-+91-9937148622 |

prerana_bgr@rediffmail.com |

  Saturday 31st October 2026 |

| | | |

R.N.I. Regd No. ODIODI/2010/46693

Breaking News

ମାନ୍ୟବର କେନ୍ଦ୍ରମନ୍ତ୍ରୀ ଡା. ବୀରେନ୍ଦ୍ର କୁମାରଙ୍କ ସିଆରସି ପରିଦର୍ଶନ   (30-Oct-2026)       ||      ଦିବ୍ୟାଙ୍ଗ ବ୍ୟକ୍ତିମାନଙ୍କ ସଶକ୍ତିକରଣ, ପୁନର୍ବାସ ଓ ସେମାନଙ୍କୁ ସ୍ୱାବଲମ୍ବୀ କରିବା ଉଦ୍ଦେଶ୍ୟରେ ବିଭିନ୍ନ କାର୍ଯ୍ୟକ୍ରମ    (30-Oct-2026)       ||      ସୁନ୍ଦରଗଡରେ ପିଏମ୍‌ କିଷାନ ଉତ୍ସବ ପାଳନ ପାଳିତ ଏବଂ ୨୪ତମ କିସ୍ତି ପ୍ରଦାନ   (30-Oct-2026)       ||      ଖାଲି ରାସ୍ତାରେ ଗାଡି ଦେଖି କଣ୍ଟାବାଞ୍ଜି ଏସଡିପିଓଙ୍କ ଫୋର୍ସ ପ୍ରଦର୍ଶନ !   (30-Oct-2026)       ||      ୧୦କୋଟି ଟଙ୍କାର ନିର୍ମାଣହେବ ୨କିମିର ରାସ୍ତା   (30-Oct-2026)       ||      ଭୋଟ ବଞ୍ଚାଅ ଦେଶ ବଞ୍ଚାଅ କୁ ନେଇ ର ସାମ୍ବାଦିକ ସମ୍ବିଳନୀ    (30-Oct-2026)       ||      ଦୁର୍ଘଟଣା ପିଛା ଛାଡୁ ନାହିଁ,ପୁଣି ସେହି ପାଉଁଶ ବୋଝେଇ ଗାଡି ପାଉଁଶ ବୋଝେଇ ଗାଡି ଦୁର୍ଘଟଣା ଗ୍ରସ୍ତ, ଭାଙ୍ଗିଲା ବ୍ୟାଙ୍କର ଗେଟ୍   (30-Oct-2026)       ||      ଏସଆରସି କଂଟ୍ରୋଲ ରୁମରେ ସ୍ଥିତି  ଗଂଜାମ ଓ ଗଜପତି ଜିଲ୍ଲାର ସ୍ଥିତି ସମୀକ୍ଷା♦️  ବାତ୍ୟା ପରବର୍ତ୍ତୀ ସ୍ଥିତିର ନିରନ୍ତର ଅନୁଧ୍ୟାନ ଓ ଜନସାଧାରଣଙ୍କ ସୁରକ୍ଷାକୁ ଗୁରୁତ୍ୱ    (29-Oct-2026)       ||      କଲେଜଛକ କଲ୍ୟାଣମଣ୍ଡପରେ ଚିତ୍ରକଳା ଓ ମଣ୍ଡାପିଠା ତିଆରି ପ୍ରତିଯୋଗିତା ଅନୁଷ୍ଠିତ   (29-Oct-2026)       ||      ସ୍ୱାସ୍ଥ୍ୟ ମନ୍ତ୍ରୀ ଓ ଯାଜପୁର ସାଂସଦଙ୍କ ସରକାର - ବିରୋଧୀ ଆଭିମୁଖ୍ୟକୁ ୮୦ ଲକ୍ଷ ପ୍ରକୃତ ଅନୁସୂଚିତ ଜାତି ଆନ୍ଦୋଳନ ଧମକ ସରକାରୀ ସୁପାରିଶ ବନାମ ରାଜନୈତିକ ହସ୍ତକ୍ଷେପ - କେକେଡି ବିରୋଧୀ ଲଢେଇ ଅଲ୍ ଓଡିଶା କେଉଁତ, କୌବର୍ତ୍ତ ଓ ଧୀବର ହଟାଓ ଆକ୍ସନ କମିଟି, ବଲାଙ୍ଗିର   (29-Oct-2026)       ||      ବୀରମୁଣ୍ଡାରେ ପାୱାର୍ ଗ୍ରୀଡ଼୍ କର୍ପୋରେସନ୍ ଅଫ୍ ଇଣ୍ଡିଆ ଲିମିଟେଡ଼୍ ବଲାଙ୍ଗିର ସବ୍‌ସେଷ୍ଟସନ ପକ୍ଷରୁ ଗ୍ରାମସଭା ଆୟୋଜିତ   (29-Oct-2026)       ||      ଅମଳ ବେଳେ ବାତ୍ୟା ମାଡ଼, ଉଜାଡ଼ିଲା ଚାଷୀଙ୍କ ସ୍ୱପ୍ନ : ପନିପରିବା ସହ ଧାନ ଫସଲ ନଷ୍ଟ ଆଶଙ୍କା, କ୍ଷୟକ୍ଷତି ଆକଳନ କରି ସହାୟତା ଦେବାକୁ ଦାବି   (29-Oct-2026)       ||      କଳା ଜଗତର ସର୍ବଶ୍ରେଷ୍ଠ କଳା ହେଉଛି ପାଲା : ଗୁରୁ ପାର୍ବତୀ ଭୋଇ   (29-Oct-2026)       ||      ମହଦାରେ ଦୁଇ ଟ୍ରକ୍ ମଧ୍ୟରେ ଭୟଙ୍କର ଧକ୍କା, ଗ୍ରାମବାସୀ ଓ ଉଦ୍ଧାରକାରିଙ୍କ ତତ୍ପରତାରେ ବଞ୍ଚିଗଲା ଜୀବନ   (29-Oct-2026)       ||      ବରଗଡ଼ ନଦୀପଡ଼ା ରେ ଗଜଲକ୍ଷ୍ମୀ ପୂଜା   (29-Oct-2026)       ||      ବଲାଙ୍ଗୀର ସହରର ରୁଗୁଡି ପଡା ଓ ନାଲଖଣ୍ଡି ପଡା ଠାରେ ମାଁ ଗଜଲକ୍ଷ୍ମୀଙ୍କ ପୂଜା ଧୁମଧାମ ରେ ପାଳିତ   (29-Oct-2026)       ||      ଟିଟିଲାଗଡ ଓମ୍ ଭ୍ୟାଲି ସ୍କୁଲ୍‌ରେ ଆସନ୍ତା କାଲି ଅନୁଷ୍ଠିତ ହେବ କ୍ୟାରିୟର ମେଳା - ଯୋଗଦେବେ ଦେଶର ୧୦ଟି ପ୍ରମୁଖ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ    (29-Oct-2026)       ||      ବରୀ ବ୍ଲକରେ ଶିଶୁ ଶ୍ରମିକ ଚିହ୍ନଟ ଓ ଉଦ୍ଧାର ନିମନ୍ତେ ମିଳିତ ଚଢ଼ାଉ ଅଭିଯାନ   (29-Oct-2026)       ||      ପୁରୁଣା ସରକାରୀ ଡାକ୍ତରଖାନା ଷ୍ଟାଫ କ୍ୱାର୍ଟର ମରାମତିରେ ଚରମ ଅବହେଳା - ଅସମ୍ପୂର୍ଣ୍ଣ କାମ ଯୋଗୁଁ ଡାକ୍ତରଙ୍କ ପରିବାର ହେଉଛନ୍ତି ଅସୁବିଧାର ସମ୍ମୁଖୀନ    (29-Oct-2026)       ||      ପିପି ଏକାଡେମୀ ରେ ସଙ୍ଗୀତ ଓ କଲେଜଛକ କଲ୍ୟାଣ ମଣ୍ଡପ ରେ ରଙ୍ଗୋଲି ଲି ପ୍ରତିଯୋଗିତା   (28-Oct-2026)       ||     

