-+91-9937148622 |
prerana_bgr@rediffmail.com |
Monday 20th April 2026 |
R.N.I. Regd No. ODIODI/2010/46693
Breaking News
19-Nov-2025
ବଲାଙ୍ଗୀର(ଦେବାଶିଷ ବହିଦାର): ଗତ ସୋମବାର ଦିନ ରାତିରେ ସଂଗୀତ ଜଗତର ବେତାଜ ବାଦଶାହ ବଲାଙ୍ଗୀର ଜିଲ୍ଲାର ଗର୍ବ ଓ ଗୌରବ ହ୍ୟୁମାନ ସାଗରଙ୍କ ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଥିଲା l ଏହି ଖବର ସାରା ରାଜ୍ୟକୁ ସ୍ତବଧ କରିଦେଇଥିବା ବେଳେ ଜନ୍ମମାଟି ବଲାଙ୍ଗୀର ଜିଲ୍ଳା ସଇଁତଳା ବ୍ଳକ ଡେଙ୍ଗରେ ମଧ୍ୟ ଶୋକାକୁଳ ବାତା ବରଣ ଦେଖାଯାଇଥିଲା l ଆଜି ବଲାଙ୍ଗୀରର ସମସ୍ତ ସାମାଜିକ ଏବଂ ସାଂସ୍କୃତିକ ଅନୁଷ୍ଠାନ ତରଫରୁ ସ୍ଥାନୀୟ କଚେରୀ ଛକ ଠାରେ କର୍ମକର୍ତା ଗୋବିନ୍ଦ ଶତପଥୀ, ସୋମନାଥ ମିଶ୍ର ଏବଂ ବିକାଶ ସା ଙ୍କ ସଂଯୋଜନା ରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା l ଏହି ଶ୍ରଦ୍ଧାଞ୍ଜଳି
ସଭାରେ ଜିଲ୍ଳା ପରିଷଦ ଅଧକ୍ଷା ଦେବକୀ ସାହୁ, ପୌରାଧ୍ୟକ୍ଷା ଲିକା ସାହୁ, ବରିଷ୍ଠ ଭାଜପା ନେତା ଗୋପାଳଜୀ ପାଣିଗ୍ରାହୀ, ଓକିଲ ସଙ୍ଘର ସଭାପତି ବାସୁ ରଥ, ସୈନିକ ସଙ୍ଘର ପ୍ରତାପ ରଥ, କିଶୋର ରଥ, ସଂଗୀତା ଦାସ, ରୋଶନ ଭାରଦ୍ୱାଜ,ପୂଜା ସାହୁ, ବବିତା ପୁଟେଲ,ବ୍ୟସଦେବ ପୁରୋହିତ, ଗୋଲାପ ବାଗ, ସତ୍ୟ ହୋତା, ସଂଜୀବ ସାହୁ, ଥବିର କର୍ମୀ, ସୁମନ ନନ୍ଦ, ଉତ୍ତମ ନନ୍ଦ,ରାମ ଶତପଥି,ବୁଲୁ ମହାକୁର, ଲିଙ୍କନ ସେଠ, ଋତୁତାଜ ପଧାନ,ରବୀନ୍ଦ୍ର ପଧାନ, ସରୋଜ ଜାଲ,କନ୍ଦର୍ପ ରଣା, ପ୍ରମୁଖ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଦେବା ସହ ସୃତି ଉଚ୍ଚାରଣ କରିଥିଲେl