-+91-9937148622 |
prerana_bgr@rediffmail.com |
Thursday 23rd April 2026 |
R.N.I. Regd No. ODIODI/2010/46693
Breaking News
17-Dec-2025
ବଲାଙ୍ଗୀର-ଆଜି ବଲାଙ୍ଗୀର ବିଧାୟକ କଳିକେଶନାରାୟଣ ସିଂଦେଓ ତାଙ୍କ ବଲାଙ୍ଗୀର ବିଧାନସଭା କ୍ଷେତ୍ରର ସଦରବ୍ଲକ ଅଞ୍ଚଳରେ ଚାଲିଥିବା ବିଭିନ୍ନ ଉନ୍ନୟନପ୍ରକଲ୍ପର ପରିଦର୍ଶନ ସହ ଶୀଳାନ୍ୟାସ କରିଛନ୍ତି । ବିଧାୟକ ଶ୍ରୀ ସିଂଦେଓ ପ୍ରଥମେ ଏନଏଚ-୨୬ରୁ ଭାନପୁର ଗାଁର ଆଶ୍ରମ ପର୍ଯ୍ୟନ୍ତ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଚାଲିଥିବା ରାସ୍ତାକାମର ପରିଦର୍ଶନ କରିଥିଲେ । ଜାତୀୟ ରାଜପଥ-୨୬ରୁ ଆରମ୍ଭ ହୋଇ ୧.୨୮୦ କିମିକୁ ଗ୍ରାମ୍ୟଉନ୍ନୟନ ବିଭାଗ ୧କୋଟି ୧୦ଲକ୍ଷ ଟଙ୍କାରେ
ନିର୍ମାଣ କରାଉଛି । ଏପର୍ଯ୍ୟନ୍ତ ମେଟାଲଙ୍ଗକାମ ସରିଥିବା ବେଳେ ଆଶ୍ରମ ପଟୁ କଂକ୍ରୀଟରାସ୍ତା ନିର୍ମାଣ ଚାଲିଛି । ତେବେ ଅଟକଳ ଅନୁଯାୟୀ ସଠିକ ଢଙ୍ଗରେ କାମ କରିବାକୁ ବିଧାୟକ କଳିକେଶ ଗ୍ରାମ୍ୟଉନ୍ନୟନ ବିଭାଗର ଏସଡିଓ ଓ କନିଷ୍ଠଯନ୍ତ୍ରୀଙ୍କୁ ନିର୍ଦ୍ଦେଶ କରିଥିଲେ । ସେହିପରି ବିଧାୟକ ସଦରବ୍ଲକର ଚିକଲବାହାଲରୁ କୁଡାସିଂହାକୁ ନିର୍ମାଣ ହେବାକୁଥିବା ୫କିମି ରାସ୍ତାର ଶୀଳାନ୍ୟାସ ମଧ୍ୟ କରିଥିଲେ । ପ୍ରାୟ ୬ କୋଟି ଟଙ୍କାରେ ନିର୍ମାଣ ହେବାକୁ ଥିବା ଏହି ରାସ୍ତାପାଇଁ ବହୁବର୍ଷ ହେଲା ସ୍ଥାନୀୟ ଅଞ୍ଚଳବାସୀ ଦାବି କରିଆସୁଥିଲେ । ବିଧାୟକଙ୍କ ଉଦ୍ୟମରେ ଗ୍ରାମ୍ୟଉନ୍ନୟନ ବିଭାଗ ଏହାକୁ ଟେଣ୍ଡର କରାଇଛି । ଏହି ରାସ୍ତା ନିର୍ମାଣ ହେଲେ ଚିକଲବାହାଲ,ସାହାଜବାହାଲ,ଶିବତଳା,କୁଡାସିଂହା ଇତ୍ୟାଦି ପଞ୍ଚାୟତର ଲୋକମାନେ ଉପକୃତ ହେବେ । ଠିକ
ସେହିପରି ବଲାଙ୍ଗୀର ପୌରପାଳିକାର ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ଠାରୁ ଗନ୍ଧରେଲ ଗାଁ ପର୍ଯ୍ୟନ୍ତ ଚାଲିଥିବା ଗ୍ରାମ୍ୟଉନ୍ନୟନ ବିଭାଗର ରାସ୍ତାକାମକୁ ମଧ୍ୟ ବିଧାୟକ ପରିଦର୍ଶନ କରିଥିଲେ । ସେଠାରେ ସ୍ଥାନୀୟ ଲୋକଙ୍କ ସହିତ ବିଭିନ୍ନ ସମସ୍ୟା ବିଷୟରେ ଆଲୋଚନା କରି ସମାଧାନ କରିବାକୁ ପ୍ରତିଶୃତି ଦେଇଥିଲେ । ବିଧାୟକଙ୍କ ଏହି ଶୀଳାନ୍ୟାସ ଓ ପରିଦର୍ଶନ ସମୟରେ ଜିଲ୍ଲାପରିଷଦ ସଭାପତି ଦେବକୀ ସାହୁ,ସଦର ବ୍ଲକଅଧ୍ୟକ୍ଷା ସରିତା ବାଗ,ପୂର୍ବତନ ବ୍ଲକଅଧ୍ୟକ୍ଷ ଗୋଲାପ ବାଗ,ବିଜେଡି ବ୍ଲକସଭାପତି ଟୁନା ସ୍ୱାଇଁ,ଯୁବନେତା ପ୍ରଦ୍ୟୁମ୍ନ ହୋତା,ଆଇଟିସେଲର ବିଭୁତିଭୂଷଣ ମିଶ୍ର,ଗ୍ରାମ୍ୟଉନ୍ନୟନ ବିଭାଗର ଏସଡିଓ ଇଂ.ଅଶୋକ ମହାପାତ୍ର,କନିଷ୍ଠଯନ୍ତ୍ରୀ ଇଂ.ଅଞ୍ଜନକୁମାର ନାଏକ ପ୍ରମୁଖ ସାମିଲ ଥିଲେ ।