-+91-9937148622 |

prerana_bgr@rediffmail.com |

  Wednesday 16th September 2026 |

| | | |

R.N.I. Regd No. ODIODI/2010/46693

Breaking News

ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   (15-Sep-2026)       ||      କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   (15-Sep-2026)       ||      ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||      ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   (14-Sep-2026)       ||      ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   (14-Sep-2026)       ||      ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   (14-Sep-2026)       ||      ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   (14-Sep-2026)       ||      ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   (14-Sep-2026)       ||      ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   (14-Sep-2026)       ||      ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   (14-Sep-2026)       ||      ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   (14-Sep-2026)       ||      ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   (13-Sep-2026)       ||      ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   (13-Sep-2026)       ||      ଭଞ୍ଜନଗର ପୋଲିସ କୁ ବଡ ସଫଳତା : ବ୍ୟାପକ ନକଲି ମଦ ଜବତ    (13-Sep-2026)       ||      କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ    (13-Sep-2026)       ||      କୁଡ଼ାପଡ଼ା ସ୍କୁଲରେ ସ୍ୱଚ୍ଛତା ପକ୍ଷ ପାଳନ   (13-Sep-2026)       ||      ଗଞ୍ଜାମରେ ପାର୍ବଣପୂର୍ବରୁ ଫୁଟିଲା ଗୁଳି   (13-Sep-2026)       ||      ଟିଟିଲାଗଡରେ ଫିକା ପଡିଛି ନୂଆଁଖାଇ ବଜାର - ବଜାର ଖାଁ ଖାଁ - ବ୍ୟବସାୟୀ ଚିନ୍ତାରେ    (13-Sep-2026)       ||      ସ୍ବର୍ଗତ ଉମେଶ ଚନ୍ଦ୍ର ମହାନ୍ତିଙ୍କ ଦ୍ୱାଦଶରେ ଯୋଗଦେଲେ ସହରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି    (13-Sep-2026)       ||     

HOME   ଜିଲ୍ଲା

ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ମିଳିତ ସମ୍ମିଳନୀ ୨୦୨୫, ରାଜସ୍ୱ ପ୍ରଶାସନରେ ଆବଶ୍ୟକୀୟ ସଂସ୍କାର ଏବଂ ରାଜସ୍ୱ ରେକର୍ଡର  ଆଧନିକୀକରଣ କରାଯିବ :  ମନ୍ତ୍ରୀ ଶ୍ରୀ ସୁରେଶ ପୁଜାରୀ

18-Nov-2025



ଭୂ-ଅଧିଗ୍ରହଣ ଜନିତ ସମସ୍ୟା ଓ ସମାଧାନ ସଂପର୍କରେ ବିସ୍ତୃତ ଆଲୋଚନା

                                                                          ଭୁବନେଶ୍ବର(ପ୍ରେରଣା ଖବର): ରାଜ୍ୟରେ ଦୀର୍ଘ ଦିନ ହେବ ଜମିଜମା ସଂକ୍ରାନ୍ତୀୟ  ମାମଲା ଥିବା ଯୋଗୁଁ  ରାଜସ୍ୱ ହାନି ଘଟୁଛି ।   ରାଜ୍ୟ ସରକାର ଶିଳ୍ପକୁ ପ୍ରାଧାନ୍ୟ ଦେଉଥିବା ବେଳେ ଏଥିପାଇଁ ଆବଶ୍ୟକ ଜମି ଅଧିଗ୍ରହଣ ପ୍ରକ୍ରିୟା ବିଳମ୍ବିତ ହେଉଛି । ବହୁ  ସରକାରୀ ଜମି ଏବେ ମଧ୍ୟ ଜବର ଦଖଲରେ ରହିଛି । ଏଥି ନେଇ ରାଜ୍ୟ ସରକାର ଏକ ବିସ୍ତୃତ ରୋଡ୍ ମ୍ୟାପ୍ ଜରିଆରେ ସମସ୍ତ ଜମିଜମା ସମସ୍ୟାର ସମାଧାନ, ଜବରଦଖଲ ଜମିକୁ ସରକାର ଅଧିନକୁ ଆଣିବା, ଭୂମିହୀନକୁ ଘର ଡିହ ଯୋଗାଇବା ସହ ସାଧାରଣ ଲୋକଙ୍କୁ ତ୍ୱରିତ ନ୍ୟାୟ ପ୍ରଦାନ କରିବା ନିମନ୍ତେ ଆଇନ୍ ରେ ବ୍ୟାପକ ସଂଶୋଧନ ଆଣିବେ ବୋଲି ରାଜ୍ୟ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ ମତବ୍ୟକ୍ତ କରିଛନ୍ତି । 

