-+91-9937148622 |
prerana_bgr@rediffmail.com |
Sunday 26th April 2026 |
R.N.I. Regd No. ODIODI/2010/46693
Breaking News
28-Nov-2025
ସୋନପୁର (ମନୋରଞ୍ଜନ ତ୍ରିପାଠୀ)
ନାଇକେନପାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ଲକର୍ମା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ରାଷ୍ଟ୍ରୀୟ ବାଳ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ରେ ପିଲା ମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା l
ଏହି ସ୍ଵାସ୍ଥ୍ୟ ଶିବିରରେ ବିଦ୍ୟାଳୟ ର ସମସ୍ତ ଶିଶୁ ମାନଙ୍କ ରୋଗ ଚିହ୍ନଟ ସହ ସେମାନଙ୍କୁ ସ୍ଵାସ୍ଥ୍ୟସେବା ପ୍ରଦାନ କରାଯାଇଥିଲା। ଓ ଶେଷରେ ଏକ ଯକ୍ଷ୍ମା ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା l ଏହି ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଡ଼ାକ୍ତର ସରୋଜ କୁମାର ପଟେଲ, ହୃଷିକେଶ ମିଶ୍ର ଫାର୍ମାସିଷ୍ଟ ଓ ଶୁଭଲଷ୍ମୀ ବାଘ ମହିଳା ସ୍ୱାସ୍ଥ୍ୟକର୍ମୀ ଯୋଗଦାନ କରି ଥିଲେ ଓ ସମସ୍ତ ଶିଶୁଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ଓ ଯକ୍ଷ୍ମା ସଚେତନତା କାର୍ଯ୍ୟକ୍ରମ ଅୟୋଜନ କରିଥିଲେ l
ଏହି କାର୍ଯ୍ୟକ୍ରମ ରେ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଲଷ୍ମୀଧର ବେହେରା,ଓ ଶିକ୍ଷକ ଦୟାନିଧି ପଧାନ, ବିକ୍ରମ କୁମାର ନନ୍ଦ ସହଯୋଗ କରିଥିଲେ।