-+91-9937148622 |
prerana_bgr@rediffmail.com |
Saturday 2nd May 2026 |
R.N.I. Regd No. ODIODI/2010/46693
Breaking News
09-Nov-2025
ବଲାଙ୍ଗିର ସରକାରୀ ଟାଉନ ବାଳିକା ବିଦ୍ୟାଳୟ ଠାରେ ବଲାଙ୍ଗିର ଅଖିଳ ଭାରତୀୟ ଗ୍ରାହକ ପଞ୍ଚାୟତ ର ପରିଚୟ ବର୍ଗ ଜିଲ୍ଲା ସଭାପତି ଗୋପବନ୍ଧୁ ଶତପଥୀଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଟିତ ହୋଇ ଯାଇଚି। ଏଥିରେ ମୂଖ୍ୟ ଅତିଥି ଭାବରେ ଓଡ଼ିଶା ପଶ୍ଚିମ ପ୍ରାନ୍ତ ରାଜ୍ୟ ପୂର୍ବତନ ସଭପତି ଶଶି ଭୂଷଣ ପୁରୋହିତ, ଓଡ଼ିଶା ପୂର୍ବ ଓ ପଶ୍ଚିମ ପ୍ରାନ୍ତ ସଂଗଠନ ସମ୍ପାଦକ ମାଣିକ ଲାଲ ବର୍ମା ଅତିଥି ଭାବରେ ଯୋଗ ଦେଇଥିଲେ।
ଚଳିତ ବର୍ଷ ନୂତନ ଭାବରେ ସଭ୍ୟ ହୋଇଥିବା ସଭ୍ୟଙ୍କୁ ମିଶାଇ ୧୫୦ ରୁ ଅଧିକ ଚଳିତ ବର୍ଷ ନବିକରଣ କରିଥିବା ସଭ୍ୟ ମାନଙ୍କ ପରିଚିତି ପାଇଁ ଏହି ବୈଠକ ହୋଈ ଥିଲା। ଏହା ବାହାରେ ଚଳିତ ନଭେଂବର ଶେଷ ଆଡ଼କୁ ପ୍ରଶିକ୍ଷଣ ବର୍ଗ ଓ ଡିସେମ୍ବର ୨୪ ତାରିଖ ଦିନ ଜାତୀୟ ଖାଉଟି ଦିବସ ପାଳନ ପାଇଁ ଆଲୋଚନା ଓ ପ୍ରସ୍ତୁତି ହୋଇଥଲା। ସଭା କାର୍ଯ୍ୟ ଆରମ୍ଭରେ
ରେ ନିକଟରେ ଦିବଂଗତ ହୋଇଥିବା ସକ୍ରିୟ ସଭ୍ୟ ବିଚିତ୍ର କୁମାର ସାହୁ ଓ ତାଙ୍କ ପତ୍ନୀଙ୍କ ଉଦ୍ଦେଶ୍ୟ ରେ ନୀରବ ପ୍ରାର୍ଥନା କରାଯାଇଥିଲା। ଅନ୍ୟ ମାନଙ୍କ ମଧ୍ୟରେ ଉପ ସଭାପତି ମହେଶ୍ୱର ସାହୁ, କୋଷାଧ୍ୟକ୍ଷ ନବକୃଷ୍ଣ ପଟେଲ, କାର୍ଯ୍ୟକାରୀ ସଦସ୍ୟ ଗୋବର୍ଦ୍ଧନ ପାଣ୍ଡିଆ, ଜୟ ଚନ୍ଦ୍ର ସାହୁ, ଆଡଭୋଭେଟ ଅଶୋକ କୁମାର ମିଶ୍ର, ରାଜେନ୍ଦ୍ର ପୁରୋହିତ, ରାମ ପ୍ରସାଦ ଶତପଥୀ ପ୍ରମୁଖ ଆଲୋଚନାରେ ଯୋଗ ଦେଇଥିଲେ।