-+91-9937148622 |

prerana_bgr@rediffmail.com |

  Sunday 20th September 2026 |

| | | |

R.N.I. Regd No. ODIODI/2010/46693

Breaking News

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଙ୍କ ତତ୍ୱାବଧାନ ଓ ଡିବିରି ଅନୁଷ୍ଠାନ ର ମିଳିତ ସହଯୋଗ ରେ ନୁଆଁଖାଇ ଭେଟଘାଟ 2026-27 କାର୍ଯ୍ୟକ୍ରମ ଅନୁଷ୍ଠିତ   (20-Sep-2026)       ||      ନାଚ ଗୀତ ସହ ଡିଜେ ବାଜାର ଢୁମ୍ ଢୁମରେ ବିଘ୍ନରାଜ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା   (20-Sep-2026)       ||      ବରୀ ବ୍ଳକ ରେ ବନ୍ୟା ସର୍ଭେ କାର୍ଯ୍ୟକ୍ରମ   (20-Sep-2026)       ||      ବାଗଡିଆରେ ବିଶ୍ୱକର୍ମା ପୂଜା ମହାସମାରୋହରେ ପାଳିତ(ନାଚ,ଗୀତ ଓ ସଂକୀର୍ତ୍ତନରେ ଭକ୍ତ ବିଭୋର)   (20-Sep-2026)       ||      ଡାବୁଗାଁ ବ୍ଲକରେ ୧୦୫ଟି ପରୀକ୍ଷା କେନ୍ଦ୍ରରେ ନବଭାରତ ସାକ୍ଷରତା ପ୍ରଥମ ଆକଳନ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ   (20-Sep-2026)       ||      ଗାଇ ସହ ବାଇକ୍ ଧକ୍କା ହୋଇ ବାଇକ୍ ଦୁର୍ଘଟଣା, ଜଣେ ମୃତ   (20-Sep-2026)       ||      ସୂଚନା ଓ ଲୋକସମ୍ପର୍କ ଉପନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ପରିଦର୍ଶନ    (20-Sep-2026)       ||      ଭିଜିଲାନ୍ସ ଜାଲରେ ଦୁଇ ସରକାରୀ କର୍ମଚାରୀ   (20-Sep-2026)       ||      ତଳମୁଣ୍ଡଚାଷୀ ପ୍ରତାରିତ   (20-Sep-2026)       ||      *ଆସନ୍ତା ୨୩ ତାରିଖ ରୁ ସୁବର୍ଣ୍ଣପୁର ରେ ଆରମ୍ଭ ହେବ ରାଜ୍ୟ ସ୍ତରୀୟ ମର୍ଯ୍ୟାଦାପୂର୍ଣ୍ଣ ସାହାଣୀ କପ୍ ଫୁଟବଲ୍*- *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   (20-Sep-2026)       ||      ଆଗଲପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇ ଆମ୍ ଆଦମୀ ପାର୍ଟିର ଅଭିଯୋଗ   (20-Sep-2026)       ||      ଶିକ୍ଷାଠୁ ସମାଜସେବା ଯାଏଁ - ସବୁ କ୍ଷେତ୍ରରେ ଚମକିଲେ ଡକ୍ଟର ରମେଶଚନ୍ଦ୍ର ମାହାନନ୍ଦ   (20-Sep-2026)       ||      ସଇଁତଲାରେ ଜିଲ୍ଲାସ୍ତରୀୟ ଥାଙ୍ଗ ଟା ପ୍ରତିଯୋଗିତା   (20-Sep-2026)       ||      ଭାରତୀୟ ଗଣତନ୍ତ୍ରରେ ଅନେକ ଦିବ୍ୟାଙ୍ଗ ବ୍ୟକ୍ତି ପ୍ରତିନିଧିତ୍ୱ କରି ରାଷ୍ଟ୍ରର ପ୍ରଗତିରେ ନିଜର ଯୋଗଦାନ ଦେଇଛନ୍ତି: ବାଚସ୍ପତି   (19-Sep-2026)       ||      ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀଙ୍କ ଦିନିକିଆ ସୁନ୍ଦରଗଡ଼ ଗସ୍ତ    (19-Sep-2026)       ||      ଜିଭରେ A ରୁ Z ଟାଇପ୍ କରି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ ରେ ଦିନେଶ   (19-Sep-2026)       ||      ହିଂସା କୁ ପ୍ରଶ୍ରୟ ଦେଉଥିବା ନେତା ଲୋକ ଙ୍କ ସେବା କରି ପାରିବେନି*- *ସରୋଜ କମ୍ପ*- *ଦୀପ ଲିଭି ଲିଭି ଗଲା ବେଳେ ହୁତୁ ହୁତୁ ହୋଇ ଜଳେ* - *ନାରାୟଣ ଲୁହା*-   (19-Sep-2026)       ||      ବରପାଲିର ବିଭିନ୍ନ ପୂଜା ମଣ୍ଡପ ପରିଦର୍ଶନ କଲେ ବିଜେପୁର ବିଧାୟକ ସନତ କୁମାର ଗଡତିଆ   (19-Sep-2026)       ||      ମାଇକ୍ରୋ ସ୍କିଲ୍ ଉଦ୍ୟୋଗୀ ବିକାଶ କାର୍ଯ୍ୟକ୍ରମ (ଏମଏସଡିପି୦୮୧) ର ପ୍ରମାଣପତ୍ର ବଣ୍ଟନ ତଥା ଉଦଯାପନୀ ଉତ୍ସବକୁ ନିମନ୍ତ୍ରଣ ।   (19-Sep-2026)       ||      କଳା ସଂସ୍କୃତି ଓ ପରମ୍ପରାର ମହାମିଳନ ନୂଆଁଖାଇ ଭେଟଘାଟ୍   (19-Sep-2026)       ||     

HOME   ଜିଲ୍ଲା

ଶିକେରପାଟ୍ ଚାମ୍ପିଅନ ଟ୍ରଫି ୨୦୨୬ ବନ୍ଧଗୋରାକୁ ୬ ଓ୍ବିକେଟ୍‌ରେ ପରାସ୍ତ କରି ସେମି ଫାଇନାଲ୍ ରେ ବିରାମୁଣ୍ଡା

25-Jan-2026



ତୁଷୁରା( ପଞ୍ଚାନନ ନାଏକ) ବଲାଙ୍ଗୀର ଜିଲ୍ଲା ଗୁଡଭେଳା ବ୍ଳକ ଅନ୍ତର୍ଗତ ଜାମୁଟ ହାଇସ୍କୁଲ ଖେଳପଡିଆଠାରେ ଶିକେରପାଟ୍ ୟୁଥ୍ କ୍ଳବ ଆନୁକୂଲ୍ୟରେ ଆୟୋଜିତ ଶିକେରପାଟ୍ ଚାମ୍ପିଅନ ଟ୍ରଫି ୨୦୨୬ ବଡ ଉତ୍ସାହ ଓ କ୍ରିକେଟ୍ ପ୍ରେମୀଙ୍କ ଭିଡ଼ ମଧ୍ୟରେ ସଫଳତାର ସହିତ ଅନୁଷ୍ଠିତ ହୋଇଛି ।
ଏହି ପ୍ରତିଯୋଗିତାରେ ମୁଖ୍ୟ ଅତିଥି ଭାବରେ ଜାମୁଟ କୃଷି ସମବାୟ ସମିତିର ସଭାପତି ଶ୍ରୀ ଶଙ୍କରଷଣ କର୍ମୀ,ସମ୍ମାନିତ ଅତିଥି ଭାବରେ ବୈମନ ରଣା, ସୁଶାନ୍ତ ପଧାନ, ନିଳକଣ୍ଠ ସେଠ୍, ହିତେଶ ମଲ୍ଲିକ, ସିଦ୍ଧେଶ୍ବର ସାହୁ, ସରୋଜ ସେଠ୍, ସରୋଜ ମହାକୁର, ସଞ୍ଜିବ କୁମ୍ଭାର, ଦେବାଶିଷ ସାହୁ ଓ ଆଦର୍ଶ ରଞ୍ଜନ ମହାଲିଙ୍ଗ ଉପସ୍ଥିତ ରହି ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ ।
ଦ୍ବିତୀୟ ଦିନର ପ୍ରଥମ ଲିଗ୍ ମ୍ୟାଚ୍ ବିରାମୁଣ୍ଡା ଓ ବାଲେଙ୍ଗିଜୋର ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ବିରାମୁଣ୍ଡା ଦଳ ଟସ୍ ଜିଣି ପ୍ରଥମେ ଫିଲ୍ଡିଂ କରିବାର ନିଷ୍ପତ୍ତି ନେଇଥିଲା । ବାଲେଙ୍ଗିଜୋର ଦଳ ନିର୍ଧାରିତ ୮ ଓଭରରେ ୬୮ ରନ୍ ସଂଗ୍ରହ କରିଥିଲା । ଉତ୍ତରରେ ବିରାମୁଣ୍ଡା ଦଳ କେବଳ ୪ ଓଭରରେ ୬ ଓ୍ବିକେଟ୍‌ରେ ଲକ୍ଷ୍ୟ ପୂରଣ କରି ଦମଦାର ବିଜୟ ହାସଲ କରିଥିଲେ ।
