-+91-9937148622 |
prerana_bgr@rediffmail.com |
Sunday 23rd August 2026 |
R.N.I. Regd No. ODIODI/2010/46693
Breaking News
16-Feb-2026
ଡୁଙ୍ଗୁରିପାଲି:ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ରାମପୁର ରୋଡ ସ୍ଥିତ ରାଧାକୃଷ୍ଣ ଖେଳ ପଡିଆ ଠାରେ ଭଲିବଲ୍ ଆସୋସିଏସନ୍ ପକ୍ଷରୁ ୫୨ତମ ଅଲ୍ ଇଣ୍ଡିଆ ଭଲିବଲ୍ ଟୁର୍ନାମେଣ୍ଟ ଅନୁଷ୍ଠିତ ହୋଇଛି ଏଇ ମ୍ୟାଚ୍ କୁ ବ୍ରଜକିଶୋର ମିଶ୍ରଙ୍କ ସୁପୁତ୍ର ସିଏଓ ଅନିରୁଦ୍ଧ ମିଶ୍ର ଯୁବ ଶିଳ୍ପପତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଥିଲେ। ପ୍ରଥମ ସେମି ଫାଇନାଲ୍ ମ୍ୟାଚ୍
ଜବଲପୁର ଓ ହରିୟାଣା କଡା ମୁକାବିଲା ହୋଇଥିଲା। ଏଥିରେ ଜବଲପୁର ରେଲୱେ ବିଜୟ ହୋଇଛି। ମେନ ଅଫ ଦ ମେଚ ହରିୟାଣାର ଉମରଙ୍କୁ ଦିଆଯାଇଥିଲା।ଦୃତୀୟ ସେମିଫାଇନାଲ୍ ଆନ୍ଦ୍ରପ୍ରଦେଶ ଓ ବିଳାସପୁର ମଧ୍ୟରେ ମ୍ୟାଚ ଖେଳ ଚାଲିଥିଲା। ଏଇ ଅଲ୍ ଇଣ୍ଡିଆ ମ୍ୟାଚ୍କୁ ଦେଖିବା ପାଇଁ ପ୍ରବଳ ଦର୍ଶକଙ୍କ ଭିଡ଼ ଜମିଥିବା ବେଳେ ସମ୍ବଲପୁରୀ ନାଚଗୀତ ପରିବେଷଣ ମଧ୍ଯ ହୋଇଥିଲା ।