-+91-9937148622 |

prerana_bgr@rediffmail.com |

  Sunday 20th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଗାଇ ସହ ବାଇକ୍ ଧକ୍କା ହୋଇ ବାଇକ୍ ଦୁର୍ଘଟଣା, ଜଣେ ମୃତ   (20-Sep-2026)       ||      ସୂଚନା ଓ ଲୋକସମ୍ପର୍କ ଉପନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ପରିଦର୍ଶନ    (20-Sep-2026)       ||      ଭିଜିଲାନ୍ସ ଜାଲରେ ଦୁଇ ସରକାରୀ କର୍ମଚାରୀ   (20-Sep-2026)       ||      ତଳମୁଣ୍ଡଚାଷୀ ପ୍ରତାରିତ   (20-Sep-2026)       ||      *ଆସନ୍ତା ୨୩ ତାରିଖ ରୁ ସୁବର୍ଣ୍ଣପୁର ରେ ଆରମ୍ଭ ହେବ ରାଜ୍ୟ ସ୍ତରୀୟ ମର୍ଯ୍ୟାଦାପୂର୍ଣ୍ଣ ସାହାଣୀ କପ୍ ଫୁଟବଲ୍*- *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   (20-Sep-2026)       ||      ଆଗଲପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇ ଆମ୍ ଆଦମୀ ପାର୍ଟିର ଅଭିଯୋଗ   (20-Sep-2026)       ||      ଶିକ୍ଷାଠୁ ସମାଜସେବା ଯାଏଁ - ସବୁ କ୍ଷେତ୍ରରେ ଚମକିଲେ ଡକ୍ଟର ରମେଶଚନ୍ଦ୍ର ମାହାନନ୍ଦ   (20-Sep-2026)       ||      ସଇଁତଲାରେ ଜିଲ୍ଲାସ୍ତରୀୟ ଥାଙ୍ଗ ଟା ପ୍ରତିଯୋଗିତା   (20-Sep-2026)       ||      ଭାରତୀୟ ଗଣତନ୍ତ୍ରରେ ଅନେକ ଦିବ୍ୟାଙ୍ଗ ବ୍ୟକ୍ତି ପ୍ରତିନିଧିତ୍ୱ କରି ରାଷ୍ଟ୍ରର ପ୍ରଗତିରେ ନିଜର ଯୋଗଦାନ ଦେଇଛନ୍ତି: ବାଚସ୍ପତି   (19-Sep-2026)       ||      ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀଙ୍କ ଦିନିକିଆ ସୁନ୍ଦରଗଡ଼ ଗସ୍ତ    (19-Sep-2026)       ||      ଜିଭରେ A ରୁ Z ଟାଇପ୍ କରି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ ରେ ଦିନେଶ   (19-Sep-2026)       ||      ହିଂସା କୁ ପ୍ରଶ୍ରୟ ଦେଉଥିବା ନେତା ଲୋକ ଙ୍କ ସେବା କରି ପାରିବେନି*- *ସରୋଜ କମ୍ପ*- *ଦୀପ ଲିଭି ଲିଭି ଗଲା ବେଳେ ହୁତୁ ହୁତୁ ହୋଇ ଜଳେ* - *ନାରାୟଣ ଲୁହା*-   (19-Sep-2026)       ||      ବରପାଲିର ବିଭିନ୍ନ ପୂଜା ମଣ୍ଡପ ପରିଦର୍ଶନ କଲେ ବିଜେପୁର ବିଧାୟକ ସନତ କୁମାର ଗଡତିଆ   (19-Sep-2026)       ||      ମାଇକ୍ରୋ ସ୍କିଲ୍ ଉଦ୍ୟୋଗୀ ବିକାଶ କାର୍ଯ୍ୟକ୍ରମ (ଏମଏସଡିପି୦୮୧) ର ପ୍ରମାଣପତ୍ର ବଣ୍ଟନ ତଥା ଉଦଯାପନୀ ଉତ୍ସବକୁ ନିମନ୍ତ୍ରଣ ।   (19-Sep-2026)       ||      କଳା ସଂସ୍କୃତି ଓ ପରମ୍ପରାର ମହାମିଳନ ନୂଆଁଖାଇ ଭେଟଘାଟ୍   (19-Sep-2026)       ||      ମଦ କୋଠି ବନ୍ଦ ପାଇଁ ଗ୍ରାମବାସୀଙ୍କ ଦୃଢ଼ ନିଷ୍ପତ୍ତି ଗ୍ରାମରେ ମଦ ବିକ୍ରି ହେଲେ ଦୃଢ଼ ବିରୋଧ, ପ୍ରଶାସନର ହସ୍ତକ୍ଷେପ ଦାବି   (19-Sep-2026)       ||      ସଇଁତଲାରେ ବ୍ଲକସ୍ତରୀୟ ଖେଳକୁଦ ପ୍ରତିଯୋଗିତା    (19-Sep-2026)       ||      *ମଇଦଲପୁର ସେକ୍ସନ ବନପାଳ ନିଲମ୍ବିତ*   (19-Sep-2026)       ||      ମନ୍ଦିରରରେ ଦୀପ ଜାଳିଲେ ବିଜେପି ପରିବାର    (19-Sep-2026)       ||      "ସଂସ୍କାର,ସଂସ୍କୃତି ଓ ଜୀବନମୂଲ୍ୟ ହିଁ ଶିକ୍ଷା କୁ ସମ୍ପୂର୍ଣ୍ଣ କରିଥାଏ"   (19-Sep-2026)       ||     

