-+91-9937148622 |

prerana_bgr@rediffmail.com |

  Tuesday 15th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||      ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   (14-Sep-2026)       ||      ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   (14-Sep-2026)       ||      ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   (14-Sep-2026)       ||      ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   (14-Sep-2026)       ||      ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   (14-Sep-2026)       ||      ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   (14-Sep-2026)       ||      ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   (14-Sep-2026)       ||      ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   (14-Sep-2026)       ||      ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   (13-Sep-2026)       ||      ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   (13-Sep-2026)       ||      ଭଞ୍ଜନଗର ପୋଲିସ କୁ ବଡ ସଫଳତା : ବ୍ୟାପକ ନକଲି ମଦ ଜବତ    (13-Sep-2026)       ||      କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ    (13-Sep-2026)       ||      କୁଡ଼ାପଡ଼ା ସ୍କୁଲରେ ସ୍ୱଚ୍ଛତା ପକ୍ଷ ପାଳନ   (13-Sep-2026)       ||      ଗଞ୍ଜାମରେ ପାର୍ବଣପୂର୍ବରୁ ଫୁଟିଲା ଗୁଳି   (13-Sep-2026)       ||      ଟିଟିଲାଗଡରେ ଫିକା ପଡିଛି ନୂଆଁଖାଇ ବଜାର - ବଜାର ଖାଁ ଖାଁ - ବ୍ୟବସାୟୀ ଚିନ୍ତାରେ    (13-Sep-2026)       ||      ସ୍ବର୍ଗତ ଉମେଶ ଚନ୍ଦ୍ର ମହାନ୍ତିଙ୍କ ଦ୍ୱାଦଶରେ ଯୋଗଦେଲେ ସହରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି    (13-Sep-2026)       ||      ଧରପଗଡ ପରେ ବଢୁଛି ଓମ୍ଫେଡ୍ ପନିର ଓ ଉତ୍ପାଦର ଚାହିଦା ‘ଗୁଣବତ୍ତାରେ କୌଣସି ସାଲିସ୍ କରାଯିବ ନାହିଁ’-ପରିଚାଳନା ନିର୍ଦେଶକ   (13-Sep-2026)       ||      ଶ୍ରୀ ଦାଦିଜି ମନ୍ଦିର ଟ୍ରଷ୍ଟ ପ୍ରଭାବତୀ ପବ୍ଲିକ ସ୍କୁଲରେ ଦୁଇ ଦିନିଆ ଦକ୍ଷତା ବିକାଶ କାର୍ଯ୍ୟକ୍ରମ   (13-Sep-2026)       ||     

HOME   ରାଜନୀତି

ନୂଆଁପଡ଼ା ଉପ ନିର୍ବାଚନରେ ତ୍ରିମୁଖୀ ଲଢ଼େଇ ସ୍ପଷ୍ଟ; ମାଓ ଉପଦ୍ରବ, ଦାଦନ ଓ ଆଦିବାସୀଙ୍କ ସ୍ବାର୍ଥ ପ୍ରସଙ୍ଗ ନୁହେଁ ! ଦଶନ୍ଧି ଦଶନ୍ଧି ଧରି ବେପାରୀଙ୍କ ହାତରେ ନୂଆପଡା

10-Nov-2025



ନୂଆପଡା(ମଳୟ ମିଶ୍ରଙ୍କ ରିପୋର୍ଟ)

