-+91-9937148622 |

prerana_bgr@rediffmail.com |

  Monday 24th August 2026 |

| | | |

R.N.I. Regd No. ODIODI/2010/46693

Breaking News

କୁଦୋପାଲି ରଣଭୂମିରେ ବୀର ଛବିଳ ସାଏ ସ୍ମୃତି କମିଟିର ବୈଠକ   (23-Aug-2026)       ||      ଅସ୍ଥେୟ ଓ ଅପରିଗ୍ରହ ପରି ସଦଗୁଣ ମାନବକୁ ମହା ମାନବରେ ପରିବର୍ତ୍ତିତ କରେ ରାଷ୍ଟ୍ର ନିର୍ମାଣରେ ଯୁବ ପ୍ରସ୍ତୁତି ଶିବିର    (23-Aug-2026)       ||      ଓଡ଼ିଶାରେ ସାମ୍ବାଦିକଙ୍କ ପେନସନ ପାଇଁ ଦାବି ରେ ସମ୍ୱଲପୁରରେ ବରିଷ୍ଠ ସାମ୍ବାଦିକଙ୍କ ବୈଠକ ।   (23-Aug-2026)       ||      ସେବା ଭାରତୀ, ଓଡ଼ିଶା ପଶ୍ଚିମ ଦ୍ଵାରା ସୁପୋଷଣ ଜାଗରଣ ଅଭିଯାନ   (23-Aug-2026)       ||      ପ୍ରଥମ ଅଲ୍ ଓଡ଼ିଶା ଇକ୍ୱିପ୍ଡ ପାୱାରଲିଫ୍ଟିଂ ଚାମ୍ପିଅନଶିପ୍–୨୦୨୬ ସମ୍ପନ୍ନ   (23-Aug-2026)       ||      ସ୍ଵୟଂସେବକ ସଂଘ ବୁଢାରଜା ନଗରରେ ଯୁବ ସମ୍ମିଳନୀ    (23-Aug-2026)       ||      କୋଲହାପୁର ଏବଂ ଲଦାଖ ରେ ନୂଆ ହାଇକୋର୍ଟ ବେଞ୍ଚ ସ୍ଥାପନ କଲେ ସରକାର, ପଶ୍ଚିମ ଓଡ଼ିଶାର ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା କୁ ଆଉ କେତେଦିନ ? — ଇଂ ରୋହିତ ପୂଜାରୀ    (23-Aug-2026)       ||      ଶହେ ଟଙ୍କା ନଦେବାରୁ ଯୁବକକୁ ବ୍ଲେଡରେ ମରଣାତ୍ମକ ଆକ୍ରମଣ   (23-Aug-2026)       ||      ମୋବାଇଲ୍ ମେଳା ୨.୦: ଟେକ୍ନୋଲୋଜି ଆଧାରିତ ପୁନରୁଦ୍ଧାର - ₹୪୫ ଲକ୍ଷ ଏବଂ ୧୧୫ ମୋବାଇଲ୍ ଫୋନ୍ ନାଗରିକଙ୍କୁ ଫେରସ୍ତ   (23-Aug-2026)       ||      *ସୁବର୍ଣ୍ଣପୁର ସିନିଅର ଫୁଟବଲ୍ ଲିଗ୍ ର ମ୍ୟୁନିସପାଲିଟି ଜୋନ୍ ଉଦଘାଟିତ - ୨-୦ ଗୋଲ ରେ ରିଜର୍ଭ ପୋଲିସ ଦଳ ଵିଜୟୀ*-   (23-Aug-2026)       ||      ଦଣ୍ଡପାଟ ଯୁବ ସେବା ସଂଗଠନର ନୂତନ କର୍ମକର୍ତ୍ତା ଚୟନ ।   (23-Aug-2026)       ||      ବନ୍ୟା ବିପନ୍ନ ୪ ଜିଲ୍ଲା ପାଇଁ ଅଣ୍ଟା ଭିଡିଲା ଭାରତ ମସଲା ବାଣ୍ଟିଲା ୧୦,୦୦୦ ଶୁଖିଲା ଖାଦ୍ୟ ପ୍ୟାକେଟ୍   (23-Aug-2026)       ||      *ବ୍ରହ୍ମ କୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ସୋନପୁର ଶାଖା ପକ୍ଷରୁ ରକ୍ତ ଦାନ ଶିବିର ଅନୁଷ୍ଠିତ*-   (23-Aug-2026)       ||      ଲଘୁଚାପ ବର୍ଷା ଯୋଗୁଁ ନବରଙ୍ଗପୁର ଜିଲ୍ଲାରେ ଜନଜୀବନ ଅସ୍ତବ୍ୟସ୍ତ   (23-Aug-2026)       ||      *ତେଲେଣ୍ଡା ଶ୍ରୀ ରଣେଶ୍ଵର ଶୈବ ପୀଠ ଓ ମାଁ ରାମଚଣ୍ଡୀ ଙ୍କ ଠାରେ ଗଙ୍ଗା ମହା ଜଳଶାୟୀ ଅନୁଷ୍ଠିତ*-   (23-Aug-2026)       ||      ରାଜସ୍ୱ ବିଭାଗର ବରିଷ୍ଠ ଅଧିକାରୀ ବୈଠକରେ ରାଜସ୍ବ ସେବା ପ୍ରଦାନରେ ସଂସ୍କାର ଉପରେ ଗୁରୁତ୍ବ   (22-Aug-2026)       ||      ବ୍ରାଉନ୍ ସୁଗାର ସହ ଗଞ୍ଜେଇ, ନଗଦ ଟଙ୍କା ଓ ମୋବାଇଲ ଜବତ : କିଙ୍ଗ୍ ପିନ୍ ଗିରଫ    (22-Aug-2026)       ||      ମହିଳା ଓ ଛାତ୍ରୀମାନଙ୍କୁ ସଶକ୍ତ କରିବା, ସେମାନଙ୍କ ଆଇନଗତ ଅଧିକାର, ସୁରକ୍ଷା ଓ ଆତ୍ମନିର୍ଭରତା ସମ୍ପର୍କରେ ସଚେତନ କରିବା ପାଇଁ କାର୍ଯ୍ୟକ୍ରମ    (22-Aug-2026)       ||      ମିଶନ ଜିରୋ-ସଫେଇ କାର୍ଯ୍ୟରେ ମୃତାହତ ଘଟଣାର ଅବସାନ ଶୀର୍ଷକ ଜାତୀୟ କର୍ମଶାଳାର ଆୟୋଜନ ♦️ମୋଦୀ ଜୀଙ୍କ ନେତୃତ୍ୱରେ ଦେଶର ଅର୍ଥନୀତି, ପ୍ରତିରକ୍ଷା ଏବଂ ବିଦେଶ ନୀତି ସହିତ ସମାନ ଗୁରୁତ୍ୱ ପାଇଛି ସ୍ୱଚ୍ଛତା   (22-Aug-2026)       ||      "ସାଇବର ସଚେତନତା ହିଁ ଡିଜିଟାଲ୍‌ ସୁରକ୍ଷାର ପ୍ରଥମ ପଦକ୍ଷେପ"   (22-Aug-2026)       ||     