HOME   ଜିଲ୍ଲା

କୋସଲାଂଚଳ ଚାଷୀ ସମସ୍ୟାର ଏକମାତ୍ର ସମାଧାନର ରାସ୍ତା କୋସଲ ରାଜ୍ୟ ଗଠନ- ପ୍ରମୋଦ ମିଶ୍ର

25-Jan-2026



ବଲାଙ୍ଗୀର(ଦେବାଶିଷ ବହିଦାର)- ସଂପ୍ରତି ଧାନ ମଣ୍ଡି ସମସ୍ୟା ଓ ଧାନର ଅଭାବୀ ବିକ୍ରୀ ସମସ୍ୟା କୁ ନେଇ ସମଗ୍ର ରାଜ୍ୟରେ ଚାଷୀ ଅସନ୍ତୋଷ ଚାଲିଛି। ବିଶେଷେ କରି ଏହି ସମସ୍ୟା କୋଶଳାଂଚଳରେ ବେଶୀ ଉତ୍କଟ ଆକାରରେ ଚାଲିଛି। ଟୋକନ ପ୍ରଦାନରେ ଅବ୍ୟବସ୍ଥା ଓ କଟନୀ ଛଟଟୀ ସମସ୍ୟାକୁ ନେଇ ଚାଷୀ ସମାଜ ଭୟଙ୍କର ଭାବରେ ସରକାର ଉପରେ କ୍ଷୁବ୍ଧ ଅଛନ୍ତି। ଏଭଳି ସମୟରେ ବରଗଡ ଧନୁଯାତ୍ରା ମଂଚରେ କୃଷିମନ୍ତ୍ରୀଙ୍କ ବିବାଦୀୟ ମନ୍ତବ୍ୟ ଓ ତତ୍ ପରବର୍ତୀ ଘଟଣାବଳୀ ପାଇଁ ସମଗ୍ର ରାଜ୍ୟର ଚାଷୀ ସମାଜ ସରକାରଙ୍କ ଉପରେ ଅସଂଭବ ଭାବରେ କ୍ଷୁବଧ ଅଛନ୍ତି। ବିଗତ ସରକାରଙ୍କ ୨୪ ବର୍ଷ ଶାସନ ଓ ତତ୍ ପୂର୍ବବର୍ତ୍ତୀ କଂଗ୍ରେସ ଶାସନ ସମୟରେ ମଧ୍ୟ କୋଶଳାଂଚଳର ଚାଷୀ ଅଭାବୀ ବିକ୍ରୀ ସମସ୍ୟାରେ ଜର୍ଜରିତ ହେଉଥିଲେ। ସବୁ ବର୍ଷ ଚାଷୀ ଆନ୍ଦୋଳନ ମଧ୍ୟ ଚାଲିଥିଲା। ଚାଷୀଙ୍କ ଅସନ୍ତୋଷ ଯୋଗୁଁ ଉଭୟ ସରକାର ବିତାଡିତ ହେଲା ପରେ ବର୍ତମାନ ବିଜେପି ସରକାର ଚାଲିଛି। ଏହି ସରକାରଙ୍କ ଅମଳରେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ଘୋଷଣା କରିଥିଲେ ମଧ୍ୟ ସରକାର ଟୋକନ ପ୍ରଦାନ ସମସ୍ୟା ଓ ମଣ୍ଡିର ସମସ୍ୟା ସମାଧାନ କରିବାରେ ବର୍ତମାନ ଯାଏ ବିଫଳ ରହିଛନ୍ତି। ତେଣୁ ମିଲ ମାଲିକ ଓ ଧାନ ଦଲାଲଙ୍କ ସହ ଓ ଅନ୍ୟ ରାଜ୍ୟର ଧାନ ବେପାରୀଙ୍କ ସହ ସରକାରଙ୍କ ମଧୁଚନ୍ଦ୍ରିକା ଚାଲିଛି ବୋଲି ଚାଷୀ ସଂଗଠନମାନେ ଅଭିଯୋଗ କରୁଛନ୍ତି। ଦୁର୍ଭାଗ୍ୟର କଥା ଯେ ଚାଷୀଙ୍କ ଏହି ସମସ୍ୟାର ସମାଧାନ ଓ ଅସନ୍ତୋଷକୁ ପ୍ରଶମିତ କରିବା ପାଇଁ ସରକାର ବର୍ତମାନ ସୁଦ୍ଧା କୌଣସି ଠୋସ୍ ପଦକ୍ଷେପ ନେଇ ପାରି ନାହାନ୍ତି। ତେଣୁ ପ୍ରତିବାଦର ଚାଷୀ ସଂଗଠନମାନେ ସରକାରଙ୍କ ବିରୁଦ୍ଧରେ ରାସ୍ତାକୁ ବାହାରିଲେଣି। ଏଭଳି କି ଆଗାମୀ ୨୮ ତାରିଖରେ ଏକ ନିର୍ଦ୍ଦିଷ୍ଟ ଚାଷୀ ସଂଗଠନ ବନ୍ଦର ଡାକରା ମଧ୍ୟ ଦେଲେଣି। 
