-+91-9937148622 |
prerana_bgr@rediffmail.com |
Friday 19th June 2026 |
R.N.I. Regd No. ODIODI/2010/46693
Breaking News
16-Dec-2025
ଲୋଇସିଂହା, (ବିନୋଦ ଦୀପ) ଲୋଇସିଂହା ସ୍ଥିତ ଦୁର୍ଗାମଣ୍ଡପ ପ୍ରାଙ୍ଗଣ ରେ ଲୋଇସିଂହା ମହୋତ୍ସବ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି l ଲୋଇସିଂହା ମହୋତ୍ସବ କମିଟି ର ବରିଷ୍ଠ ସଦସ୍ୟ ଶ୍ରୀଯୁକ୍ତ ବିଭୁତି ପଧାନ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଉକ୍ତ ବୈଠକ ରେ ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା l ସଭାପତି ଭାବେ ପ୍ରଣବ କିଶୋର ସିଂ ରାଏ,କାର୍ଯ୍ୟକାରୀ ସଭାପତି ଭାବେ ଭୁତନାଥ ନାଏକ,ଉପ ସଭାପତି ଭାବେ ରଞ୍ଜନ ବେହେରା,ସହ ସମ୍ପାଦକ ଭାବେ ରଂଜିତ ରାଏ,ସରୋଜ ଭୂୟାଁ,ରାଜା ସାହୁ,କୋଷାଧକ୍ଷ ଭାବେ ପ୍ରକାଶ ମହାରଣା,ପ୍ରଶାନ୍ତ ସାହୁ ଙ୍କୁ ସର୍ବସମ୍ମତି କ୍ରମେ ଚୟନ କରାଯାଇଥିଲା l ଉପଦେଷ୍ଟା ମଣ୍ଡଳୀ ର ସଦସ୍ୟ ଭାବେ ବିଭୁତି ପଧାନ,ଶିବ ଅଗ୍ରୱାଲ,ଚତୁର ଦଳେଇ,ଆନନ୍ଦ ପୁଟେଲ,ମହେଶ କର,ସୁଧାଂଶୁ ଶେଖର ପାଣ୍ଡିଆ,ନନ୍ଦକିଶୋର ନାଏକ,ଭାଗବତୀଆ ଭୋଇ,କୁନା ଭୋଇ,ଶଙ୍କର ସାହୁ,ସଦାନନ୍ଦ ମିସ୍ତ୍ରୀ,ସରୋଜ ସାହୁ,ଭୋଳାନାଥ ସାହୁ,ସୁଶାନ୍ତ ମାଟାରୀ, ଶଶୀ ଶର୍ମା, ଆଶିଷ ଦଳେଇ,ବଜରଙ୍ଗ ସେଠ,ଜିତୁ ସରାଫ,ଅମିତ ସାହୁ,ପ୍ରମୋଦ ସାହୁ,ବିଜୁ ବେହେରା,ବବଲୁ କଦମ, ବୀଣା ନାଏକ,ପ୍ରଶାନ୍ତ କହେଣ୍ଡା,ଦୀନବନ୍ଧୁ ମହାକୁର,ପ୍ରମୋଦ ଭୋଇ,ଆଶିଷ ପାଲିୱାଲ ଙ୍କୁ ମନୋନୀତ କରାଯାଇଥିଲା l ଆସନ୍ତା ପୌଷ ପୂର୍ଣ୍ଣିମା ଅବସର ରେ ଅନୁଷ୍ଠିତ ହେବାକୁ ଥିବା ଲୋଇସିଂହା ମହୋତ୍ସବ ଖୁବ ଧୂମଧାମ ରେ ପାଳନ କରାଯିବ ବୋଲି କମିଟି ର ସମ୍ପାଦକ ଶ୍ରୀଯୁକ୍ତ ରବୀନ ପୁଟେଲ ସୂଚନା ଦେବା ସହ ବୈଠକ ଶେଷରେ ସମସ୍ତ ଙ୍କୁ ଧନ୍ୟବାଦ ଦେଇଥିଲେ l