-+91-9937148622 |

prerana_bgr@rediffmail.com |

  Monday 21st September 2026 |

| | | |

R.N.I. Regd No. ODIODI/2010/46693

Breaking News

*ସୁବର୍ଣ୍ଣପୁର ବରିଷ୍ଠ ନାଗରିକ ସଂଘ ର ବାର୍ଷିକ ଉତ୍ସବ ପାଳନ*-   (21-Sep-2026)       ||      ସିଲାଟିରେ ବ୍ଲକ ସ୍ତରୀୟ ଦୌଡକୁଦ ପ୍ରତିଯୋଗିତା   (21-Sep-2026)       ||      ବରପାଲି ବ୍ଲକ ସନାତନୀ ବ୍ରାହ୍ମଣ ସମାଜର ଇନ୍ଦ୍ର ପୂଜା   (21-Sep-2026)       ||      ଗ୍ରିଣ୍ଡୋଲା ଗ୍ରାମରେ ମା ଖୁଦୁରୁକୁଣି ପୂଜା ସମ୍ପନ୍ନ   (21-Sep-2026)       ||      ଟ୍ରେନ ଧକ୍କାରେ ଯୁବକର ହାତ ଅଲଗା ହେଲା   (21-Sep-2026)       ||      ୨୨୦୩ ବିଦ୍ୟାଳୟରେ ଉଲ୍ଲାସ ଏଫଏଲଏନ ଏଟି ପରୀକ୍ଷା "ପ୍ରାୟ ୪୫ ହଜାର ନବସାକ୍ଷର ପରୀକ୍ଷାର୍ଥୀଙ୍କ ଉତ୍ସାହଜନକ ଅଂଶଗ୍ରହଣ"   (20-Sep-2026)       ||      ସ୍ୱଛତା ଦିବସରେ ହରିଶଙ୍କର ପୀଠରେ ଡଷ୍ଟଵିନ ସଚେତନତା   (20-Sep-2026)       ||      ୯୦ ତମ ଦୁର୍ଗାପୂଜା ପାଇଁ ଟିଟିଲାଗଡ ମାଉସୀମା ମନ୍ଦିର ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ    (20-Sep-2026)       ||      ସିଲେଟପଡ଼ାରେ ଶ୍ରୀ ସତ୍ୟସାଇ ସେବା ସଂଗଠନ ପକ୍ଷରୁ ସାମୂହିକ ବୃକ୍ଷରୋପଣ   (20-Sep-2026)       ||      ଘଣ୍ଟାପଡ଼ା ଶକ୍ତିକେନ୍ଦ୍ରରେ ବିଜେପିର ସାଙ୍ଗଠନିକ ବୈଠକ   (20-Sep-2026)       ||      ଏଡ଼ଭୋକେଟ ଫ୍ରେଣ୍ଡସ୍ ଗ୍ରୁପ୍ ତରଫରୁ ନୂଆଁଖାଇ ଭେଟଘାଟ୍    (20-Sep-2026)       ||      ଦେଓଗାଁରେ ନୂଆ ସିଏଚସିର ନୂତନ ବିଲଡିଂପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଦାବି   (20-Sep-2026)       ||      ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଙ୍କ ତତ୍ୱାବଧାନ ଓ ଡିବିରି ଅନୁଷ୍ଠାନ ର ମିଳିତ ସହଯୋଗ ରେ ନୁଆଁଖାଇ ଭେଟଘାଟ 2026-27 କାର୍ଯ୍ୟକ୍ରମ ଅନୁଷ୍ଠିତ   (20-Sep-2026)       ||      ନାଚ ଗୀତ ସହ ଡିଜେ ବାଜାର ଢୁମ୍ ଢୁମରେ ବିଘ୍ନରାଜ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା   (20-Sep-2026)       ||      ବରୀ ବ୍ଳକ ରେ ବନ୍ୟା ସର୍ଭେ କାର୍ଯ୍ୟକ୍ରମ   (20-Sep-2026)       ||      ବାଗଡିଆରେ ବିଶ୍ୱକର୍ମା ପୂଜା ମହାସମାରୋହରେ ପାଳିତ(ନାଚ,ଗୀତ ଓ ସଂକୀର୍ତ୍ତନରେ ଭକ୍ତ ବିଭୋର)   (20-Sep-2026)       ||      ଡାବୁଗାଁ ବ୍ଲକରେ ୧୦୫ଟି ପରୀକ୍ଷା କେନ୍ଦ୍ରରେ ନବଭାରତ ସାକ୍ଷରତା ପ୍ରଥମ ଆକଳନ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ   (20-Sep-2026)       ||      ଗାଇ ସହ ବାଇକ୍ ଧକ୍କା ହୋଇ ବାଇକ୍ ଦୁର୍ଘଟଣା, ଜଣେ ମୃତ   (20-Sep-2026)       ||      ସୂଚନା ଓ ଲୋକସମ୍ପର୍କ ଉପନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ପରିଦର୍ଶନ    (20-Sep-2026)       ||      ଭିଜିଲାନ୍ସ ଜାଲରେ ଦୁଇ ସରକାରୀ କର୍ମଚାରୀ   (20-Sep-2026)       ||     

