-+91-9937148622 |
prerana_bgr@rediffmail.com |
Friday 6th March 2026 |
R.N.I. Regd No. ODIODI/2010/46693
Breaking News
21-Dec-2025
ବଲାଙ୍ଗୀର, (ବିନୋଦ ଦୀପ) ବଲାଙ୍ଗୀର ଜିଲ୍ଲାର ଜୀବନ ରେଖା କହିଲେ ଲୋୟର ସୁକତେଲ ଡ୍ୟାମ କୁ ବୁଝାଏ, ଏହାସହ ଏହି ଡ୍ୟାମ ନିର୍ମାଣ ଫଳରେ ୨୯ ଗୋଟି ଗାଁ ଲୋକେ ବିସ୍ଥାପିତ ହୋଇଛନ୍ତି । ବିସ୍ଥାପିତଙ୍କ ମଧ୍ୟରୁ କିଏ କଲୋନୀ ରେ ବସବାସ କରୁଛି ତ ଆଉ କିଏ ବାହାର ଜିଲ୍ଲାକୁ ଯାଇଛି । ଯାହା ଫଳରେ ନିଜ ଭିଟାମାଟିରେ କରୁଥିବା ଚାଷ କୁ ଭୁଲି ଯାଇଥିବା ବେଳେ ବିସ୍ଥାପିତ ଅଞ୍ଚଳରୁ ଆଗଲପୁର ବ୍ଲକ ଅନ୍ତର୍ଗତ ବଡ଼ଟିକା ଗ୍ରାମକୁ ଯାଇ ସେଠି ପୂର୍ବପରି ଚାଷ କରି ସ୍ୱାବଲମ୍ବୀ ହେବାସହ ଅନ୍ୟ ୧୦୦ ପରିବାର କୁ ସ୍ୱାବଲମ୍ବୀ କରିଥିବା ଚାଷୀ ସଞ୍ଜୟ କୁମାର ପଧାନ ଙ୍କୁ ଭୁବନେଶ୍ୱର ଠାରେ କୃଷିରତ୍ନ ସମ୍ମାନ ପ୍ରଦାନ କରାଯାଇଛି । ଘରୋଇ ୱେବ ଚେନାଲ ତରଫରୁ ଭୁବନେଶ୍ବରର ହୋଟେଲ ସୂର୍ଯ୍ୟନ୍ସ ଠାରେ ଚାଲିଥିବା ପଞ୍ଚମ ବାର୍ଷିକ ଉତ୍ସବରେ ତାଙ୍କୁ ମାନପତ୍ର ଦେଇ ସମ୍ମାନିତ କରା ଯାଇଥିବା ସୂଚନା ମିଳିଛି । ସାତ ପୁରୁସରୁ ଅର୍ଜିତ ଭିଟାମାଟି ଲୋୟର ସୁକତେଲ ଡ୍ୟାମ ନିର୍ମାଣ ରେ ଚାଲିଗଲା । ଭାଙ୍ଗିଗଲା ପୂର୍ବ ପୁରୁଷ ଅର୍ଜିତ ଘରଦ୍ୱାର , ଉଜୁଡିଗଲା ସୁନାର ଫସଲ କିନ୍ତୁ ଭାଙ୍ଗିନାହିଁ ସ୍ୱପ୍ନ ଭାଙ୍ଗିନାହିଁ ଚାଷକାମ କରିବାର ମନୋବଳ ଯାହାକି ତାଙ୍କୁ ଆଜି ଏହି ସମ୍ମାନ ର ଅଧିକାରୀ କରିପାରିଛି l