-+91-9937148622 |
prerana_bgr@rediffmail.com |
Saturday 27th June 2026 |
R.N.I. Regd No. ODIODI/2010/46693
Breaking News
03-Feb-2021
ବାଲିଗୁଡା,(ସୁଶିଲ କୁମାର ପାଣିଗ୍ରାହୀ):ଏନଏନପିପିଏଫ ଜାରି କରିଛି ଏକ ମାଓ ବିରୋଧୀ ପ୍ରେସ ବିଜ୍ଞପ୍ତି । ଏହି ପ୍ରେସ ବିଜ୍ଞପ୍ତି ରେ ଉଲ୍ଲେଖ ଅଛି ଯେ ଯଦି ନକ୍ସଲ ମିଛକ୍ରାନ୍ତି ପାଇଁ ସାଧାରଣ ଓ ନୀରିହ ଜନତାଙ୍କୁ କୌଣସି ବାହାନା ଦେଖାଇ ହତ୍ୟା କରିବା ଘଟଣାରୁ ନିବୃତ କରୁଛନ୍ତି ତେବେ ଏଏନପିପିଏଫ ଏହାକୁ ମୁକାବିଲା ନିମନ୍ତେ ଆରମ୍ଭ କରିବାକୁ ଯାଉଛି । ଅପରେସନ ପ୍ରତିରୋଧ ଉଦ୍ଧେଶ୍ୟ ଏବଂ ଲକ୍ଷ୍ୟ ନକ୍ସଲଙ୍କୁ କଡା ଜବାବ ଦେବା । ନକ୍ସଲ ଜଣଙ୍କୁ ହତ୍ୟା କରି ଶହେ ଜଣଙ୍କ ଭିତରେ ଆତଙ୍କ ସୃଷ୍ଟି କରି ଚାଇନାର ଇସାରାରେ ଆତଙ୍କ ଖେଳାଇ ଚାଲିଅଛି । ନକ୍ସଲ କେବଳ ହିଂସାର ଭାଷା ହିଁ ବୁଝନ୍ତି । ତେଣୁ ଏନଏନପିପିଏଫ ମାଓବାଦୀଙ୍କ ଭାଷାରେ ମାଓବାଦୀଙ୍କୁ ଜବାବ ଦେବ ।ଯଦି ନକ୍ସଲ ହିଂସାରୁ ନିବୃତ ନରହନ୍ତି ତେବେ ଏନଏନପିପିଏଫର ଏକ ଶହେ ଜଣିଆ ଦଳ ମାଓବାଦୀଙ୍କ ସମସ୍ତ ପରିବାରର ସଦସ୍ୟଙ୍କୁ ମାଓବାଦୀଙ୍କ ଭାଷାରେ ଘରୁ ଉଠାଇ ନେଇ ମାଡ ମାରିବ ।ସେମାନଙ୍କୁ ସଂପୁର୍ଣ୍ଣ ଭାବେ ଆମ୍ଭେମାନେ ଯେଉଁଠି ଦେଖିବୁ ସେଇଠି ପିଟିବୁ । କୌଣସି ହିଂସା ପୁର୍ବରୁ ଶହେ ଥର ଭାବନ୍ତୁ ଏବଂ ହିଂସାରୁ ନିବୃତ ରୁହନ୍ତି ବୋଲି ଲେଖା ରହିଛି ।ତଳେ ନକ୍ସଲ ମୁକ୍ତ ଓଡିଶା ବିକଶିତ ଓ ଶକ୍ତଶାଳି ଓଡିଶା ,ଓଡିଶା ରାଜ୍ୟ କମିଟି ବୋଲି ପ୍ରିଣ୍ଟ ହୋଇଛି ।