-+91-9937148622 |
prerana_bgr@rediffmail.com |
Tuesday 15th September 2026 |
R.N.I. Regd No. ODIODI/2010/46693
Breaking News
10-Nov-2025
ବଲାଙ୍ଗୀର(ପ୍ରେରଣା ଖବର): ବଲାଙ୍ଗୀର ଜିଲ୍ଲା ଅଖିଳ ଭାରତୀୟ ୮୪ ଘର ଅଘରିଆ ସମାଜ,ଆଞ୍ଚଳିକ କମିଟିର ଷଷ୍ଠ କାର୍ଯ୍ୟକାରୀ କମିଟି ବୈଠକ କୁରୁଲ ଗୁଡ଼ି ଅଧୀନସ୍ଥ କଷାବାହାଲ ଗାଁ ରେ ଅନୁଷ୍ଠିତ ହୋଇ ପ୍ରାୟ ୨୫୦୦ରୁ ଉର୍ଦ୍ଧ୍ୱ ଜାତି ଭାଇ ଭଉଣୀ ଉପସ୍ଥିତ ଥିଲେ।ପ୍ରତି ତିନି ମାସରେ ଥରେ ସମାଜର ଉନ୍ନତି ପାଇଁ ଉକ୍ତ ସଭାରେ ଆଲୋଚନା ହୋଇ କାର୍ଯ୍ୟ ହାତକୁ ନିଆଯାଇଥାଏ।କୁରୁଲ ଗୁଡ଼ି ସମ୍ପାଦକ ବିଶିକେଶନ ପଟେଲଙ୍କ ଆହ୍ୱାନ କ୍ରମେ ଅତିଥି ପରିଚୟପ୍ରଦାନ ସହ ମଞ୍ଚକୁ ଆମନ୍ତ୍ରଣ କରିଥିଲେ ଗୁଡ଼ି ସଭାପତି ଦୁଃଶାସନ ନାଏକ।ଭାଲେର ମଣ୍ଡଳ ସଭାପତି ରାଜ କିଶୋର ନାଏକ ଓ କେନ୍ଦ୍ର ଉପସଭାପତି ଲିଲି ପଟେଲ ମଞ୍ଚାସୀନ ଥିଲେ। କେନ୍ଦ୍ର ସଭାପତି ଶୁଭ୍ରାଂଶୁ ଶେଖର ପଟେଲ ସଭାପତିତ୍ୱ ଆସନ ଅଳଙ୍କୃତ କରି ସମାଜର ସଂସ୍କାର କାର୍ଯ୍ୟକ୍ରମକୁ ଲୋକାଭିମୁଖୀ କରିବାରେ ସମସ୍ତ କର୍ମକର୍ତ୍ତା ଓ ସମାଜ ଭାଇଙ୍କୁ ସହଯୋଗ କରିବା ପାଇଁ ଆହ୍ୱାନ ଦେଇଥିଲେ ।
ଶିକ୍ଷାକମିଟିଦ୍ୱାରା ଆୟୋଜିତ ମେଧା ଅନ୍ୱେଷଣ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ୨୪ ଜଣ ଛାତ୍ରଛାତ୍ରୀଙ୍କୁ ସ୍ମାରକୀ ଓ ପ୍ରମାଣ ପତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା।ମାଧିଆପାଲି ନିବାସୀ ରୋଶନ ପଟେଲ ଏ ବର୍ଷ ଓ.ଏ.ସ.ପରୀକ୍ଷାରେ ୭୯ ନମ୍ବର ରେଙ୍କ ଓ ତାଙ୍କ ଭାଇ ରୋହନ ପଟେଲ ଏ.ଇ.ଇ ପରୀକ୍ଷାରେ କୃତକାର୍ଯ୍ୟ ହୋଇ ଥିବାରୁ ସମାଜ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା।ଶିକ୍ଷା କ୍ଷେତ୍ରରେ ପ୍ରଧାନ ଶିକ୍ଷକ ରୁ ଗୋଷ୍ଠୀ ଶିକ୍ଷାଧିକାରୀ ଭାବେ ପଦୋନ୍ନତି ପାଇଥିବା ନୀଳମଣି ପଟେଲ ନି. ଭଦ୍ରା ଓ ଗୌତମ ପଟେଲ, ନି.ଭୀମଡୁଙ୍ଗୁରି ଙ୍କୁ ଉତ୍ତରୀୟ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।ରାଜ୍ୟ ଓଡିଶା ଗ୍ରାମ୍ୟ ବ୍ୟାଙ୍କ ଅବସର କର୍ମଚାରୀ ସଂଘ ସଭାପତି ଦ୍ୱାରିକା ନାଥ ପଟେଲ, ରାଜ୍ୟ ବିହନ ପ୍ରକ୍ରିୟାକରଣ ନିଗମର ନିର୍ଦେଶକ ଭାବେ ସରମୁହାଣ ନିବାସୀ ଚିନ୍ତାମଣି ରାଉତ ଓ ଲର୍କିପାଲି ନିବାସୀ ନରହରି ରାଉତ ବଲାଙ୍ଗୀର ଜିଲ୍ଲା ଫାର୍ମର କୃଷକ କେନ୍ଦ୍ରର ସଭାପତି ପଦ ପାଇଥିବାରୁ ସମାଜ ତିନି ଜଣଙ୍କୁ ସମ୍ବର୍ଦ୍ଧିତ କରିଥିଲା।ପୂର୍ଣ୍ଣାପାଣି ନିବାସୀ ସନ୍ତୋଷ କୁମାର ନାଏକଙ୍କ ପ୍ରଥମ ଭଜନ ବହି " ଭଜି ଭଜି ତୋ ନାମ " କୁ ମଞ୍ଚରେ ଉନ୍ମୋଚନ କରାଯାଇଥିଲା। ତିନିମାସର ବିବରଣୀ ପାଠ କରିଥିଲେ ଯୁଗ୍ମ ସମ୍ପାଦକ ମୁକୁନ୍ଦ ପଟେଲ,ଅଘରିଆ ଜ୍ୟୋତି ଓ
ଶିକ୍ଷା କମିଟିର ବିବରଣୀ ପଠନ କରିଥିଲେ ସନ୍ତୋଷ କୁମାର ରାଉତ ଓ ସୁମନ୍ତ ନାଏକ। ଉପଦେଷ୍ଟା ମଣ୍ଡଳୀ, କେନ୍ଦ୍ର କର୍ମକର୍ତ୍ତା, ଚାରି ମଣ୍ଡଳ ସଭାପତି ସହ କର୍ମକର୍ତ୍ତା,ଅଠର ଗୁଡ଼ି ସଭାପତି ଓ କର୍ମକର୍ତ୍ତା,ମହିଳା ମଞ୍ଚ,ଯୁବା ମଞ୍ଚ,କୃଷକ ମଞ୍ଚ, ପୁସ୍ତକ କମିଟି,ଶିକ୍ଷା କମିଟି,ନିର୍ମାଣ କମିଟି, କୁରୁଲ ଗୁଡ଼ି କମିଟି ସହ କୁରୁଲ ଗୁଡ଼ି ଅଧୀନସ୍ଥ ୧୩ ଖଣ୍ଡ ଗ୍ରାମ୍ୟ ସଭାପତି କର୍ମକର୍ତ୍ତା ଯୋଗଦେଇ ସଭାକୁ ସାଫଲ୍ୟ କରିଥିଲେ । କେନ୍ଦ୍ର ସମ୍ପାଦକ ଦିଗାମ୍ବର ନାଏକ ସଂଯୋଜନା ସହ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ।