-+91-9937148622 |

prerana_bgr@rediffmail.com |

  Saturday 12th September 2026 |

| | | |

R.N.I. Regd No. ODIODI/2010/46693

Breaking News

ବରପାଲି ଓଡ଼ିଶା ଆଦର୍ଶ ବିଦ୍ୟାଳୟର ପ୍ରତିଷ୍ଠା ଦିବସ ‘ସ୍ପାର୍କ’ ପାଳିତ   (12-Sep-2026)       ||      ଭଟିଗାଁ ରେ ବିଶ୍ୱ ଫାର୍ମାସିଷ୍ଟ ଦିବସ ଅବସରରେ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ   (11-Sep-2026)       ||      ମା’ ସମଲେଶ୍ୱରୀ କଲେଜରେ ଫ୍ରେସର୍ସ ସ୍ୱାଗତ ସମାରୋହ   (11-Sep-2026)       ||      ସିଦ୍ଧାର୍ଥ ସ୍ନାତକ ମହାବିଦ୍ୟାଳୟ ବିନିକାରେ ବିପର୍ଯ୍ୟୟ ପରିଚାଳନା କାର୍ଯ୍ୟକ୍ରମ   (11-Sep-2026)       ||      ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଶିଖର ଛୁଇଁବ ଲୋଇସିଂହାର ବିକାଶ: ମାନ୍ୟବର ମନ୍ତ୍ରୀ    (11-Sep-2026)       ||      ବଲାଙ୍ଗିର ଜିଲ୍ଲାସ୍ତରୀୟ ପୁରାତନ ଆଚାର୍ଯ୍ୟ-ଆଚାର୍ଯ୍ୟାଙ୍କ ଏକତ୍ରୀକରଣ ସ୍ମୃତିରେ ଭିଜିଲା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସର   (11-Sep-2026)       ||      ସ୍ୱାସ୍ଥ୍ୟ ସଂପର୍କିତ ସମସ୍ୟାକୁ ନେଇ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ଆଲୋଚନା କଲା ବଲାଙ୍ଗୀର ଜିଲ୍ଲା ସିଭିଲ୍ ସୋସାଇଟି   (11-Sep-2026)       ||      ୮ ଜଣ ଭିକ୍ଷାବୃତ୍ତି କରୁଥିବା ଓ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କଲା ଜିଲ୍ଲା ପ୍ରଶାସନ   (11-Sep-2026)       ||      ଏକାଦଶ ଜିଲ୍ଲାପରିଷଦ ବୈଠକ   (11-Sep-2026)       ||      ମଦ ବନ୍ଦ ଦାବିରେ ମହିଳା ମାନେ ଥାନାର ଦ୍ୱାରସ୍ତ   (11-Sep-2026)       ||      Hjk   (11-Sep-2026)       ||      ଆଗଲପୁର ସମିତିସଭ୍ୟଙ୍କୁ ଗୁଳିକରି ହତ୍ୟା : କାର ଭିତରୁ ରକ୍ତାକ୍ତ ମୃତ ଦେହ ଉଦ୍ଧାର   (11-Sep-2026)       ||      ଚିନାଜୁରୀ କେବାଡ଼ କେନାଲ ରାସ୍ତାରେ ଆଗଲପୁ ସମିତି ସଭ୍ୟଙ୍କୁ ଗୁଳି କରି ହତ୍ୟା    (11-Sep-2026)       ||      ସପ୍ତାହକୁ ୫ ଦିନିଆ କାର୍ଯ୍ୟଦିବସ ଲାଗୁ କରିବା ଦାବିରେ ଆଜି ବ୍ୟାଙ୍କ କର୍ମଚାରୀ ମାନଙ୍କ ଦିନିକିଆ ଧର୍ମଘଟ, ବାଲାଙ୍ଗୀକେନ୍ଦ୍ର ସମବାୟ ବ୍ୟାଙ୍କ ସମ୍ମୁଖରେ ଧାରଣାରେ ବସିଲେ ବ୍ୟାଙ୍କ କର୍ମଚାରୀ ସଂଘ    (11-Sep-2026)       ||      ଯାତ୍ରୀମାନଙ୍କୁ ସୁରକ୍ଷିତ, ନିର୍ଭରଯୋଗ୍ୟ ଓ ନିର୍ଭୟ ଯାତ୍ରା ସୁବିଧା ଯୋଗାଇଦେବା ପାଇଁ ଖୋର୍ଦ୍ଧା ରୋଡ୍ ମଣ୍ଡଳ ପ୍ରତିବଦ୍ଧ   (11-Sep-2026)       ||      ଭୀମଟାଙ୍ଗି ବରିଷ୍ଠ ନାଗରିକ ମଞ୍ଚର ବାର୍ଷିକୋତ୍ସବ   (10-Sep-2026)       ||      ଝାରମୁଣ୍ଡା ଓଏଭି ର ସୌମ୍ୟାଶ୍ରୀଙ୍କ ବାଜିମାତ୍‌   (10-Sep-2026)       ||      ଶିଶୁଙ୍କ ପେଟରୁ କାଟି ଲୁଣ୍ଠନ : ଧର୍ମ ସହିବନି ! କାରଣ ଅଜଣା : ଅଧିକାରୀଙ୍କ ମୁହଁ ବନ୍ଦ    (10-Sep-2026)       ||      *ବିଜ୍ଞାନ କୁ ଅସ୍ତ୍ର ରୁପେ ଗ୍ରହଣ କରି ସମାଜ ର ଅନ୍ଧ ବିଶ୍ୱାସ ଓ କୁସଂସ୍କାର ବିରୁଦ୍ଧରେ ଯୁଦ୍ଧ ଘୋଷଣା କରନ୍ତୁ*- *ଅତିଥି* -   (10-Sep-2026)       ||      ସିଦ୍ଧାର୍ଥ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ମାଁ ପାଇଁ ଗଛଟିଏ କାର୍ଯ୍ୟକ୍ରମ   (10-Sep-2026)       ||     

