-+91-9937148622 |
prerana_bgr@rediffmail.com |
Sunday 21st June 2026 |
R.N.I. Regd No. ODIODI/2010/46693
Breaking News
19-Nov-2025
ବିନିକା(ହିମାଂଶୁ ଶେଖର ପୁଟେଲ)ବିନିକା ସ୍ଥିତ ସିଦ୍ଧାର୍ଥ ଡିଗ୍ରୀ ମହାବିଦ୍ୟାଳୟରେ ବୁଧବାର ବାର୍ଷିକ କ୍ରୀଡା ଅନୁଷ୍ଠିତ ହୋଇଯାଇଛି l ଏହି କ୍ରୀଡା ଉତ୍ସବକୁ କଲେଜ ଅଧ୍ୟକ୍ଷ ଡଃ. ଧୀରେନ୍ଦ୍ର କୁମାର ନାୟକ ଉଦଘାଟନ କରିଥିଲେ ।ଏଥିରେ ମୁଖ୍ୟ ଅତିଥି ଭାବେ ସିଦ୍ଧାର୍ଥ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷା ରେଖା ପଧାନ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ସୁସ୍ଥ ଶରୀରର ଉପକାରିତା ପାଇଁ ବିଭିନ୍ନ ପ୍ରକାରର ଖେଳକୁଦ ଭାଗନେଇ ନିଜର ପ୍ରତିଭା ପ୍ରଦର୍ଶନ କରିବା ଆବଶ୍ୟକ ବୋଲି ଦିଗଦର୍ଶନ ଦେଇଥିଲେ ।ପରେ ଅନୁଷ୍ଟିତ କ୍ରୀଡା ପ୍ରତିଯୋଗିତାରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରିଥିଲେ l ଖେଳ ଗୁଡ଼ିକୁ ଖେଲ ଶିକ୍ଷକ ନାରାୟଣ ଚୌଧୁରୀ, ନରସିଂହ ସେଠୀ ଓ ମନୋଜ କୁମାର ନାୟକ ପରିଚାଳନା କରିଥିଲେ l ମହିଳା ବିଭାଗରେ ଶ୍ରେଷ୍ଠ ଖେଳାଳି ଭlବରେ ପିଙ୍କି ସୁନା ଏବଂ ପୁରୁଷ ବିଭାଗରେ ଶ୍ୟାମଜୀ ସଲମା ବିବେଚିତ ହୋଇଥିଲେ l ଏହି ପ୍ରତିଯୋଗିତା ପରିଚାଳନାରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ,ଅଧ୍ୟାପିକା, କର୍ମଚାରୀ ଏବଂ ଛାତ୍ରଛାତ୍ରୀ ସହଯୋଗ କରିଥିଲେ l