-+91-9937148622 |

prerana_bgr@rediffmail.com |

  Friday 25th September 2026 |

| | | |

R.N.I. Regd No. ODIODI/2010/46693

Breaking News

ରାଜ୍ୟସ୍ତରୀୟ ସ୍କୁଲ ଗେମ୍ ଟାଏକୋଣ୍ଡୋ ରେ ବଲାଙ୍ଗିର କୁ ୪ଟି ପଦକ   (25-Sep-2026)       ||      ଓଡିଶା ଟି-୨୦ ଲିଗ୍‌ରେ ବଲାଙ୍ଗିର ର ତିନି ଯୁବ କ୍ରିକେଟର ସିଏମ୍ ଟ୍ରଫି ୨୦୨୬ ପାଇଁ ଦିବ୍ୟମ, ଓମ୍‌କାର ଓ ଯୋଗେଶ୍ୱର ମନୋନୀତ   (25-Sep-2026)       ||      ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଡିଏଭି ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ଜଳ ବିଶୋଧନ ପ୍ରକଳ୍ପ ପ୍ରଦାନ    (25-Sep-2026)       ||      ଟିଟିଲାଗଡ଼ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ନମାମି ଭାରତ’ କାର୍ଯ୍ୟକ୍ରମ ଅନୁଷ୍ଠିତ   (25-Sep-2026)       ||      ଛତାମଖନା ଡ୍ୟାମ୍ କ୍ଷତି, ଜଙ୍ଗଲ ନିଆଁ, ପ୍ରବାସୀ ଶ୍ରମିକ ଓ MMDR ସଂଶୋଧନକୁ ନେଇ ସରକାରଙ୍କ ତଥ୍ୟ   (25-Sep-2026)       ||      *ବର୍ଷା ଯୋଗୁଁ ସଲଫ ଗଛ ଘର ଉପରେ ପଡିଲା, ଅଳ୍ପକେ ବର୍ତ୍ତିଲେ ୨ ଭାଇ ଭଉଣୀ*   (25-Sep-2026)       ||      ଯୁବଶକ୍ତି ଜାଗ୍ରତ ହେଲେ, ଏଡ୍‌ସ ମୁକ୍ତ ସମାଜ ଗଢ଼ି ହେବ   (25-Sep-2026)       ||      ଲଗାଣ ବର୍ଷାରେ ଧସିଲା ଜାତୀୟ ରାଜପଥ କଡରେ ଥିବା କା ଏମ ଭି ୭୬ ର ପେଟ୍ରୋଲ ପମ୍ପର ସାଇଡ କାନ୍ଥ    (25-Sep-2026)       ||      ଭାରତ କୋ ଜାନୋ ଏବଂ ରାଷ୍ଟ୍ରୀୟ ସମୂହଗାନ ପ୍ରତିଯୋଗିତା   (25-Sep-2026)       ||      *ନୂଆଁଖାଇ ଭେଟଘାଟ ପାଇଁ କ୍ଷତ୍ରିୟ ଧାକଡ ସମାଜ କୋର କମିଟି ର ପ୍ରସ୍ତୁତି ବୈଠକ*   (25-Sep-2026)       ||      ଫରେଷ୍ଟରଙ୍କ ଆତ୍ମହତ୍ୟାର ଅନ୍ତରାଳେ♦️ ବଲାଙ୍ଗୀର ବନବିଭାଗରେ କୋଟି କୋଟି ହଡପ    (24-Sep-2026)       ||      କୁଟ୍ରୁମାଳି–ସିଜିମାଳି ଅଞ୍ଚଳର ଆଦିବାସୀ ଙ୍କୁ ସୁରକ୍ଷା ଦିଅ ନଚେତ ଦୁର୍ବାର ଆନ୍ଦୋଳନ ହେବ    (24-Sep-2026)       ||      ସରକାରୀ ମହିଳା ମହାବିଦ୍ୟାଳୟରେ ଏନ୍. ଏସ୍. ଏସ୍ ଦିବସ ପାଳିତ   (24-Sep-2026)       ||      ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ ଏନ.ଏସ.ଏସ ଦିବସ ପାଳିତ   (24-Sep-2026)       ||      ବର୍ଷା ଯୋଗୁଁ ଘର ଉପରେ ପଡିଲା ବିରାଟ ତେନ୍ତୁଳି ଗଛ, ଅଳ୍ପକେ ବର୍ତ୍ତିଲେ ଚୈତନ ମାଝୀଙ୍କ ପରିବାର   (24-Sep-2026)       ||      * *ସାହାଣୀ କପ୍ ଫୁଟବଲ୍ ଦ୍ୱିତୀୟ ଦିଵସ ପ୍ରଥମ ମ୍ୟାଚ୍ ବରଗଡ଼ ଦଳ ୪-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ୧-୧ ଗୋଲ ସ୍କୋର ହୋଇ ଉଭୟ ଦଳ ଦଳ କୁ ୧-୧- ପଏଣ୍ଟ ମିଳିଛି* -   (24-Sep-2026)       ||      ଆଚାର ଜାର୍‌ରେ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ ବଲାଙ୍ଗୀର ସହର ପୋଲିସର ଚଢ଼ାଉ, ୩୭ କେଜି ୬୫୦ ଗ୍ରାମ ଗଞ୍ଜେଇ ଜବତ; ୨ ଗିରଫ    (24-Sep-2026)       ||      ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ    (24-Sep-2026)       ||      ଗଭୀର ଅବପାତ ଉପକୂଳ ଅତିକ୍ରମ କରିଛି ; ସମନ୍ୱିତ ପ୍ରୟାସ ଓ ପ୍ରସ୍ତୁତିମୂଳକ ପଦକ୍ଷେପ ସହ ରାଜ୍ୟରେ ପରିସ୍ଥିତି ଉପରେ ନିରନ୍ତର ନଜର   (24-Sep-2026)       ||      ପୁଣି ପିସି ପ୍ରସଙ୍ଗ : ଥାନାରେ ମାମଲା ଯୋଗାଣବିଭାଗରେ ପିସି କୁ ନେଇ ପାଟିତୁଣ୍ଡ !   (24-Sep-2026)       ||     