ଦ୍ବିତୀୟ ମ୍ୟାଚ୍‌ଟି ଗୁଛାଡେଙ୍ଗେନ ଓ ବନ୍ଧଗୋରା ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଟସ୍ ଜିଣି ଗୁଛାଡେଙ୍ଗେନ ଦଳ ପ୍ରଥମେ ଫିଲ୍ଡିଂ କରିଥିଲା । ବନ୍ଧଗୋରା ଦଳ ନିର୍ଧାରିତ ୮ ଓଭରରେ ୯୬ ରନ୍ ସଂଗ୍ରହ କରିଥିଲା । ପ୍ରତିଉତ୍ତରରେ ଗୁଛାଡେଙ୍ଗେନ ଦଳ ୮ ଓଭରରେ ୫ ୱିକେଟ୍ ହରାଇ ୮୦ ରନ୍ କରି ପରାସ୍ତ ହୋଇଥିଲା ।
କ୍ବାର୍ଟର ଫାଇନାଲ୍ ମ୍ୟାଚ୍ ବିରାମୁଣ୍ଡା ଓ ବନ୍ଧଗୋରା ମଧ୍ୟରେ ଖେଳାଯାଇଥିଲା । ଟସ୍ ଜିଣି ବିରାମୁଣ୍ଡା ଦଳ ପ୍ରଥମେ ଫିଲ୍ଡିଂ କରିଥିଲା । ବନ୍ଧଗୋରା ଦଳ ନିର୍ଧାରିତ ୬ ଓଭରରେ ୪୩ ରନ୍ ସଂଗ୍ରହ କରିଥିଲା । ବିରାମୁଣ୍ଡା ଦଳ ୬ ଓ୍ବିକେଟ୍‌ରେ ସହଜ ବିଜୟ ହାସଲ କରି ସେମି ଫାଇନାଲ୍‌କୁ ଉତ୍ତୀର୍ଣ୍ଣ ହୋଇଥିଲେ ।ଏହି ମ୍ୟାଚ୍‌ରେ ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ମୁକେଶ ନାଗଙ୍କୁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ଘୋଷଣା କରାଯାଇ ଟ୍ରଫି ସହ ପୁରସ୍କାର ପ୍ରଦାନ କରାଯାଇଥିଲା ।ଅମ୍ପାୟର୍ ଭାବରେ ଯାଦବ ବେହେରା ଓ କୁନା ମାଝୀ ଦାୟିତ୍ୱ ନିର୍ବାହ କରିଥିଲେ । ପ୍ରଶାନ୍ତ ପଧାନ ଓ ହିତେଶ ମଲ୍ଲିକ ଖେଳର ଧାରାବିବରଣୀ ପ୍ରଦାନ କରିଥିବା ବେଳେ ରଞ୍ଜନ ଘିଭେଲା ଓ ନାରାୟଣ ଦାସ ସ୍କୋରର୍ ଭାବରେ ଦାୟିତ୍ୱ ନିର୍ବାହ କରିଥିଲେ ।ଏହି ସଫଳ ଆୟୋଜନରେ ଶିକେରପାଟ୍ ୟୁଥ୍ କ୍ଳବର ସମସ୍ତ ସଦସ୍ୟମାନେ ସକ୍ରିୟ ଭାବେ ସହଯୋଗ କରି ପ୍ରଶଂସାର ଯୋଗ୍ୟ ହୋଇଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଙ୍କ ତତ୍ୱାବଧାନ ଓ ଡିବିରି ଅନୁଷ୍ଠାନ ର ମିଳିତ ସହଯୋଗ ରେ ନୁଆଁଖାଇ ଭେଟଘାଟ 2026-27 କାର୍ଯ୍ୟକ୍ରମ ଅନୁଷ୍ଠିତ   20-Sep-2026
  ଜିଲ୍ଲା  