ଚଳିତ ଉପନିର୍ବାଚନରେ ମୁଖ୍ଯତଃ ତିନୋଟି ରାଜନୈତିକ ଦଳ ବିଜେପି, ବିଜେଡି ଓ କଂଗ୍ରେସ ମଧ୍ଯରେ ଯୋର୍ ଦାର୍ ପ୍ରତିଯୋଗିତା ଚାଲିଛି ।  ତେବେ ରାଜନୈତିକ ଭାଷଣବାଜି ଓ ପୋଷ୍ଟର ପାମ୍ପଲେଟ୍ ରେ ବିକାଶର ଇସ୍ତାହାର ଯାହା ଉଲ୍ଲେଖ କରାଯାଇଥାଉନା କାହିଁକି , ବାସ୍ତବକ୍ଷେତ୍ରରେ ଦଶନ୍ଧି ଦଶନ୍ଧି ଧରି କୌଣସିଦଳର ସରକାର ଏହି ମାଓ ଉପଦ୍ରୁତ,  ଦାଦନଚାଲାଣ ପ୍ରବଣ ଓ ଆଦିବାସୀ ଅଧ୍ୟୁଷିତ ଛତିଶଗଡ ସୀମାନ୍ତବର୍ତ୍ତୀ ରାଜ୍ଯର ଉପାନ୍ତ ଛୋଟ ଜିଲ୍ଲାଟିର ପ୍ରକୃତ ଗ୍ରାଉଣ୍ଡ୍ ଲେଭେଲ ସମସ୍ୟାକୁ ଦୂରକରିବା ତ ଦୂରର କଥା , ଅନୁଭବ ସୁଦ୍ଧା କରିପାରିନାହାଁନ୍ତି । ବରଂ ଅଣଓଡିଆ ବେପାରୀ ବନାମ ଲୁଟେରାଙ୍କ ହାତରେ ଜିଲ୍ଲାକୁ ଟେକି ଦେଇଛନ୍ତି ।  ବିଗତ କଂଗ୍ରେସ ଅମଳରୁ ଗତ ୨୪ବର୍ଷର ବିଜେଡି ସରକାର ଓ ଏବର ପ୍ରାୟ ଦେଢବର୍ଷର ତଥାକଥିତ ଡବଲଇଞ୍ଜିନ୍ ସରକାରରେ ମଧ୍ଯ ସେଇ ଅଣଓଡିଆ ବେପାରୀଙ୍କ ସହ କିଣାବିକା ଚାଲିଛି ।  ନୂଆପଡା ଜିଲ୍ଲା ସଦର ମହକୁମା ଓ ଖରିଆର ରୋଡ୍ ରେ ଅଣଓଡିଆ ବେପାରୀଙ୍କୁ ବାଦ୍ ଦେଲେ, କୋମନା ବ୍ଲକ୍ ର ଭୋଟର ହିଁ ଚଳିତ ଉପନିର୍ବାଚନରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବେ ବୋଲି କୁହାଯାଉଛି । ତେଣୁ ଏହି ବ୍ଲକ୍ ରେ ଇ ସବୁଦଳର ବଡବଡ ସଭାସମିତିର ଆୟୋଜନ କରାଯାଉଥିବା ସହ ମୁଖ୍ଯମନ୍ତ୍ରୀ ଓ ପୂର୍ବତନ ମୁଖ୍ଯମନ୍ତ୍ରୀଙ୍କ ଘନଘନ ଗସ୍ତ, ରୋଡ୍ ସୋ ବା ପ୍ରଚାର ଅଭିଯାନ ଜାରୀ ରହିଥିବା ପରେ ଏବେ ପ୍ରଚାର ବନ୍ଦ ବା ନୀରବପ୍ରଚାର ଅର୍ଥାତ୍ କେବଳ ପ୍ରାର୍ଥୀ ଜଣେ ଏକାକୀ ଘର ଘର ବୁଲି ପ୍ରଚାର କରୁଥିବା ଦେଖାଯାଇଛି ।  ଆସନ୍ତାକାଲି ଭୋଟଗ୍ରହଣ  । ତେବେ ଅନ୍ଧାରୀବିଜେ ବା ଲୁଚାଛପାରେ ଭୋଟରଙ୍କୁ ଟଙ୍କା ଦେଇ ଭୋଟ୍ କିଣାର ଖବର ମିଳୁଛି । ମୁଖ୍ଯ ତଃ ଶାସକ ବିଜେପି ଦଳ ବିରୁଦ୍ଧରେ ଏଭଳି କାଁ ଭାଁ ଭିଡିଓ ରେକର୍ଡିଂର ଦୃଶ୍ଯ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଛି ।  ଭୋଟରଙ୍କୁ କିଣିବାକୁ ଟଙ୍କା ଥିବା ସନ୍ଦେହରେ ଏହା ସହିତ ଆଗରୁ ଜଣେ ବହିରାଗତ ବିଜେଡି ନେତା ରହୁଥିବା ଘରେ ମାଜିଷ୍ଟ୍ରେଟଙ୍କ ସହ ପୁଲିସ ଚଢାଉ, କଂଗ୍ରେସ ଅଫିସରେ,  ବିଜେଡି ନେତାମାନେ ରହୁଥିବା ହୋଟେଲରେ ଓ ଦୁଇଜଣ ସ୍ଥାନୀୟ ବିଜେଡି ନେତାଙ୍କ ଘରେ ଆଇଟି ରେଡ୍ ହୋଇଥିବା ପ୍ରକାଶ । ଜଣେ ବିଧାୟକଙ୍କ ପିସିଓ ଏକ ହୋଟେଲରେ ତାଙ୍କ ବନ୍ଧୁକରୁ ଗୁଳି ଫୁଟିଥିବା ଭଳି ଘଟଣା ମଧ୍ଯ ଘଟିଛି । ଆଜି ରାତିକ ଭିତରେ ଆହୁରି ଏଭଳି କିଛି ଘଟିବାର ସମ୍ଭାବନା ମଧ୍ଯ  ରହିଛି ।  ଯଦିଓ ବାହାରୁ ଓ ଭୁବନେଶ୍ବରରୁ ଆସିଥିବା ନେତାଙ୍କୁ ନୂଆପଡାରୁ ବାହାର କରି ଦିଆଯାଇଛି ।  ଏମାନଙ୍କ ଯୋଗୁଁ ନୂଆପଡା ଏକପ୍ରକାରର ମିନିରାଜଧାନୀ