HOME   ରାଜନୀତି

ନୂଆଁପଡ଼ା ଉପ ନିର୍ବାଚନରେ ତ୍ରିମୁଖୀ ଲଢ଼େଇ ସ୍ପଷ୍ଟ; ମାଓ ଉପଦ୍ରବ, ଦାଦନ ଓ ଆଦିବାସୀଙ୍କ ସ୍ବାର୍ଥ ପ୍ରସଙ୍ଗ ନୁହେଁ ! ଦଶନ୍ଧି ଦଶନ୍ଧି ଧରି ବେପାରୀଙ୍କ ହାତରେ ନୂଆପଡା

10-Nov-2025



ନୂଆପଡା(ମଳୟ ମିଶ୍ରଙ୍କ ରିପୋର୍ଟ)

ଚଳିତ ଉପନିର୍ବାଚନରେ ମୁଖ୍ଯତଃ ତିନୋଟି ରାଜନୈତିକ ଦଳ ବିଜେପି, ବିଜେଡି ଓ କଂଗ୍ରେସ ମଧ୍ଯରେ ଯୋର୍ ଦାର୍ ପ୍ରତିଯୋଗିତା ଚାଲିଛି ।  ତେବେ ରାଜନୈତିକ ଭାଷଣବାଜି ଓ ପୋଷ୍ଟର ପାମ୍ପଲେଟ୍ ରେ ବିକାଶର ଇସ୍ତାହାର ଯାହା ଉଲ୍ଲେଖ କରାଯାଇଥାଉନା କାହିଁକି , ବାସ୍ତବକ୍ଷେତ୍ରରେ ଦଶନ୍ଧି ଦଶନ୍ଧି ଧରି କୌଣସିଦଳର ସରକାର ଏହି ମାଓ ଉପଦ୍ରୁତ,  ଦାଦନଚାଲାଣ ପ୍ରବଣ ଓ ଆଦିବାସୀ ଅଧ୍ୟୁଷିତ ଛତିଶଗଡ ସୀମାନ୍ତବର୍ତ୍ତୀ ରାଜ୍ଯର ଉପାନ୍ତ ଛୋଟ ଜିଲ୍ଲାଟିର ପ୍ରକୃତ ଗ୍ରାଉଣ୍ଡ୍ ଲେଭେଲ ସମସ୍ୟାକୁ ଦୂରକରିବା ତ ଦୂରର କଥା , ଅନୁଭବ ସୁଦ୍ଧା କରିପାରିନାହାଁନ୍ତି । ବରଂ ଅଣଓଡିଆ ବେପାରୀ ବନାମ ଲୁଟେରାଙ୍କ ହାତରେ ଜିଲ୍ଲାକୁ ଟେକି ଦେଇଛନ୍ତି ।  ବିଗତ କଂଗ୍ରେସ ଅମଳରୁ ଗତ ୨୪ବର୍ଷର ବିଜେଡି ସରକାର ଓ ଏବର ପ୍ରାୟ ଦେଢବର୍ଷର ତଥାକଥିତ ଡବଲଇଞ୍ଜିନ୍ ସରକାରରେ ମଧ୍ଯ ସେଇ ଅଣଓଡିଆ ବେପାରୀଙ୍କ ସହ କିଣାବିକା ଚାଲିଛି ।  ନୂଆପଡା ଜିଲ୍ଲା ସଦର ମହକୁମା ଓ ଖରିଆର ରୋଡ୍ ରେ ଅଣଓଡିଆ ବେପାରୀଙ୍କୁ ବାଦ୍ ଦେଲେ, କୋମନା ବ୍ଲକ୍ ର ଭୋଟର ହିଁ ଚଳିତ ଉପନିର୍ବାଚନରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବେ ବୋଲି କୁହାଯାଉଛି । ତେଣୁ ଏହି ବ୍ଲକ୍ ରେ ଇ ସବୁଦଳର ବଡବଡ ସଭାସମିତିର ଆୟୋଜନ କରାଯାଉଥିବା ସହ ମୁଖ୍ଯମନ୍ତ୍ରୀ ଓ ପୂର୍ବତନ ମୁଖ୍ଯମନ୍ତ୍ରୀଙ୍କ ଘନଘନ ଗସ୍ତ, ରୋଡ୍ ସୋ ବା ପ୍ରଚାର ଅଭିଯାନ ଜାରୀ ରହିଥିବା ପରେ ଏବେ ପ୍ରଚାର ବନ୍ଦ ବା ନୀରବପ୍ରଚାର ଅର୍ଥାତ୍ କେବଳ ପ୍ରାର୍ଥୀ ଜଣେ ଏକାକୀ ଘର ଘର ବୁଲି ପ୍ରଚାର କରୁଥିବା ଦେଖାଯାଇଛି ।  ଆସନ୍ତାକାଲି ଭୋଟଗ୍ରହଣ  । ତେବେ ଅନ୍ଧାରୀବିଜେ ବା ଲୁଚାଛପାରେ ଭୋଟରଙ୍କୁ ଟଙ୍କା ଦେଇ ଭୋଟ୍ କିଣାର ଖବର ମିଳୁଛି । ମୁଖ୍ଯ ତଃ ଶାସକ ବିଜେପି ଦଳ ବିରୁଦ୍ଧରେ ଏଭଳି କାଁ ଭାଁ ଭିଡିଓ ରେକର୍ଡିଂର ଦୃଶ୍ଯ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଛି ।  ଭୋଟରଙ୍କୁ କିଣିବାକୁ ଟଙ୍କା ଥିବା ସନ୍ଦେହରେ ଏହା ସହିତ ଆଗରୁ ଜଣେ ବହିରାଗତ ବିଜେଡି ନେତା ରହୁଥିବା ଘରେ ମାଜିଷ୍ଟ୍ରେଟଙ୍କ ସହ ପୁଲିସ ଚଢାଉ, କଂଗ୍ରେସ ଅଫିସରେ,  ବିଜେଡି ନେତାମାନେ ରହୁଥିବା ହୋଟେଲରେ ଓ ଦୁଇଜଣ ସ୍ଥାନୀୟ ବିଜେଡି ନେତାଙ୍କ ଘରେ ଆଇଟି ରେଡ୍ ହୋଇଥିବା ପ୍ରକାଶ । ଜଣେ ବିଧାୟକଙ୍କ ପିସିଓ ଏକ ହୋଟେଲରେ ତାଙ୍କ ବନ୍ଧୁକରୁ ଗୁଳି ଫୁଟିଥିବା ଭଳି ଘଟଣା ମଧ୍ଯ ଘଟିଛି । ଆଜି ରାତିକ ଭିତରେ ଆହୁରି ଏଭଳି କିଛି ଘଟିବାର ସମ୍ଭାବନା ମଧ୍ଯ  ରହିଛି ।  ଯଦିଓ ବାହାରୁ ଓ ଭୁବନେଶ୍ବରରୁ ଆସିଥିବା ନେତାଙ୍କୁ ନୂଆପଡାରୁ ବାହାର କରି ଦିଆଯାଇଛି ।  ଏମାନଙ୍କ ଯୋଗୁଁ ନୂଆପଡା ଏକପ୍ରକାରର ମିନିରାଜଧାନୀ