ନାଚ ଗୀତ ସହ ଡିଜେ ବାଜାର ଢୁମ୍ ଢୁମରେ ବିଘ୍ନରାଜ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା   20-Sep-2026
  ଜିଲ୍ଲା  
ବରୀ ବ୍ଳକ ରେ ବନ୍ୟା ସର୍ଭେ କାର୍ଯ୍ୟକ୍ରମ   20-Sep-2026
  ଜିଲ୍ଲା  
ବାଗଡିଆରେ ବିଶ୍ୱକର୍ମା ପୂଜା ମହାସମାରୋହରେ ପାଳିତ(ନାଚ,ଗୀତ ଓ ସଂକୀର୍ତ୍ତନରେ ଭକ୍ତ ବିଭୋର)   20-Sep-2026
  ଜିଲ୍ଲା  
ଡାବୁଗାଁ ବ୍ଲକରେ ୧୦୫ଟି ପରୀକ୍ଷା କେନ୍ଦ୍ରରେ ନବଭାରତ ସାକ୍ଷରତା ପ୍ରଥମ ଆକଳନ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ   20-Sep-2026
  ଜିଲ୍ଲା  
ଗାଇ ସହ ବାଇକ୍ ଧକ୍କା ହୋଇ ବାଇକ୍ ଦୁର୍ଘଟଣା, ଜଣେ ମୃତ   20-Sep-2026
  ଜିଲ୍ଲା  
ସୂଚନା ଓ ଲୋକସମ୍ପର୍କ ଉପନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ପରିଦର୍ଶନ   20-Sep-2026
  ଜିଲ୍ଲା  
ଭିଜିଲାନ୍ସ ଜାଲରେ ଦୁଇ ସରକାରୀ କର୍ମଚାରୀ   20-Sep-2026
  ଜିଲ୍ଲା  
ତଳମୁଣ୍ଡଚାଷୀ ପ୍ରତାରିତ   20-Sep-2026
  ଜିଲ୍ଲା  
*ଆସନ୍ତା ୨୩ ତାରିଖ ରୁ ସୁବର୍ଣ୍ଣପୁର ରେ ଆରମ୍ଭ ହେବ ରାଜ୍ୟ ସ୍ତରୀୟ ମର୍ଯ୍ୟାଦାପୂର୍ଣ୍ଣ ସାହାଣୀ କପ୍ ଫୁଟବଲ୍*- *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   20-Sep-2026
  ଜିଲ୍ଲା  
ଆଗଲପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇ ଆମ୍ ଆଦମୀ ପାର୍ଟିର ଅଭିଯୋଗ   20-Sep-2026
  ଜିଲ୍ଲା  
ଶିକ୍ଷାଠୁ ସମାଜସେବା ଯାଏଁ - ସବୁ କ୍ଷେତ୍ରରେ ଚମକିଲେ ଡକ୍ଟର ରମେଶଚନ୍ଦ୍ର ମାହାନନ୍ଦ   20-Sep-2026

You Might Also Like