HOME   ଜିଲ୍ଲା

ସମ୍ବିଧାନ କେବଳ ଏକ ଆଇନଗତ ଦସ୍ତାବିଜ ନୁହେଁ, ବରଂ ଏହା ଭାରତୀୟ ଲୋକତନ୍ତ୍ରର ଆତ୍ମା: ଜିଲ୍ଲାପାଳ

26-Jan-2026



ବଲାଙ୍ଗିର(ପ୍ରେରଣା ଖବର) : ଜିଲ୍ଲାସ୍ତରୀୟ ୭୭ତମ ସାଧାରଣତନ୍ତ୍ର ଦିବସ ଜିଲ୍ଲା ମୁଖ୍ୟାଳୟରେ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରେ ସହରରେ ଥିବା ମହାପୁରୁଷମାନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା । ମାଲ୍ୟାର୍ପଣ କାର୍ଯ୍ୟକ୍ରମରେ ବଲାଙ୍ଗିର ବିଧାୟକ କଳିକେଶ ନାରାୟଣ ସିଂହଦେଓ, ଜିଲ୍ଲାପରିଷଦ ଅଧ୍ୟକ୍ଷା ଦେବକୀ ସାହୁ, ପୌରପରିଷଦ ଅଧ୍ୟକ୍ଷା ଲିକା ସାହୁ, ଅତିରିକ୍ତ ଜିଲ୍ଲାପାଳ ଡ଼ ବିଜୟାନନ୍ଦ ସେଠୀ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ତରଣୀ ସୁନା, ଡେପୁଟି କଲେକ୍ଟର ପ୍ରଶାନ୍ତ କୁମାର ମହାପାତ୍ର, ପୌରପରିଷଦର ନିର୍ବାହୀ ଅଧିକାରୀ ସନ୍ତୋଷ ବେହେରା, ସହକାରୀ ଜିଲ୍ଲାପାଳ ଦେବସ୍ମିତ ମଲ୍ଲିକ, ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରାଜେନ୍ଦ୍ର କୁମାର ମାଝୀ, ଲକ୍ଷ୍ମୀ ସାକିଆଙ୍କ ସମେତ ଜୟରାମ ମିଶ୍ର, ନୀଳମଣି ମିଶ୍ର , ବିଷ୍ଣୁ କେଡିଆ ପ୍ରମୁଖ ଉପସ୍ଥିତ ଥିଲେ । 

