-+91-9937148622 |

prerana_bgr@rediffmail.com |

  Monday 17th August 2026 |

| | | |

R.N.I. Regd No. ODIODI/2010/46693

Breaking News

ମହନୀ ଉତ୍ସବ ପାଇଁ ସମ୍ବଲପୁରୀ ଲୋକନୃତ୍ୟ ପ୍ରତିଯୋଗିତା    (17-Aug-2026)       ||      ଗଣ୍ତାବାହାଲିଠାରେ ନୂଆଖାଇ ଭେଟଘାଟ ପାଇଁ ପ୍ରସ୍ତୁତି ବୈଠକ   (17-Aug-2026)       ||      ନାରୀସେବା ସଙ୍ଘ ପକ୍ଷରୁ ଦେଶର ୮୦ ତମ ସ୍ବାଧିନତା ଦିବସ ପାଳିତ    (17-Aug-2026)       ||      ନୂତନ ଆରକ୍ଷୀ ମହାନିର୍ଦ୍ଦେଶକଙ୍କ ଦାୟିତ୍ୱ ଗ୍ରହଣ   (17-Aug-2026)       ||      ମାନ୍ୟବର ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ତଥା ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଶ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଙ୍କ ପ୍ରେସମିଟ   (17-Aug-2026)       ||      ସମ୍ବଲପୁରରେ ୮୦ତମ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ମହାସମାରୋହରେ ପାଳିତ ସମ୍ବଲପୁରର ସର୍ବାଙ୍ଗୀଣ ବିକାଶ ସରକାରଙ୍କ ପ୍ରାଥମିକତା: ମାନ୍ୟବର ମନ୍ତ୍ରୀ   (17-Aug-2026)       ||      ସ୍ୱାଧୀନତା ଦିବସରେ ମେଘପାଳ ସରପଞ୍ଚଙ୍କ ମହନୀୟ କାର୍ଯ୍ୟ    (17-Aug-2026)       ||      କଂସର ଓ ଦୁଧିଆମାଳରେ ଯୌନ ଓ ପ୍ରଜନନ ସ୍ୱାସ୍ଥ୍ୟ ନେଇ ତାଲିମ ଶିବିର   (17-Aug-2026)       ||      ସ୍ୱାଧୀନତା ଦିବସରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ   (17-Aug-2026)       ||      ଏମ୍‌ସିଏଲ୍ ପାଳନ କଲା ସଦ୍‌ଭାବନା ଓ ଦେଶପ୍ରେମର ସହ ୮୦ତମ ସ୍ବାଧୀନତା ଦିବସ    (16-Aug-2026)       ||      କଦମପଡା ଶିଶୁ ମନ୍ଦିରରେ “ସଂକୁଳ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା” ଅନୁଷ୍ଠିତ   (16-Aug-2026)       ||      ସୋହେଲାରେ ମହାସମାରୋହରେ ପାଳିତ ହେଲା ଗୁରୁ ଭଗବାନ ସାହୁଙ୍କ ୯୬ତମ ଜୟନ୍ତୀ    (16-Aug-2026)       ||      ରେଳ ଉପଭୋକ୍ତ ସଂଘ ତରଫରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ   (16-Aug-2026)       ||      ବଲାଙ୍ଗିର ଗୁଡିଆ ସମାଜର ସିଦ୍ଧିବିନାୟକ ମନ୍ଦିର ପ୍ରତିଷ୍ଠା ପାଇଁ ପ୍ରସ୍ତୁତି ବୈଠକ   (16-Aug-2026)       ||      *ସ୍ବାଧୀନତା ଦିବସ ଅବସରରେ ବନ୍ଧୁତ୍ୱ ପୂର୍ଣ୍ଣ ଫୁଟବଲ୍ ମ୍ୟାଚ ଅନୁଷ୍ଠିତ*-   (16-Aug-2026)       ||      ତ୍ରିରଙ୍ଗା ପତାକା ତଳେ ନୀଳଜି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଦେଶପ୍ରେମର ମହକ, ଛାତ୍ରଛାତ୍ରୀଙ୍କ ମନରେ ଜାଗିଲା ଦେଶଭକ୍ତି   (16-Aug-2026)       ||      ଭୀମଭୋଇ ହସ୍‌ପିଟାଲ ପରିଦର୍ଶନ ରୋଗୀଙ୍କୁ ଭେଟି ସମସ୍ୟା ପଚାରିଲେ ପୂର୍ବତନ ଆଇନମନ୍ତ୍ରୀ ନରସିଂହ ମିଶ୍ର   (16-Aug-2026)       ||      ସୁନ୍ଦରଗଡ଼ ଠାରେ ଜିଲ୍ଲାସ୍ତରୀୟ ୭୯ତମ ସ୍ୱାଧୀନତା ଦିବସ ପାଳିତ   (16-Aug-2026)       ||      ସ୍ୱାଧୀନତା ଦିବସରେ ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ ଆଗଲପୁର ବ୍ଳକ ତରଫରୁ ରକ୍ତଦାନ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ   (16-Aug-2026)       ||      ବାଲିଗୁଡାରେ ଉପଖଣ୍ଡ ସ୍ତରୀୟ ୮୦ ତମ ସ୍ୱାଧୀନତା ଦିବସ ମହୋତ୍ସବ ପାଳନ   (16-Aug-2026)       ||     

