-+91-9937148622 |
prerana_bgr@rediffmail.com |
Wednesday 22nd April 2026 |
R.N.I. Regd No. ODIODI/2010/46693
Breaking News
15-Dec-2025
ଡୁଙ୍ଗୁରିପାଲି(ଅରବିନ୍ଦ ମିଶ୍ର): ଡୁଙ୍ଗୁରିପାଲି ଥାନା ଖୁଣ୍ଟପାଲି କେନାଲ ରାସ୍ତା ତଥା ମଦଭାଟି ରାସ୍ତାରେ ଜଣେ ବ୍ୟକ୍ତିର ମୃତ ଦେହ ସ୍ଥାନୀୟ ପୋଲିସ ଉଦ୍ଧାର କରିଛି । ସୂଚନା ମୁତାବକ ବିଳମ୍ବିତ ରାତି ରେ କୌଣସି ସୂତ୍ରରୁ ଖବର ପାଇ
ଡୁଙ୍ଗୁରିପାଲି ପୋଲିସ ଘଟଣା ସ୍ଥଳକୁ ଯାଇ କେନାଲ ରାସ୍ତlକଡ଼ରେ ମୃତ ଦେହ ପଡିଥିବା ଦେଖିବାକୁ ପାଇଥିଲା l ନବରଙ୍ଗପୁର ଜିଲ୍ଲା କୋଡୀଙ୍ଗା ଥାନା ଦେବଧରା ଗ୍ରାମର ପବିତ୍ର ପତ୍ରା ବୋଲି ଜଣା ପଡିଥିବା ବେଳେ ଉକ୍ତ ମୃତ ବ୍ୟକ୍ତି କିଛି ଦିନ ପୂର୍ବରୁ ଏହି ଅଂଚଳକୁ ଆସି ଦିନ ମଜୁରିଆ ଭାବରେ କାମ କରୁଥିବା ଜଣାଯାଇଛି l ମୃତ ବ୍ୟକ୍ତିର ମୁହଁ ଓ ମୁଣ୍ଡ ରେ ଗଭୀର ଆଘାତ ଲାଗିଥିବା ବେଳେ ଡୁଙ୍ଗୁରିପାଲି ପୋଲିସ ଶବ ଉଦ୍ଧାର କରି ତଦନ୍ତ କରୁ ଥିବା ଜଣ ଯାଇଛି l