HOME   ଜିଲ୍ଲା

ଅକ୍ଟୋବର ୨୧ରୁ ୧୧ତମ ଭୀମପାହାଡ ମହୋତ୍ସବ-୨୦୨୫, ଲୋଗୋ ଉନ୍ମୋଚିତ

17-Oct-2025



ଯୋଗ ଦେବେ ୧୬ଟି ସାଂସ୍କୃତିକଦଳ, ପ୍ରତ୍ୟହ କଂସ ଦରବାର

ବଲାଙ୍ଗୀର(ପ୍ରେରଣା ଖବର): ଆସନ୍ତା ଅକ୍ଟୋବର ୨୧ ତାରିଖଠାରୁ ୨୫ ତାରିଖ ପର୍ଯ୍ୟନ୍ତ ୫ଦିନ ଧରି ଦେଓଗାଁବ୍ଲକ ମକୁନ୍ଦପୁର ଗ୍ରାମପଞ୍ଚାୟତ ର ଭୀମଡୁଙ୍ଗୁରୀ ପର୍ଯ୍ୟଟନସ୍ଥଳୀ ଠାରେ ୧୧ତମ ଭୀମପାହାଡ ମହୋତ୍ସବ- ୨୦୨୫ ଅନୁଷ୍ଠିତ ହେବାକୁ ଯାଉଛି । ଭୀମପାହାଡ ମହୋତ୍ସବ କମିଟି, ଗିରୀଗୋବର୍ଦ୍ଧନ ପୂଜାକମିଟି ଓ ଦେଓଗାଁ ଅଞ୍ଚଳବାସୀଙ୍କ ମିଳିତ ଅନୁକୂଲ୍ୟରେ ଅନୁଷ୍ଠିତ ହେଉଥିବା ଏହି ମହୋତ୍ସବରେ ହଜାର ହଜାର ଲୋକଙ୍କ ସମାଗମ ହେବ । ସେଥିପାଇଁ ମହୋତ୍ସବ କମିଟି ପକ୍ଷରୁ ପ୍ରସ୍ତୁତି ସରିଯାଇଛି । ଆଜି ମହୋତ୍ସବର ଲୋଗୋକୁ ଉନ୍ମୋଚନ କରାଯିବା ସହିତ ଏକ ସାମ୍ବାଦିକ ସମ୍ବିଳନୀ କରି ମହୋତ୍ସବ ବିଷୟରେ କମିଟି ସୂଚନାଦେଇଛି । ଭୀମଡୁଙ୍ଗୁôରୀ ପର୍ଯ୍ୟଟନସ୍ଥଳୀର ସଭାକକ୍ଷଠାରେ ମହୋତ୍ସବ

