-+91-9937148622 |
prerana_bgr@rediffmail.com |
Monday 14th September 2026 |
R.N.I. Regd No. ODIODI/2010/46693
Breaking News
11-Dec-2025
ବିନିକା(ହିମାଂଶୁ ଶେଖର ପୁଟେଲ): ବିନିକା ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଫୁଲମୁଠିର ବାର୍ଷିକ କ୍ରୀଡା ସ୍ଥାନୀୟ ନୁଆଁପାଲି ପଡିଆ ଠାରେ ଅନୁଷ୍ଟିତ ହୋଇଯାଇଛି । ବିଦ୍ୟାଳୟ ଅଧ୍ୟକ୍ଷ ପଞ୍ଚାନନ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ବିନିକା ଥାନା ଅଧିକାରୀ ସତ୍ୟ ନାରାୟଣ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ କ୍ରୀଡା ପ୍ରତିଯୋଗିତାକୁ ଉଦ୍ଘାଟନ କରିଥିଲେ।ଏଥିରେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ସଦସ୍ୟା ପ୍ରମିଳା କଲତା,ଅବସରପ୍ରାପ୍ତ କର୍ମଚାରୀ ଆଶିଷ ରଥ ଯୋଗଦେଇ ପ୍ରତିଯୋଗୀ ମାନଙ୍କୁ ଉତ୍ସାହିତ କରିବା ସହିତ ନିଜ ସ୍ୱାସ୍ଥ୍ୟର ଉନ୍ନତି ପାଇଁ କ୍ରୀଡାରେ ଭାଗନେବା ଜରୁରୀ ବୋଲି ପ୍ରତିଯୋଗୀ ମାନଙ୍କୁ କହିଥିଲେ।ଗୃହ ବିଜ୍ଞାନ ବିଭାଗ ଅଧ୍ୟାପିକା ବୈଜୟନ୍ତୀ ସାହୁ ଓ ଖେଲ ଶିକ୍ଷୟତ୍ରୀ ବିନ୍ଦୁଲତା କରଙ୍କ ପ୍ରତେଖ୍ୟ ତତ୍ତ୍ୱାବଧାନରେ ପ୍ରତିଯୋଗିତା ଗୁଡିକ ଅନୁଷ୍ଟିତ ହୋଇଥିଲା।ପ୍ରାୟ ୨୦୦ପ୍ରତିଯୋଗୀ ଦୌଡ,ଡିସକସ,ଲମ୍ବଡିଆଁ,ଉଚ୍ଚଡିଆଁ,ଜାଭେଲିନ,ମ୍ୟୁଜିକ ଚେୟାର,ସାଇକଲ ସ୍ଲୋ ଆଦି ବିଭାଗରେ ଭାଗନେଇଥିଲେ ।ପ୍ରତିଯୋଗିତା ପରିଚାଳନାରେ ଅଧ୍ୟାପିକା ଗୀତାଞ୍ଜଳି ତ୍ରିପାଠୀ,ସଂଗୀତା ପୁରୋହିତ,ଅଧ୍ୟାପକ ଅଶୋକ ବିଶି,ସବ୍ୟସଚୀ ଦନ୍ତା,ଷ୍ଟାଫ ଶିବ ନାରାୟଣ ମେହେର,ପ୍ରଦୀପ ମିଶ୍ର,ବିଶ୍ଵାମିତ୍ର ପାତ୍ର,ସୋମିତ୍ରୀ ମେହେର ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।