ପାଲଟିଯାଇଥିବା କୁହାଯାଉଥିଲା ।  ଏଥିରୁ ଶେଷପର୍ଯ୍ୟନ୍ତ ଉକ୍ତ ୩ ଟି ଦଳର ତ୍ରିମୁଖୀ ପ୍ରତିଦ୍ବନ୍ଦିତାରେ କୌଣସିଦଳକର ସ୍ଥିତି ସ୍ପଷ୍ଟ ହୋଇପାରି ନଥିବା ପ୍ରକାଶ  ।

ଯଦିଓ ବିଜେପି , ବିଜେଡି ଓ କେତେକାଂଶରେ କଂଗ୍ରେସର ରୋଡ୍ ସୋ , ରାଲି ଓ ସଭାରେ ଭିଡ ପରିଲକ୍ଷିତ ହୋଇଥିଲା , ଏହି ସମବେତ ଲୋକେ ଯେ ଭୋଟର ଓ ସେହିଦଳର ସମର୍ଥକ ଥିଲେ , ଏହା ନିଃସନ୍ଦେହ ନୁହେଁ ।  କାରଣ ଲୋକେ ପୂର୍ବତନ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦେଖିବାକୁ ଆସିଥିବା , ନୂଆ ମୁଖ୍ଯମନ୍ତ୍ରୀଙ୍କ ଆୟୋଜିତସଭାରେ ସମବେତ ହୋଇଥିବା ସମାନ ଲୋକେ ଗୋଟିଏ ଦଳର ସଭାରୁ ଅପର ସଭାରେ ରୁଣ୍ଡ ହୋଇଥିବା ଦେଖିବାକୁ ମିଳିଥିବା , ଟଙ୍କା ଓ ମଦମାଂସ ଲୋଭରେ ଧାଉଁଥିବା ଇତ୍ୟାଦି ଭିନ୍ନ ଭିନ୍ନ ଜନମତ ପ୍ରକାଶ ପାଇଛି । ଏହି ଲୋକମାନେ ନୂଆପଡାର ଭୋଟର  ନା  ଶହ ଶହ ବସ୍ , କାର୍ , ଗାଡିମଟରରେ ବୁହାହୋଇ ଆସିଥିଲେ ; ଏ ନେଇ ସନ୍ଦେହ ରହିଛି ।

ତେଣୁ ଯଦି ବିଜେପି ଓ ବିଜେଡି ମଧ୍ଯରେ ବହୁସଂଖ୍ୟକ ମୁହାଁମୁହିଁ ପ୍ରତିଦ୍ବନ୍ଦିତା ହୁଏ , ତୃତୀୟ ଦଳ କଂଗ୍ରେସ ଗଳି ଆସିବାର ସମ୍ଭାବନାର ଗଣିତକୁ ଅସ୍ବୀକାର କରାଯାଇ ପାରିବ ନାହିଁ ବୋଲି ରାଜନୈତିକ ତଥ୍ୟାଭିଜ୍ଞ ମହଲରୁ ପର୍ଯ୍ୟାଲୋଚନା ପ୍ରକାଶ ପାଇଛି । କାରଣ କଂଗ୍ରେସର ହିସାବ ଅନୁଯାୟୀ , ଗତ ନିର୍ବାଚନରେ ତାଙ୍କ ଦଳ ପାଇଥିବା ପ୍ରାୟ ୧୫ ହଜାରରୁ ଉର୍ଦ୍ଧ୍ବ ଓ ପୂର୍ବର ୪ ଥରର କଂଗ୍ରେସ ବନାମ ଗତ ନିର୍ବାଚନରେ ଆଦିବାସୀ ସଂଘର ସମର୍ଥନରେ ସ୍ବାଧୀନ ଭାବେ ଲଢିଥିବା ଏଥରର କଂଗ୍ରେସ ପ୍ରାର୍ଥୀଙ୍କ ପ୍ରାୟ ୫୧ ହଜାର ଭୋଟ ମିଶାଇ ତାଙ୍କର ସ୍ଥିତି ବଜାୟ ରହିଥିବା ଆଶାପୋଷଣ କରାଯାଉଛି । 