ପାଲଟିଯାଇଥିବା କୁହାଯାଉଥିଲା ।  ଏଥିରୁ ଶେଷପର୍ଯ୍ୟନ୍ତ ଉକ୍ତ ୩ ଟି ଦଳର ତ୍ରିମୁଖୀ ପ୍ରତିଦ୍ବନ୍ଦିତାରେ କୌଣସିଦଳକର ସ୍ଥିତି ସ୍ପଷ୍ଟ ହୋଇପାରି ନଥିବା ପ୍ରକାଶ  ।

ଯଦିଓ ବିଜେପି , ବିଜେଡି ଓ କେତେକାଂଶରେ କଂଗ୍ରେସର ରୋଡ୍ ସୋ , ରାଲି ଓ ସଭାରେ ଭିଡ ପରିଲକ୍ଷିତ ହୋଇଥିଲା , ଏହି ସମବେତ ଲୋକେ ଯେ ଭୋଟର ଓ ସେହିଦଳର ସମର୍ଥକ ଥିଲେ , ଏହା ନିଃସନ୍ଦେହ ନୁହେଁ ।  କାରଣ ଲୋକେ ପୂର୍ବତନ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦେଖିବାକୁ ଆସିଥିବା , ନୂଆ ମୁଖ୍ଯମନ୍ତ୍ରୀଙ୍କ ଆୟୋଜିତସଭାରେ ସମବେତ ହୋଇଥିବା ସମାନ ଲୋକେ ଗୋଟିଏ ଦଳର ସଭାରୁ ଅପର ସଭାରେ ରୁଣ୍ଡ ହୋଇଥିବା ଦେଖିବାକୁ ମିଳିଥିବା , ଟଙ୍କା ଓ ମଦମାଂସ ଲୋଭରେ ଧାଉଁଥିବା ଇତ୍ୟାଦି ଭିନ୍ନ ଭିନ୍ନ ଜନମତ ପ୍ରକାଶ ପାଇଛି । ଏହି ଲୋକମାନେ ନୂଆପଡାର ଭୋଟର  ନା  ଶହ ଶହ ବସ୍ , କାର୍ , ଗାଡିମଟରରେ ବୁହାହୋଇ ଆସିଥିଲେ ; ଏ ନେଇ ସନ୍ଦେହ ରହିଛି ।