HOME   ରାଜ୍ୟ

କେରଳରେ ଯୁବ ଚଷୀ ମୃତ୍ୟୁଘଟଣା.. ୪ଦିନ ପରେ ଗାଁକୁ ପହଞ୍ଚିଲା ଶବ

05-Feb-2026



ବଲାଙ୍ଗିର(ପ୍ରେରଣା ଖବର)ସରକାରଙ୍କ ତୃଟିପୂର୍ଣ୍ଣ ଧାନକିଣା ବ୍ୟବସ୍ଥା ଯୋଗୁଁ ବଲାଙ୍ଗୀର ଜିଲ୍ଲା ଆଗଲପୁର ବ୍ଲକ ନଅଗାଁ (କ)ର ଜଣେ ଯୁବଚାଷି ବଳରାମ ପଧାନଙ୍କ ମୃତ୍ୟୁ ହୋଇଗଲା । ସୁଦୂର କେରଳରେ ଥିବା ତାଙ୍କର ଏକ ଅଚଳ ବ୍ୟାଙ୍କ ଆକାଉଣ୍ଟରେ ଧାନବିକ୍ରୀ ଟଙ୍କା ପଡିଲା ଓ ସେହି ଆକାଉଣ୍ଟକୁ ସଚଳ କରିବାକୁ କେରଳ ଯାଇ ବଳରାମଙ୍କର ମୃତ୍ୟୁ ହୋଇଗଲା । ରବିବାର ଦିନ ବଳରାମ ପଧାନଙ୍କର କେରଳରେ ମୃତ୍ୟୁ ହୋଇଥିବା ବେଳେ ଦୀର୍ଘ ୪ଦିନ ପରେ ଆଜି ରାତି ୮.୩୦ରେ ଗାଁକୁ ପହଞ୍ଚିଛି । ସବୁଠାରୁ ବିଡମ୍ବନାର ବିଷୟ ହେଲା ନଅଗାଁ(କ) ହେଉଛି ଲୋଇସିଂହା ନିର୍ବାଚନମଣ୍ଡଳି ଅନ୍ତର୍ଗତ ଆଗଲପୁର ବ୍ଲକ ଓ ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗଙ୍କ ନିର୍ବାଚନମଣ୍ଡଳିର । ଜଣେ ଯୁବଚାଷିଙ୍କ ଅକାଳରେ ମୃତ୍ୟୁବରଣ କରିଥିବାରୁ ଆଗଲପୁର ବ୍ଲକଅଞ୍ଚଳରେ ଶୋକର ଛାୟା ଖେଳିଗଲା । କିନ୍ତୁ ନିଜନିର୍ବାଚନମଣ୍ଡଳିର ଜଣେ ଚାଷିର ମୃତ୍ୟୁରେ ସ୍ୱାସ୍ଥ୍ୟମନ୍ତ୍ରୀ କୌଣସି ପ୍ରକାର ସହଯୋଗ କରିନଥିବାରୁ ତାଙ୍କର ସମ୍ବେଦନହୀନତାକୁ ନେଇ ବିଭିନ୍ନ ମହଲରେ ସମାଲୋଚନା ହେଉଛି । ଯେଉଁ ଭୋଟରଙ୍କ ଭୋଟପାଇ ସେ ଆଜି ମନ୍ତ୍ରୀ ହୋଇଛନ୍ତି ସେହି ଚାଷିଭୋଟରଙ୍କ ଅସମୟରେ ସମବେଦନା ଜଣାଇ ସହଯୋଗର ହାତଟିଏ ବଢାଇ ପାରୁନାହାଁନ୍ତି ବୋଲି ଅଭିଯୋଗ ହେଉଛି । ଯେଉଁଦିନ ଚାଷି ବଳରାମଙ୍କ କେରଳରେ ମୃତ୍ୟୁହେଲା ତାଙ୍କର କିଛି ସମର୍ଥକ କହିଲେ ମନ୍ତ୍ରୀ ହସ୍ତକ୍ଷେପ କରୁଛନ୍ତି ଖୁବଶୀଘ୍ର ଶବର ପୋଷ୍ଟମର୍ଟମ କରାଯାଇ ଶବକୁ ଅଣାଯିବ । କିନ୍ତୁ ମନ୍ତ୍ରୀଙ୍କୁ ଭରସା କରି ଦୁଇଦିନ ଚାଲିଗଲା । ସେ କୌଣସି ପଦକ୍ଷେପ ନେଲେ ନାହିଁ । ଶେଷରେ ତାଙ୍କର ସମ୍ପର୍କିୟମାନେ ଆସି ସୋମବାରଦିନ ଜିଲ୍ଲାପରିଷଦ ସଭାପତି ଦେବକୀ ସାହୁଙ୍କ ସହିତ ବଲାଙ୍ଗୀର ଜିଲ୍ଲାପାଳ ଓ ଏସପିଙ୍କୁ ଭେଟି ଘଟଣା ବିଷୟରେ ଅଭିଯୋଗ କରି ଶବ ଆଣିବାରେ ସାହାର୍ଯ୍ୟ କରିବାକୁ ଗୁହାରିକଲେ । ବଲାଙ୍ଗୀର ଜିଲ୍ଲାପାଳ ଓ ଏସପିଙ୍କ ନିର୍ଦ୍ଦେଶରେ  ଗ୍ରାମବିକାଶ ନାମକ ଏକ ସ୍ୱେଚ୍ଛାସେବୀ ସଂଗଠନର କର୍ମକର୍ତ୍ତା କେରଳରେ ପୋଲିସ ଡାକି ଇନକ୍ୱେଷ୍ଟ କରାଇ ଶବର ବ୍ୟବଚ୍ଛେଦ କରାଇଲେ । ମଙ୍ଗଳବାର ଦିନ ସକାଳୁ ପୋଷ୍ଟମର୍ଟମ ହେଲା । ହେଲେ ଶବ ଆସିବ କେମିତି ? ଏୟାରଲିଫ୍ଟରେ ଅଣାଯିବାକୁ କଥାଉଠିଲା । କିନ୍ତୁ ଏୟାର ଟିକେଟର ଦାମ ଅଧିକ ଥିଲା ଓ ବଳରାମଙ୍କ ସାଙ୍ଗରେ ଯେଉଁ ଯୁବକ ଥିଲେ ତାଙ୍କ ପାଖରେ ଅର୍ଥ ନଥିଲା । ଶେଷରେ ଜିଲ୍ଲାପରିଷଦ ସଭାପତି ଦେବକୀ ସାହୁଙ୍କ ସମେତ ମୃତ ବଳରାମଙ୍କର ଜଣେ ସମ୍ପର୍କିୟ ପୁତୁରା ତଥା ଭିଣୋଇଙ୍କ ଟଙ୍କାରେ ବଳରାମଙ୍କ ଶବକୁ କୋଚୀରୁ ଭୁବନେଶ୍ୱର ପର୍ଯ୍ୟନ୍ତ ଏୟାରଲିଫ୍ଟ କରାଯାଇ ଅଣାଗଲା । ଭୁବନେଶ୍ୱରରୁ ବଲାଙ୍ଗୀର ଜିଲ୍ଲାର ନଅଗାଁ(କ)କୁ ଏକ ମହାପ୍ରୟାଣ ଗାଡିରେ ଶବକୁ ଅଣାଯାଇ ବୁଧବାର ରାତିରେ ଗ୍ରାମବାସୀ ତଥା ବନ୍ଧୁପରିଜନଙ୍କ ଉପସ୍ଥିତିରେ ଶବସତ୍କାର କରାଗଲା । କିନ୍ତୁ ବିଡମ୍ବନାର ବିଷୟ ଯେ,ବୁଧବାର ଦିନବେଳା ନିଜେ ସ୍ୱାସ୍ଥ୍ୟମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗ ତାଙ୍କ ସୋସିଆଲ ମିଡିଆ ଫେସବୁକରେ ପୋଷ୍ଟକଲେ ଯେ,ମୁଖ୍ୟମନ୍ତ୍ରୀଙ୍କ ସହଯୋଗରେ ଶବକୁ ଏୟାରଲିଫ୍ଟରେ କେରଳରୁ ଓଡିଶାକୁ ଅଣାଯାଇ ତାଙ୍କ ପରିବାରକୁ ହସ୍ତାନ୍ତର କରାଯାଇଛି । ଏହି ଘଟଣାକୁ ନେଇ ଆଗଲପୁର ବ୍ଲକ ଅଞ୍ଚଳରେ ମନ୍ତ୍ରୀଙ୍କ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ତୀବ୍ର ପ୍ରତିକ୍ରୀୟା ପ୍ରକାଶ ପାଉଛି । ଏବେ ପ୍ରଶ୍ନଉଠୁଛି ମୁଖ୍ୟମନ୍ତ୍ରୀଙ୍କ ସହାୟତାରେ ମୃତଚାଷିର ଶବର ଏୟାରଲିଫ୍ଟ ହେଲା ନା ତାଙ୍କ ପରିବାର ଓ ହିତାକାଂକ୍ଷୀଙ୍କ ସହାୟତା ଅର୍ଥରେ ଆସିଲା ? ମନ୍ତ୍ରୀଙ୍କର ଏଭଳି ଦାୟିତ୍ୱହୀନ ପୋଷ୍ଟକୁ ନେଇ ଜିଲ୍ଲାପରିଷଦ ସଭାପତି ଦେବକୀ ସାହୁ ତୀବ୍ର ପ୍ରତିକ୍ରୀୟା ପ୍ରକାଶ କରି ସମାଲୋଚନା କରିଛନ୍ତି । ସରକାରୀ ବ୍ୟବସ୍ଥାରେ ତୃଟି ଓ ପରେ ଶବ ଅଣାଯିବାରେ ଅବହେଳାକୁ ସେ ତୀବ୍ର ସମାଲୋଚନା କରିଛନ୍ତି । ତେବେ ଶବକୁ ଅଣାଗଲା ପରେ ଆଜି ଜିଲ୍ଲାପ୍ରଶାସନ ପକ୍ଷରୁ ବଳରାମଙ୍କ ପରିବାରକୁ ରେଡକ୍ରସ ପାଣ୍ଠିରୁ ୩୦ହଜାର ଟଙ୍କାର ସହାୟତା ପ୍ରଦାନ କରାଯାଇଛି । ଖୋଦ ସ୍ୱାସ୍ଥ୍ୟମନ୍ତ୍ରୀଙ୍କର ନିଜ ନିର୍ବାଚନମଣ୍ଡଳିର ଜଣେ ଯୁବ ଚାଷି ମୃତ୍ୟୁବରଣ କଲା ଅଥଚ ତାଙ୍କର କୌଣସି ଜଣେ ପ୍ରତିନିଧି ମଧ୍ୟ ଆଜି ଶବସତ୍କାରରେ ଉପସ୍ଥିତ ନଥିଲେ । ଏବେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ମୃତ ଚାଷିଙ୍କ ପରିବାରକୁ ୪ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରିବାକୁ ବଳରାମଙ୍କ ପରିବାର ତଥା ଜିଲ୍ଲାପରିଷଦ ସଭାପତି ଦେବକୀ ସାହୁ ଦାବି କରିଛନ୍ତି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ରାଜ୍ୟସ୍ତରୀୟ ସ୍କୁଲ ଗେମ୍ ଟାଏକୋଣ୍ଡୋ ରେ ବଲାଙ୍ଗିର କୁ ୪ଟି ପଦକ   25-Sep-2026
  ଜିଲ୍ଲା  
