-+91-9937148622 |

prerana_bgr@rediffmail.com |

  Thursday 17th September 2026 |

| | | |

R.N.I. Regd No. ODIODI/2010/46693

Breaking News

କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   (17-Sep-2026)       ||      ୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   (17-Sep-2026)       ||      ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ    (16-Sep-2026)       ||      ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ    (16-Sep-2026)       ||      ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   (16-Sep-2026)       ||      ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ    (16-Sep-2026)       ||      ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   (16-Sep-2026)       ||      ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   (16-Sep-2026)       ||      *ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   (16-Sep-2026)       ||      ଶରତ ଇଲେଭେନ୍ କୁ ହରାଇ ଜାରିଂ ଚାମ୍ପିଅନ   (16-Sep-2026)       ||      ନୁଆଁଖାଇ ଉପଲକ୍ଷେ ମାଁ ମାହେଶ୍ବରୀ ସେନା ପକ୍ଷରୁ ଖାଦ୍ୟବଣ୍ଟନ    (16-Sep-2026)       ||      ଆଦିବାସୀ ଭାଇ ମାନଙ୍କ ପାରମ୍ପରିକ ଗରଣ୍ଡି ଯାତ୍ରା   (16-Sep-2026)       ||      ବିଶିପାଲି ରେ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ଗମ୍ଭାରୀପାଲି ଗଣେଷ ପୂଜା କମିଟି ତରଫରୁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   (15-Sep-2026)       ||      କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   (15-Sep-2026)       ||      ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||      ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   (14-Sep-2026)       ||      ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   (14-Sep-2026)       ||     

HOME   ଜିଲ୍ଲା

ମହିଳା ଓ ଶିଶୁଙ୍କୁ ମିଳୁନି ପୁଷ୍ଟିକର ପୋଷକଖାଦ୍ୟ : ଏସ୍ ଏଚ୍ ଜି ଓ ବିଭାଗୀୟ ଅଧିକାରୀଙ୍କ ମଧୁଚନ୍ଦ୍ରିକା

13-Nov-2025



୩ ମାସିଆ ଏଗ୍ରିମେଣ୍ଟ ସୃଷ୍ଟି କରିଛି ବ୍ୟାଘାତ

ବୌଦ୍ଧ(ମଳୟ ମିଶ୍ରଙ୍କ  ରିପୋର୍ଟ) ବୌଦ୍ଧ ଜିଲ୍ଲାର ଶିଶୁବିକାଶ ପ୍ରକଳ୍ପ ଗୁଡିକରେ  ଗତ କିଛିମାସ ହେଲା ଗର୍ଭବତୀ /ପ୍ରସୂତୀ ମହିଳା ଓ ଶିଶୁମାନଙ୍କ ପାଇଁ ଅଙ୍ଗନବାଡି ଯୋଜନାରେ ସରକାର ଯୋଗାଉଥିବା ପୁଷ୍ଟିକର ଛତୁଆ ଶିଶୁଖାଦ୍ୟ କାର୍ଯ୍ୟକ୍ରମରେ ଗୁରୁତର ବ୍ୟାଘାତ ସୃଷ୍ଟି ହୋଇଛି । ଚଳିତବର୍ଷଠାରୁ ନୂତନ ସରକାର ଆସିବାପରେ ପୂର୍ବରୁ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ ଜରିଆରେ ଏହି ଛତୁଆ ପ୍ରସ୍ତୁତିର ଦାୟିତ୍ବ ୩ ମାସିଆ ଏଗ୍ରିମେଣ୍ଟ୍ କରିଦିଆଯାଇଛି ।  ଏଣୁ ଏହା ଠିକ୍ ସମୟରେ ନବୀକରଣ ବା ଠିକ୍ ଭାବରେ ସମ୍ପାଦିତ ହେଉ ନ ଥିବାରୁ ମାସ ମାସ ଧରି ଅଙ୍ଗନବାଡି କେନ୍ଦ୍ରଗୁଡିକୁ ଛତୁଆ ମିଳୁ ନଥିଲେ ହେଁ , ଏଥିପ୍ରତି ପ୍ରକଳ୍ପ ଅଧିକାରିଣୀ ବା ସିଡିପିଓ , ଜିଲ୍ଲାସ୍ତରରେ ଡି ଏସ୍ ଡବ୍ଲୁଓ ବନାମ ଜିଲ୍ଲାପାଳ  କିମ୍ବା ସଂପ୍ରତି ଏହି ମହିଳା ଓ ଶିଶୁବିକାଶ ବିଭାଗଟି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ହାତରେ ରହିଥିଲେ ହେଁ , କେହି ଦୃଷ୍ଟିଦେଉନାହାଁନ୍ତି  !  ଜଣାଯାଇଛି ଯେ , ଆଗରୁ ବର୍ଷ ବର୍ଷ  ଧରି ଏଭଳି ଏସ୍ ଏଚ୍ ଜି ମାନଙ୍କୁ ଶିଶୁଖାଦ୍ୟ ପ୍ରସ୍ତୁତିର ଦାୟିତ୍ବ ଦିଆଯାଇଥିବାରୁ ଶତାଧିକ ଶିଶୁଙ୍କ ପାଇଁ ସରକାର ଯୋଗାଉଥିବା ଏହି ପୋଷକ ଶିଶୁଖାଦ୍ୟର ଲକ୍ଷାଧିକ ଟଙ୍କାର ମାସିକ ବିଲ୍ ରୁ ପ୍ରଚୁର ବାଟମାରଣା ଚାଲିଥିଲା । ଏତଦ୍ଦ୍ବାରା ଉକ୍ତ ଏସ୍ ଏଚ୍ ଜି ର ସଭାନେତ୍ରୀ ଓ ସମ୍ପାଦିକାମାନେ ବା ତାଙ୍କ ପଛରେ ଥିବା ଉକ୍ତ କର୍ମକର୍ତ୍ତୀ ମହିଳାଙ୍କ ସ୍ବାମୀ , ଶଶୁର , ଭାଇ ବା ବାପମାନେ ଅଥବା ବେପାରୀମାନେ ବର୍ଷ କେଇଟାରେ କୋଟିପତି ପାଲଟିଯାଇଛନ୍ତି ।  ତେଣୁ ଏହି ଛତୁଆ ପ୍ରସ୍ତୁତ କରିବାର ଦାୟିତ୍ବ ଦେବାକୁ ମନ୍ତ୍ରୀ/ ବିଧାୟକଙ୍କ ସୁପାରିଶ ଲୋଡା ପଡୁଥିଲା ।  ଅନ୍ୟାର୍ଥେ  ମୋଟାଅଙ୍କର କିକ୍ ବ୍ୟାକ୍ ଚାଲିଥିଲା ।  

