-+91-9937148622 |

prerana_bgr@rediffmail.com |

  Monday 14th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   (14-Sep-2026)       ||      ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   (14-Sep-2026)       ||      ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   (14-Sep-2026)       ||      ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   (14-Sep-2026)       ||      ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   (14-Sep-2026)       ||      ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   (14-Sep-2026)       ||      ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   (14-Sep-2026)       ||      ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   (13-Sep-2026)       ||      ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   (13-Sep-2026)       ||      ଭଞ୍ଜନଗର ପୋଲିସ କୁ ବଡ ସଫଳତା : ବ୍ୟାପକ ନକଲି ମଦ ଜବତ    (13-Sep-2026)       ||      କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ    (13-Sep-2026)       ||      କୁଡ଼ାପଡ଼ା ସ୍କୁଲରେ ସ୍ୱଚ୍ଛତା ପକ୍ଷ ପାଳନ   (13-Sep-2026)       ||      ଗଞ୍ଜାମରେ ପାର୍ବଣପୂର୍ବରୁ ଫୁଟିଲା ଗୁଳି   (13-Sep-2026)       ||      ଟିଟିଲାଗଡରେ ଫିକା ପଡିଛି ନୂଆଁଖାଇ ବଜାର - ବଜାର ଖାଁ ଖାଁ - ବ୍ୟବସାୟୀ ଚିନ୍ତାରେ    (13-Sep-2026)       ||      ସ୍ବର୍ଗତ ଉମେଶ ଚନ୍ଦ୍ର ମହାନ୍ତିଙ୍କ ଦ୍ୱାଦଶରେ ଯୋଗଦେଲେ ସହରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି    (13-Sep-2026)       ||      ଧରପଗଡ ପରେ ବଢୁଛି ଓମ୍ଫେଡ୍ ପନିର ଓ ଉତ୍ପାଦର ଚାହିଦା ‘ଗୁଣବତ୍ତାରେ କୌଣସି ସାଲିସ୍ କରାଯିବ ନାହିଁ’-ପରିଚାଳନା ନିର୍ଦେଶକ   (13-Sep-2026)       ||      ଶ୍ରୀ ଦାଦିଜି ମନ୍ଦିର ଟ୍ରଷ୍ଟ ପ୍ରଭାବତୀ ପବ୍ଲିକ ସ୍କୁଲରେ ଦୁଇ ଦିନିଆ ଦକ୍ଷତା ବିକାଶ କାର୍ଯ୍ୟକ୍ରମ   (13-Sep-2026)       ||      ରେଟାମୁଣ୍ଡା ୟୁଥ୍ କ୍ଲବ ଆନୁକୁଲ୍ୟରେ ୫୦ ତମ ଫୁଟବଲ୍ ଟୁର୍ଣ୍ଣlମେଣ୍ଟ ଉଦଯାପିତ, ଆମ୍ବେଦକର ଏଫ୍ସି ବରଗଡ ଚମ୍ପିୟାନ   (13-Sep-2026)       ||      ପ୍ରତିଭାର ଆଲୋକରେ ଉଦ୍‌ଭାସିତ ହେଲା ପଥରଚେପା ଆଦର୍ଶ ବିଦ୍ୟାଳୟର ୧୨ତମ ପ୍ରତିଷ୍ଠା ଦିବସ   (13-Sep-2026)       ||      ଓଡ଼ିଶା ନାରୀ ସେବା ସଂଘ ପକ୍ଷରୁ ସଚେତନତା କାର୍ଯକ୍ରମ   (13-Sep-2026)       ||     

