-+91-9937148622 |
prerana_bgr@rediffmail.com |
Wednesday 22nd April 2026 |
R.N.I. Regd No. ODIODI/2010/46693
Breaking News
20-Nov-2025
ଭବାନୀପାଟଣା (ତ୍ରିନାଥ ବେଶ୍ରା)
କଳାହାଣ୍ଡୀ ଜିଲ୍ଲାର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ବିବେକ ସେନା ତରଫରୁ ସ୍ଥାନୀୟ କେନ୍ଦୁଗୁଡା ଗ୍ରାମ ଠାରେ ବିଶିଷ୍ଠ କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି | ଜଣେ ଓଡ଼ିଆ କଥାଚିତ୍ର ପ୍ରଚ୍ଛଦପଟ୍ଟ ଗାୟକ ଥିଲେ ହ୍ୟୁମାନ ସାଗର | ସଂଙ୍ଗୀତ ପ୍ରତି ତାଙ୍କର ଅହେତୁକ ଭଲ ପାଇବା ଯୋଗୁଁ ସେ ଡାକ୍ତରୀ ପାଠ ପଢ଼ା ଅଧାରୁ ଛାଡି ସଂଙ୍ଗୀତ ଦୁନିଆ ରେ ପାଦ ଥାପି ଥିଲେ | ବହୁ ଓଡ଼ିଆ ଚଳଚ୍ଚିତ୍ର ରେ ଚମତ୍କାର କଣ୍ଠ ଯୋଗୁଁ କମ ଦିନ ରେ ସେ ଲୋକପିୟତା ହାସଲ କରିଥିଲେ ମାତ୍ର ୩୫ ବର୍ଷ ବୟସ ରେ ତାଙ୍କ ଦେହାନ୍ତ ଯୋଗୁଁ ସମଗ୍ର ଓଡ଼ିଆ ସିନେମା ତଥା ଓଡ଼ିଆ ସଂଙ୍ଗୀତ ଜଗତ ରେ ଏକ ଅପୂରଣୀୟ କ୍ଷତି ହେଲା ବୋଲି ବିବେକ ସେନା ର ରାଷ୍ଟ୍ରୀୟ ଅଧ୍ୟକ୍ଷ ଡ଼ ଶିବରାମ ନାୟକ ନିଜ ଶ୍ରଦ୍ଧାଞ୍ଜଳି ବକ୍ତବ୍ୟ ଦେଇଥିଲେ | ସତାଧିକ ଗ୍ରାମବାସୀ ଶ୍ରଦ୍ଧାଞ୍ଜଳି ସଭା ରେ ଉପସ୍ଥିତ ରହି ଥିବା ବେଳେ ପୂର୍ବତନ ସରପଞ୍ଚ ରାଜୁ କରୁଆ, ସୁଶାନ୍ତ ଗୌଡ଼, ପ୍ରକାଶ ମାଝୀ, ପୋକ ମାଝୀ, ସୋମନାଥ ଗୌଡ଼, ସମ୍ବର ମାଝୀ, ସମୀର ମାଝୀ, ପ୍ରଶାନ୍ତ ମାଝୀ, ଚିରବ ମାଝୀ ଓ ବଳରାମ ନାଏକ ସମେତ ବହୁ ବରିଷ୍ଠ ବିବେକ ସେନାର ସଦସ୍ୟ ଉପସ୍ଥିତ ଥିଲେ |