-+91-9937148622 |

prerana_bgr@rediffmail.com |

  Tuesday 15th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||      ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   (14-Sep-2026)       ||      ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   (14-Sep-2026)       ||      ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   (14-Sep-2026)       ||      ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   (14-Sep-2026)       ||      ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   (14-Sep-2026)       ||      ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   (14-Sep-2026)       ||      ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   (14-Sep-2026)       ||      ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   (14-Sep-2026)       ||      ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   (13-Sep-2026)       ||      ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   (13-Sep-2026)       ||      ଭଞ୍ଜନଗର ପୋଲିସ କୁ ବଡ ସଫଳତା : ବ୍ୟାପକ ନକଲି ମଦ ଜବତ    (13-Sep-2026)       ||      କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ    (13-Sep-2026)       ||      କୁଡ଼ାପଡ଼ା ସ୍କୁଲରେ ସ୍ୱଚ୍ଛତା ପକ୍ଷ ପାଳନ   (13-Sep-2026)       ||      ଗଞ୍ଜାମରେ ପାର୍ବଣପୂର୍ବରୁ ଫୁଟିଲା ଗୁଳି   (13-Sep-2026)       ||      ଟିଟିଲାଗଡରେ ଫିକା ପଡିଛି ନୂଆଁଖାଇ ବଜାର - ବଜାର ଖାଁ ଖାଁ - ବ୍ୟବସାୟୀ ଚିନ୍ତାରେ    (13-Sep-2026)       ||      ସ୍ବର୍ଗତ ଉମେଶ ଚନ୍ଦ୍ର ମହାନ୍ତିଙ୍କ ଦ୍ୱାଦଶରେ ଯୋଗଦେଲେ ସହରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି    (13-Sep-2026)       ||      ଧରପଗଡ ପରେ ବଢୁଛି ଓମ୍ଫେଡ୍ ପନିର ଓ ଉତ୍ପାଦର ଚାହିଦା ‘ଗୁଣବତ୍ତାରେ କୌଣସି ସାଲିସ୍ କରାଯିବ ନାହିଁ’-ପରିଚାଳନା ନିର୍ଦେଶକ   (13-Sep-2026)       ||      ଶ୍ରୀ ଦାଦିଜି ମନ୍ଦିର ଟ୍ରଷ୍ଟ ପ୍ରଭାବତୀ ପବ୍ଲିକ ସ୍କୁଲରେ ଦୁଇ ଦିନିଆ ଦକ୍ଷତା ବିକାଶ କାର୍ଯ୍ୟକ୍ରମ   (13-Sep-2026)       ||     

HOME   ଜିଲ୍ଲା

*ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କୁ ସମ୍ବର୍ଦ୍ଧିତ କଲେ ସାଧାରଣ ଜନତା*- *ଐତିହ ଓ ସଂସ୍କୃତି ସମ୍ପନ୍ନ ଜିଲ୍ଲା ର ଯେଉଁ ସୁନାମ ଅଛି ତାହାର ପ୍ରମାଣ ଦେଖେଇଲେ*-