କମିଟିର ଅଧ୍ୟକ୍ଷ ଲକ୍ଷ୍ମଣକୁମାର ମେହେରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଲୋଗୋଉନ୍ମୋଚନ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ ସଂସ୍କୃତିଗବେଷକ ଗୁରୁଶ୍ରୀ ଡ.ଘାସିରାମ ମିଶ୍ର,ସମ୍ମାନୀତ ଅତିଥି ଭାବରେ ତୁଷୁରା ଆଇଆଇସି ସଂଜୀବକୁମାର ପ୍ରଧାନ,ସାହିତ୍ୟିକ,ସ୍ତମ୍ବକାର ଉମାଶଂଙ୍କର ସିଂ,ବଲାଙ୍ଗୀର ନାଗରିକକମିଟିର ସଂପାଦକ ମଧୁସୂଦନ ନାଏକ,ମହୋତ୍ସବ କମିଟିର ସଭାପତି ପ୍ରମୋଦ ବହିଦାର,ସଂପାଦକ ଗୋବର୍ଦ୍ଧନ ନାଏକ,ଉପସଭାପତି ଘନଶ୍ୟାମ ପଟେଲ,କୋଷାଧ୍ୟକ୍ଷ ତଥା ମକୁନ୍ଦପୁର ସମିତିସଭ୍ୟ ଅଭିମନ୍ୟୁ ମାଝୀ,ଉପଦେଷ୍ଟା ଶୈଳେନ୍ଦ୍ରକୁମାର ସାହୁ,ନନ୍ଦିକିଶୋର ନାଏକ ପ୍ରମୁଖ ମଞ୍ଚାସୀନ ଥିଲେ । ଅତିଥିଗଣ ମହୋତ୍ସବର ଲୋଗୋକୁ ଉନ୍ମୋଚନ କରି ମହୋତ୍ସବର ଶୁଭକାମନା କରିଥିଲେ । ଏହି ଅବସରରେ ମୁଖ୍ୟଅତିଥି କହିଥିଲେ ଯେ,ଆମ ଅଞ୍ଚଳର ୪୮ ପାଟ ମଧ୍ୟରେ ଭୀମାପାଟ ଅନ୍ୟତମ । ଏହାର ସଂସ୍କୃତି,ପରଂମ୍ପରା ତଥା ଐତିହ୍ୟକୁ ସୁରକ୍ଷା କରିବା ଦିଗରେ ମହୋତ୍ସବର ଯଥେଷ୍ଟ ଭୂମିକା ରହିଛି । ଆଜିକୁ ୧୧ବର୍ଷ ଧରି ମହୋତ୍ସବକୁ ସଫଳତାର ସହିତ ପରିଚାଳନା କରୁଥିବା ଓ ଭୀମଡୁଙ୍ଗୁରୀକୁ ପର୍ଯ୍ୟଟନସ୍ଥଳି କରାଇ ବିକାଶ କରାଇବା ନୀହାତି ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ ବୋଲି ଶ୍ରୀ ମିଶ୍ର କହିଥିଲେ । ଆଗାମୀଦିନରେ ଏ ଅଞ୍ଚଳର ସ୍ୱାଭିମାନ ସ୍ୱାଧିନତାସଂଗ୍ରାମୀ ଧରମସିଂମାଝୀ ମାନଧାତାଙ୍କ ନାମରେ ଏକ ପୁରସ୍କାର ପ୍ରଦାନ କରାଯିବାକୁ ଉମାଶଙ୍କର ସିଂ ପ୍ରସ୍ତାବ ଦେଇଥିଲେ । କମିଟିର ଅଧ୍ୟକ୍ଷ ଶ୍ରୀ ମେହେର ମହୋତ୍ସବ ବିଷୟରେ ସୂଚନାଦେଇ କହିଲେ ଯେ,ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ମହୋତ୍ସବକୁ ଧୂମଧାମରେ ପାଳନ କରାଯିବ । ଏଥିରେ ନେତା,ପ୍ରଶାସକଙ୍କ ସହ ୧୬ଟି ସାଂସ୍କୃତିକଦଳ ଯୋଗଦେବେ । ପ୍ରତ୍ୟହ କଂସଦରବାର ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହେବ । ୨୧ରେ କଳସ ଶୋଭାଯାତ୍ରାରୁ ଆରମ୍ଭ ହେବ ଓ ୨୫ ତାରିଖରେ “ଅଞ୍ଚଳିକ ବିକାଶରେ ପର୍ଯ୍ୟଟନର ଭୂମିକା” ଶୀର୍ଷକ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହେବ । ଏହି ଆଲୋଚନାଚକ୍ରରେ ଜିଲ୍ଲାର ୧୫ଟି କଲେଜର ପ୍ରାୟ ଦେଢଶହ ଛାତ୍ରଛାତ୍ରୀ ଯୋଗଦେବେ । ଠିକ ସେହିପରି ତିନିଜଣ କଳାକାର ଯଥା-ବିଳାସପୁରର ଶ୍ରୀପତି ଖାଡିଆ,ଟପର୍ଣ୍ଣାର ମୃଦଙ୍ଗବାଦକ ପ୍ରହଲ୍ଲାଦ ରଣା ଓ ବରକାନୀର କଳାକାର