ଓଡିଶା ଟି-୨୦ ଲିଗ୍‌ରେ ବଲାଙ୍ଗିର ର ତିନି ଯୁବ କ୍ରିକେଟର ସିଏମ୍ ଟ୍ରଫି ୨୦୨୬ ପାଇଁ ଦିବ୍ୟମ, ଓମ୍‌କାର ଓ ଯୋଗେଶ୍ୱର ମନୋନୀତ   25-Sep-2026
  ଜିଲ୍ଲା  
ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଡିଏଭି ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ଜଳ ବିଶୋଧନ ପ୍ରକଳ୍ପ ପ୍ରଦାନ   25-Sep-2026
  ଜିଲ୍ଲା  
ଟିଟିଲାଗଡ଼ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ନମାମି ଭାରତ’ କାର୍ଯ୍ୟକ୍ରମ ଅନୁଷ୍ଠିତ   25-Sep-2026
  ରାଜନୀତି  
ଛତାମଖନା ଡ୍ୟାମ୍ କ୍ଷତି, ଜଙ୍ଗଲ ନିଆଁ, ପ୍ରବାସୀ ଶ୍ରମିକ ଓ MMDR ସଂଶୋଧନକୁ ନେଇ ସରକାରଙ୍କ ତଥ୍ୟ   25-Sep-2026
  ଜିଲ୍ଲା  
*ବର୍ଷା ଯୋଗୁଁ ସଲଫ ଗଛ ଘର ଉପରେ ପଡିଲା, ଅଳ୍ପକେ ବର୍ତ୍ତିଲେ ୨ ଭାଇ ଭଉଣୀ*   25-Sep-2026
  ଜିଲ୍ଲା  
ଯୁବଶକ୍ତି ଜାଗ୍ରତ ହେଲେ, ଏଡ୍‌ସ ମୁକ୍ତ ସମାଜ ଗଢ଼ି ହେବ   25-Sep-2026
  ରାଜ୍ୟ  
ଲଗାଣ ବର୍ଷାରେ ଧସିଲା ଜାତୀୟ ରାଜପଥ କଡରେ ଥିବା କା ଏମ ଭି ୭୬ ର ପେଟ୍ରୋଲ ପମ୍ପର ସାଇଡ କାନ୍ଥ   25-Sep-2026
  ଜିଲ୍ଲା  
ଭାରତ କୋ ଜାନୋ ଏବଂ ରାଷ୍ଟ୍ରୀୟ ସମୂହଗାନ ପ୍ରତିଯୋଗିତା   25-Sep-2026
  ଜିଲ୍ଲା  
*ନୂଆଁଖାଇ ଭେଟଘାଟ ପାଇଁ କ୍ଷତ୍ରିୟ ଧାକଡ ସମାଜ କୋର କମିଟି ର ପ୍ରସ୍ତୁତି ବୈଠକ*   25-Sep-2026
  ଜିଲ୍ଲା  
ଫରେଷ୍ଟରଙ୍କ ଆତ୍ମହତ୍ୟାର ଅନ୍ତରାଳେ♦️ ବଲାଙ୍ଗୀର ବନବିଭାଗରେ କୋଟି କୋଟି ହଡପ   24-Sep-2026
  ରାଜ୍ୟ  
କୁଟ୍ରୁମାଳି–ସିଜିମାଳି ଅଞ୍ଚଳର ଆଦିବାସୀ ଙ୍କୁ ସୁରକ୍ଷା ଦିଅ ନଚେତ ଦୁର୍ବାର ଆନ୍ଦୋଳନ ହେବ   24-Sep-2026

You Might Also Like