-+91-9937148622 |

prerana_bgr@rediffmail.com |

  Thursday 17th September 2026 |

| | | |

R.N.I. Regd No. ODIODI/2010/46693

Breaking News

କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   (17-Sep-2026)       ||      ୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   (17-Sep-2026)       ||      ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ    (16-Sep-2026)       ||      ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ    (16-Sep-2026)       ||      ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   (16-Sep-2026)       ||      ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ    (16-Sep-2026)       ||      ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   (16-Sep-2026)       ||      ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   (16-Sep-2026)       ||      *ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   (16-Sep-2026)       ||      ଶରତ ଇଲେଭେନ୍ କୁ ହରାଇ ଜାରିଂ ଚାମ୍ପିଅନ   (16-Sep-2026)       ||      ନୁଆଁଖାଇ ଉପଲକ୍ଷେ ମାଁ ମାହେଶ୍ବରୀ ସେନା ପକ୍ଷରୁ ଖାଦ୍ୟବଣ୍ଟନ    (16-Sep-2026)       ||      ଆଦିବାସୀ ଭାଇ ମାନଙ୍କ ପାରମ୍ପରିକ ଗରଣ୍ଡି ଯାତ୍ରା   (16-Sep-2026)       ||      ବିଶିପାଲି ରେ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ଗମ୍ଭାରୀପାଲି ଗଣେଷ ପୂଜା କମିଟି ତରଫରୁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   (15-Sep-2026)       ||      କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   (15-Sep-2026)       ||      ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||      ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   (14-Sep-2026)       ||      ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   (14-Sep-2026)       ||     

HOME   ରାଜ୍ୟ

ପ୍ରଧାନ ଶିକ୍ଷକଙ୍କ ସ୍ଥାନରେ ରିସୋର୍ସ ପର୍ସନ ଭାବରେ ତାଲିମ୍ ନେଉଛନ୍ତି ସହକାରୀ ଶିକ୍ଷକ, ଅଭିଯୋଗ କୁ ସ୍ୱୀକାର କଲେ ଉଚ୍ଚ କର୍ତ୍ତୃପକ୍ଷ