11-Dec-2025



ସୁବର୍ଣ୍ଣପୁର (ମନୋରଞ୍ଜନ ତ୍ରିପାଠୀ) ୪୨ ବର୍ଷ ଧରି ସିବିଆଇ ମାଲଖାନାରେ ଥିବା ସୁବର୍ଣ୍ଣପୁର ସହରର ଅସ୍ମିତାର ପ୍ରତୀକ ଶ୍ରୀ ଗୋପାଳଜୀ ମହାପ୍ରଭୁଙ୍କୁ ଉଦ୍ଧାର କରି କୋର୍ଟ ପରିସରରେ ପୂଜାର୍ଚ୍ଚନା କରାଇ ପ୍ରଭୁଙ୍କ ଆଶିର୍ବାଦରୁ ଗତକାଲି ରାତିରେ ସୋନପୁର ସ୍ଥିତ ଜିଲ୍ଲା କୋଷାଗାରକୁ ପହଞ୍ଚାଇଥିଲେ ଜିଲ୍ଲାପାଳ ନୃପରାଜ୍ ସାହୁ ଓ ଉପ-ଜିଲ୍ଲାପାଳ ସୌମ୍ୟାରୂପା ରଥ l ଏହି ଖୁସୀ ଓ ଚମତ୍କାର ଖବର ଗତକାଲି ସନ୍ଧ୍ୟାରେ ଜିଲ୍ଲା ତଥା ରାଜ୍ଯ ସାରା ସୁଦୂର ପ୍ରଚାର ପ୍ରସାର ହୋଇଥିବା ବେଳେ ଆଜି ଦିବା ୧ ଘଣ୍ଟା ବେଳେ ସୁବର୍ଣ୍ଣପୁର ଜିଲ୍ଲାପାଳ ଡ଼. ନୃପରାଜ ସାହୁ ଭୁବନେଶ୍ୱରରୁ ସୁବର୍ଣ୍ଣପୁର ଜିଲ୍ଲାପାଳ ଅଫିସରେ ପହଞ୍ଚିବା ପରେ ସହରବାସୀ ଓ ପ୍ରଶାସନ ପକ୍ଷରୁ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି l ଜିଲ୍ଲାପାଳ ଡ଼. ସାହୁ ଜିଲ୍ଲାପାଳ କାର୍ଯ୍ୟାଳୟ ଠାରେ ପହଞ୍ଚିବା ପରେ ସାମ୍ୱାଦିକ ଙ୍କୁ ସମ୍ବୋଧନ କରି କହିଲେ ଯେ, ମହାପ୍ରଭୁ ଙ୍କୁ ସିବିଆଇ କୋର୍ଟ ପାଖରୁ ଗ୍ରହଣ ଓ ଦର୍ଶନ ପରେ ଆତ୍ମ ବିଭୋର ହୋଇ ପଡିଥିଲୁ l