HOME   ଜିଲ୍ଲା

ଲୋଇସିଂହା ବିଧାୟକ କପ ଟୁର୍ନାମେଣ୍ଟ ଉଦଯାପିତ, ନଅଗାଁ (ଖ) ଦଳ ଚମ୍ପିୟାନ

15-Feb-2026



ଲୋଇସିଂହା, (ବିନୋଦ ଦୀପ) ଓଡିଶା ସରକାର ଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ଼. ମୁକେଶ ମହାଲିଙ୍ଗ ଙ୍କ ପ୍ରଚେଷ୍ଟା ରେ ତଥା ସ୍ୱେଚ୍ଛାସେବୀ ସଂଗଠନ ପଲ୍ଲୀ ଆଲୋକ ପାଠାଗାର ନଅଗାଁ (ଖ) ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମ ରେ ଗତ ଫେବୃଆରୀ ୮ ତାରିଖ ଠାରୁ ଲୋଇସିଂହା ନିର୍ବାଚନ ମଣ୍ଡଳୀର ୩ ଟି ବ୍ଲକ ଯାହାକି ଲୋଇସିଂହା, ଆଗଲପୁର ଓ ପୁଇଁତଲା ମଧ୍ୟରେ ବିଧାୟକ କପ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଥିଲା । ୪ ଟି ଦଳ ସେମିଫାଇନାଲ କୁ ପ୍ରବେଶ କରିଥିବା ବେଳେ ଆଗଲପୁର ବ୍ଲକ ନଅଗାଁ (ଖ) ଓ ଲୋଇସିଂହା ବ୍ଲକ ବାଦୀବାହାଲ ଦଳ ଫାଇନାଲକୁ ମନୋନ୍ୱିତ ହୋଇଥିଲେ ଯାହାକି ଦୁଇ ଦଳ ମଧ୍ୟରେ ଫାଇନାଲ ଖେଳ ଲୋଇସିଂହା ମିନି ଷ୍ଟାଡିଅମ ଠାରେ ଅନୁଷ୍ଠିତ ହୋଇଥିଲା l ଖେଳ ଶେଷସୁଦ୍ଧା ସଂଘର୍ଷପୂର୍ଣ୍ଣ ମ୍ୟାଚ ଦୁଇଦଳ ମଧ୍ୟରେ ଦେଖିବାକୁ ମିଳିଥିଲା l ଖେଳ ଶେଷ ପର୍ଯ୍ୟାୟ ରେ ଟ୍ରାଇବେକର ଜରିଆରେ ନଅଗାଁ ଦଳ ବାଦୀବାହାଲକୁ ୩ -୨ ଗୋଲ ଦେଇ ପରାସ୍ତ କରି ବିଜୟୀ ହୋଇଥିଲା l ବିଧାୟକ କପ ଟୁର୍ନାମେଣ୍ଟ ର ଫାଇନାଲ ମ୍ୟାଚ ରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିବା ବେଳେ ଲୋଇସିଂହା ବ୍ଲକ ବିଡ଼ିଓ ଅକ୍ଷୟପାଣି ଉଡ୍ଡୁ, ଆଗଲପୁର ବ୍ଲକ ଏବିଡ଼ିଓ ରୁଦ୍ରପ୍ରତାପ ସୁନା, ପୁଇଁତଲା ବିଡ଼ିଓ  ଅମରେନ୍ଦ୍ର ସ୍ୱାଇଁ ଓ ତହସିଲଦାର ଗୌରବ ବର୍ଗେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ l

ମୋଟ ୨୬ଟି ଦଳ ଏହି ଟୁର୍ଣ୍ଣାମେଣ୍ଟରେ ଭାଗ ନେଇଥିବା ବେଳେ ମ୍ୟାନ ଅଫ ଦି ମ୍ୟାଚ୍‌ ନଅଗାଁ ର ସୋମ୍ୟ ଭୋଇ, ମ୍ୟାନ ଅଫ୍‌ ଦି ସିରିଜ ବାଦୀବାହାଲ ଦଳ ର ସୁନୀଲ ଭୋଇ ଓ ଗୋଲକିପର ଭାବେ ରିଙ୍କୁ ବିଶ୍ୱାଳଙ୍କୁ ପ୍ରଦାନ କରାଗଲା l ଆଜିର ଚମ୍ପିୟାନ ନଅଗାଁ (ଖ) ଦଳକୁ ୩୦ ହଜାର  ଓ ବାଦୀବାହାଲ ଦଳକୁ ୨୦ ହଜାର ଅର୍ଥ ରାଶି ବିଧାୟକ ଙ୍କ ତରଫରୁ ପୁରସ୍କାର ପ୍ରଦାନ କରାଗଲା l ଏହିପରିପ୍ରେକ୍ଷୀରେ ଲୋଇସିଂହା ଖେଳ ପଡିଆ ପାଇଁ ସ୍ୱାସ୍ଥ୍ୟମନ୍ତ୍ରୀ ଙ୍କ ଦ୍ୱାରା ଏକ ଦଶ ଲକ୍ଷ ର ସମ୍ମିଳନୀ କକ୍ଷ ର ଶୁଭ ଉଦଘାଟନ କରାଗଲା l ଉକ୍ତ ଫାଇନାଲ ମ୍ୟାଚ କୁ ଉପଭୋଗ କରିବା ପାଇଁ ଆଖପାଖ ଅଂଚଳ ର ଶତାଧିକ ଦର୍ଶକ ଙ୍କ ଭିଡ଼ ଦେଖିବାକୁ ମିଳିଥିଲା l ଆଜିର ଖେଳ ପରିଚାଳନା ରେ ଖେଳ ର ସଭାପତି ରାମଚନ୍ଦ୍ର ସାହୁ, ସମ୍ପାଦକ ପ୍ରଶାନ୍ତ ନାୟକ ପଲ୍ଲୀ ଆଲୋକ ପାଠାଗାର ନଅଗାଁ (ଖ), ବିଧାୟକ ଙ୍କ ପ୍ରତିନିଧି ଗୌରାଙ୍ଗ ନାଏକ, ସୁଦିପ ସା, ଭୁତନାଥ ନାଏକ, ରିଙ୍କୁ ସାହୁ, କୁମର ପାଣ୍ଡେ, ନିରଜ ନାଗ, ଶିବ ଅଗ୍ରୱାଲ, ସରୋଜ ବିଶ୍ୱାଳ, ଡ଼. ସଂଜୀବ ବିଶ୍ୱାଳ, ଆନନ୍ଦ ହୋତା ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ l