ଏହା ପରେ ଜିଲ୍ଲା ମୁଖ୍ୟାଳୟ ସ୍ଥିତ ମନୋହରପୁର ରିଜର୍ଭ 

ପୋଲିସ ପଡିଆରେ ଅନୁଷ୍ଠିତ ଜିଲ୍ଲାସ୍ତରୀୟ ୭୭ତମ ସାଧାରଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ଭାବେ ବଲାଙ୍ଗିର ଜିଲ୍ଲାପାଳ ଗୌରୱ ଶିୱାଜୀ ଇସଲୱାର ପତାକା ଉତ୍ତୋଳନ କରି ଜିଲ୍ଲାବାସୀଙ୍କୁ ଉଦବୋଧନ ଦେଇଥିଲେ । ସେ ଜିଲ୍ଲାର ସମସ୍ତ ସଂଗ୍ରାମୀ, ସହିଦ ଓ ବରପୁତ୍ରମାନଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହିତ ଜିଲ୍ଲାବାସୀଙ୍କୁ ୭୭ତମ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସର ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଥିଲେ । ଜାନୁଆରୀ ୨୬ ତାରିଖଟି ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଏକ ଐତିହାସିକ ଦିନ ବୋଲି କହିବା ସହ ସମସ୍ତ ସ୍ୱାଧୀନତା ସଂଗ୍ରାମୀ, ସାମ୍ବିଧାନ ନିର୍ମାତା ଏବଂ ଦେଶର ଏକତା ଓ ଅଖଣ୍ଡତା ରକ୍ଷା ପାଇଁ ନିଜ ଜୀବନ ଉତ୍ସର୍ଗ କରିଥିବା ବୀର ସହିଦମାନଙ୍କୁ ସ୍ମରଣ କରିଥିଲେ । ସେ ଆହୁରି ମଧ୍ୟ କହିଥିଲେ ଯେ, ୧୯୫୦ ମସିହା ଜାନୁଆରୀ ୨୬ ତାରିଖ ଭାରତ ଇତିହାସରେ ଏକ ସ୍ଵର୍ଣ୍ଣୀମ ଦିବସ । ଏହି ଦିନ ସମ୍ବିଧାନକୁ ଗ୍ରହଣ କରି ସାର୍ବଭୌମ, ଧର୍ମନିରପେକ୍ଷ ଓ ଲୋକତାନ୍ତ୍ରିକ ଭାବେ ଆମ ଦେଶକୁ ପ୍ରତିଷ୍ଠା କରିଥିଲୁ । ଏହା କେବଳ ଏକ ଆଇନଗତ ଦସ୍ତାବିଜ ନୁହେଁ, ବରଂ ଏହା ଭାରତୀୟ ଲୋକତନ୍ତ୍ରର ଆତ୍ମା, ଆମ ଅଧିକାର, ଆମ କର୍ତ୍ତବ୍ୟ ଓ ଆମ ସାମୂହିକ ଆଦର୍ଶର ପ୍ରତୀକ । ଏହାସହ ଆମ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା ସମ୍ପର୍କରେ ତଥା ଗୁଣାତ୍ମକ ଶିକ୍ଷା, ସାର୍ବଜନୀନ ସ୍ୱାସ୍ଥ୍ୟସେବା, କୃଷକ ସଶକ୍ତିକରଣ, ମହିଳା ସଶକ୍ତିକରଣ, ପ୍ରଯୁକ୍ତିବିଦ୍ୟାର ପ୍ରଗତି, ଉନ୍ନତ ଭିତ୍ତିଭୂମି ଏବଂ ସ୍ୱଚ୍ଛ ଶାସନ  ବିଷୟରେ ନିଜର ମତବ୍ୟକ୍ତ କରିଥିଲେ ।  