-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
03-Feb-2021
କଟକ, (ଦୀପକ କୁମାର ଷଡଙ୍ଗୀ) ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ କେନ୍ଦ୍ର କରି ଉପୁଯିଥିବା ବିବାଦ ଓ ତାର ଲୋକାୟୁକ୍ତ ତଦନ୍ତ ଏବେ ଏକ ଭିନ୍ନ ମୋଡ ନେଇଛି । ଲୋକାୟୁକ୍ତଙ୍କ ନିର୍ଦ୍ଦେଶକୁ ହାଇକୋର୍ଟ ରଦ୍ଦ କରିଛନ୍ତି । ଏଭଳି ନିର୍ଦ୍ଦେଶ ଆଇନସିଦ୍ଧ ନୁହେଁ, ଭିଜିଲାନ୍ସ ପୂର୍ବରୁ ପ୍ରଦୀପ ପାଣିଗ୍ରାହୀଙ୍କ ମାମଲାର ତଦନ୍ତ କରୁଛି, ପୁଣି ଲୋକାୟୁକ୍ତଙ୍କ ନିକଟରେ ଆବେଦନକାରୀ ହେବାଟା ଆଇନ ଅନୁସାରେ ଗ୍ରହଣୀୟ ନୁହେଁ ବୋଲି ହାଇକୋର୍ଟ ନିଜ ନିର୍ଦ୍ଦେଶନାମାରେ ଉଲ୍ଲେଖ କରିଥିବା କହିଛନ୍ତି ପ୍ରଦୀପଙ୍କ ଓକିଲ ପୀତାମ୍ବର ଆଚାର୍ଯ୍ୟ । ଲୋକାୟୁକ୍ତ ତଦନ୍ତକୁ ଚ୍ୟାଲେଞ୍ଚ କରି ପ୍ରଦୀପ ପାଣିଗ୍ରାହୀ ହାଇକୋର୍ଟଙ୍କ ଦ୍ବାରସ୍ତ ହୋଇଥିଲେ । ଲୋକାୟୁକ୍ତଙ୍କ କ୍ଷମତା ଓ ତାଙ୍କ ତଦନ୍ତ ପରିସରକୁ ମଧ୍ୟ ଚ୍ୟାଲେଞ୍ଜ କରିଥିଲେ ବିଧାୟକ ପ୍ରଦୀପ ପାଣିଗ୍ରାହୀ