ଆଜି ଲୋକ ସେବା ଭବନସ୍ଥିତ କନଭେନସନ ସେଣ୍ଟର ଠାରେ ଆୟୋଜିତ ହୋଇଥିବା ଦୁଇ ଦିନିଆ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ମିଳିତ ସମ୍ମିଳନୀର ପ୍ରଥମ ଦିବସର ଉଦ୍ଘାଟନୀ ଅଧିବେଶନ ପରେ ପରେ ଅନୁଷ୍ଠିତ ପ୍ରଥମ ଅଧିବେଶନରେ ଅଧ୍ୟକ୍ଷତା କରି ମନ୍ତ୍ରୀ ଶ୍ରୀ ପୂଜାରୀ ଏହା ପ୍ରକାଶ କରିଛନ୍ତି । 

ସମ୍ମିଳନୀର ଏହି ଅଧିବେଶନରେ ରାଜସ୍ୱ ପ୍ରଶାସନକୁ ସୁବ୍ୟବସ୍ଥିତ କରିବା, ରାଜସ୍ୱ ରେକର୍ଡର ଆଧୁନିକୀକରଣ, ଭୂ-ଅଧିଗ୍ରହଣରେ ରହୁଥିବା ସମସ୍ୟା ସଂପର୍କିତ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା ।  

ଆଲୋଚନାରେ ମନ୍ତ୍ରୀ ଶ୍ରୀ ପୂଜାରୀ କହିଥିଲେ ଯେ, ରାଜ୍ୟରେ ନୂତନ  ସରକାର କାର୍ଯ୍ୟଭାର ହାତକୁ ନେବା ପରେ ଭୂ-ଆଇନ୍ ରେ ଅନେକଗୁଡ଼ିଏ ସଂସ୍କାର ଆଣିଛନ୍ତି । ଜମିପଟ୍ଟା ସଂଶୋଧନ ପ୍ରକ୍ରିୟାରେ ସରଳୀକରଣ କରିଛନ୍ତି । ରାଜ୍ୟ ସରକାର ବିଭିନ୍ନ ବୃହତ୍ ଶିଳ୍ପ ପ୍ରକଳ୍ପ ପ୍ରତିଷ୍ଠା ପାଇଁ ଯୋଜନା ରଖିଥିବା ବେଳେ ଏଥିପାଇଁ ଲ୍ୟାଣ୍ଡ  ବ୍ୟାଙ୍କ ଜରିଆରେ ଆବଶ୍ୟକ ଜମି ଯୋଗାଇଦେବା ସରକାରଙ୍କ ପ୍ରାଥମିକତା ରହିଛି  । ଏଥି ପାଇଁ ଜବରଦଖଲ ହୋଇଥିବା ସମସ୍ତ ସରକାରୀ ଜମି ଉଚ୍ଛେଦ କରାଯିବ । ବିଭିନ୍ନ ପ୍ରକଳ୍ପ କାର୍ଯ୍ୟାନ୍ୱୟନରେ ଜମି ଅଧିଗ୍ରହଣରେ ପ୍ରଭାବିତ ହୋଇଥିବା ଲୋକଙ୍କୁ  ତୁରନ୍ତ କ୍ଷତିପୂରଣ ଦେବା ଉପରେ ମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ ।   