ଦ୍ବିତୀୟତଃ ଏଥରର ଏହି ଉପନିର୍ବାଚନରେ ବିଜେଡିର ବାହାରର ପ୍ରାର୍ଥିନୀ ସ୍ନେହାଙ୍ଗିନୀ ଛୁରିଆ ଓ ଅକସ୍ମାତ୍ ଶେଷ ମୁହୂର୍ତ୍ତରେ ଲୋକଙ୍କ ବିଶ୍ୱାସର ଉଲଙ୍ଘନ କରି ବିଜେଡିର ୫ ଥରର ମନ୍ତ୍ରୀ /ବିଧାୟକ ରାଜୁ ଢୋଲକିଆଙ୍କ ପୁଅ ଜୟ ଢୋଲକିଆ ବିଜେପିର ପ୍ରାର୍ଥୀ ହେବା । ଏଣୁ ବିଜେଡି ବନାମ ନବୀନଙ୍କ 'ବେଇମାନ୍' ଆକ୍ଷେପ ଏତେ ସମ୍ବେଦନଶୀଳ ପ୍ରସଙ୍ଗ ହୋଇଉଠିଲା ଯେ  ଜୟ ମଞ୍ଚ ଉପରେ ମୁଖ୍ଯମନ୍ତ୍ରୀଙ୍କ ଉପସ୍ଥିତି ସତ୍ତ୍ବେ କାନ୍ଦି ପକେଇଲେ  !  ତାଙ୍କର ଏହି କାନ୍ଦକୁ ପ୍ରତିଦ୍ବନ୍ଦୀ ନେତାଙ୍କ ପକ୍ଷରୁ  ପରାଜୟ ଆଶଙ୍କାରେ ଅସହାୟ କ୍ରନ୍ଦନ ବୋଲି କଟାକ୍ଷ ମଧ୍ଯ କରାଯାଇଛି ।ସବୁଠାରୁ ବଡକଥା ହେଲା , ନୂଆପଡାରେ ଏକ ଆଦିବାସୀ ମୂଳଭାବନା ଓ ମାଟିର ପୁଅ ଭାବପ୍ରବଣତାର ଅନ୍ତର୍ଲହର ରହିଥିବା ଅନୁଭୂତ ହେଉଛି ।  ଏହା ରାଜନୈତିକ

ପଟ୍ଟପରିବର୍ତ୍ତନ ଘଟାଇଦେବା ଆଦୌ ଅସମ୍ଭବ ନୁହେଁ । ଏହା ଯଦି ସତ୍ଯ ହୁଏ , କଂଗ୍ରେସର ଆଦିବାସୀ ପ୍ରାର୍ଥୀ ସ୍ଥାନୀୟ ଘାସିରାମ ମାଝିଙ୍କ ପଲା ଭାରି ରହିଛି । ତେବେ ତତ୍କାଳୀନ ରାଜନୈତିକ ସ୍ଥିତି ଓ ଏବର ଜିଲ୍ଲାର ଦୁଇଟି ବ୍ଲକ୍ ଓ ଦୁଇଟି ଏନ ଏ ସିର ପ୍ରାୟ ଦେଢଲକ୍ଷ ଲୋକଙ୍କ ମଧ୍ଯରୁ ଚାଳିଶହଜାର ଦାଦନ ଶ୍ରମିକଙ୍କ ଅନୁପସ୍ଥିତି ସହ ସାଂପ୍ରତିକ ଧାନକଟା ବେଳେ ମୂଲିଆ ମିଳୁ ନଥିଲା ବେଳେ , କାମଦାମ ଛଡାଇ ପ୍ରଲୋଭିତ କରି ଏ ନିର୍ବାଚନୀ ଭୋଟରକିଣା ଲୋକଙ୍କୁ ବିରକ୍ତ କରିଛି ।