ଶେଷରେ, ସମାନତା, ନ୍ୟାୟ ଓ ସ୍ୱାଧୀନତାର ଆଦର୍ଶକୁ ବଜାୟ ରଖି ଏକ ସୁସ୍ଥ ସମାଜ ଓ ଜାଗ୍ରତ ରାଷ୍ଟ୍ର ଗଢି ତୋଳିବା ପାଇଁ  ଆମେ ଏହି ପବିତ୍ର ଦିନକୁ ସାକ୍ଷୀ ରଖି ସଙ୍କଳ୍ପ ନେବା ବୋଲି ସେ କହିଥିଲେ  ।  ମୁଖ୍ୟ ଅତିଥିଙ୍କ ଅଭିଭାଷଣ ପରେ ସମ୍ମିଳିତ ପରେଡ ର ଅଭିବାଦନ ଗ୍ରହଣ କରି କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରିଥିଲେ । ପରେଡରେ ସମୁଦାୟ ୪୩ ଟି ଦଳ ଅଂଶ ଗ୍ରହଣ କରିଥିଲେ । ପରେଡ ବିଚାରକ ଭାବେ ଏକ୍ସ ସର୍ଭିସ ମ୍ୟାନ ଆଶୋସିଏସନର ସମ୍ପାଦକ ପ୍ରତାପ ଚନ୍ଦ୍ର ରଥ, ସିଆରପିଏଫ ଏସ.ଆଇ ଜିଡ଼ି କୈଳାଶ ମହାନ୍ତି ଏବଂ ଅବସରପ୍ରାପ୍ତ ପୋଲିସ ଡିଏସପି ଶଶୀ ଭୂଷଣ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ । ଏହାସହ ବିଭିନ୍ନ ବିଭାଗର ପ୍ରଜ୍ଞାପନ ମେଢ ପରେଡରେ ଅଂଶଗ୍ରହଣ କରିଥିଲେ । କିସ୍, ଆଇଡିଏମ୍, ପଥରଚେପା ଆଦର୍ଶ ବିଦ୍ୟାଳୟ, ସେମଫର୍ଡ ଫ୍ୟୁଚରେଷ୍ଟିକ ସ୍କୁଲ, ବ୍ଲୂସୋମ କନସେପ୍ଟ ସ୍କୁଲ, ଲିଟିଲ ଫ୍ଲାୱାର ସ୍କୁଲ ଏବଂ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ର ଛାତ୍ରଛାତ୍ରୀ ସାଂସ୍କୃତିକ ନୃତ୍ୟ ପ୍ରଦର୍ଶନ କରିଥିଲେ । ରାଜ୍ୟ ତଥା ଜାତୀୟସ୍ତରରେ ଖ୍ୟାତି ଅର୍ଜନ କରିଥିବା ଖେଳାଳିଙ୍କୁ ମଧ୍ୟ ମୁଖ୍ୟଅତିଥି ସମ୍ମାନିତ କରିଥିଲେ । ସେହି ଭଳି ଭାବେ ଜିଲ୍ଲା ସମାଜ କଲ୍ୟାଣ ବିଭାଗ ଦ୍ଵାରା ଆୟୋଜିତ 'ବେଟି ବଚାଓ, ବେଟି ପଢାଓ' ଶୀର୍ଷକ ବକୃତା ପ୍ରତିଯୋଗିତା  କୃତି ଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା । ଶିକ୍ଷା, କଳା ଓ ଖେଳରେ ଉତ୍ତମ

