-+91-9937148622 |
prerana_bgr@rediffmail.com |
Monday 21st September 2026 |
R.N.I. Regd No. ODIODI/2010/46693
Breaking News
26-Jan-2026
ନର୍ଲା (ଚିନ୍ତାମଣି ନାଏକ)
ଜୟଦୁର୍ଗା ହାଇସ୍କୁଲ, ନର୍ଲାରୋଡରେ ୭୭ ତମ ସାଧାରଣ ତନ୍ତ୍ର ଦିବସ ଉତ୍ସାହର ସହିତ ପାଳିତ ହୋଇଛି। ବିଦ୍ୟାଳୟର ଜାତୀୟ ସ୍ତରର ବିଜ୍ଞ୍ୟାନ ସାଧନା ପୁରସ୍କାର ପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀ ସନ୍ତୋଷ କୁମାର କର ଜାତୀୟ ପତାକା ଉତ୍ତୋଳନ କରିଥିଲେ। ସେ ତାଙ୍କ ଭାଷଣରେ ଛାତ୍ରଛାତ୍ରୀମାନଙ୍କୁ ବିଦ୍ୟାଳୟର ନିୟମାବଳୀ ମାନି ଶୃଙ୍ଖଳିତ ହେବା ସହ ଭଲ ମଣିଷ ଏବଂ ଦାୟିତ୍ୱଶୀଳ ନାଗରିକ ହେବା ପାଇଁ ପରାମର୍ଶ ଦେଇ ଥିଲେ । ଏହା ପରେ ଛାତ୍ରୀମାନେ ଦେଶଭକ୍ତି ଶହ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶନ କରିଥିଲେ। କୃତି ଛାତ୍ରଛାତ୍ରୀମାନଙ୍କୁ ଭୂମିଦାତା ତଥା ସମାଜସେବୀ ଶ୍ରୀଯୁକ୍ତ ଦିନଦୟାଲ କେଡ଼ିଆଙ୍କ ଦ୍ୱାରା ପ୍ରଦତ୍ତ ଟ୍ରଫି ପ୍ରଦାନ କରାଯାଇଥିଲା। ସାଂସ୍କୃତିକ କାର୍ଯ୍ୟକ୍ରମର ସମନ୍ୱୟ ପାଇଁ ଶ୍ରୀଯୁକ୍ତ ସୁବାସ ଚନ୍ଦ୍ର ବରାଡ଼ଙ୍କୁ ଓ ବିଦ୍ୟାଳୟ ର ସର୍ବାଙ୍ଗୀନ ବିକାଶ ରେ ଅବଦାନ ଯୋଗୁଁ ଶ୍ରୀଯୁକ୍ତ ଚକ୍ରଧର ସା ଙ୍କୁ ସମ୍ମାନିତ କରାଯାଇଛି। କାର୍ଯ୍ୟକ୍ରମଟି ସଫଳ କରିବାରେ ନାରାୟଣ ପଧାନ, କଂହେଇ ଚରଣ ଗଉଡ଼, ଠାକୁର ବିବେକାନନ୍ଦ ପାଧାନ, ପରମାନନ୍ଦ ନାଏକ ଓ ଟୁକୁଲାଲ ନାଏକ ପ୍ରମୁଖ ପୂର୍ଣ୍ଣ ସହଯୋଗ କରିଥିଲେ।