-+91-9937148622 |
prerana_bgr@rediffmail.com |
Thursday 7th May 2026 |
R.N.I. Regd No. ODIODI/2010/46693
Breaking News
30-Jan-2021
ଭୁବନେଶ୍ୱର/କନ୍ଧମାଳ,(ପ୍ରେରଣା ଖବର) ଜିଲ୍ଲା ବେଲଘର ଥାନା ଅଞ୍ଚଳରେ ବିଳମ୍ବିତ ରାତିରେ ୨ ଜଣଙ୍କୁ ଘରୁ ଡାକିନେଇ ହତ୍ୟା କରି ଫୋପାଡ଼ି ଦେଇଛନ୍ତି ନକ୍ସଲ ।
କନ୍ଧମାଳ ଜିଲ୍ଲାରେ ପୁଣି ନକ୍ସଲଙ୍କ ତାଣ୍ଡବ ଆରମ୍ଭ ହୋଇଯାଇଛି । ବାଲିଗୁଡାରେ ୨ଜଣଙ୍କୁ ନିର୍ମମ ଭାବେ ହତ୍ୟା କଲେ ନକ୍ସଲ । ବେଲଘର ଥାନା ଗୋଛାଗୁଡା ଗାଁର ହତ୍ୟାକାଣ୍ଡ ଘଟିଛି । କନ୍ଧମାଳ ଜିଲ୍ଲା ବେଲଘର ଥାନା ଅଞ୍ଚଳରେ ବିଳମ୍ବିତ ରାତିରେ ୨ ଜଣଙ୍କୁ ଘରୁ ଡାକିନେଇ ହତ୍ୟା କରି ଫୋପାଡ଼ି ଦେଇଛନ୍ତି ନକ୍ସଲ । ମୃତକ ଦ୍ୱୟ ହେଲେ ଭବାନି ପାତ୍ର ଓ ହେମନ୍ତ ପାତ୍ର। ନକ୍ସଲମାନେ କୌଣସି ଲେଖା ଛାଡ଼ି ଯାଇ ନ ଥିଲେ ବି ଏହା ସେମାନଙ୍କ କାଣ୍ଡ ବୋଲି ଅନୁମାନ କରିଛନ୍ତି ଅଞ୍ଚଳବାସୀ।
ଗତ ରାତିରେ କେତେକ ନକ୍ସଲ ଗାଁରେ ପହଞ୍ଚି ଉଭୟ ଭବାନି ଓ ହେମନ୍ତଙ୍କୁ ଘରୁ ଡାକି ନେଇଥିଲେ। ଏହାପରେ ଆଜି ସକାଳୁ ଜଣଙ୍କ ମୃତଦେହ ଭଣ୍ଡରଙ୍ଗି ପଞ୍ଚାୟତ ଅଫିସ ନିକଟରେ ପଡ଼ିଥିବା ବେଳେ ଅନ୍ୟଟି ଗୁଛାଗୁଡ଼ା ଗାଁ ନିକଟରେ ପଡ଼ିଥିବା ଜଣାଯାଇଛି।