ପ୍ରଦର୍ଶନ କରିଥିବା ଛାତ୍ରୀଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା ।  ଚଳିତ ବର୍ଷ ବଡମାଲ ସ୍ଥିତ ଗୋଳାବାରୁଦ କାରଖାନା ଉଚ୍ଚ ବିଦ୍ୟାଳୟ କୁ ସନ୍ଧିପନୀ ଗୁରୁକୁଳ ସମ୍ମାନ ପ୍ରଦାନ କରାଯାଇଛି । ଏହା ପରେ ମେଡିକାଲ ଯାଇ ବିଭିନ୍ନ ୱାର୍ଡ ବୁଲି ରୋଗୀଙ୍କୁ  ଫଳ ଏବଂ ଜେଲରେ ଅନ୍ତେବାସୀଂକୁ ମିଷ୍ଠାନ ବଣ୍ଟନ କରିଥିଲେ  । ଏହି ଅବସରରେ ଆରକ୍ଷୀ ଅଧିକ୍ଷକ ଅଭିଳାଷ ଜି, ଅତିରିକ୍ତ ଜିଲ୍ଲାପାଳ ଡ଼.ବିଜୟାନନ୍ଦ ସେଠୀ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ତରୁଣୀ ସୁନା, ଉପଜିଲ୍ଲାପାଳ ଆଲୋକ କୁମାର ପଟେଲ, ପୌରପରିଷଦର ନିର୍ବାହୀ ଅଧିକାରୀ ସନ୍ତୋଷ ବେହେରା ମୁଖ୍ୟ ଅତିଥିଙ୍କ ସହ ଉପସ୍ଥିତ ଥିଲେ । ଅପରାହ୍ନରେ ଗାନ୍ଧୀ ଷ୍ଟାଡିୟମରେ ସାଧାରଣତନ୍ତ୍ର ଦିବସ ପାଳନ ଉପଲକ୍ଷେ ଏକ ବନ୍ଧୁତ୍ଵପୂର୍ଣ୍ଣ କ୍ରିକେଟ ମ୍ୟାଚ ଖେଳାଯାଇଥିଲା । ଏହି ମ୍ୟାଚରେ ସାମ୍ବାଦିକ ଏକାଦଶ ଦଳ ବିଜୟୀ ହୋଇଥିଲେ, ରନର୍ସରେ ପୋଲିସ ଏକାଦଶ ଦଳ ହୋଇଥିଲେ ।  ଜ୍ୟୋତିପ୍ରକାଶ ସାହୁ କାର୍ଯ୍ୟକ୍ରମର ଧାରା ବିବରଣୀ ପାଠ କରିଥିଲେ । ସୂଚନା ଓ ଲୋକ ସମ୍ପର୍କ ବିଭାଗର ପୁରୁଷୋତ୍ତମ ମୁନା, କେଶବ ବାଗ, ସମୀର ସାହୁ, ତପନ ପଟେଲ ଏବଂ ଛବିଲାଲ ମଲ୍ଲିକ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ଉତ୍ସବରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ, ଜିଲ୍ଲାସ୍ତରୀୟ ଅଧିକାରୀ, ଆରକ୍ଷୀ ଅଧିକାରୀ ଗଣ, ପୌରପରିଷଦ କର୍ମଚାରୀ, ଶିକ୍ଷକ ଶିକ୍ଷୟୀତ୍ରି ଓ ସାମ୍ବାଦିକ ପ୍ରମୁଖ ଯୋଗଦାନ କରିଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
*ସୁବର୍ଣ୍ଣପୁର ବରିଷ୍ଠ ନାଗରିକ ସଂଘ ର ବାର୍ଷିକ ଉତ୍ସବ ପାଳନ*-   21-Sep-2026
  ଜିଲ୍ଲା  
ସିଲାଟିରେ ବ୍ଲକ ସ୍ତରୀୟ ଦୌଡକୁଦ ପ୍ରତିଯୋଗିତା   21-Sep-2026
  ଜିଲ୍ଲା  
ବରପାଲି ବ୍ଲକ ସନାତନୀ ବ୍ରାହ୍ମଣ ସମାଜର ଇନ୍ଦ୍ର ପୂଜା   21-Sep-2026
  ଜିଲ୍ଲା  
ଗ୍ରିଣ୍ଡୋଲା ଗ୍ରାମରେ ମା ଖୁଦୁରୁକୁଣି ପୂଜା ସମ୍ପନ୍ନ   21-Sep-2026
  ଜିଲ୍ଲା  
ଟ୍ରେନ ଧକ୍କାରେ ଯୁବକର ହାତ ଅଲଗା ହେଲା   21-Sep-2026
  ଜିଲ୍ଲା  
୨୨୦୩ ବିଦ୍ୟାଳୟରେ ଉଲ୍ଲାସ ଏଫଏଲଏନ ଏଟି ପରୀକ୍ଷା "ପ୍ରାୟ ୪୫ ହଜାର ନବସାକ୍ଷର ପରୀକ୍ଷାର୍ଥୀଙ୍କ ଉତ୍ସାହଜନକ ଅଂଶଗ୍ରହଣ"   20-Sep-2026
  ଜିଲ୍ଲା  
ସ୍ୱଛତା ଦିବସରେ ହରିଶଙ୍କର ପୀଠରେ ଡଷ୍ଟଵିନ ସଚେତନତା   20-Sep-2026
  ଜିଲ୍ଲା  
୯୦ ତମ ଦୁର୍ଗାପୂଜା ପାଇଁ ଟିଟିଲାଗଡ ମାଉସୀମା ମନ୍ଦିର ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ   20-Sep-2026
  ଜିଲ୍ଲା  
ସିଲେଟପଡ଼ାରେ ଶ୍ରୀ ସତ୍ୟସାଇ ସେବା ସଂଗଠନ ପକ୍ଷରୁ ସାମୂହିକ ବୃକ୍ଷରୋପଣ   20-Sep-2026
  ଜିଲ୍ଲା  
ଘଣ୍ଟାପଡ଼ା ଶକ୍ତିକେନ୍ଦ୍ରରେ ବିଜେପିର ସାଙ୍ଗଠନିକ ବୈଠକ   20-Sep-2026
  ଜିଲ୍ଲା  
ଏଡ଼ଭୋକେଟ ଫ୍ରେଣ୍ଡସ୍ ଗ୍ରୁପ୍ ତରଫରୁ ନୂଆଁଖାଇ ଭେଟଘାଟ୍   20-Sep-2026
  ଜିଲ୍ଲା  
ଦେଓଗାଁରେ ନୂଆ ସିଏଚସିର ନୂତନ ବିଲଡିଂପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଦାବି   20-Sep-2026

You Might Also Like