ତେଣୁ ଯଦି ବିଜେପି ଓ ବିଜେଡି ମଧ୍ଯରେ ବହୁସଂଖ୍ୟକ ମୁହାଁମୁହିଁ ପ୍ରତିଦ୍ବନ୍ଦିତା ହୁଏ , ତୃତୀୟ ଦଳ କଂଗ୍ରେସ ଗଳି ଆସିବାର ସମ୍ଭାବନାର ଗଣିତକୁ ଅସ୍ବୀକାର କରାଯାଇ ପାରିବ ନାହିଁ ବୋଲି ରାଜନୈତିକ ତଥ୍ୟାଭିଜ୍ଞ ମହଲରୁ ପର୍ଯ୍ୟାଲୋଚନା ପ୍ରକାଶ ପାଇଛି । କାରଣ କଂଗ୍ରେସର ହିସାବ ଅନୁଯାୟୀ , ଗତ ନିର୍ବାଚନରେ ତାଙ୍କ ଦଳ ପାଇଥିବା ପ୍ରାୟ ୧୫ ହଜାରରୁ ଉର୍ଦ୍ଧ୍ବ ଓ ପୂର୍ବର ୪ ଥରର କଂଗ୍ରେସ ବନାମ ଗତ ନିର୍ବାଚନରେ ଆଦିବାସୀ ସଂଘର ସମର୍ଥନରେ ସ୍ବାଧୀନ ଭାବେ ଲଢିଥିବା ଏଥରର କଂଗ୍ରେସ ପ୍ରାର୍ଥୀଙ୍କ ପ୍ରାୟ ୫୧ ହଜାର ଭୋଟ ମିଶାଇ ତାଙ୍କର ସ୍ଥିତି ବଜାୟ ରହିଥିବା ଆଶାପୋଷଣ କରାଯାଉଛି । 

ଦ୍ବିତୀୟତଃ ଏଥରର ଏହି ଉପନିର୍ବାଚନରେ ବିଜେଡିର ବାହାରର ପ୍ରାର୍ଥିନୀ ସ୍ନେହାଙ୍ଗିନୀ ଛୁରିଆ ଓ ଅକସ୍ମାତ୍ ଶେଷ ମୁହୂର୍ତ୍ତରେ ଲୋକଙ୍କ ବିଶ୍ୱାସର ଉଲଙ୍ଘନ କରି ବିଜେଡିର ୫ ଥରର ମନ୍ତ୍ରୀ /ବିଧାୟକ ରାଜୁ ଢୋଲକିଆଙ୍କ ପୁଅ ଜୟ ଢୋଲକିଆ ବିଜେପିର ପ୍ରାର୍ଥୀ ହେବା । ଏଣୁ ବିଜେଡି ବନାମ ନବୀନଙ୍କ 'ବେଇମାନ୍' ଆକ୍ଷେପ ଏତେ ସମ୍ବେଦନଶୀଳ ପ୍ରସଙ୍ଗ ହୋଇଉଠିଲା ଯେ  ଜୟ ମଞ୍ଚ ଉପରେ ମୁଖ୍ଯମନ୍ତ୍ରୀଙ୍କ ଉପସ୍ଥିତି ସତ୍ତ୍ବେ କାନ୍ଦି ପକେଇଲେ  !  ତାଙ୍କର ଏହି କାନ୍ଦକୁ ପ୍ରତିଦ୍ବନ୍ଦୀ ନେତାଙ୍କ ପକ୍ଷରୁ  ପରାଜୟ ଆଶଙ୍କାରେ ଅସହାୟ କ୍ରନ୍ଦନ ବୋଲି କଟାକ୍ଷ ମଧ୍ଯ କରାଯାଇଛି ।ସବୁଠାରୁ ବଡକଥା ହେଲା , ନୂଆପଡାରେ ଏକ ଆଦିବାସୀ ମୂଳଭାବନା ଓ ମାଟିର ପୁଅ ଭାବପ୍ରବଣତାର ଅନ୍ତର୍ଲହର ରହିଥିବା ଅନୁଭୂତ ହେଉଛି ।  ଏହା ରାଜନୈତିକ