ରାଜ୍ୟର ବିକାଶ ପାଇଁ ଜିଲ୍ଲାକୁ ଦିଆଯାଉଥିବା ପାଣ୍ଠିକୁ ସଠିକ୍ ଓ ସମୟୋପଯୋଗୀ ବିନିଯୋଗ କରିବା ପାଇଁ  ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ବିଭିନ୍ନ ଜିଲ୍ଲାକୁ ବହୁମୁଖୀ ଆଶ୍ରୟ ସ୍ଥଳର ରକ୍ଷଣାବେକ୍ଷଣ ଓ ସର୍ବନିମ୍ନ ସୁବିଧା ପାଇଁ  ଦିଆଯ।ଇଥିବା ବିପର୍ଯ୍ୟୟ ପରିଚାଳନା  ପାଣ୍ଠିର ଉପଯୋଗ କରିବାକୁ ମନ୍ତ୍ରୀ କହିଥିଲେ । ଏଥି ସହିତ  ରାଜ୍ୟରେ ଆଉ ୧୦୦ଟି ବହୁମୁଖୀ ବନ୍ୟା-ବାତ୍ୟା ଆଶ୍ରୟ ସ୍ଥଳ ନିର୍ମାଣ ହେବା ସଂପର୍କରେ ମନ୍ତ୍ରୀ ସୂଚନା ଦେଇଥିଲେ । ସମ୍ମିଳନୀରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଦେଓ ରଂଜନ କୁମାର ସିଂ ଯୋଗଦେଇ କହିଲେ ଯେ,  ରାଜ୍ୟରେ  ଏକ ସୁଦୃଢ ଓ ଦକ୍ଷ ରାଜସ୍ୱ ପ୍ରଶାସନିକ ବ୍ୟବସ୍ଥା ପାଇଁ ରାଜ୍ୟ ସରକାର ସମସ୍ତ ପଦକ୍ଷେପ ନେଉଛନ୍ତି । ରାଜସ୍ୱ ବ୍ୟବସ୍ଥାର ଆଧୁନିକୀକରଣ ଯୋଗୁଁ ଦୀର୍ଘ ଦିନରୁ ବକେୟା ପଡ଼ିଥିବା ୯୦  ପ୍ରତିଶତରୁ ଊର୍ଦ୍ଧ୍ୱ ରାଜସ୍ୱ ମାମଲା ଫଇସଲା ହୋଇପାରିଛି ।  ରାଜ୍ୟରେ  ଶିଳ୍ପ ପ୍ରକଳ୍ପ,  ବ୍ୟବସାୟ ଉପଯୋଗୀ ବାତାବରଣ, ଭିତ୍ତିଭୂମି ପ୍ରକଳ୍ପଗୁଡ଼ିକୁ ତ୍ୱରାନ୍ୱିତ କରିବା, ଲୋକମାନଙ୍କୁ ସେମାନଙ୍କର ନ୍ୟାର୍ଯ୍ୟ ଅଧିକାର ପ୍ରଦାନ ଓ ବିଭିନ୍ନ  ଯୋଜନା ଓ କାର୍ଯ୍ୟକ୍ରମର ସଫଳତା  ପାଇଁ ରାଜସ୍ୱ ପ୍ରଶାସନକୁ ସୁଦୃଢ କରିବା ଓ ରାଜସ୍ୱ ଆଇନରେ ଆବଶ୍ୟକ ସଂସ୍କାରର ଆବଶ୍ୟକତା ରହିଛି ବୋଲି

ସେ କହିଥିଲେ  ।  ସେ ଆହୁରି ମଧ୍ୟ କହିଲେ ଯେ,  ଦୀର୍ଘ ଦିନରୁ ଭୂ-ରେକର୍ଡ ସଂଶୋଧନ ହୋଇ ପାରିବାରୁ ରାଜସ୍ୱ ହାନି ଘଟୁଛି ।   ସେ   ସମସ୍ତ ଜିଲ୍ଲାପାଳମାନଙ୍କୁ ରାଜସ୍ୱ ପ୍ରଶାସନକୁ ଅଧିକ ଗୁରୁତ୍ୱ ଦେବା, ଜିଲ୍ଲାରେ ରାଜସ୍ୱ ଅଧିକାରୀମାନଙ୍କୁ ନେଇ ନିୟମିତ ସମୀକ୍ଷା କରିବା ସମ୍ପର୍କରେ  ପରାମର୍ଶ ଦେଇଥିଲେ ।  ବଡ ବଡ ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ ନିମନ୍ତେ  ୩ ରୁ ୫ ବର୍ଷ ଲାଗୁ ଥିବାରୁ ଏଥିରେ ସରଳୀକରଣ ପାଇଁ ସମ୍ମିଳନୀରେ ବିସ୍ତୃତ ଆଲୋଚନା କରାଯାଇଥିଲା ।    ଜମି ଅଧିଗ୍ରହଣ କ୍ଷତି ପୂରଣ ପ୍ରଦାନରେ ବିଳମ୍ବିତ ହେଲେ ସମସ୍ୟା ଅଧିକ ଉପୁଜିଥାଏ । ରେକର୍ଡ ସଂଶୋଧନ ପ୍ରକ୍ରିୟାରେ ଜମିଜମାର  ସଠିକ ତଥ୍ୟ ପ୍ରଦାନ ଉପରେ ସେ ଗୁରୁତ୍ୱାରୋପ କରିଥିଲେ । ଅଦ୍ୟାବଧି ରାଜ୍ୟରେ ପ୍ରାୟ ୧ କୋଟି ଏକର ସରକାରୀ ଜମି ରହିଛି, ଯାହା ରାଜ୍ୟର  ଶିଳ୍ପ ଓ ସାମଗ୍ରିକ ଭିତ୍ତିଭୂମି ବିକାଶରେ ସହାୟକ ହେବ ବୋଲି ସେ ପ୍ରକାଶ    କରିଥିଲେ । 

ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେନ୍ଦ୍ର କୁମାରଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଅଧିବେଶନରେ ଉତ୍ତରାଂଚଳ ରାଜସ୍ୱ ଆୟୁକ୍ତ ଶ୍ରୀ ସଚିନ୍ ରାମଚନ୍ଦ୍ର ଯାଦବ ଉପସ୍ଥିତ ଥିବା ବେଳେ ଜିଲ୍ଲାପାଳ-ପୁରୀ ଶ୍ରୀ ଦିବ୍ୟଜ୍ୟୋତି ପରିଡ଼ା, ଜିଲ୍ଲାପାଳ-କଳାହାଣ୍ଡି ଶ୍ରୀ ସଚିନ ପାଓ୍ୱାର, ରାୟଗଡା-ଜିଲ୍ଲାପାଳ  ଶ୍ରୀ ଆଶୁତୋଷ କୁଲକର୍ଣ୍ଣୀ, ବରଗଡ-ଜିଲ୍ଲାପାଳ ଶ୍ରୀ ଆଦିତ୍ୟ ଗୋୟେଲ , ବୌଦ୍ଧ- ଜିଲ୍ଲାପାଳ ଶ୍ରୀ ବିଭୂତି ଭୂଷଣ ନାୟକ  ଯୋଗଦେଇ ବିଷୟଭିତ୍ତିକ ପ୍ରସଙ୍ଗରେ ନିଜ ନିଜ ଜିଲ୍ଲାରେ ରାଜସ୍ୱ ପ୍ରଶାସନ, ରାଜସ୍ୱ ରେକର୍ଡର ଆଧୁନିକୀକରଣ ଏବଂ ଭୂ ଅଧିଗ୍ରହଣ ସମସ୍ୟା ଓ ସମାଧାନ ସଂପର୍କିତ ନିଜ ନିଜର ଉପସ୍ଥାପନ  କରିବା ସହିତ ରାଜ୍ୟ ସରକାରଙ୍କୁ ଆବଶ୍ୟକ ସଂଶୋଧନ ପାଇଁ ପ୍ରସ୍ତାବ ଦେଇଥିଲେ । 

ମନ୍ତ୍ରୀ ଶ୍ରୀ ପୂଜାରୀ ସମସ୍ତ ଜିଲ୍ଲାପାଳଙ୍କ ଠାରୁ ଜମିଜମା ସଂକ୍ରାନ୍ତୀୟ ସଂଶୋଧନ ପ୍ରସ୍ତାବ  ନଭେମ୍ବର ଶେଷ ସୁଦ୍ଧା ଦେବାକୁ ପରାମର୍ଶ ଦେଇଛନ୍ତି । ସେହିପରି ଜିଲ୍ଲାପାଳମାନେ ରାଜସ୍ୱ ଆଇନ୍ ରେ ଆବଶ୍ୟକ  ସଂଶୋଧନ ସଂପର୍କିତ ପ୍ରସ୍ତାବ ଆଗାମୀ ଫେବୃୟାରୀ ମାସ ସୁଦ୍ଧା ରାଜସ୍ୱ ବିଭାଗକୁ ପ୍ରଦାନ କରିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଓ ପରାମର୍ଶ ଦେଇଛନ୍ତି ।                                                                                                                                                 


News Comment




Photo in News

Advertisment
Lastest News
  ଜିଲ୍ଲା  
ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   15-Sep-2026
  ଜିଲ୍ଲା  
କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   15-Sep-2026
  ରାଜ୍ୟ  
ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା   14-Sep-2026
  ଜିଲ୍ଲା  
ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ   14-Sep-2026
  ଜିଲ୍ଲା  
ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   14-Sep-2026
  ଜିଲ୍ଲା  
ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   14-Sep-2026
  ଜିଲ୍ଲା  
ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   14-Sep-2026
  ଜିଲ୍ଲା  
ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   14-Sep-2026
  ରାଜ୍ୟ  
ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   14-Sep-2026
  ଜିଲ୍ଲା  
ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   14-Sep-2026
  ଜିଲ୍ଲା  
ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   14-Sep-2026
  ଜିଲ୍ଲା  
ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   14-Sep-2026

You Might Also Like