HOME   ଜିଲ୍ଲା

*ସୁବର୍ଣ୍ଣପୁର ଠାରେ ଜିଲ୍ଲା ସ୍ତରୀୟ ଧାନ କ୍ରୟ କମିଟି ବୈଠକ ଅନୁଷ୍ଠିତ*

24-Nov-2025



ସୁବର୍ଣ୍ଣପୁର, (ମନୋରଞ୍ଜନ ତ୍ରିପାଠୀ)
 ସୁବର୍ଣ୍ଣପୁର ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସ୍ଥିତ ସଭାଗୃହ ଠାରେ ଜିଲ୍ଲା ସ୍ତରୀୟ ଧାନ କ୍ରୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାରେ ଚଳିତ ବର୍ଷ ଖରିଫ୍ ଧାନ ସଂଗ୍ରହ ପାଇଁ ଡିସେମ୍ବର ମାସ ୯ ତାରିଖରୁ ମଣ୍ଡି ଖୋଲିବା ସହ ଧାନକିଣା ପ୍ରକ୍ରିୟା ଆରମ୍ଭ ହେବ ବୋଲି ଆଜିର ବୈଠକରେ ନିଷ୍ପତ୍ତି ନିଆଯାଇଛି। ଜିଲ୍ଲାରେ ମୋଟ ୭୧ଟି ପ୍ୟାକ୍ସ ଏବଂ ୩୦ ଗୋଟି ଏସ୍ ଏଚ ଜି ମାଧ୍ୟମରେ ଧାନ କିଣା ହେବାକୁ ଥିବାବେଳେ ୫୪ ଜଣ ମିଲରଙ୍କ ସହଯୋଗରେ ଏହା ସମ୍ପାଦିତ ହେବ ବୋଲି ସ୍ଥିର ହୋଇଛି l ଓ ମଣ୍ଡିର ସୁପରିଚାଳନା ସହ ଧାନ ସଂଗ୍ରହ ବେଳେ କିଭଳି ଚାଷୀ ଅସୁବିଧାର ସମ୍ମୁଖୀନ ନ ହେବେ ସେ ନେଇ ବିଶଦ ଆଲୋଚନା କରା ଯାଇଛି। ଜିଲ୍ଲାପାଳ ନୃପରାଜ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ମୁଖ୍ୟ ଅତିଥି ବଲାଙ୍ଗୀର ସାଂସଦ ସଙ୍ଗୀତା କୁମାରୀ ସିଂଦେଓ,  ସମ୍ମାନିତ ଅତିଥି ଭାବେ ବୀରମହାରାଜପୁର ବିଧାୟକ ଶ୍ରୀ ରଘୁନାଥ ଜଗଦଲା, ସାଂସଦଙ୍କ ପ୍ରତିନିଧି ସାନନ୍ଦ ମେହେର, ବିଜେପି ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ଅଶୋକ ପୁଷ୍ଟି, ସୋନପୁର  ବିଧାୟକ ଙ୍କ ପ୍ରତିନିଧି ମଧୁସୁଦନ ଓତା, ମିତ୍ରବ୍ରତ ମିଶ୍ର ପ୍ରମୁଖ ଆଲୋଚନା ରେ ଭାଗ ନେଇଥିବା ବେଳେ ଜିଲ୍ଲା ସ୍ତରୀୟ ଅଧିକାରୀ, ରାଇସ ମିଲ ସଂଘ କର୍ମକର୍ତ୍ତା ପ୍ରମୁଖ ଯୋଗ ଦେଇଥିଲେ । ଜିଲ୍ଲା ମୁଖ୍ୟ ବେସାମରିକ ଯୋଗାଣ ବିଭାଗ ଅଧିକାରୀ ନିରଦ ରଞ୍ଜନ ଦାସ ଚଳିତ ବର୍ଷ ଖରିଫ ଧାନ ସଂଗ୍ରହ ନେଇ ଧାର୍ଯ୍ୟଲକ୍ଷ୍ୟ, ସମବାୟ ସମିତି ସମୂହ ପକ୍ଷରୁ ପ୍ରସ୍ତୁତି ସମ୍ପର୍କରେ ସମସ୍ତ ସୂଚନା ଦେଇଥିଲେ । ଗତବର୍ଷ ତୁଳନାରେ ଚଳିତ ବର୍ଷ ପଞ୍ଜୀକୃତ ଏବଂ ଯାଞ୍ଚ ପରେ ସ୍ଥିର ହୋଇଥିବା ଯୋଗାଣ ବିଭାଗର ସୂଚନା ମୁତାବକ, ଗତବର୍ଷ ଜିଲ୍ଲାରେ ମୋଟ ୬୮ ହଜାର ୬୩୨ ଜଣ ଚାଷୀ ଖରିଫ୍ ଧାନ ବିକ୍ରି ପାଇଁ ପଞ୍ଜୀକୃତ ହୋଇଥିବା ବେଳେ ଚାଷୀଙ୍କ ଠାରୁ ମୋଟ (63,54,992.98) ୬୩ ଲକ୍ଷ ୫୪ ହଜାର ୯୯୨.୯୮ କ୍ଵିଣ୍ଟାଲ ଧାନ କିଣା ଯାଇଥିଲା । ଚଳିତ ବର୍ଷ ୭୧ ହଜାର ୫୭୮ ଜଣ ଚାଷୀ ପଞ୍ଜିକରଣ କରିଥିବା ବେଳେ ଯାଞ୍ଚ ପରେ ସେମାନଙ୍କ ମଧ୍ୟରୁ ୬୮ ହଜାର ୬୩୨ ଜଣ ଚାଷୀଙ୍କ ଠାରୁ ଧାନ କିଣିବା ପାଇଁ ସ୍ଥିର ହୋଇଛି । ଚଳିତବର୍ଷ ଜିଲ୍ଲାର ଧାର୍ଯ୍ୟ ଲକ୍ଷ୍ୟ ପ୍ରଥମ ପର୍ଯ୍ୟାୟରେ ୨୨ ଲକ୍ଷ ୩୨ ହଜାର କ୍ୱିଣ୍ଟାଲ୍ ରହିଛି । ଏହି ସମ୍ପର୍କରେ ଯୋଗାଣ ବିଭାଗ ଅଧିକାରୀ ସ୍ପଷ୍ଟୀକରଣ ରଖି ଏହା ପ୍ରଥମ ପର୍ଯ୍ୟାୟର ଧାର୍ଯ୍ୟ ଲକ୍ଷ୍ୟ (ଟାର୍ଗେଟ) ହୋଇଥିବା ବେଳେ ପରବର୍ତ୍ତୀ ସମୟରେ ଏହାକୁ ଆବଶ୍ୟକ ମୁତାବକ ବୃଦ୍ଧି କରାଯିବ ବୋଲି ପ୍ରକାଶ କରିଥିଲେ । ସାଂସଦ ଶିଘ୍ର ମଣ୍ଡି ଆରମ୍ଭ ସହ କିପରି ଚାଷୀ ହଇରାଣ ନ ହୋଇ ସୁରୁଖୁରୁ ରେ ଧାନ କିଣା ହେବ ସେ ନେଇ ସମସ୍ତ ଅଧିକାରୀ ଙ୍କୁ ସଚେତନ କରିଥିଲେ । ଏହି ବୈଠକରେ ଜିଲ୍ଲା ସ୍ତରୀୟ ବିଭିନ୍ନ ଅଧିକାରୀ ଓ କମିଟିର ଅନ୍ୟାନ୍ୟ ସମସ୍ତ ସଦସ୍ୟ ସମସ୍ତ ଉପସ୍ଥିତ ଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ମହନୀ ଉତ୍ସବ ପାଇଁ ସମ୍ବଲପୁରୀ ଲୋକନୃତ୍ୟ ପ୍ରତିଯୋଗିତା   17-Aug-2026
  ଜିଲ୍ଲା  
