-+91-9937148622 |
prerana_bgr@rediffmail.com |
Wednesday 29th April 2026 |
R.N.I. Regd No. ODIODI/2010/46693
Breaking News
14-Nov-2025
ସୋନପୁର (ମନୋରଞ୍ଜନ ତ୍ରିପାଠୀ)
ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଭୁବନେଶ୍ୱର ପକ୍ଷରୁ ବେଙ୍ଗଲୁରୁ ଠାରେ ନଭେମ୍ବର ୧୫ ରୁ ୧୭ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା "ଓଡିଶା ପରବ -୨୦୨୫ " ରେ ଯୋଗ ଦେବା ପାଇଁ ସୋନପୁର ଜିଲ୍ଲା ର ସାଂସ୍କୃତିକ ଅନୁଷ୍ଠାନ ପଏଁରୀ ନୃତ୍ୟ ନିର୍ଦେଶକ ଚୌଧୁରୀ ବିଭାର ଙ୍କ ନେତୃତ୍ୱ ରେ ୧୧ ଜଣ କଳାକାର ଭୁବନେଶ୍ୱରରୁ ବିମାନ ଯୋଗେ ବାଙ୍ଗଲୁରୁ କୁ ଯାତ୍ରା କରିଛନ୍ତି l କଳାକାର ମସ୍ତରାମ ସୁନା, ଶୁଶିଲ ନାଏକ, ବିବଛ କଲେତ, ବିଷ୍ଣୁ ନାଏକ, କରଣଚାନ୍ଦ ନାଏକ, ବାଲ୍ମୀକି କଲେତ, ଲଖମନ ମାଳି, ପ୍ରେମଶିଳା ନାଏକ, ଦିବ୍ୟରାଣୀ ବିଶି ଓ କଲ୍ୟାଣୀ ପ୍ରଧାନ, ୩ ଦିନ ଧରି ସେମାନେ ଓଡ଼ିଶା ପରବ ରେ ଆମ ଅଂଚଳ ର ଲୋକ ନୃତ୍ୟ ଓ ଲୋକ ବାଦ୍ୟ ପରିବେଷଣ କରିବେ ବୋଲି ଶ୍ରୀ ବିଭାର ସୂଚନା ଦେଇଛନ୍ତି l