-+91-9937148622 |

prerana_bgr@rediffmail.com |

  Monday 21st September 2026 |

| | | |

R.N.I. Regd No. ODIODI/2010/46693

Breaking News

୨୨୦୩ ବିଦ୍ୟାଳୟରେ ଉଲ୍ଲାସ ଏଫଏଲଏନ ଏଟି ପରୀକ୍ଷା "ପ୍ରାୟ ୪୫ ହଜାର ନବସାକ୍ଷର ପରୀକ୍ଷାର୍ଥୀଙ୍କ ଉତ୍ସାହଜନକ ଅଂଶଗ୍ରହଣ"   (20-Sep-2026)       ||      ସ୍ୱଛତା ଦିବସରେ ହରିଶଙ୍କର ପୀଠରେ ଡଷ୍ଟଵିନ ସଚେତନତା   (20-Sep-2026)       ||      ୯୦ ତମ ଦୁର୍ଗାପୂଜା ପାଇଁ ଟିଟିଲାଗଡ ମାଉସୀମା ମନ୍ଦିର ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ    (20-Sep-2026)       ||      ସିଲେଟପଡ଼ାରେ ଶ୍ରୀ ସତ୍ୟସାଇ ସେବା ସଂଗଠନ ପକ୍ଷରୁ ସାମୂହିକ ବୃକ୍ଷରୋପଣ   (20-Sep-2026)       ||      ଘଣ୍ଟାପଡ଼ା ଶକ୍ତିକେନ୍ଦ୍ରରେ ବିଜେପିର ସାଙ୍ଗଠନିକ ବୈଠକ   (20-Sep-2026)       ||      ଏଡ଼ଭୋକେଟ ଫ୍ରେଣ୍ଡସ୍ ଗ୍ରୁପ୍ ତରଫରୁ ନୂଆଁଖାଇ ଭେଟଘାଟ୍    (20-Sep-2026)       ||      ଦେଓଗାଁରେ ନୂଆ ସିଏଚସିର ନୂତନ ବିଲଡିଂପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଦାବି   (20-Sep-2026)       ||      ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଙ୍କ ତତ୍ୱାବଧାନ ଓ ଡିବିରି ଅନୁଷ୍ଠାନ ର ମିଳିତ ସହଯୋଗ ରେ ନୁଆଁଖାଇ ଭେଟଘାଟ 2026-27 କାର୍ଯ୍ୟକ୍ରମ ଅନୁଷ୍ଠିତ   (20-Sep-2026)       ||      ନାଚ ଗୀତ ସହ ଡିଜେ ବାଜାର ଢୁମ୍ ଢୁମରେ ବିଘ୍ନରାଜ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା   (20-Sep-2026)       ||      ବରୀ ବ୍ଳକ ରେ ବନ୍ୟା ସର୍ଭେ କାର୍ଯ୍ୟକ୍ରମ   (20-Sep-2026)       ||      ବାଗଡିଆରେ ବିଶ୍ୱକର୍ମା ପୂଜା ମହାସମାରୋହରେ ପାଳିତ(ନାଚ,ଗୀତ ଓ ସଂକୀର୍ତ୍ତନରେ ଭକ୍ତ ବିଭୋର)   (20-Sep-2026)       ||      ଡାବୁଗାଁ ବ୍ଲକରେ ୧୦୫ଟି ପରୀକ୍ଷା କେନ୍ଦ୍ରରେ ନବଭାରତ ସାକ୍ଷରତା ପ୍ରଥମ ଆକଳନ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ   (20-Sep-2026)       ||      ଗାଇ ସହ ବାଇକ୍ ଧକ୍କା ହୋଇ ବାଇକ୍ ଦୁର୍ଘଟଣା, ଜଣେ ମୃତ   (20-Sep-2026)       ||      ସୂଚନା ଓ ଲୋକସମ୍ପର୍କ ଉପନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ପରିଦର୍ଶନ    (20-Sep-2026)       ||      ଭିଜିଲାନ୍ସ ଜାଲରେ ଦୁଇ ସରକାରୀ କର୍ମଚାରୀ   (20-Sep-2026)       ||      ତଳମୁଣ୍ଡଚାଷୀ ପ୍ରତାରିତ   (20-Sep-2026)       ||      *ଆସନ୍ତା ୨୩ ତାରିଖ ରୁ ସୁବର୍ଣ୍ଣପୁର ରେ ଆରମ୍ଭ ହେବ ରାଜ୍ୟ ସ୍ତରୀୟ ମର୍ଯ୍ୟାଦାପୂର୍ଣ୍ଣ ସାହାଣୀ କପ୍ ଫୁଟବଲ୍*- *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   (20-Sep-2026)       ||      ଆଗଲପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇ ଆମ୍ ଆଦମୀ ପାର୍ଟିର ଅଭିଯୋଗ   (20-Sep-2026)       ||      ଶିକ୍ଷାଠୁ ସମାଜସେବା ଯାଏଁ - ସବୁ କ୍ଷେତ୍ରରେ ଚମକିଲେ ଡକ୍ଟର ରମେଶଚନ୍ଦ୍ର ମାହାନନ୍ଦ   (20-Sep-2026)       ||      ସଇଁତଲାରେ ଜିଲ୍ଲାସ୍ତରୀୟ ଥାଙ୍ଗ ଟା ପ୍ରତିଯୋଗିତା   (20-Sep-2026)       ||     