ପଟ୍ଟପରିବର୍ତ୍ତନ ଘଟାଇଦେବା ଆଦୌ ଅସମ୍ଭବ ନୁହେଁ । ଏହା ଯଦି ସତ୍ଯ ହୁଏ , କଂଗ୍ରେସର ଆଦିବାସୀ ପ୍ରାର୍ଥୀ ସ୍ଥାନୀୟ ଘାସିରାମ ମାଝିଙ୍କ ପଲା ଭାରି ରହିଛି । ତେବେ ତତ୍କାଳୀନ ରାଜନୈତିକ ସ୍ଥିତି ଓ ଏବର ଜିଲ୍ଲାର ଦୁଇଟି ବ୍ଲକ୍ ଓ ଦୁଇଟି ଏନ ଏ ସିର ପ୍ରାୟ ଦେଢଲକ୍ଷ ଲୋକଙ୍କ ମଧ୍ଯରୁ ଚାଳିଶହଜାର ଦାଦନ ଶ୍ରମିକଙ୍କ ଅନୁପସ୍ଥିତି ସହ ସାଂପ୍ରତିକ ଧାନକଟା ବେଳେ ମୂଲିଆ ମିଳୁ ନଥିଲା ବେଳେ , କାମଦାମ ଛଡାଇ ପ୍ରଲୋଭିତ କରି ଏ ନିର୍ବାଚନୀ ଭୋଟରକିଣା ଲୋକଙ୍କୁ ବିରକ୍ତ କରିଛି ।

ତେବେ  ଜନସାଧାରଣଙ୍କ ଚର୍ଚ୍ଚା ଓ ଆଲୋଚନାକୁ ଆଧାର କରି ଉପରୋକ୍ତ ପ୍ରାକ୍ ସମୀକ୍ଷା ବା ଆକଳନ ସଠିକ୍ ନୁହେଁ । ସାଧାରଣତଃ ଭୋଟରମାନେ ବା ଲୋକେ ସରକାର ବନାମ ଶାସକଦଳ ସପକ୍ଷରେ ଗଲେ ଫାଇଦା ମିଳିବ ବୋଲି ସର୍ବତ୍ର ସଚେତନ ହୋଇ ଉଠିଲେଣି । ସେମାନେ ଜାଣନ୍ତି , ବିଜେଡି ବା କଂଗ୍ରେସର ପ୍ରାର୍ଥୀ ଜିତିଲେ ବି ସରକାର ଗଠନ କରିପାରିବେନି ।  ତେବେ କୁଆଡେ ଗତ ୨୪ ବର୍ଷର ଅମଲାତାନ୍ତ୍ରିକ ପୂର୍ବ ବିଜେଡି ସରକାର ଓ ଗତ ପ୍ରାୟ ଦେଢବର୍ଷର ବା ୫୦୦ ଦିନର ଏହି ଡବଲଇଞ୍ଜିନ୍ ସରକାରର ନୂଆପଡା ପ୍ରତି ଅବହେଳାର ଏକ ' ସବକ୍ ' ଦେବାକୁ ନୂଆପଡାବାସୀ ଏଥର ପ୍ରସ୍ତୁତ ହୋଇ ରହିଥିବା  ଜନୈକ ସ୍ଥାନୀୟ ସାମ୍ବାଦିକଙ୍କ ଠାରୁ ଶୁଣାଯାଇଛି ।

ତଥାପି ନିର୍ବାଚନ ଫଳାଫଳ ପ୍ରକାଶ ପରେ ହିଁ ସଠିକ୍ ପରିଣାମ ବାହାରିବ ।  ଏଠାରେ ଅଦ୍ୟାବଧି ଚିତ୍ର ଅସ୍ପଷ୍ଟ  ରହିଛି ।


News Comment




Photo in News

Advertisment
Lastest News
  ରାଜ୍ୟ  
ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା   14-Sep-2026
  ଜିଲ୍ଲା  
ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ   14-Sep-2026
  ଜିଲ୍ଲା  
ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   14-Sep-2026
  ଜିଲ୍ଲା  
ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   14-Sep-2026
  ଜିଲ୍ଲା  
ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   14-Sep-2026
  ଜିଲ୍ଲା  
ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   14-Sep-2026
  ରାଜ୍ୟ  
ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   14-Sep-2026
  ଜିଲ୍ଲା  
ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   14-Sep-2026
  ଜିଲ୍ଲା  
ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   14-Sep-2026
  ଜିଲ୍ଲା  
ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   14-Sep-2026
  ରାଜ୍ୟ  
ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   13-Sep-2026
  ଜିଲ୍ଲା  
ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   13-Sep-2026

You Might Also Like