-+91-9937148622 |

prerana_bgr@rediffmail.com |

  Monday 20th April 2026 |

| | | |

R.N.I. Regd No. ODIODI/2010/46693

Breaking News

ଜିଲ୍ଲା ବିଜେପି ପକ୍ଷରୁ ମଲିକୁଦରେ ଡଃ ଆମ୍ବେଦକରଙ୍କ ଜୟନ୍ତୀ ପାଳିତ ।   (20-Apr-2026)       ||      *ଯୋରନ୍ଦାରୁ ୨୧ ଦିନର ପାଦଯାତ୍ରାରେ ମହିମା ଧର୍ମର ସାଧୁଙ୍କ ପାଦଯାତ୍ରା – ସାଧୁସନ୍ଥ ସେବାରେ ଯୁବକଙ୍କ ସହଯୋଗ*   (20-Apr-2026)       ||      ସୁଶ୍ରୀ ଅନୁଷ୍କାଙ୍କ କୃତିତ୍ୱ ଲାଗି ସମ୍ବର୍ଦ୍ଧନା   (20-Apr-2026)       ||      ବାଲି ମାଫିଆଙ୍କ ବାଲି ଚୋରି , ଚାଷୀଙ୍କ ଉପରେ ଦାଦାଗିରି    (20-Apr-2026)       ||      ଡଭଲା ଗ୍ରାମ ଠାରେ ଚତୁର୍ଥ ମା ମାହେଶ୍ୱରୀ ଦୁଇ ଦିନିଆ କ୍ରିକେଟ ମ୍ୟାଚ ଉଦଘାଟିତ    (19-Apr-2026)       ||      ସାଇଟ ନର୍ସିଂ କଲେଜରେ ଶପଥ ଗ୍ରହଣ ଉତ୍ସବ   (19-Apr-2026)       ||      ଶତ ପ୍ରତିଶତ ନମ୍ବର ରଖି ଜିଲ୍ଲା ପାଇଁ ସୁନାମ ଆଣିଲେ କୁମାର ଅଭିନବ*- *ଶୁଭେଛା ଜଣାଇଲେ ଜିଲ୍ଲାପାଳ   (19-Apr-2026)       ||      ଅତାବିରା ବ୍ରାହ୍ମଣ ସମାଜ ପକ୍ଷରୁ ପ୍ରଭୁ ପର୍ଶୁରାମଙ୍କ ଜୟନ୍ତୀ   (19-Apr-2026)       ||      ଷୋହଳ ପ୍ରହରୀ ନାମଯଜ୍ଞ ପାଇଁ ଅଧିବାସ ଓ କଳସଯାତ୍ରା   (19-Apr-2026)       ||      ବରୀ ଥାନା ପକ୍ଷରୁ ଜଳଛତ୍ର କେନ୍ଦ୍ର ଉଦଘାଟିତ   (19-Apr-2026)       ||      ଓ.ପି. ଜିନ୍ଦଲ ବିଶ୍ୱବିଦ୍ୟାଳୟ ପକ୍ଷରୁ କ୍ୟାରିୟର କାଉନସେଲିଂ ସେମିନାର   (19-Apr-2026)       ||      ବଲାଙ୍ଗୀରରେ ଭବ୍ୟକାର୍ଯ୍ୟକ୍ରମ ସହିତ ଭଗବାନ ପର୍ଶୁରାମଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ   (19-Apr-2026)       ||      ଆସନ୍ତା ଏପ୍ରିଲ ୨୩ ରେ ଭାରତ ବନ୍ଦ   (19-Apr-2026)       ||      ଅସଲି କିଏ, ଆଉ ନକଲି କିଏ ? କନ୍ଧମାଳ ଜିଲ୍ଲାରେ ମାଳମାଳ ସାମ୍ବାଦିକ: ପ୍ରଶାସନ ପାଖରେ ନାହିଁ ସଠିକ ତଥ୍ୟ   (19-Apr-2026)       ||      ସିବିଏସଇ ଦଶମ ପରୀକ୍ଷା ରେ ସୁଶ୍ରୀ ଅନୁଷ୍କା ଙ୍କ କୃତିତ୍ୱ   (19-Apr-2026)       ||      ପୁରୀ ଏସପି ଙ୍କ ସୂଚନା: ସୁରକ୍ଷା ଦାୟିତ୍ୱରେ ଜଣେ ଅତିରିକ୍ତ ଏସ.ପି ଙ୍କ ସମେତ ୫ ଡି ଏସ୍ ପି ରହିବେ    (19-Apr-2026)       ||      ଚାଷୀଙ୍କ ଦୁଃ ଦୁଃଖ ପାଲଟିଛି ଖରିମୁଣ୍ଡା-ସିଂହସାହି ନାଳ   (19-Apr-2026)       ||      ଲାଇଟ୍ ନଥୁଲେ ବି ଆସୁଛି ବିଦ୍ୟୁତ ବିଲ୍   (19-Apr-2026)       ||      ହାତୀ ସୁରକ୍ଷା ଦିଗହରା : ବେଲଘରରେ ପୁଣି ଏକ ଦନ୍ତା ହାତୀ ମୃତ : ୪ ମାସରେ ମଲେଣି ୩ ହାତୀ   (19-Apr-2026)       ||      ସୁବର୍ଣ୍ଣପୁରରେ ସିଏମ ଟ୍ରଫି ୨୦୨୬ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ   (18-Apr-2026)       ||     