HOME   ଜିଲ୍ଲା

ନୁଆଦିଲ୍ଲୀ ଲର୍ଡ଼ ଜଗନ୍ନାଥ ସୋସାଇଟି ପକ୍ଷରୁ ସରସ୍ବତୀ ପୂଜା ଆୟୋଜନ

26-Jan-2026



ନୂଆଦିଲ୍ଲୀ (ପ୍ରେରଣା ଖବର)  ଏଠାକାର  ପୁଷ୍ପଵିହାର ଠାରେ ଦିଲ୍ଲୀର ଲର୍ଡ଼ ଜଗନ୍ନାଥ ସୋସାଇଟି ପକ୍ଷରୁ ୨୦ତମ ବାର୍ଷିକ  ସରସ୍ବତୀ ପୂଜା ମହା ସମାରୋହରେ ଅନୁଷ୍ଠିତ  ହୋଇଯାଇଛି।ଏହି ଉପଲକ୍ଷେ ପୂଜାମଣ୍ଡପକୁ ବହୁତ  ରଙ୍ଗ ବେରଙ୍ଗର କପଡା,ଫୁଲ ଏବଂ ଆକର୍ଷଣୀୟ ଆଲୋକ ମାଳା ସହିତ ଭବ୍ଯ ଢଙ୍ଗରେ ସଜା ଯାଇଥିବାର ଦେଖାଯାଇଥିଲା। ଭକ୍ତିପୂତ ଓ ଆଧ୍ୟାତ୍ମିକ  ପରିବେଶ ମଧ୍ଯରେ ଅପରାହ୍ନରେ  ମା’ ଙ୍କର ପ୍ରତିମା ପ୍ରତିଷ୍ଠା ଓ ପୂଜାର୍ଚ୍ଚନା ବିଧି ମୁତାବକ ସମ୍ପନ୍ନ କରାଯାଇଥିଲା। ଦିନ ତିନିଟା ବେଳେ ରାଜଧାନୀ କ୍ଷେତ୍ରର ଶତାଧିକ  ଓଡିଆ ଓ ଅଣଓଡ଼ିଆ ଭକ୍ତ  ସେମାନଙ୍କର ପରିବାରବର୍ଗଙ୍କ ସହିତ ବିଦ୍ୟାଦାତ୍ରୀ ଙ୍କର କରକମଳରେ ପୁଷ୍ପାଞ୍ଜଳି  ଅର୍ପଣ  କରିଥିଲେ। ଚଳିତ ବର୍ଷର ବସନ୍ତ ପଞ୍ଚମୀ ପର୍ବକୁ କେନ୍ଦ୍ରକରି ଆୟୋଜନ କମିଟିର ସଦସ୍ଯ, ସ୍ବେଚ୍ଛାସେବୀ ଏବଂ ସହସ୍ରାଧିକ ସାଧାରଣ  ଦର୍ଶକ ମାନଙ୍କ ମଧ୍ଯରେ ପ୍ରବଳ ଆନନ୍ଦ, ଅପୂର୍ବ ଉଲ୍ଲାସ, ଅଦମ୍ଯ ଉତ୍ସାହ, ଅଫୁରନ୍ତ ଉଦ୍ଦୀପନା ପରିଲକ୍ଷିତ କରାଯାଇଥିଲା।

