍ଷକ ଙ୍କ ମାଡ଼ରେ ନବମ ଶ୍ରେଣୀ ଜନଜାତି ଛାତ୍ରଙ୍କ ହାତ ପାପୁଲି ଫୁଲିଲା ,   22-Aug-2026
  ଜିଲ୍ଲା  
ବିନିକା ବ୍ଲକ ବିଜେଡି ସଭାପତିଙ୍କ ମାତୃ ବିୟୋଗ   22-Aug-2026
  ଜିଲ୍ଲା  
ଟ୍ରେନ ରୁ ଖସିପଡି ଦଣ୍ଡପାଟ ଅଞ୍ଚଳ ଦାଦନ ଶ୍ରମିକ ଙ୍କ ମୃତ୍ୟୁ ।   22-Aug-2026
  ଜିଲ୍ଲା  
ମହାନଦୀ ବ୍ରିଜ ଉପରୁ ମହାନଦୀ ପାଣିକୁ ଡେଇଁ ୨ନାବାଳିକାଙ୍କ ଆତ୍ମହତ୍ୟା ଉଦ୍ୟମ   22-Aug-2026
  ଜିଲ୍ଲା  
ଖବର ଆଜିର   22-Aug-2026

You Might Also Like