ପ୍ରଭୁଙ୍କ ଆଶିର୍ବାଦରୁ ଏହା ଜୀବନର ସବୁଠୁ ବଡ ସୌଭାଗ୍ୟ ଓ ସଫଳତା ବୋଲି ଅନୁଭବ କଲୁ l ନ୍ୟାୟାଳୟର ସମ୍ପୂର୍ଣ୍ଣ ସହଯୋଗରେ ଏହି ସଫଳତା ମିଳିଲା ବୋଲି ଡ଼. ସାହୁ ମତ ରଖିବା ସହ କାର୍ଯ୍ୟକୁ ତ୍ୱରାନ୍ୱିତ କରିଥିବାରୁ ସିବିଆଇ ସ୍ପେସାଲ କୋର୍ଟର ଚିଫ୍ ଜୁଡ଼ିସିଆଲ ମାଜିଷ୍ଟ୍ରେଟ ଜଜ୍ ବିନୋଦ ବିହାରୀ ସାହୁ ଏବଂ ଭୁବନେଶ୍ୱର ଏଡିଜେ-୩ କୋର୍ଟ ବିଚାରପତି ହିମାଂଶୁ ଶେଖର ମଲ୍ଲିକ, ପିପି ପ୍ରକାଶ ମିଶ୍ର, ଅଭିଳାଷଙ୍କୁ ଏବଂ ଜିଲ୍ଲା ପୋଲିସ ଓ ଜିଲ୍ଲା ପ୍ରଶାସନକୁ ଓ ଉପ ଜିଲ୍ଲାପାଳ ଡ଼. ରଥ ଙ୍କୁ ସୁବର୍ଣ୍ଣପୁର ସହରବାସୀ ତଥା ଜିଲ୍ଲାବାସୀଙ୍କ ପକ୍ଷରୁ କୃତଜ୍ଞତା ଜଣାଇଛନ୍ତି । ସହର ଓ ଜିଲ୍ଲାବାସୀ ଙ୍କ ଭିତରେ ଯେଉଁ ଆଶଙ୍କା ଥିଲା ଶ୍ରୀ ବିଗ୍ରହ ଫେରିବା ନେଇ ମା ସୁରେଶ୍ଵରୀ ଓ ଶ୍ରୀ ଗୋପାଳଜୀଙ୍କ କରୁଣାରୁ ଆଜି ତାହା ଦୂର ହୋଇଛି । ଜିଲ୍ଲାପାଳ କହିଥିଲେ ଦୀର୍ଘ ବର୍ଷ ପୁର୍ବ ଘଟଣା ଶୁଣି ଓ କିଛି ମାସର ଚମତ୍କାର ଘଟଣା ଜିଲ୍ଲା ପ୍ରଶାସନ ସହ ଜୁଡିସିଆଲ ଟିମ୍ ସବୁ ଦେଖି ଜିଲ୍ଲା ବାସୀଙ୍କ ଅସ୍ଥା ବିଶ୍ୱାସ ଓ ସୋନପୁର ମାଟି ର ମହକ ବିଷୟ ନ୍ୟାୟାଳୟରେ ତାହା ସବୁ ଅନୁଭବ କଲୁ ବୋଲି କହିଥିଲେ l ସୁବର୍ଣ୍ଣପୁର ଏସପି ଶ୍ରୀ ନାରାୟଣ ନାଏକ ଙ୍କ ତତ୍ଵାବଧାନ ରେ ଡିଏସପି ଚନ୍ଦ୍ରଶେଖର ଶବର ବୁଧବାର ରାତିରେ ଭୁବନେଶ୍ଵରରୁ କଡା ପୋଲିସ ସୁରକ୍ଷାରେ ଓ ସସମ୍ମାନେ ମହାପ୍ରଭୁଙ୍କୁ ଆଣି ଜିଲ୍ଲା ଟ୍ରେଜେରି ରେ ସୁରକ୍ଷିତ ଭାବେ ରଖିଥିଲେ । ସେପଟେ ଗତ ଦୁଇପୀଢ଼ି ଦେଖି ନ ଥିବାର ଭକ୍ତ ମାନେ ମୂଲ୍ୟବାନ ମୂର୍ତ୍ତି ଦର୍ଶନ ପାଇବେ ବୋଲି ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି ଯାହାକି ସୋନପୁରର ଇତିହାସରେ ଏକ ନୂଆ ଅଧ୍ୟାୟ ସୃଷ୍ଟି ହେବ ନିଶ୍ଚିତ । "ଐତିହ୍ୟ ଓ ସଂସ୍କୃତି ସମ୍ପନ୍ନ ଜିଲ୍ଲା ର ଯେଉଁ ସୁନାମ ରହିଛି" ଆଜି ଜିଲ୍ଲାପାଳ ଓ ଉପ ଜିଲ୍ଲାପାଳଙ୍କୁ ଭବ୍ୟ ସ୍ବାଗତ ସମ୍ବର୍ଧନା କରି ଜିଲ୍ଲାବାସୀ ଏହାର ପ୍ରମାଣ କରି ଦେଇଛନ୍ତି l


News Comment




Photo in News

Advertisment
Lastest News
  ରାଜ୍ୟ  
ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା   14-Sep-2026
  ଜିଲ୍ଲା  
ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ   14-Sep-2026
  ଜିଲ୍ଲା  
ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   14-Sep-2026
  ଜିଲ୍ଲା  
ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   14-Sep-2026
  ଜିଲ୍ଲା  
ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   14-Sep-2026
  ଜିଲ୍ଲା  
ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   14-Sep-2026
  ରାଜ୍ୟ  
ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   14-Sep-2026
  ଜିଲ୍ଲା  
ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   14-Sep-2026
  ଜିଲ୍ଲା  
ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   14-Sep-2026
  ଜିଲ୍ଲା  
ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   14-Sep-2026
  ରାଜ୍ୟ  
ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   13-Sep-2026
  ଜିଲ୍ଲା  
ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   13-Sep-2026

You Might Also Like