  କୋସଲ ଆନ୍ଦୋଳନ କୌଣସି ରାଜନୈତିକ ଗୋଷ୍ଠୀର ଆନ୍ଦୋଳନ ନୁହେଁ । ଏହା ମାଟି ମୁକ୍ତି ର ଆନ୍ଦୋଳନ । ଆମ ଅଂଚଳର ଚାଷୀ, ଛାତ୍ର, ଯୁବକ, ବୁଦ୍ଧଜୀବୀ, ଶିଶୁ, ନାରୀ, କର୍ମଚାରୀ ଓ ଅର୍ଥନୈତିକ ରୂପେ ଶୋଷିତ ଶ୍ରେଣୀଙ୍କ ମୁକ୍ତି ଓ ଏ ଅଂଚଳର ସର୍ବବିଧ ବିକାଶ କେବଳ ସଂବିଧାନର ଧାରା ୩ ଅନୁଯାୟୀ ସ୍ୱତନ୍ତ୍ର କୋସଳ ରାଜ୍ୟ ଗଠନ ହେଲେ ଯାଇ ସଂଭବ । ତେଣୁ କୋଶଳାଂଚଳର ଚାଷୀମାନେ ସାମୁହିକ ଭାବେ ଚାଷୀ ଆନ୍ଦୋଳନ ଓ କୋଶଲ ଆନ୍ଦୋଳନକୁ ଶାଣିତ କରନ୍ତୁ । ଚାଷୀଙ୍କ ସମସ୍ୟା କୋଶଳାଂଚଳର ମୁଖ୍ୟ ସମସ୍ୟା । କାରଣ କୋଶଳାଂଚଳର ଅର୍ଥନୀତି କୃଷିଭିତିକ ଅର୍ଥନୀତି ଅଟେ । ତେଣୁ ଚାଷୀ ଆନ୍ଦୋଳନକୁ କୋଶଳ ଆନ୍ଦୋଳନ ସଂପୂର୍ଣ୍ଣ ରୂପେ ସମର୍ଥନ କରେ । ଏବଂ ସରକାର ସଂବେଦନଶୀଳ ହୋଇ ଚାଷୀଙ୍କ ସମସ୍ୟା ସମାଧାନ କରିବା ସହ ଏଭଳି ଟୋକନ ବ୍ୟବସ୍ଥା ଓ କଟନୀ ଛଟନୀ ବ୍ୟବସ୍ଥା ଉଚ୍ଛେଦ କରିବା ସହ ଅସାଧୁ ଧାନ ବ୍ୟବସାୟୀଙ୍କ ଚକ୍ରରେ ନ ପଡିବାକୁ କୋଶଳ ଆନ୍ଦୋଳନ ଦାବୀ କରେ । ଦେଶରେ ବହୁ ବଡ ବଡ ସରକାର ଚାଷୀ ଅସନ୍ତୋଷରେ ଉଡିଯାଇଛନ୍ତି । ତେଣୁ ବେଳହୁୁଁ ସରକାର ସତର୍କ ହୁଅନ୍ତୁ ନ ହେଲେ ପରିଣତି ଭୟାବହ ହୋଇପାରେ ବୋଲି କୋଶଳ ଆନ୍ଦୋଳନ ତରଫରୁ ଚେତାବନୀ ଦିଆଯାଇଛି । ସମ୍ବାଦିକ ସମ୍ମିଳନରେ ଶରତ କୁମାର ହୋତା, ରଣରାଜ ସିଂହ ଦେଓ, ରବି ଶଙ୍କର ମିଶ୍ର ଉପସ୍ଥିତ ଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଗାଇ ସହ ବାଇକ୍ ଧକ୍କା ହୋଇ ବାଇକ୍ ଦୁର୍ଘଟଣା, ଜଣେ ମୃତ   20-Sep-2026
