-+91-9937148622 |
prerana_bgr@rediffmail.com |
Monday 10th August 2026 |
R.N.I. Regd No. ODIODI/2010/46693
Breaking News
30-Jan-2021
ଭୁବନେଶ୍ୱର,(ଶୁଭାଶିଷ ନାୟକ) :ଅର୍ଡର କରିଥିବା ବିରିୟାନୀ ଖାଇବା ମାତ୍ରେ ଜୋରରେ କାନ୍ଦିବା ଆରମ୍ଭ କରିଥିଲେ ଝରାଫୁଲ,
ଝରାଫୁଲ ହତ୍ୟା ମାମଲାର ଧିରେ ଧିରେ ଖୋଲୁଛି ସମ୍ପୂର୍ଣ୍ଣ ଘଟଣା ର ଗୁମର । ଏହି ମାମଲାରେ ଆଉ ଏକ ସିସି ଟିଭି ଫୁଟେଜ ପୋଲିସ ହାତରେ ଲାଗିଛି। ଏହା ହେଉଛି ଏକ ଫାଷ୍ଟଫୁଡ ଦୋକାନର। ସିସିଟିଭିରେ ଉଭୟ ରାକେଶ ଏବଂ ଝରାଫୁଲଙ୍କୁୁ ଦେଖିବାକୁ ମିଳିଛି।
ସୂଚନା ଅନୁସାରେ, ମଙ୍ଗଳବାର ଅପରାହ୍ନ ୧୨.୨୦ରେ ଝରାଫୁଲ ଏବଂ ରାକେଶ ଖାଇବା ପାଇଁ ଏକ ଫାଷ୍ଟଫୁଡ ଦୋକାନରେ ପହଞ୍ଚିଥିଲେ। ବିରିୟାନୀ ଅର୍ଡର କରିଥିଲେ ହେଲେ ଖାଦ୍ୟ ଖାଇବା ମାତ୍ରେ ଝରାଫୁଲ ଜୋରରେ କାନ୍ଦିବା ସହ ପେଟରେ ଯନ୍ତ୍ରଣା ହେଉଥିବା କହିଥିଲେ। ଏହାର କିଛି ସମୟ ପରେ ଝରାଫୁଲଙ୍କର ବାନ୍ତି ହୋଇଥିଲା। ଫଳରେ ଅଧା ଖାଇବାରୁ ଉଠି ଆସିଥିଲେ ଉଭୟ। ଫାଷ୍ଟଫୁଡ ଦୋକାନରୁ ଉଭୟ ବାହାରି କେଉଁଆଡେ ଗାଡି ନେଇ ଚାଲିଯାଇଥିଲେ ।