-+91-9937148622 |
prerana_bgr@rediffmail.com |
Monday 24th August 2026 |
R.N.I. Regd No. ODIODI/2010/46693
Breaking News
14-Feb-2026
ବଲାଙ୍ଗୀର(ପ୍ରେରଣା ଖବର): ଆସନ୍ତା ମ୍ୟାଟ୍ରିକ ପରୀକ୍ଷା ପାଇଁ ଛାତ୍ରଛାତ୍ରୀ ମାନଙ୍କ ମନରେ ଥିବା ଭୟ ଓ ଚାପକୁ ଦୂର କରିବା ସହ ସଫଳତା ର ସଠିକ ଦିଗ ଦେଖାଇବା ପାଇଁ ସ୍ଥାନୀୟ ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ 'ପ୍ରଚେଷ୍ଟା' କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବଲାଙ୍ଗୀର ବ୍ଲକ ଶିକ୍ଷା ଅଧିକାରୀ ନୀଳମଣି ପଟେଲଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ବଲାଙ୍ଗୀର ସଦର ବ୍ଲକ ଓ ପୌର ପରିଷଦ ଅଧିନସ୍ଥ ସମସ୍ତ ହାଇସ୍କୁଲର ୭୮ଜଣ ମେଧାବୀ ମ୍ୟାଟ୍ରିକ ପରୀକ୍ଷାର୍ଥୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ପଟେଲ ପରିଶ୍ରମ ଓ ନିଷ୍ଠା ହେଉଛି ସଫଳତାର ମୂଳମନ୍ତ୍ର ବୋଲି କହିଥିଲେ।ନିୟମିତ ପୁନରାବୃତ୍ତି,ସମୟର ସଠିକ ବ୍ୟବହାର କଲେ ଶ୍ରେଷ୍ଠ ଫଳାଫଳ ଆସିବ ବୋଲି ପ୍ରଧାନ ଶିକ୍ଷକ ନରେନ୍ଦ୍ର ନାଥ ମିଶ୍ର କହିଥିଲେ। ସାଧନକର୍ମୀ ମାନେ ବିଭିନ୍ନ ବିଷୟର ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ, ଲେଖନୀ ଶୈଳୀ ଓ ମାର୍କ ଆଣିବାର କୌଶଳ, ମନୋବୈଜ୍ଞାନିକ ପରାମର୍ଶ ଓ ମଡେଲ ଟେଷ୍ଟ ଆୟୋଜନ କରିଥିଲେ।ଏହି 'ପ୍ରଚେଷ୍ଟା' କାର୍ଯ୍ୟକ୍ରମ ରେ ୨୦ ଜଣ ବିଷୟ ଭିତ୍ତିକ ସାଧନକର୍ମୀ ଯୋଗଦେଇଥିଲେ।ପ୍ରଧାନ ଶିକ୍ଷକ ନରେନ୍ଦ୍ର ମିଶ୍ର,ରାଜ ପ୍ରସାଦ ପ୍ରଧାନ, କିଶୋର ହନୁମାନ,ସୁନୀଲ ବେହେରା,ସରୋଜ ନାଏକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।