13-Nov-2025



ବଲାଙ୍ଗୀର/ଲୋଇସିଂହା(ବିନୋଦ ଦୀପ): ପ୍ରଧାନଶିକ୍ଷକଙ୍କ ଠାରେ ବିଭିନ୍ନ ଦକ୍ଷତା ହାସଲ ପାଇଁ ଆସନ୍ତା ୧୧ ତାରିଖ ଠାରୁ ୧୫ ତାରିଖ ପର୍ଯ୍ୟନ୍ତ ସମ୍ଭବ ତାଲିମ ରହିଛି। ମଙ୍ଗଳବାର ଠାରୁ ୫ ଦିନ ପର୍ଯ୍ୟନ୍ତ ବଲାଙ୍ଗୀର ପୃଥୀରାଜ ହାଇସ୍କୁଲରେ ରିସୋସପର୍ସନଙ୍କ ତାଲିମ ଆରମ୍ଭ ହୋଇଯାଇଛି । ଲୋଇସିଂହା ବ୍ଳକର ଦୁଇଟି ହାଇସ୍କୁଲରୁ ପ୍ରଧାନ ଶିକ୍ଷକଙ୍କ ସ୍ଥାନରେ ୨ ଜଣ ସହକାରୀ ଶିକ୍ଷକଙ୍କୁ ତାଲିମ ପାଇଁ ପଠାଯାଇଛି।  ଏହି ଘଟଣା ଏବେ ବ୍ଳକରେ କାର୍ଯ୍ୟରତ ପ୍ରଧାନ ଶିକ୍ଷକଙ୍କ କାର୍ଯ୍ୟଦକ୍ଷତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି l ଏ ସମ୍ପର୍କରେ ଆମେ ଜିଲ୍ଲା ଶିକ୍ଷା ଅଧିକାରୀ ତଥା ଡିପିସି ପ୍ରଦୀପ ନାଗ ଙ୍କୁ ପଚାରିବାରୁ ଇନ୍ ଚାର୍ଜ ହେଡ଼ମାଷ୍ଟର ଓ ଶିକ୍ଷକ ମାନେ ମଧ୍ଯ ତାଲିମ ନେଇ ପାରିବେ ବୋଲି କହିଥିଲେ l ପରବର୍ତ୍ତୀ ସମୟରେ ଏମାନେ ନିଜ ନିଜ ବ୍ଲକ ରେ ଜଣେ ରିସୋର୍ସପର୍ସନ ଭାବରେ ହେଡ଼ମାଷ୍ଟର ମାନଙ୍କୁ ତାଲିମ ଦେଇପାରିବେ ବୋଲି କହିଥିଲେ l କେଉଁ ଗାଇଡଲାଇନ ବଳରେ ସେ  ଏହା କହିଲେ ଆମେ ଜାଣି ନାହୁଁ କିନ୍ତୁ ଏଠାରେ ପ୍ରଶ୍ନ ଉଠେ, ଯଦି ଜଣେ ଶିକ୍ଷକ ହେଡ଼ମାଷ୍ଟରଙ୍କୁ ତାଲିମ୍ ଦେବା ନିୟମ ପରିସରଭୁକ୍ତ ଅଛି ତେବେ ଜଣେ ହେଡ଼ମାଷ୍ଟର ଡିପି ସି ଙ୍କୁ  ମଧ୍ଯ ତାଲିମ ଦେବା କଥାକୁ ଅସ୍ୱୀକାର କରାଯାଇ ପାରିବ ନାହିଁ l  ସେ ଯାହା ହେଉ,  ୨୦ ଜଣ  ସମ୍ଭବ ରିସୋସପର୍ସନ ତାଲିମରେ ଦୁଇଟି ସ୍କୁଲରୁ ତାଲିମ୍ ପାଇଁ  ପ୍ରଧାନ ଶିକ୍ଷକଙ୍କୁ ନ ପଠାଇ ଜଣେ  ଜଣେ ଜଣ ସହକାରୀ ଶିକ୍ଷକଙ୍କୁ ପଠାଇବା ଘଟଣାକୁ ନେଇ ବିଭିନ୍ନ ଚର୍ଚ୍ଚl ହେଉଛି।  ରିସୋସପର୍ସନ ତାଲିମ ପାଇଁ ଲୋଇସିଂହା ହରେକୃଷ୍ଣ ମହତାବ ହାଇସ୍କୁଲର ସହକାରୀ ଶିକ୍ଷକ ରାଜ କୁମାର ଭୋଇ ଓ ସରଗାଡ ଲାଲବାହାଦୁର ନୋଡାଲ ହାଇସ୍କୁଲର ସହକାରୀ ଶିକ୍ଷକ ଜନତା ନାଗଙ୍କୁ ବ୍ଳକ ଶିକ୍ଷା ବିଭାଗରୁ ମନୋନୀତ କରି ପଠା ଯାଇଛି। ବ୍ଳକ ଶିକ୍ଷା ବିଭାଗର ଏପରି କାର୍ଯ୍ୟ ଯୋଗୁ ପ୍ରଧାନ ଶିକ୍ଷକଙ୍କ କାର୍ଯ୍ୟଦକ୍ଷତା ଉପରେ ସାଧାରଣରେ ପ୍ରଶ୍ନ ଉଠିବା ସ୍ବାଭାବିକ ହୋଇପଡିଛି । ଆଗକୁ ବାର୍ଷିକ ପରୀକ୍ଷା ଆସୁଛି । ଏପରି ସମୟରେ ୨ ଜଣ ସହକାରୀ ଶିକ୍ଷକଙ୍କୁ ରିସୋସପର୍ସନ ପାଇଁ ପଠା ଯାଇଥିବାରୁ ସେହି ବିଦ୍ୟାଳୟର ଛାତ୍ରୀଛାତ୍ରମାନେ ସମ୍ପୃକ୍ତ ଶିକ୍ଷକ ଦ୍ବୟଙ୍କ ବିଷୟ ଭିତ୍ତିକ ଶିକ୍ଷାଦାନରୁ ବଞ୍ଚିତ ହେବା ସୁନିଶ୍ଚିତ ହୋଇପଡିଛି।