ସରକାର ବଦଳ ପରେ ଏହା ନୂତନ ଦଳୀୟନେତା , ଶାସକ ଦଳର ସାଂସଦ , ମନ୍ତ୍ରୀ , ବିଧାୟକଙ୍କ ନଜରକୁ ଆସିବାରୁ ସେମାନେ ମଧ୍ଯ  ଉପରୋକ୍ତ ଉତ୍କୋଚଖିଆ ଅଭ୍ୟାସରେ ପଡିଗଲେ । ଏହାପରେ ଉକ୍ତ ଛତୁଆ ଏସ୍ ଏଚ୍ ଜି ଗୁଡିକୁ ନିୟନ୍ତ୍ରଣରେ ଆଣିବାକୁ ଛତୁଆର ମାନପରୀକ୍ଷଣ ଓ ବିଭାଗୀୟ ବନାମ ପ୍ରାଶାସନିକ ଅଙ୍କୁଶପ୍ରୟୋଗ ବ୍ୟବହାର କଲେ ।  ଏହି ଆଳରେ ବ୍ଲକ୍ ଗୁଡିକରେ କେତେକ ଏସ୍ ଏଚ୍ ଜି କଟିଗଲେ ଓ ଯେଉଁମାନେ ରହିଲେ ବା ନୂତନ ଦାୟିତ୍ବ ପାଇଲେ , ସେମାନଙ୍କ ଠାରୁ ମୋଟାଅଙ୍କର ହାତଚିକ୍କଣ କରାଗଲା ।  ଏପରିକି ଦୁଇଟି ପଡୋଶୀ ଜିଲ୍ଲାରେ ପ୍ରଥମେ ଜଣେ ଉପମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ପ୍ରଶାସନ ବା ବିଭାଗୀୟ ଅଧିକାରୀଙ୍କ ଉପରେ ଚାପ ପକାଯାଇ ଗତବର୍ଷର ନୂଆଖାଇ ପୂର୍ବରୁ ବିଲ୍ ଅଟକାଇ ଏବଂ ଜଣେ ମହିଳାସାଂସଦଙ୍କ ଦ୍ବାରା ସିଧାସଳଖ ତାଙ୍କ ଦରବାରକୁ ଡକାଇନେଇ ଦୁଇମାସର ବିଲ୍ ୨ ଲକ୍ଷରୁ ୧୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରାଜତଣ୍ଡ ଆଦାୟ କରାଯାଇଥିବା ଗଣମାଧ୍ୟମରେ ପ୍ରକାଶ ପାଇଥିଲା । ଏହାପରେ ଉପରୋକ୍ତ ୩ ମାସିଆ ଏଗ୍ରିମେଣ୍ଟ ବ୍ୟବସ୍ଥା କରାଯାଇଛି ।  ଏହାକୁ ବିରୋଧ କରି ରାଜ୍ୟ ଛତୁଆ ଏସ୍ ଏଚ୍ ଜି ସଂଘ ତରଫରୁ ମଧ୍ଯ  ବିଭାଗୀୟ ମନ୍ତ୍ରୀଙ୍କ ସମେତ ଅନୁଗୁଳଠାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଠାରେ ଲିଖିତ ଆବେଦନ କରାଯାଇଥିବା ପ୍ରକାଶ । ଏହା କେବଳ ଏହି ଦୁଇତିନୋଟି ଜିଲ୍ଲାରେ ନୁହେଁ , ସାରାରାଜ୍ଯରେ ଚାଲିଥିବା ପ୍ରକାଶ  ।