ଗଣ୍ତାବାହାଲିଠାରେ ନୂଆଖାଇ ଭେଟଘାଟ ପାଇଁ ପ୍ରସ୍ତୁତି ବୈଠକ   17-Aug-2026
  ଜିଲ୍ଲା  
ନାରୀସେବା ସଙ୍ଘ ପକ୍ଷରୁ ଦେଶର ୮୦ ତମ ସ୍ବାଧିନତା ଦିବସ ପାଳିତ   17-Aug-2026
  ଜିଲ୍ଲା  
ନୂତନ ଆରକ୍ଷୀ ମହାନିର୍ଦ୍ଦେଶକଙ୍କ ଦାୟିତ୍ୱ ଗ୍ରହଣ   17-Aug-2026
  ଜିଲ୍ଲା  
ମାନ୍ୟବର ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ତଥା ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଶ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଙ୍କ ପ୍ରେସମିଟ   17-Aug-2026
  ଜିଲ୍ଲା  
ସମ୍ବଲପୁରରେ ୮୦ତମ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ମହାସମାରୋହରେ ପାଳିତ ସମ୍ବଲପୁରର ସର୍ବାଙ୍ଗୀଣ ବିକାଶ ସରକାରଙ୍କ ପ୍ରାଥମିକତା: ମାନ୍ୟବର ମନ୍ତ୍ରୀ   17-Aug-2026
  ଜିଲ୍ଲା  
ସ୍ୱାଧୀନତା ଦିବସରେ ମେଘପାଳ ସରପଞ୍ଚଙ୍କ ମହନୀୟ କାର୍ଯ୍ୟ   17-Aug-2026
  ରାଜ୍ୟ  
କଂସର ଓ ଦୁଧିଆମାଳରେ ଯୌନ ଓ ପ୍ରଜନନ ସ୍ୱାସ୍ଥ୍ୟ ନେଇ ତାଲିମ ଶିବିର   17-Aug-2026
  ଜିଲ୍ଲା  
ସ୍ୱାଧୀନତା ଦିବସରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ   17-Aug-2026
  ଜିଲ୍ଲା  
ଏମ୍‌ସିଏଲ୍ ପାଳନ କଲା ସଦ୍‌ଭାବନା ଓ ଦେଶପ୍ରେମର ସହ ୮୦ତମ ସ୍ବାଧୀନତା ଦିବସ   16-Aug-2026
  ଜିଲ୍ଲା  
କଦମପଡା ଶିଶୁ ମନ୍ଦିରରେ “ସଂକୁଳ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା” ଅନୁଷ୍ଠିତ   16-Aug-2026
  ଜିଲ୍ଲା  
ସୋହେଲାରେ ମହାସମାରୋହରେ ପାଳିତ ହେଲା ଗୁରୁ ଭଗବାନ ସାହୁଙ୍କ ୯୬ତମ ଜୟନ୍ତୀ   16-Aug-2026

You Might Also Like