-+91-9937148622 |
prerana_bgr@rediffmail.com |
Monday 27th April 2026 |
R.N.I. Regd No. ODIODI/2010/46693
Breaking News
26-Jan-2026
ଡୁଙ୍ଗୁରିପାଲି, ୨୬/୦୧ (ପ୍ରେରଣା ଖବର) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ୍ ଅନ୍ତର୍ଗତ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ମାୟାବର୍ହା, ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ମାୟାବର୍ହା ଓ ଅଙ୍ଗନବାଡି କେନ୍ଦ୍ର ମାୟାବର୍ହା ର ମିଳିତ ପ୍ୟାରେଡରେ ହାଇସ୍କୁଲର ପ୍ରଧାନ ଶିକ୍ଷକ ଡ, ରବିଚନ୍ଦ୍ର ପଶାୟତ ଅଭିବାଦନ ଗ୍ରହଣ କରି ୭୭ ତମ ସାଧାରଣ ତନ୍ତ୍ର ଦିବସରେ ଜାତୀୟ ତ୍ରିରଙ୍ଗା ପତାକା ଉତ୍ତୋଳନ ପୂର୍ବକ ସମବେତ ଶିକ୍ଷକ ଶିକ୍ଷୟିତ୍ରୀ ତଥା ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ଉଦବୋଧନ ପ୍ରଦାନ କରିଥିଲେ ।ଏହି ଅବସରରେ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମୌନ।ବତି ଜାଲ ମଧ୍ୟ ଉପସ୍ଥିତ ରହି ସମବେତ ଛାତ୍ର ଛାତ୍ରୀଙ୍କୁ ଉଦବୋଧନ ଦେଇଥିଲେ। ପରେ ପରେ ସମସ୍ତ ଛାତ୍ରଛାତ୍ରୀ ଖେଳ ଶିକ୍ଷକ ଚିନ୍ମୟ କୁମାର ଦାସ ଓ ଚୈତନ୍ୟ ବାରିକଙ୍କ
ତତ୍ତ୍ୱ।ବଧାନରେ ମାୟାବର୍ହା ଗ୍ରାମ ପରିକ୍ରମା କରିଥିଲେ। ଜନରାଜ୍ୟ ଦିବସରେ ପ୍ରାକ୍ ପ୍ରତିଯୋଗିତାର କୃତି ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା। ପୁରସ୍କାର ବିତରଣ ଉତ୍ସବରେ ବିଜ୍ଞାନ ଶିକ୍ଷକ ଦୀନବନ୍ଧୁ ପ୍ରଧାନ ମଞ୍ଚ ପରିଚାଳନା କରିବା ସହ ଅତିଥି ପରିଚୟ ପ୍ରଦାନ କରିଥିଲେ । ସମ୍ମାନିତ ଅତିଥି ଭାବରେ ବିଦ୍ୟାଳୟର ପୂର୍ବତନ ଖେଳ ଶିକ୍ଷକ ପ୍ରହଲ୍ଲାଦ ଦାଶ ଓ ଅତିଥି ଶିକ୍ଷକ ସମ୍ପଦ ଖମାରୀ ମଞ୍ଚାସୀନ ରହି ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ। ଶିକ୍ଷକ ରାଜୁ ମେହେର ଓ ଛାତ୍ରୀ ଝରଣା ସାହୁ ପୁରସ୍କାର ବିତରଣ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ। ଛାତ୍ରୀ ପୂଜାରାଣୀ ଦୀପକୁ ଷ୍ଟୁଡେଣ୍ଟ୍ ଅଫ ଦି ଇୟର ,ଝରଣା ସାହୁକୁ ବେଷ୍ଟ ଡିସିପ୍ଲିନ ,କ୍ରୀଡ଼ା କ୍ଷେତ୍ରରେ ବିକାଶ ସାହୁଙ୍କୁ ବାଳକ ଚାମ୍ପିଅନ ଓ ଶ୍ୱେତ। ମଲ୍ଲିକଙ୍କୁ ବାଳିକା ବିଭାଗର ଚାମ୍ପିଅନ , ଅମିତ୍ ପଟେଲକୁ ବେଷ୍ଟ ସ୍କାଉଟ୍, ଅନୁପମା କାଣ୍ଡ ଙ୍କୁ ବେଷ୍ଟ ଜୁନିଅର ଓ ଗଙ୍ଗା ହାଉସକୁ ବେଷ୍ଟ ହାଉସ ଅଫ ଦି ଇୟାର ଭାବରେ ଅତିଥି ମାନେ ପୁରସ୍କୃତ କରିଥିଲେ।
ଶେଷରେ ହିନ୍ଦୀ ଶିକ୍ଷକ ନନ୍ଦିଘୋଷ ବାରିକ ଧନ୍ୟବାଦ୍ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମରେ ସୁଶିଲ ସାହୁ,ଲକି ସାହୁ, ଅବିନାଶ ମହାପାତ୍ର,ସୁରଭି ଭୋଇ,ବଲ୍ଲଭି ବଞ୍ଛୋର୍, ସୁଷମା ସାହୁ, ମୀନକେତନ ଦାସ, ସଞ୍ଜୀବ ପୂଜାରୀ, ବିଭୀଷଣ ଖମାରୀ, ଲିପି ପ୍ରଧାନ , କିରଣ କୁମାର ପୁଟେଲ ,ସମୀର କଠାର , ସୁରଜ୍ ଖମାରୀ,ସୂର୍ଯ୍ୟକନ୍ତୀ କାଣ୍ଡ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।