-+91-9937148622 |
prerana_bgr@rediffmail.com |
Thursday 17th September 2026 |
R.N.I. Regd No. ODIODI/2010/46693
Breaking News
13-Nov-2025
ନବରଙ୍ଗପୁର(ପ୍ରିୟଦର୍ଶିନୀ ପାତ୍ର)
ଡାବୁଗାଁ ବ୍ଲକ ସରକାରୀ ଉଦ୍ୟାନ କୃଷି ବିଭାଗ କାର୍ଯ୍ୟାଳୟ ଠାରେ ଗୁରୁବାର ଦିନ ଠାରୁ ଆଳୁ ଚାଷ ପାଇଁ ଆଳୁ ବିହନ ବଣ୍ଟନ ଆରମ୍ଭ କରାଯାଇଛି । ଏହି ସମୟରେ ଡାବୁଗାଁ ସହକାରୀ ଉଦ୍ୟାନ କୃଷି ଅଧିକାରୀ ରବି ଶଙ୍କର ପଣ୍ଡା ଏବଂ ଉଦ୍ୟାନ କୃଷି ଅଧିଦର୍ଶକ ପ୍ରମଦ କୁମାର ଗୌଡ଼ ଉପସ୍ଥିତ ରହି ଚାଷୀ ଙ୍କୁ ଆଳୁ ବଣ୍ଟନ କରିଥିଲେ ।ଏଭଳି ଆଜି ଅଂଚଳା, ମେଦନା, କଇଲାରୀ, ବଡ଼ ଅଲମା, ବୋରିଗାଁ ପଞ୍ଚଯାତ ରେ ମୋଟ ୧୦୦ ଜଣ ଚାଷୀଙ୍କୁ ୩ସହ କୁଣ୍ଟାଲ ଆଳୁ ବଣ୍ଟନ କରାଯାଇଥିଲା। ବସ୍ତା ପ୍ରତି ଏକ ହଜାର ଟଙ୍କା ଦରରେ। ଜମିରେ ଚାଷ କରି ବା ପରେ ଜି. ପି. ଏସ ଫଟୋ ଦେଲେ ଚାଷୀର ନିଜ ବ୍ୟାଙ୍କ ଖାତା କୁ ସବସିଡି ଚଡ଼ିବା ନେଇ ଶ୍ରୀ ପଣ୍ଡା ସୁଚନା ପ୍ରଦାନ କରିଛନ୍ତି ।