ତେବେ ବୌଦ୍ଧ ଜିଲ୍ଲାର କଣ୍ଟାମାଳ ବ୍ଳକର ଶିଶୁବିକାଶ ପ୍ରକଳ୍ପକୁ ଉଦାହରଣ ରୂପେ ନିଆଗଲେ , ଏହି ୩ ମାସିଆ ଛତୁଆ ଏଗ୍ରିମେଣ୍ଟ ଯୋଗୁଁ ଏଠାରେ ଅଙ୍ଗନବାଡିର ପୋଷକ ଶିଶୁଖାଦ୍ୟ ବଣ୍ଟନରେ ବ୍ୟାଘାତ ସୃଷ୍ଟି ହୋଇଛି ।  ଏହି ବ୍ଲକର ପ୍ରକଳ୍ପର ୧୧ ଟି ସେକ୍ଟରରେ ୨୫୫ ଟି ଅଙ୍ଗନବାଡି କେନ୍ଦ୍ର ରହିଛି । ସଂପ୍ରତି ଏଠାରେ ସିଡିପିଓ ଅଛନ୍ତି ପଙ୍କଜିନୀ ମିଶ୍ର  ଓ ୧୧ ଟି ସେକ୍ଟରରେ ୭ ଜଣ ସୁପରଭାଇଜର ଅଛନ୍ତି ।  ଏହି ପ୍ରକଳ୍ପରେ ୨ ଟି ଛତୁଆ ପ୍ରସ୍ତୁତ କରୁଥିବା ଏସ୍ ଏଚ୍ ଜି ଅଛନ୍ତି । ଏଥିରୁ ଖଟଖଟିଆରେ ଗୋଟିଏ ନାରାୟଣୀ ଏସ୍ ଏଚ୍ ଜି  ଓ ଆରଟି ପଥର୍ଲାର ବିଜୟଲକ୍ଷ୍ମୀ ଏସ୍ ଏଚ୍ ଜି । ନାରାୟଣୀ ଏସ୍ ଏଚ୍ ଜି ଟି ଉକ୍ତ ମହିଳା କାର୍ଯ୍ୟକର୍ତ୍ତୀଙ୍କ ସ୍ବାମୀ ଓ ଦିଅରଙ୍କ କବ୍ ଜା ରେ ଓ  ବିଜୟଲକ୍ଷ୍ମୀ ଏସ୍ ଏଚ୍ ଜି ଟି  ଗ୍ରାମର ଜଣେ ମାରୁଆଡି ଙ୍କର । ତାଙ୍କ ପତ୍ନୀ ଏହାର କାର୍ଯ୍ୟକର୍ତ୍ତୀ ହୋଇଥିଲେ ହେଁ , ତାଙ୍କ ସ୍ବାମୀ ଓ ପୁଅମାନେ ଏହାର ଅସଲ ମାଲିକ । ଏଠାକୁ ଆମ ପ୍ରତିନିଧିଙ୍କ କିଛିମାସ ବ୍ୟବଧାନରେ ଦୁଇଥରର ପରିଦର୍ଶନରେ ସିଡିପିଓ ନଥାନ୍ତି ଓ ବୌଦ୍ଧ ଓ ଦୂରରେ ଘରକୁ