News Comment




Photo in News

Advertisment
Lastest News
  ଜିଲ୍ଲା  
କୁଦୋପାଲି ରଣଭୂମିରେ ବୀର ଛବିଳ ସାଏ ସ୍ମୃତି କମିଟିର ବୈଠକ   23-Aug-2026
  ଜିଲ୍ଲା  
ଅସ୍ଥେୟ ଓ ଅପରିଗ୍ରହ ପରି ସଦଗୁଣ ମାନବକୁ ମହା ମାନବରେ ପରିବର୍ତ୍ତିତ କରେ ରାଷ୍ଟ୍ର ନିର୍ମାଣରେ ଯୁବ ପ୍ରସ୍ତୁତି ଶିବିର   23-Aug-2026
  ଜିଲ୍ଲା  
ଓଡ଼ିଶାରେ ସାମ୍ବାଦିକଙ୍କ ପେନସନ ପାଇଁ ଦାବି ରେ ସମ୍ୱଲପୁରରେ ବରିଷ୍ଠ ସାମ୍ବାଦିକଙ୍କ ବୈଠକ ।   23-Aug-2026
  ଜିଲ୍ଲା  
ସେବା ଭାରତୀ, ଓଡ଼ିଶା ପଶ୍ଚିମ ଦ୍ଵାରା ସୁପୋଷଣ ଜାଗରଣ ଅଭିଯାନ   23-Aug-2026
  ଜିଲ୍ଲା  
ପ୍ରଥମ ଅଲ୍ ଓଡ଼ିଶା ଇକ୍ୱିପ୍ଡ ପାୱାରଲିଫ୍ଟିଂ ଚାମ୍ପିଅନଶିପ୍–୨୦୨୬ ସମ୍ପନ୍ନ   23-Aug-2026
  ଜିଲ୍ଲା  
ସ୍ଵୟଂସେବକ ସଂଘ ବୁଢାରଜା ନଗରରେ ଯୁବ ସମ୍ମିଳନୀ   23-Aug-2026
  ଜିଲ୍ଲା  
କୋଲହାପୁର ଏବଂ ଲଦାଖ ରେ ନୂଆ ହାଇକୋର୍ଟ ବେଞ୍ଚ ସ୍ଥାପନ କଲେ ସରକାର, ପଶ୍ଚିମ ଓଡ଼ିଶାର ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା କୁ ଆଉ କେତେଦିନ ? — ଇଂ ରୋହିତ ପୂଜାରୀ   23-Aug-2026
  ଜିଲ୍ଲା  
ଶହେ ଟଙ୍କା ନଦେବାରୁ ଯୁବକକୁ ବ୍ଲେଡରେ ମରଣାତ୍ମକ ଆକ୍ରମଣ   23-Aug-2026
  ଜିଲ୍ଲା  
ମୋବାଇଲ୍ ମେଳା ୨.୦: ଟେକ୍ନୋଲୋଜି ଆଧାରିତ ପୁନରୁଦ୍ଧାର - ₹୪୫ ଲକ୍ଷ ଏବଂ ୧୧୫ ମୋବାଇଲ୍ ଫୋନ୍ ନାଗରିକଙ୍କୁ ଫେରସ୍ତ   23-Aug-2026
  ଜିଲ୍ଲା  
*ସୁବର୍ଣ୍ଣପୁର ସିନିଅର ଫୁଟବଲ୍ ଲିଗ୍ ର ମ୍ୟୁନିସପାଲିଟି ଜୋନ୍ ଉଦଘାଟିତ - ୨-୦ ଗୋଲ ରେ ରିଜର୍ଭ ପୋଲିସ ଦଳ ଵିଜୟୀ*-   23-Aug-2026
  ଜିଲ୍ଲା  
ଦଣ୍ଡପାଟ ଯୁବ ସେବା ସଂଗଠନର ନୂତନ କର୍ମକର୍ତ୍ତା ଚୟନ ।   23-Aug-2026
  ଜିଲ୍ଲା  
ବନ୍ୟା ବିପନ୍ନ ୪ ଜିଲ୍ଲା ପାଇଁ ଅଣ୍ଟା ଭିଡିଲା ଭାରତ ମସଲା ବାଣ୍ଟିଲା ୧୦,୦୦୦ ଶୁଖିଲା ଖାଦ୍ୟ ପ୍ୟାକେଟ୍   23-Aug-2026

You Might Also Like