  ଜିଲ୍ଲା  
ସୂଚନା ଓ ଲୋକସମ୍ପର୍କ ଉପନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ପରିଦର୍ଶନ   20-Sep-2026
  ଜିଲ୍ଲା  
ଭିଜିଲାନ୍ସ ଜାଲରେ ଦୁଇ ସରକାରୀ କର୍ମଚାରୀ   20-Sep-2026
  ଜିଲ୍ଲା  
ତଳମୁଣ୍ଡଚାଷୀ ପ୍ରତାରିତ   20-Sep-2026
  ଜିଲ୍ଲା  
*ଆସନ୍ତା ୨୩ ତାରିଖ ରୁ ସୁବର୍ଣ୍ଣପୁର ରେ ଆରମ୍ଭ ହେବ ରାଜ୍ୟ ସ୍ତରୀୟ ମର୍ଯ୍ୟାଦାପୂର୍ଣ୍ଣ ସାହାଣୀ କପ୍ ଫୁଟବଲ୍*- *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   20-Sep-2026
  ଜିଲ୍ଲା  
ଆଗଲପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇ ଆମ୍ ଆଦମୀ ପାର୍ଟିର ଅଭିଯୋଗ   20-Sep-2026
  ଜିଲ୍ଲା  
ଶିକ୍ଷାଠୁ ସମାଜସେବା ଯାଏଁ - ସବୁ କ୍ଷେତ୍ରରେ ଚମକିଲେ ଡକ୍ଟର ରମେଶଚନ୍ଦ୍ର ମାହାନନ୍ଦ   20-Sep-2026
  ଜିଲ୍ଲା  
ସଇଁତଲାରେ ଜିଲ୍ଲାସ୍ତରୀୟ ଥାଙ୍ଗ ଟା ପ୍ରତିଯୋଗିତା   20-Sep-2026
  ଜିଲ୍ଲା  
ଭାରତୀୟ ଗଣତନ୍ତ୍ରରେ ଅନେକ ଦିବ୍ୟାଙ୍ଗ ବ୍ୟକ୍ତି ପ୍ରତିନିଧିତ୍ୱ କରି ରାଷ୍ଟ୍ରର ପ୍ରଗତିରେ ନିଜର ଯୋଗଦାନ ଦେଇଛନ୍ତି: ବାଚସ୍ପତି   19-Sep-2026
  ଜିଲ୍ଲା  
ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀଙ୍କ ଦିନିକିଆ ସୁନ୍ଦରଗଡ଼ ଗସ୍ତ   19-Sep-2026
  ଜିଲ୍ଲା  
ଜିଭରେ A ରୁ Z ଟାଇପ୍ କରି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ ରେ ଦିନେଶ   19-Sep-2026
  ଜିଲ୍ଲା  
ହିଂସା କୁ ପ୍ରଶ୍ରୟ ଦେଉଥିବା ନେତା ଲୋକ ଙ୍କ ସେବା କରି ପାରିବେନି*- *ସରୋଜ କମ୍ପ*- *ଦୀପ ଲିଭି ଲିଭି ଗଲା ବେଳେ ହୁତୁ ହୁତୁ ହୋଇ ଜଳେ* - *ନାରାୟଣ ଲୁହା*-   19-Sep-2026

You Might Also Like