ପଳାଇଯାଉଥିବା ସୁପରଭାଇଜରମାନେ କିମ୍ବା ଉକ୍ତ ଦୁଇ ଏସ୍ ଏଚ୍ ଜି  ପକ୍ଷରୁ ତଥ୍ଯ ମିଳିପାରିଲା ନାହିଁ । ପଥର୍ଲାର ଅଙ୍ଗନବାଡି କର୍ମୀ ମାମା ଚିରଗୁନ୍ ଗତ ୩ ମାସର ଛତୁଆ ଦେଇ ନଥିବା ଗ୍ରାମର ମହିଳାମାନେ ଅଭିଯୋଗ କରନ୍ତି । ପଚାରିଲେ ଅଙ୍ଗନବାଡିକର୍ମୀ  ଛତୁଆ ଏସ୍ ଏଚ୍ ଜି ଛତୁଆ ଦେଉ ନ ଥିବା ଓ ସେ ଉପରୁ ଆସୁ ନଥିବା କହି ଏଡାଇ ଯାଉଥିବା କହିଛନ୍ତି । ଏ ସମ୍ପର୍କରେ ବିଜୟଲକ୍ଷ୍ମୀ ଏସ୍ ଏଚ୍ ଜି ର ସମ୍ପାଦିକାଙ୍କୁ ପଚାରିବାରୁ ତାଙ୍କ ସ୍ବାମୀ ଓ ପୁଅମାନେ ଛେକି ହୋଇ ସାନପୁଅର ବିବାହ ଥିବା ସଫେଇ ଦେଇଥିବା ବେଳେ , ଖଟଖଟିଆର ନାରାୟଣୀ ଏସ୍ ଏଚ୍ ଜି ର ସମ୍ପାଦିକା ତାଙ୍କ ସ୍ବାମୀଙ୍କୁ ଫୋନ୍ ଧରାଇଦେଇଥିଲେ ଓ ସେ 'ଆପଣ ସିଡିପିଓ ମାଡାମଙ୍କୁ ପଚାରନ୍ତୁ ' କହି ନିହାତି ବେଖାତିର୍ ଭାବେ ଫୋନ୍ କାଟିଦେଲେ ।  ତେବେ ପ୍ରତିଥର ବିନା ପୂଜାପାଠରେ ଏହି ୩ ମାସିଆ ନବୀକରଣ ହୁଏନାହିଁ  ଓ ଏଥିପାଇଁ ହିତାଧିକାରୀ ମାନେ ପୋଷକ ଖାଦ୍ୟରୁ ମାସ ମାସ ବଞ୍ଚିତ ହେଉଥିବା ଅଭିଯୋଗରୁ ପ୍ରକାଶ  । ଏଣୁ ଆଗରୁ ମଧ୍ଯ  ଏଥିରୁ ବ୍ୟାପକ ବାଟମାରଣା କରିଆସୁଥିବା ଏହି ଦୁଇ ଛତୁଆ ପ୍ରସ୍ତୁତକାରୀ ଏସ୍ ଏଚ୍ ଜିଙ୍କୁ କାର୍ଯ୍ୟରୁ ଅନ୍ତର କରାଯିବା ସହିତ  କଣ୍ଟାମାଳ ଶିଶୁବିକାଶ ପ୍ରକଳ୍ପର ଅଧିକାରୀଙ୍କ ସହ ସୁପରଭାଇଜର ମାନଙ୍କୁ ତୁରନ୍ତ ବଦଳି କରାଯିବା ସହ ସମସ୍ତ ପଦବୀ ପୂରଣ କରାଯିବାକୁ ଜନସାଧାରଣଙ୍କ ପକ୍ଷରୁ ସରକାରଙ୍କ ଦୃଷ୍ଟିଆକର୍ଷଣ କରାଯାଇଛି ।


News Comment




Photo in News

Advertisment
Lastest News
  ରାଜ୍ୟ  
କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   17-Sep-2026
  ଜିଲ୍ଲା  
୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   17-Sep-2026
  ଜିଲ୍ଲା  
ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ   16-Sep-2026
  ଜିଲ୍ଲା  
ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ   16-Sep-2026
  ଜିଲ୍ଲା  
ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   16-Sep-2026
  ଜିଲ୍ଲା  
ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ   16-Sep-2026
  ରାଜ୍ୟ  
ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   16-Sep-2026
  ଜିଲ୍ଲା  
ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   16-Sep-2026
  ଜିଲ୍ଲା  
*ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   16-Sep-2026
  ରାଜ୍ୟ  
ଶରତ ଇଲେଭେନ୍ କୁ ହରାଇ ଜାରିଂ ଚାମ୍ପିଅନ   16-Sep-2026
  ଜିଲ୍ଲା  
ନୁଆଁଖାଇ ଉପଲକ୍ଷେ ମାଁ ମାହେଶ୍ବରୀ ସେନା ପକ୍ଷରୁ ଖାଦ୍ୟବଣ୍ଟନ   16-Sep-2026
  ଜିଲ୍ଲା  
ଆଦିବାସୀ ଭାଇ ମାନଙ୍କ ପାରମ୍ପରିକ ଗରଣ୍ଡି ଯାତ୍ରା   16-Sep-2026

You Might Also Like