-+91-9937148622 |
prerana_bgr@rediffmail.com |
Sunday 23rd August 2026 |
R.N.I. Regd No. ODIODI/2010/46693
Breaking News
15-Feb-2026
ନୂଆପଡ଼ା (ରାମନାଥ ପଣ୍ଡା )
ନୂଆପଡ଼ା ଜିଲ୍ଲାର ବୋଡ଼େନ ବ୍ଲକ ତରାପୁର ଗ୍ରାମରେ ଅବସ୍ଥିତ ବହୁ ପୁରାତନ ପ୍ରଭୁ ଶ୍ରୀଜଗନ୍ନାଥ ଓ ଶିବଙ୍କ ମନ୍ଦିରରେ ଶିବ ଚତୁର୍ଦ୍ଦଶୀ ଓ ଶିବରାତ୍ରୀ ପାଳିତ ହେଉଛି ।ଆଜିକାର ଶିବରାତ୍ରୀ ପାଳନ ପାଇଁ ବିଭିନ୍ନ ମନ୍ଦିରର ଦୃଶ୍ୟ ଦେଖିବା ପରେ ଅନୁଭବ ହେଉଛି କି ବର୍ତ୍ତମାନର ସଭ୍ୟତା ମଧ୍ୟ ଭଗବାନଙ୍କ ନିକଟତର ହେଉଥିବା ଏବଂ ପ୍ରଭୁଙ୍କ ଆଶିର୍ବାଦ ଆଶାରେ ଭଗବାନଙ୍କ ଚରଣ ତଳେ ମନ ପ୍ରାଣ ଢାଳି ଦେଉଥିବା ଜଣା ପଡ଼ୁଛି ।ତରାପୁର ଶିବ ମନ୍ଦିରରେ ସକାଳ ସମୟରେ ବହୁ ଶିବ ଭକ୍ତଙ୍କ ଭିଡ ଥିଲା,ମନ୍ଦିର ପକ୍ଷରୁ ସମସ୍ତ ଭକ୍ତଙ୍କୁ ପ୍ରସାଦ ଓ ପାନୀୟ ଜଳ ବ୍ୟବସ୍ଥା କରାଯାଇଥିଲା ,ଯାହାର ଦାୟୀତ୍ୱ ଗ୍ରାମର ସ୍ଵେଛା ସେବୀ ଯୁବକ ଭାଇମାନେ ସମ୍ଭାଳି ଥିଲେ । ସନ୍ଧ୍ୟା ସମୟରେ ପ୍ରାୟ ଷାଠିଏ ଯୋଡ଼ା ଧାର୍ମିକ ଦମ୍ପତ୍ତିଙ୍କ ଦ୍ଵାରା ଶିବ ଚତୁର୍ଦ୍ଦଶୀ ବ୍ରତ ଓ ଜାଗର ପାଇଁ ସଂକଳ୍ପ ତଥା ହୋମ ଯଜ୍ଞ ଆୟୋଜିତ ହୋଇ ଆସନ୍ତାକାଲି ଦିବସରେ ଉଦଯାପନୀ ଉତ୍ସବ ପାଳନ ଅବସରରେ ଆଜି ମୁଖ୍ୟ ପୂଜକ ଭାବରେ ଦାମୋଦର ହୋତା,ବ୍ୟାସ ( ପୁରାଣ ପଣ୍ଡା) ରୂପେ ନନ୍ଦ କିଶୋର ଯୋଶୀ,ସହଯୋଗୀ ପୂଜକ ରୂପେ ମିଳନ ମହାପାତ୍ର,କୃଷ୍ଣ ଚନ୍ଦ୍ର ଯୋଶୀ ଓ ଶ୍ରୀ ଜଗନ୍ନାଥ ମନ୍ଦିର ପୂଜକ ବିରଞ୍ଚି ନାରାୟଣ ଯୋଶୀଙ୍କୁ ବରଣ କରି ପୂଜା କାର୍ଯ୍ୟ ଚାଲୁରହିଛି ।