-+91-9937148622 |
prerana_bgr@rediffmail.com |
Thursday 23rd April 2026 |
R.N.I. Regd No. ODIODI/2010/46693
Breaking News
19-Jan-2026
ଆଗଲପୁର, (ବିନୋଦ ଦୀପ) ବଲାଙ୍ଗୀର ଜିଲ୍ଲା ଆଗଲପୁର ବ୍ଲକ ଉପରବାହାଲ ଗ୍ରାମ ପଞ୍ଚାୟତ କଳାସର ଫୁଟବଲ ପଡିଆ ରେ ପଞ୍ଚାୟତ ସ୍ତରୀୟ ଯାଦବ ସମାଜ ର ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇ ଯାଇଛି । ଏହି ଅବସର ରେ ମୁଖ୍ୟ ଅତିଥି ଭାବେ କଣ୍ଟାବ।ଞ୍ଜି ବିଧାୟକ ତଥା ଜିଲ୍ଲା ଯାଦବ ସମାଜ ର ସଭାପତି ଲକ୍ଷ୍ମଣ ବାଗ ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ପଦ୍ମଶ୍ରୀ ହଳଧର ନାଗ , ଆଗଲପୁର ବ୍ଲକ ଯାଦବ ସମାଜ ସଭାପତି କଳାର ସିଂ ବାଗ , ବରଗଡ଼ ଜିଲ୍ଲା ଯାଦବ ସମାଜ ସଭାପତି ରାଜୁ ଘି ଭେଳା , ବଲାଙ୍ଗୀର ପୌରାଞ୍ଚଳ ସଭାପତି ସଞ୍ଜୀବ ବାଗ, ସ୍ଥାନୀୟ ସରପଞ୍ଚ ମାମି ସାହୁ , ଗ୍ରାମ ପଞ୍ଚାୟତ ସଭାପତି ଦୁଆଁନ ଠେଲା , ଲୋଇସିଂହା ଯୁବ ସଭାପତି ସୁବ୍ରତ ନାଗ ମଂଚାସୀନ ଅତିଥି ଭାବେ ଯୋଗ ଦେଇଥିଲେ l ଏହିପରି ଚିନ୍ତାମଣି ପରୁଆ ମଞ୍ଚ ପରିଚାଳନା କରିଥିଲେ । ଉକ୍ତ କାର୍ଯ୍ୟକ୍ରମ ରେ ବ୍ଲକ ର 20 ଟି ଗ୍ରାମ ପଞ୍ଚାୟତ ର ଯାଦବ ସମାଜ ସଭାପତି ମାନଙ୍କୁ ଅତିଥି ଙ୍କ ଦ୍ୱାରା ସମ୍ମାନିତ କରାଯାଇଥିଲା । ଉକ୍ତ ସମାଜ କୁ ଆଗାମୀ ଦିନ ରେ ଏକତା, ଅଖଣ୍ଡତା କୁ ବଜାୟ ରହିବ। ସହିତ ବିକାଶ କ୍ଷେତ୍ରରେ ଆଗେଇ ନେବା ସହ ସମାଜ ଗୋତ୍ର ଗୌରବ ର ପରିଚୟ ଭାବେ ପରିଚିତ ହେବ ବୋଲି ଅତିଥି ମାନେ ନିଜ ନିଜ ମତବ୍ୟକ୍ତ କରିଥିଲେ । ଏହା ବ୍ୟତୀତ ପ୍ରତ୍ୟେକ ଗ୍ରାମ ପଞ୍ଚାୟତ ରେ ଯାଦବ ସମାଜ ଭବନ ନିର୍ମାଣ କରିବା ପାଇ ଲୋଇସିଂହା ବିଧାୟକ ତଥା ସରକାରଙ୍କ ସହିତ ଆଲୋଚନା କରିବେ ବୋଲି ଯାଦବ ସମାଜ ର ଲୋକଙ୍କୁ ପ୍ରତିଶ୍ରୁତି ଦେଇଥିଲେ l ଏହାସହ ଏହି ନିର୍ବାଚନ ମଣ୍ଡଳୀରେ ଡବଲ ଇଞ୍ଜିନ ସରକାର ବିକାଶ କ୍ଷେତ୍ରରେ ଆଗେଇ ନେଉଥିବାରୁ ଖୁବ ପ୍ରଶଂସା କଣ୍ଟାବ।ଞ୍ଜି ବିଧାୟକ ଲକ୍ଷ୍ମଣ ବାଗ କରିଥିବା ଦେଖିବାକୁ ମିଳିଥିଲା ।ଉକ୍ତ ଯାଦବ ସମାଜ ବାର୍ଷିକ ଉତ୍ସବ କୁ ସୁରେନ୍ଦ୍ର ପରୁଆ , ବିକାଶ ମହାକୁର , ସମ୍ପାଦକ ରାମ ଗୋପାଳ ଚନ୍ଦନ , ଟିକେଶ୍ୱର୍ ମହାକୁର , ଦୂତୀଆ ଚନ୍ଦନ , ସୁଲପାନି ମହାକୁର , ଟିକେଲାଲ ବାଗ ପ୍ରମୁଖ ସହଯୋଗ କରିଥିବା ବେଳେ ଶତାଧିକ ସମାଜ ପ୍ରେମୀ ମହିଳା ପୁରୁଷ ଉପସ୍ଥିତ ଥିଲେ । ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l