ସୁନୀଳ ମେହେରଙ୍କୁ “ଭୀମପାହାଡ ସମ୍ମାନ” ପ୍ରଦାନ କରାଯିବ । ପ୍ରତିଦିନ କଳାକାର ରବିନ୍ଦ୍ରକୁମାର ସାହୁ ଓ ସାଥିଙ୍କ ଟିମ କଂସଦରବାର କାର୍ଯ୍ୟକ୍ରମ କରିବେ । ନାମସଂକିର୍ତ୍ତନ୍ୟ,ମୀନାବଜାର ସହିତ ମହୋତ୍ସବରେ ହଜାର ହଜାର ଲୋକଙ୍କ ସମାଗମ ହେବ ବୋଲି ସୂଚନା ଦିଆଯାଇଛି । ଅନ୍ୟମାନଙ୍କ ମଧ୍ୟରେ ବାଳକ ପଧାନ,ଦୟାସାଗର ନାଏକଙ୍କ ସମେତ କମିଟିର ବହୁସଦସ୍ୟ ଉପସ୍ଥିତ ରହିଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ବରପାଲି ଓଡ଼ିଶା ଆଦର୍ଶ ବିଦ୍ୟାଳୟର ପ୍ରତିଷ୍ଠା ଦିବସ ‘ସ୍ପାର୍କ’ ପାଳିତ   12-Sep-2026
  ଜିଲ୍ଲା  
ଭଟିଗାଁ ରେ ବିଶ୍ୱ ଫାର୍ମାସିଷ୍ଟ ଦିବସ ଅବସରରେ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ   11-Sep-2026
  ଜିଲ୍ଲା  
ମା’ ସମଲେଶ୍ୱରୀ କଲେଜରେ ଫ୍ରେସର୍ସ ସ୍ୱାଗତ ସମାରୋହ   11-Sep-2026
  ଜିଲ୍ଲା  
ସିଦ୍ଧାର୍ଥ ସ୍ନାତକ ମହାବିଦ୍ୟାଳୟ ବିନିକାରେ ବିପର୍ଯ୍ୟୟ ପରିଚାଳନା କାର୍ଯ୍ୟକ୍ରମ   11-Sep-2026
  ଜିଲ୍ଲା  
ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଶିଖର ଛୁଇଁବ ଲୋଇସିଂହାର ବିକାଶ: ମାନ୍ୟବର ମନ୍ତ୍ରୀ   11-Sep-2026
  ଜିଲ୍ଲା  
ବଲାଙ୍ଗିର ଜିଲ୍ଲାସ୍ତରୀୟ ପୁରାତନ ଆଚାର୍ଯ୍ୟ-ଆଚାର୍ଯ୍ୟାଙ୍କ ଏକତ୍ରୀକରଣ ସ୍ମୃତିରେ ଭିଜିଲା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସର   11-Sep-2026
  ଜିଲ୍ଲା  
ସ୍ୱାସ୍ଥ୍ୟ ସଂପର୍କିତ ସମସ୍ୟାକୁ ନେଇ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ଆଲୋଚନା କଲା ବଲାଙ୍ଗୀର ଜିଲ୍ଲା ସିଭିଲ୍ ସୋସାଇଟି   11-Sep-2026
  ଜିଲ୍ଲା  
୮ ଜଣ ଭିକ୍ଷାବୃତ୍ତି କରୁଥିବା ଓ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କଲା ଜିଲ୍ଲା ପ୍ରଶାସନ   11-Sep-2026
  ଜିଲ୍ଲା  
ଏକାଦଶ ଜିଲ୍ଲାପରିଷଦ ବୈଠକ   11-Sep-2026
  ଜିଲ୍ଲା  
ମଦ ବନ୍ଦ ଦାବିରେ ମହିଳା ମାନେ ଥାନାର ଦ୍ୱାରସ୍ତ   11-Sep-2026
  ଜିଲ୍ଲା  
Hjk   11-Sep-2026
  ଜିଲ୍ଲା  
ଆଗଲପୁର ସମିତିସଭ୍ୟଙ୍କୁ ଗୁଳିକରି ହତ୍ୟା : କାର ଭିତରୁ ରକ୍ତାକ୍ତ ମୃତ ଦେହ ଉଦ୍ଧାର   11-Sep-2026

You Might Also Like