HOME   ଜିଲ୍ଲା

ଲୋଇସିଂହା ରେଳ ଷ୍ଟେସନରେ ହାୱାଡା-ଜଗଦଲପୁର ଟ୍ରେନର ରହଣି, ଅଞ୍ଚଳବାସୀ ଙ୍କ ଦୀର୍ଘ ଦିନର ଦାବୀ ହେଲା ପୂରଣ

19-Nov-2025



ଲୋଇସିଂହା, (ପ୍ରେରଣା ଖବର) ଲୋଇସିଂହା ଅଞ୍ଚଳବାସୀ ଙ୍କ ବହୁଦିନର ଦାବୀ ପୂରଣ ହେଲା l ଲୋଇସିଂହା ରେଳ ଷ୍ଟେସନରେ ହାୱାଡା-ଜଗଦଲପୁର ଟ୍ରେନର ରହଣି ବୁଧବାର ଠାରୁ ଆରମ୍ଭ ହୋଇଛି l ଏହା ଫଳରେ ଲୋଇସିଂହା ସମେତ ପଡୋଶୀ ସୋନପୁର ଓ ବରଗଡ଼ ଜିଲ୍ଲାର ବିଭିନ୍ନ ବ୍ଲକର ଜନସାଧାରଣ ଉପକୃତ ହୋଇପାରିବେ l ଏହି ଅବସରରେ ଲୋଇସିଂହା ରେଳ ଷ୍ଟେସନ ଠାରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ବଲାଙ୍ଗିର ସାଂସଦ ସଂଗୀତା କୁମାରୀ ସିଂଦେଓ ଏବଂ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ, ବରିଷ୍ଠ ବାଣିଜ୍ୟ ପ୍ରବନ୍ଧକ ଶ୍ରୀମତୀ ଗାରିମା ତିୱାରୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ l ସାଂସଦ ଶ୍ରୀମତୀ ସିଂଦେଓ ଓ ମନ୍ତ୍ରୀ ଡ଼. ମହାଳିଙ୍ଗ ସବୁଜ ପତାକା ଦେଖାଇ ଲୋଇସିଂହା ରେଳ ଷ୍ଟେସନରୁ ହାୱାଡା-ଜଗଦଲପୁର ସମଲେଶ୍ୱରୀ ଟ୍ରେନ ରହଣିର ଶୁଭାରମ୍ଭ କରିଥିଲେ । ଏହି ଟ୍ରେନ ରହଣି ଫଳରେ ଲୋଇସିଂହା ସିଧାସଳଖ ଛତିଶଗଡ଼ ଓ ପଶ୍ଚିମବଙ୍ଗ ସହିତ ଯୋଡି ହୋଇପାରିବ । ଏଥିସହିତ ଅଞ୍ଚଳର ସାମାଜିକ ଓ ଅର୍ଥନୈତିକ କ୍ଷେତ୍ରରେ ଆହୁରି ବିକାଶ ହୋଇପାରିବ ବୋଲି ଅତିଥିମାନେ ବକ୍ତବ୍ୟ ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଲୋଇସିଂହା ବ୍ଲକ ଅଧ୍ୟକ୍ଷ ଯତୀନ୍ଦ୍ର ପଟେଲ, ନାଗରିକ କମିଟିର ବିଭୁତିଭୂଷଣ ସାହାଣୀ ଗଜାନନ ଅଗ୍ରୱାଲ, ପ୍ରଶାନ୍ତ ବେହେରାଙ୍କ ସମେତ ଅନ୍ୟାନ୍ୟ ସଦସ୍ୟ ତଥା ଦଳଗତ ନିର୍ବିଶେଷରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ । ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ଡ. ମହାଲିଙ୍ଗଙ୍କ ବ୍ୟକ୍ତିଗତ ଉଦ୍ୟମ ତଥା ପ୍ରଚେଷ୍ଟା କ୍ରମେ ଉକ୍ତ ଟ୍ରେନର ଷ୍ଟପେଜ ଲୋଇସିଂହା ଠାରେ ହୋଇଥିବାରୁ ଅଂଚଳରେ ଖୁସିର ଲହରୀ ଖେଳିଯାଇଛି । ଏହି ଟ୍ରେନର ରହଣୀ ସକାଶେ ସ୍ୱାସ୍ଥ୍ୟମନ୍ତ୍ରୀ ଡ. ମହାଲିଙ୍ଗ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତଥା ବଲାଙ୍ଗିର ସାଂସଦ ସଂଗୀତା କୁମାରୀ ସିଂଦେଓଙ୍କୁ କୃତଜ୍ଞତା ଜଣାଇଛନ୍ତି l


