-+91-9937148622 |
prerana_bgr@rediffmail.com |
Monday 24th August 2026 |
R.N.I. Regd No. ODIODI/2010/46693
Breaking News
15-Feb-2026
ଡୁଙ୍ଗୁରିପାଲି (ଅରବିନ୍ଦ ମିଶ୍ର): ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଉଦଘାଟିତ ହେଲା ୨ ଦିନିଆ ଅଲ ଇଣ୍ଡିଆ ଦିବାରାତ୍ର ଭଲିବଲ ମ୍ୟାଚ। ଡୁଙ୍ଗୁରିପାଲି ରାମପୁର ରୋଡ ସ୍ଥିତ ରାଧାକୃଷ୍ଣ ଖେଳ ପଡିଆ ଠାରେ ଭଲିବଲ ଆସୋସିଏସନ ପକ୍ଷରୁ ଅନୁଷ୍ଠିତ ହୋଇଥିବା ଏଇ ୨୩ତମ ଅଲ୍ ଇଣ୍ଡିଆ ମ୍ୟାଚକୁ ପୂର୍ବତନ ମନ୍ତ୍ରୀ ତଥା ସୋନପୁର ବିଧାୟକ ନିରଞ୍ଜନ ପୂଜାରୀ ଯୋଗଦେଇ ଫିତାକାଟି ଉଦଘାଟନ କରାଯାଇଥିଲା। ପ୍ରଥମ ମ୍ୟାଚ ପୁନେ (ଇନକମଟେକ୍ସ) ଓ ଜବଲପୁର (ରେଲୱେ) ମଧ୍ୟରେ ସଂଘର୍ଷ ପୂର୍ଣ୍ଣ ମ୍ୟାଚ ଅନୁଷ୍ଠିତ ହୋଇ
ଥିଲା।ଏଥିରେ ଜବଲପୁର ରେଲୱେ ବିଜୟ ହୋଇଛି।ହରିଆଣା ଏବଂ ପଶ୍ଚିମ ଓଡିଶା ଯୁବମଞ୍ଚ ମଧ୍ୟ୍ୟ ରେ ଖେଳ ଚାଲିଛି।ସେହିପରି ଏଥିରେ ଜଗତସିଂହପୁର ଏସପି ଭବାନୀ ଶଙ୍କର ଉଦଗାତା, ସୋନପୁର ଏସପି ନାରାୟଣ ନାୟକ, ବ୍ଲକ
ଉପାଧ୍ୟକ୍ଷ ମକରଧ୍ୱଜ ସାହୁ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦାନ କରିଥିଲେ Iତେବେ ଏଇ ଅଲ ଇଣ୍ଡିଆ ମ୍ୟାଚକୁ ଦେଖିବା ପାଇଁ ପ୍ରବଳ ଦର୍ଶକଙ୍କ ଭିଡ଼ ଜମିଥିବା ବେଳେ ସମ୍ବଲପୁରୀ ନାଚଗୀତ ପରିବେଷଣ ମଧ୍ୟ ହୋଇଥିଲା।