 ତେବେ ପ୍ରଧାନ ଶିକ୍ଷକଙ୍କ ଅଧୀନରେ ଥିବା ସହକାରୀ ଶିକ୍ଷକଦ୍ୱୟ  ରିସୋସପର୍ସନ ସାଜି ତାଲିମ ଦେଲେ ତାହା କେତେ ଯୁକ୍ତିଯୁକ୍ତ ବୋଲି ସାଧାରଣରେ ମତପ୍ରକାଶ ପାଉଛି । ଏହା ଛଡା ସରକାର ଶିକ୍ଷାନୁଷ୍ଠାନକୁ ବିଭିନ୍ନ ସମୟରେ ବିଭିନ୍ନ ଅନୁଦାନ ଯୋଗାଉଛନ୍ତି। ଏହି ଅନୁଦାନରେ ଶିକ୍ଷାନୁଷ୍ଠାନର ଭିତ୍ତିଭୂମି ଗଠନରୁ ଆରମ୍ଭକରି ବିଭିନ୍ନ ଉପକରଣ କ୍ରୟ କରାଯାଉଛି। ଉପଯୁକ୍ତ ତାଲିମ ଅଭାବରୁ ଜିଏସଟି ଓ ସିଏସଟି ବିଲକୁ ନେଇ ଅନେକ ସମୟରେ ଶିକ୍ଷାନୁଷ୍ଠାନଗୁଡିକ ଠକେଇର ଶିକାର ହେଉଛନ୍ତି। ପ୍ରଧାନ ଶିକ୍ଷକଙ୍କ ସ୍ଥାନରେ ସହକାରୀ ଶିକ୍ଷକଙ୍କୁ ପଠାଇଏପରି ତାଲିମ ନେବାର ମାନେ କଣ ରହିଲା ବୋଲି ସାଧାରଣରେ ମତପ୍ରକାଶ ପାଉଛି।  ଏଠାରେ ବଡ ପ୍ରଶ୍ନ ହେଲା, ଯଦି ସରକାରୀ କାର୍ଯ୍ୟକ୍ରମରେ ଏଭଳି ଗଣ୍ଡଗୋଳିଆ ପରିସ୍ଥିତି ସୃଷ୍ଟି ହୁଏ, ତେବେ ସରକାରଙ୍କ ଏହି ମହତ୍ ଯୋଜନାର ପ୍ରକୃତ ଉଦ୍ଦେଶ୍ୟ ସାଧିତ ହୋଇପାରିବ କି  ?


News Comment




Photo in News

Advertisment
Lastest News
  ରାଜ୍ୟ  
କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   17-Sep-2026
  ଜିଲ୍ଲା  
୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   17-Sep-2026
  ଜିଲ୍ଲା  
ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ   16-Sep-2026
  ଜିଲ୍ଲା  
ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ   16-Sep-2026
  ଜିଲ୍ଲା  
ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   16-Sep-2026
  ଜିଲ୍ଲା  
ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ   16-Sep-2026
  ରାଜ୍ୟ  
ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   16-Sep-2026
  ଜିଲ୍ଲା  
ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   16-Sep-2026
  ଜିଲ୍ଲା  
*ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   16-Sep-2026
  ରାଜ୍ୟ  
ଶରତ ଇଲେଭେନ୍ କୁ ହରାଇ ଜାରିଂ ଚାମ୍ପିଅନ   16-Sep-2026
  ଜିଲ୍ଲା  
ନୁଆଁଖାଇ ଉପଲକ୍ଷେ ମାଁ ମାହେଶ୍ବରୀ ସେନା ପକ୍ଷରୁ ଖାଦ୍ୟବଣ୍ଟନ   16-Sep-2026
  ଜିଲ୍ଲା  
ଆଦିବାସୀ ଭାଇ ମାନଙ୍କ ପାରମ୍ପରିକ ଗରଣ୍ଡି ଯାତ୍ରା   16-Sep-2026

You Might Also Like