-+91-9937148622 |
prerana_bgr@rediffmail.com |
Monday 24th August 2026 |
R.N.I. Regd No. ODIODI/2010/46693
Breaking News
15-Feb-2026
ସୁବର୍ଣ୍ଣପୁର (ମନୋରଞ୍ଜନ ତ୍ରିପାଠୀ )
ସ୍ଥାନୀୟ ରୟାଲ ପଡିଆ ଠାରେ ଇଙ୍କଫେଷ୍ଟ୍ ୨୦୨୬ ଉଦଘାଟିତ ହୋଇଯାଇଛି। ଓଡିଶା ସରକାର ଙ୍କ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ, ଜିଲ୍ଲା ସଂସ୍କୃତି ପରିଷଦ ଓ ଇଙ୍କଫେଷ୍ଟ୍ ସୁବର୍ଣ୍ଣପୁର ଙ୍କ ମିଳିତ ଉଦ୍ୟମରେ ଅନୁଷ୍ଠିତ ଏହି ସାରସ୍ବତ ମେଳା କୁ ସୁବର୍ଣ୍ଣପୁର ଜିଲ୍ଲାପାଳ ଡ଼. ନୃପରାଜ ସାହୁ ଉଦଘାଟନ କରି ସୁବର୍ଣ୍ଣପୁର ରେ ବହି ମେଳା ନିହାତି ଆବଶ୍ୟକ , ଏହା ହେଉଛି ସାହିତ୍ୟକ ଓ ସାଂସ୍କୃତିକ ମାଟି, ବହି ଆମକୁ ଲେଖକ ସହିତ କଥା କରାଏ, ବହି ଜୀବନ କୁ ସୁନ୍ଦର କରିବାରେ ସହାୟ ହୁଏ ବୋଲି ମତ ରଖି ମଣିଷ ର ଦୃତ ଜୀବନ କୁ ମନ୍ଥର କରିବା ପାଇଁ ବହି ହିଁ ଉପଯୁକ୍ତ ମାଧ୍ୟମ ବୋଲି ଜିଲ୍ଲାପାଳ ଡ଼ ସାହୁ କହିଥିଲେ l ପ୍ରଥମେ ଇଙ୍କଫେଷ୍ଟ୍ ର ସଦସ୍ୟ ଗତିକୃଷ୍ଣ ମିଶ୍ର ଙ୍କ ଦ୍ଵାରା ଆହୁତ ପ୍ରତିଷ୍ଠାତା ସଭ୍ୟ ସ୍ଵର୍ଗତ
ଗୈ।ରୀଶ୍ୟାମ ପଣ୍ଡା ଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ ପରେ ସ୍ଵର୍ଗତ ପଣ୍ଡା ଙ୍କ ସ୍ମୃତି ରେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ପରେ ଇଙ୍କଫେଷ୍ଟ୍ ର ସଭାପତି ସ୍ଵାଧୀନ କୁମାର ମେହେର ଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବରେ ସୁବର୍ଣ୍ଣପୁର ଜିଲ୍ଲାପାଳ ଡ଼ . ନୃପରାଜ ସାହୁ , ସମ୍ମାନିତ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ ରାଜେନ୍ଦ୍ର କୁମାର ମାଝୀ, ଅଞ୍ଜଳିନା ପ୍ରଧାନ ଯୋଗଦେଇ ଥିଲେ। ମୁଖ୍ୟବକ୍ତା ଭାବରେ ବିଶିଷ୍ଟ ଶିକ୍ଷାବିତ ଲକ୍ଷ୍ମଣ ମିଶ୍ର ଯୋଗଦେଇ ଥିଲେ। ଶେଷରେ ଗୋବିନ୍ଦ ମହାରଣା ଧନ୍ୟବାଦ ଅର୍ପଣ କରିଥିଲେ। ଅତିଥି ଙ୍କ ଦ୍ଵାରା ସ୍ଵର୍ଗତ ଗୌରୀଶ୍ୟାମ ପଣ୍ଡା ଙ୍କ ଉଦ୍ଦେଶ୍ୟ ରେ ଏକ ସ୍ମୃତି ପୁସ୍ତକ ଓ ଗାଳ୍ପିକ ଡଃ ଜ୍ୟୋତି ରଞ୍ଜନ ବହିଦାର ଙ୍କ ଲିଖିତ ଗଳ୍ପ ସଂକଳନ ଦାହ ଉନ୍ମୋଚିତ ହୋଇଥିଲା। ଚଳିତ ବର୍ଷ ୮୪ଟି ପୁସ୍ତକ ପ୍ରକାଶନି ସଂସ୍ଥା ଇଙ୍କଫେଷ୍ଟ୍ ରେ ନିଜନିଜ ଷ୍ଟଲ ଖୋଲିଥିବାରୁ ଜିଲ୍ଲା ର ସମସ୍ତ ପାଠକ ମହଲ ଖୁବ୍ ଉଲ୍ଲସିତ ଥିବା ଦେଖାଯାଇଛି।