ତେବେ  ଜନସାଧାରଣଙ୍କ ଚର୍ଚ୍ଚା ଓ ଆଲୋଚନାକୁ ଆଧାର କରି ଉପରୋକ୍ତ ପ୍ରାକ୍ ସମୀକ୍ଷା ବା ଆକଳନ ସଠିକ୍ ନୁହେଁ । ସାଧାରଣତଃ ଭୋଟରମାନେ ବା ଲୋକେ ସରକାର ବନାମ ଶାସକଦଳ ସପକ୍ଷରେ ଗଲେ ଫାଇଦା ମିଳିବ ବୋଲି ସର୍ବତ୍ର ସଚେତନ ହୋଇ ଉଠିଲେଣି । ସେମାନେ ଜାଣନ୍ତି , ବିଜେଡି ବା କଂଗ୍ରେସର ପ୍ରାର୍ଥୀ ଜିତିଲେ ବି ସରକାର ଗଠନ କରିପାରିବେନି ।  ତେବେ କୁଆଡେ ଗତ ୨୪ ବର୍ଷର ଅମଲାତାନ୍ତ୍ରିକ ପୂର୍ବ ବିଜେଡି ସରକାର ଓ ଗତ ପ୍ରାୟ ଦେଢବର୍ଷର ବା ୫୦୦ ଦିନର ଏହି ଡବଲଇଞ୍ଜିନ୍ ସରକାରର ନୂଆପଡା ପ୍ରତି ଅବହେଳାର ଏକ ' ସବକ୍ ' ଦେବାକୁ ନୂଆପଡାବାସୀ ଏଥର ପ୍ରସ୍ତୁତ ହୋଇ ରହିଥିବା  ଜନୈକ ସ୍ଥାନୀୟ ସାମ୍ବାଦିକଙ୍କ ଠାରୁ ଶୁଣାଯାଇଛି ।