News Comment




Photo in News

Advertisment
Lastest News
  ଜିଲ୍ଲା  
ଜିଲ୍ଲା ବିଜେପି ପକ୍ଷରୁ ମଲିକୁଦରେ ଡଃ ଆମ୍ବେଦକରଙ୍କ ଜୟନ୍ତୀ ପାଳିତ ।   20-Apr-2026
  ଜିଲ୍ଲା  
*ଯୋରନ୍ଦାରୁ ୨୧ ଦିନର ପାଦଯାତ୍ରାରେ ମହିମା ଧର୍ମର ସାଧୁଙ୍କ ପାଦଯାତ୍ରା – ସାଧୁସନ୍ଥ ସେବାରେ ଯୁବକଙ୍କ ସହଯୋଗ*   20-Apr-2026
  ଜିଲ୍ଲା  
ସୁଶ୍ରୀ ଅନୁଷ୍କାଙ୍କ କୃତିତ୍ୱ ଲାଗି ସମ୍ବର୍ଦ୍ଧନା   20-Apr-2026
  ଜିଲ୍ଲା  
ବାଲି ମାଫିଆଙ୍କ ବାଲି ଚୋରି , ଚାଷୀଙ୍କ ଉପରେ ଦାଦାଗିରି   20-Apr-2026
  ଜିଲ୍ଲା  
ଡଭଲା ଗ୍ରାମ ଠାରେ ଚତୁର୍ଥ ମା ମାହେଶ୍ୱରୀ ଦୁଇ ଦିନିଆ କ୍ରିକେଟ ମ୍ୟାଚ ଉଦଘାଟିତ   19-Apr-2026
  ଜିଲ୍ଲା  
ସାଇଟ ନର୍ସିଂ କଲେଜରେ ଶପଥ ଗ୍ରହଣ ଉତ୍ସବ   19-Apr-2026
  ଜିଲ୍ଲା  
ଶତ ପ୍ରତିଶତ ନମ୍ବର ରଖି ଜିଲ୍ଲା ପାଇଁ ସୁନାମ ଆଣିଲେ କୁମାର ଅଭିନବ*- *ଶୁଭେଛା ଜଣାଇଲେ ଜିଲ୍ଲାପାଳ   19-Apr-2026
  ଜିଲ୍ଲା  
ଅତାବିରା ବ୍ରାହ୍ମଣ ସମାଜ ପକ୍ଷରୁ ପ୍ରଭୁ ପର୍ଶୁରାମଙ୍କ ଜୟନ୍ତୀ   19-Apr-2026
  ଜିଲ୍ଲା  
ଷୋହଳ ପ୍ରହରୀ ନାମଯଜ୍ଞ ପାଇଁ ଅଧିବାସ ଓ କଳସଯାତ୍ରା   19-Apr-2026
  ଜିଲ୍ଲା  
ବରୀ ଥାନା ପକ୍ଷରୁ ଜଳଛତ୍ର କେନ୍ଦ୍ର ଉଦଘାଟିତ   19-Apr-2026
  ଜିଲ୍ଲା  
ଓ.ପି. ଜିନ୍ଦଲ ବିଶ୍ୱବିଦ୍ୟାଳୟ ପକ୍ଷରୁ କ୍ୟାରିୟର କାଉନସେଲିଂ ସେମିନାର   19-Apr-2026
  ଜିଲ୍ଲା  
ବଲାଙ୍ଗୀରରେ ଭବ୍ୟକାର୍ଯ୍ୟକ୍ରମ ସହିତ ଭଗବାନ ପର୍ଶୁରାମଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ   19-Apr-2026

You Might Also Like