-+91-9937148622 |
prerana_bgr@rediffmail.com |
Tuesday 21st April 2026 |
R.N.I. Regd No. ODIODI/2010/46693
Breaking News
19-Nov-2025
ଲୋଇସିଂହା, (ବିନୋଦ ଦୀପ) ଆଜି ସର୍ଦ୍ଦାର ପଟେଲ ଙ୍କ 150ତମ ଜନ୍ମ ଜୟନ୍ତୀ ଅବସରରେ ବିଜେପି ପକ୍ଷରୁ ଏକତା ପଦଯାତ୍ରା ଲୋଇସିଂହା ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଥିଲା l ଏହି ପରିପ୍ରେକ୍ଷୀରେ ଲୋଇସିଂହା ମହାବିଦ୍ୟାଳୟ ରୁ କଲେଜ ଛକ ରୁ ଅଗ୍ରେସନ ଭବନ ପର୍ଯ୍ୟନ୍ତ ଲମ୍ବା ତ୍ରିରଙ୍ଗା ପତାକା ଧରି ଏକ ବିଶାଳ ଏକତା ଯାତ୍ରା ହୋଇଥିଲା l ଏହି କାର୍ଯ୍ୟକ୍ରମ ର ଉଦ୍ଦେଶ୍ୟ ଏହା ଯେ ସର୍ଦ୍ଦାର ପଟେଲ ଙ୍କ ସଂକଳ୍ପ କୁ ପାଳନ କରିବା, ଏକ ରାଷ୍ଟ୍ର ଏକ ସଂକଳ୍ପ l ଏହି ଏକତା ପଦଯାତ୍ରା ରେ ସାମିଲ ଥିଲେ ସ୍ୱାସ୍ଥ୍ୟମନ୍ତ୍ରୀ ଡ଼. ମୁକେଶ ମହାଳିଙ୍ଗ, ବଲାଙ୍ଗୀର ସାଂସଦ ସଂଗୀତା କୁମାରୀ ସିଂଦେଓ ବ୍ଲକ ଅଧ୍ୟକ୍ଷ ଯତୀନ୍ଦ୍ର ପଟେଲ, ଲୋଇସିଂହା କଲେଜ ର ଛାତ୍ରଛାତ୍ରୀ ସମେତ ଲୋଇସିଂହା ନିର୍ବାଚନ ମଣ୍ଡଳୀ ର ଶତାଧିକ ବିଜେପି କର୍ମକର୍ତା ପଦଯାତ୍ରା ରେ ଉପସ୍ଥିତ ଥିଲେ l ସୁରକ୍ଷା ଦାୟିତ୍ୱ ରେ ଥିଲେ ଲୋଇସିଂହା ପୋଲିସ ଦଳ l