ମହୋତ୍ସବରେ ଯୋଗଦେଇ ୱାର୍ଲଡ଼ ଓଡ଼ିଶା ସୋସାଇଟିର ଅଧ୍ୟକ୍ଷ  କିଶୋର ଦ୍ବିବେଦୀ , ପୁଷ୍ପଵିହାର ଠାରେ ଓଡିଆ ସମ୍ପ୍ରଦାୟ ଦ୍ବାରା ନିୟମିତ ଭାବରେ ଆୟୋଜିତ ବାର୍ଷିକ ସରସ୍ବତୀ ପୂଜା ବର୍ତ୍ତମାନ୍ ଏକ ଗଣପର୍ବର ରୁପ ନେଇଥିବାରୁ ଆୟୋଜକ କମିଟିକୁ ସାଧୁବାଦ ଜଣାଇ ଏହି ମହାନ  ପରମ୍ପରାର ଉତ୍ତରୋତ୍ତର ଉନ୍ନତି କାମନା କରିଥିଲେ।ଏହି ଅବସରରେ ଆୟୋଜିତ  ରଙ୍ଗାରଙ୍ଗ  ସାଂସ୍କୃତିକ କାର୍ଯ୍ୟକ୍ରମ  ସରସ୍ବତୀ ପୂଜାର ମୁଖ୍ଯ ଆକର୍ଷଣ ଥିଲା। କଳାକାର ମାନେ ମନଲୋଭା ନୃତ୍ୟ,ତବଲା ଓ ଗିଟାର ଆଦି ଯନ୍ତ୍ର ସଂଗୀତ ପରିବେଷଣ କରି  ଦର୍ଶକ ମାନଙ୍କୁ ମନ୍ତ୍ରମୁଗ୍ଧ କରିଦେଇଥିଲେ। ଚିତ୍ରାଙ୍କନ ପ୍ରତିଯୋଗିତାରେ ବିଜୟୀ ବିଦ୍ୟାର୍ଥୀ ମାନଙ୍କୁ ପୁରସ୍କାର 

ବିତରଣ କରାଯାଇଥିଲା । ସୋସାଇଟି ତରଫରୁ  ୩୦ ଜଣ ଗରିବ ମେଧାବୀ ଛାତ୍ର ଛାତ୍ରୀଙ୍କୁ ପଚାଶ ହଜାର କରି ଟଙ୍କାର ଶିକ୍ଷା ସହାୟତା ଯୋଗାଇ ଦିଆଯାଇଥିଲା ।