ତଥାପି ନିର୍ବାଚନ ଫଳାଫଳ ପ୍ରକାଶ ପରେ ହିଁ ସଠିକ୍ ପରିଣାମ ବାହାରିବ ।  ଏଠାରେ ଅଦ୍ୟାବଧି ଚିତ୍ର ଅସ୍ପଷ୍ଟ  ରହିଛି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ମାନ୍ୟବର କେନ୍ଦ୍ରମନ୍ତ୍ରୀ ଡା. ବୀରେନ୍ଦ୍ର କୁମାରଙ୍କ ସିଆରସି ପରିଦର୍ଶନ   30-Oct-2026
  ରାଜ୍ୟ  
ଦିବ୍ୟାଙ୍ଗ ବ୍ୟକ୍ତିମାନଙ୍କ ସଶକ୍ତିକରଣ, ପୁନର୍ବାସ ଓ ସେମାନଙ୍କୁ ସ୍ୱାବଲମ୍ବୀ କରିବା ଉଦ୍ଦେଶ୍ୟରେ ବିଭିନ୍ନ କାର୍ଯ୍ୟକ୍ରମ   30-Oct-2026
  ଜିଲ୍ଲା  
ସୁନ୍ଦରଗଡରେ ପିଏମ୍‌ କିଷାନ ଉତ୍ସବ ପାଳନ ପାଳିତ ଏବଂ ୨୪ତମ କିସ୍ତି ପ୍ରଦାନ   30-Oct-2026
  ଜିଲ୍ଲା  
ଖାଲି ରାସ୍ତାରେ ଗାଡି ଦେଖି କଣ୍ଟାବାଞ୍ଜି ଏସଡିପିଓଙ୍କ ଫୋର୍ସ ପ୍ରଦର୍ଶନ !   30-Oct-2026
  ଜିଲ୍ଲା  
୧୦କୋଟି ଟଙ୍କାର ନିର୍ମାଣହେବ ୨କିମିର ରାସ୍ତା   30-Oct-2026
  ଜିଲ୍ଲା  
ଭୋଟ ବଞ୍ଚାଅ ଦେଶ ବଞ୍ଚାଅ କୁ ନେଇ ର ସାମ୍ବାଦିକ ସମ୍ବିଳନୀ   30-Oct-2026
  ଜିଲ୍ଲା  
ଦୁର୍ଘଟଣା ପିଛା ଛାଡୁ ନାହିଁ,ପୁଣି ସେହି ପାଉଁଶ ବୋଝେଇ ଗାଡି ପାଉଁଶ ବୋଝେଇ ଗାଡି ଦୁର୍ଘଟଣା ଗ୍ରସ୍ତ, ଭାଙ୍ଗିଲା ବ୍ୟାଙ୍କର ଗେଟ୍   30-Oct-2026
  ମହାନଗର  
ଏସଆରସି କଂଟ୍ରୋଲ ରୁମରେ ସ୍ଥିତି  ଗଂଜାମ ଓ ଗଜପତି ଜିଲ୍ଲାର ସ୍ଥିତି ସମୀକ୍ଷା♦️  ବାତ୍ୟା ପରବର୍ତ୍ତୀ ସ୍ଥିତିର ନିରନ୍ତର ଅନୁଧ୍ୟାନ ଓ ଜନସାଧାରଣଙ୍କ ସୁରକ୍ଷାକୁ ଗୁରୁତ୍ୱ    29-Oct-2026
  ରାଜ୍ୟ  
କଲେଜଛକ କଲ୍ୟାଣମଣ୍ଡପରେ ଚିତ୍ରକଳା ଓ ମଣ୍ଡାପିଠା ତିଆରି ପ୍ରତିଯୋଗିତା ଅନୁଷ୍ଠିତ   29-Oct-2026
  ଜିଲ୍ଲା  
ସ୍ୱାସ୍ଥ୍ୟ ମନ୍ତ୍ରୀ ଓ ଯାଜପୁର ସାଂସଦଙ୍କ ସରକାର - ବିରୋଧୀ ଆଭିମୁଖ୍ୟକୁ ୮୦ ଲକ୍ଷ ପ୍ରକୃତ ଅନୁସୂଚିତ ଜାତି ଆନ୍ଦୋଳନ ଧମକ ସରକାରୀ ସୁପାରିଶ ବନାମ ରାଜନୈତିକ ହସ୍ତକ୍ଷେପ - କେକେଡି ବିରୋଧୀ ଲଢେଇ ଅଲ୍ ଓଡିଶା କେଉଁତ, କୌବର୍ତ୍ତ ଓ ଧୀବର ହଟାଓ ଆକ୍ସନ କମିଟି, ବଲାଙ୍ଗିର   29-Oct-2026
  ଜିଲ୍ଲା  
ବୀରମୁଣ୍ଡାରେ ପାୱାର୍ ଗ୍ରୀଡ଼୍ କର୍ପୋରେସନ୍ ଅଫ୍ ଇଣ୍ଡିଆ ଲିମିଟେଡ଼୍ ବଲାଙ୍ଗିର ସବ୍‌ସେଷ୍ଟସନ ପକ୍ଷରୁ ଗ୍ରାମସଭା ଆୟୋଜିତ   29-Oct-2026
  ଜିଲ୍ଲା  
ଅମଳ ବେଳେ ବାତ୍ୟା ମାଡ଼, ଉଜାଡ଼ିଲା ଚାଷୀଙ୍କ ସ୍ୱପ୍ନ : ପନିପରିବା ସହ ଧାନ ଫସଲ ନଷ୍ଟ ଆଶଙ୍କା, କ୍ଷୟକ୍ଷତି ଆକଳନ କରି ସହାୟତା ଦେବାକୁ ଦାବି   29-Oct-2026

You Might Also Like