ପ୍ରଦୀପ୍ତ ପାତ୍ର ସମଗ୍ର କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ସଂଚାଳନା କରିଥିଲେ ।ପର୍ବକୁ ସଫଳତାର ଆୟୋଜନ କରିବାରେ ସୋସାଇଟିର ସଭାପତି ରବୀନ୍ଦ୍ର ସାମଲ, ଉପ-ସଭାପତି ଅନୁପ ନାୟକ, ସମ୍ପାଦକ ରାଧାଶ୍ୟାମ ସାହୁ,ଯୁଗ୍ମ ସମ୍ପାଦକ ନଳିନୀ କାନ୍ତ ରାଉତ ଏବଂ କୋଷାଧ୍ୟକ୍ଷ ପ୍ରେମାନନ୍ଦ ଲେଙ୍କା ପ୍ରମୁଖ ମୁଖ୍ୟ ଭୂମିକା ନିର୍ବାହ କରିଥିଲେ । ସୋସାଇଟିର ବରିଷ୍ଠ ସଦସ୍ୟ ବୃନ୍ଦ ଯଥା ଅମୁଲ୍ୟ ଓଝା, ପ୍ରକାଶ ବିଶ୍ୱାଳ, ମନୋଜ ସାହୁ, ଭେନୁ ଗୋପାଳ, ପ୍ରଦୀପ୍ତ ବେହେରା, ସରୋଜ ବିନ୍ଧାଣି, ଅଜୟ ଜେନା, ସଞ୍ଜୟ ଦଳେଇ, ରାଜ କିଶୋର ଏବଂ ବାସୁଦେବ ବେହେରା ପ୍ରମୁଖ ଆୟୋଜନରେ ସକ୍ରୀୟ ସହଯୋଗ ପ୍ରଦାନ କରିଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
୨୨୦୩ ବିଦ୍ୟାଳୟରେ ଉଲ୍ଲାସ ଏଫଏଲଏନ ଏଟି ପରୀକ୍ଷା "ପ୍ରାୟ ୪୫ ହଜାର ନବସାକ୍ଷର ପରୀକ୍ଷାର୍ଥୀଙ୍କ ଉତ୍ସାହଜନକ ଅଂଶଗ୍ରହଣ"   20-Sep-2026
  ଜିଲ୍ଲା  
ସ୍ୱଛତା ଦିବସରେ ହରିଶଙ୍କର ପୀଠରେ ଡଷ୍ଟଵିନ ସଚେତନତା   20-Sep-2026
  ଜିଲ୍ଲା  
୯୦ ତମ ଦୁର୍ଗାପୂଜା ପାଇଁ ଟିଟିଲାଗଡ ମାଉସୀମା ମନ୍ଦିର ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ   20-Sep-2026
  ଜିଲ୍ଲା  
ସିଲେଟପଡ଼ାରେ ଶ୍ରୀ ସତ୍ୟସାଇ ସେବା ସଂଗଠନ ପକ୍ଷରୁ ସାମୂହିକ ବୃକ୍ଷରୋପଣ   20-Sep-2026
  ଜିଲ୍ଲା  
ଘଣ୍ଟାପଡ଼ା ଶକ୍ତିକେନ୍ଦ୍ରରେ ବିଜେପିର ସାଙ୍ଗଠନିକ ବୈଠକ   20-Sep-2026
  ଜିଲ୍ଲା  
ଏଡ଼ଭୋକେଟ ଫ୍ରେଣ୍ଡସ୍ ଗ୍ରୁପ୍ ତରଫରୁ ନୂଆଁଖାଇ ଭେଟଘାଟ୍   20-Sep-2026
  ଜିଲ୍ଲା  
ଦେଓଗାଁରେ ନୂଆ ସିଏଚସିର ନୂତନ ବିଲଡିଂପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଦାବି   20-Sep-2026
  ଜିଲ୍ଲା  
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଙ୍କ ତତ୍ୱାବଧାନ ଓ ଡିବିରି ଅନୁଷ୍ଠାନ ର ମିଳିତ ସହଯୋଗ ରେ ନୁଆଁଖାଇ ଭେଟଘାଟ 2026-27 କାର୍ଯ୍ୟକ୍ରମ ଅନୁଷ୍ଠିତ   20-Sep-2026
  ଜିଲ୍ଲା  
ନାଚ ଗୀତ ସହ ଡିଜେ ବାଜାର ଢୁମ୍ ଢୁମରେ ବିଘ୍ନରାଜ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା   20-Sep-2026
  ଜିଲ୍ଲା  
ବରୀ ବ୍ଳକ ରେ ବନ୍ୟା ସର୍ଭେ କାର୍ଯ୍ୟକ୍ରମ   20-Sep-2026
  ଜିଲ୍ଲା  
ବାଗଡିଆରେ ବିଶ୍ୱକର୍ମା ପୂଜା ମହାସମାରୋହରେ ପାଳିତ(ନାଚ,ଗୀତ ଓ ସଂକୀର୍ତ୍ତନରେ ଭକ୍ତ ବିଭୋର)   20-Sep-2026
  ଜିଲ୍ଲା  
ଡାବୁଗାଁ ବ୍ଲକରେ ୧୦୫ଟି ପରୀକ୍ଷା କେନ୍ଦ୍ରରେ ନବଭାରତ ସାକ୍ଷରତା ପ୍ରଥମ ଆକଳନ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ   20-Sep-2026

You Might Also Like