HOME   ଜିଲ୍ଲା

ମନ୍ଥରଗତିରେ ଚାଲିଛି ବଲାଙ୍ଗୀର ପ୍ଲାନେଟୋରିୟମ ଓ ସାଇନ୍ସପାର୍କ ନିର୍ମାଣକାମ

14-Oct-2025



ବଲାଙ୍ଗୀର(ପ୍ରେରଣା ଖବର): ରାଜ୍ୟସରକାର ପ୍ରତ୍ୟେକ ଜିଲ୍ଲାରେ ସାଇନ୍ସପାର୍କ ଓ ପ୍ଲାନେଟୋରିୟମ ନିର୍ମାଣ କରିବାକୁ ନିଷ୍ପତ୍ତି ନେଇଥିଲେ । ସେହିକ୍ରମରେ ଗତ ୨୦୧୯ ମସିହାରେ ତତକାଳିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜେନ୍ଦ୍ରକଲେଜର ୭୫ବର୍ଷ ପୂର୍ତ୍ତିପାଳନ ଉତ୍ସବରେ ଯୋଗଦେଇ ବଲାଙ୍ଗୀରରେ ସାଇନ୍ସପାର୍କ ଓ ପ୍ଲାନେଟୋରିୟମ ନିର୍ମାଣ ପାଇଁ ଘୋଷଣା କରିଥିଲେ । ଏଥିପାଇଁ ସେ ୨୫ କୋଟି ଟଙ୍କାର ଅନୁଦାନ ମଧ୍ୟ ଘୋଷଣା କରିଥିଲେ । ପରବର୍ତ୍ତି ପର୍ଯ୍ୟାୟରେ ରାଜ୍ୟସରକାରଙ୍କ ପକ୍ଷରୁ ଏହି ଅନୁଦାନ ଆସିଥିଲା ଓ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ପଛପଟେ ଥିବା ସୂର୍ଯ୍ୟନଗରଠାରେ ୧୦ଏକର ଜମିରେ ଏହାର ନିର୍ମାଣ କାମ ଆରମ୍ଭ ହେଲା । କିନ୍ତୁ ସେହିକାମ ଦୀର୍ଘ ୪ବର୍ଷ ହେଲା ଚାଲିଛି ଓ ଏହା ମନ୍ଥରଗତିରେ ଚାଲିଛି । ନିର୍ମାଣକାରୀ ସଂସ୍ଥାର ମନମାନୀ କାରଣରୁ ଏହିକାମ ମନ୍ଥରଗତିରେ ଚାଲିଥିବା ଓ ମାତ୍ର ୫୦% କାମ ସରିଥିବା ଅଭିଯୋଗ ହେଉଛି । ଏହି ନିର୍ମାଣକାମକୁ କେନ୍ଦ୍ରିୟ ପିଏସୟୁ ଏନବିସିସି(ନେସନାଲ ବିଲଡିଂ କନଷ୍ଟ୍ରକସନ କର୍ପୋରେସନ) ନେଇ କାମ କରୁଛି । କିନ୍ତୁ କାମ ଏତେମନ୍ଥର ଗତିରେ ଚାଲିଛି ଯେ,କେବେ ଏହାର ନିର୍ମାଣକାମ ସରିବ ତାହା ସ୍ପଷ୍ଟ ଜଣାପଡୁନାହିଁ । ସୂର୍ଯ୍ୟନଗର ଠାରେ ଲକ୍ଷ୍ମୀଯୋରଖଣ୍ଡିରେ ବ୍ରିଜପାଖରେ ପ୍ରଶାସନ ଏହି ସାଇନ୍ସପାର୍କ ଓ ପ୍ଲାନେଟରିୟମ ପାଇଁ ଜମିଦେଇଛି । ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟରୁ କେନ୍ଦ୍ରୀୟବିଦ୍ୟାଳୟ-୨କୁ ଗଲାେଳେ ରାସ୍ତାକଡରେ ଏହାର ନିର୍ମାଣ କାମ ଚାଲିଛି । ଏହାର ନିର୍ମାଣ କାମ ସରି କାର୍ଯ୍ୟକ୍ଷମ ହେଲେ ଛାତ୍ରଛାତ୍ରୀ ତଥା ବଲାଙ୍ଗୀରବାସୀ ଉପକୃତ ହୁଅନ୍ତେ । କେବେ ଏହିକାମ ସରିବ ସେନେଇ ଜନସାଧାରଣ ଅପେକ୍ଷାରେ ରହିଛନ୍ତି । ପୂର୍ବରୁ ବିଜେଡି ସରକାର ଅମଳରେ ତତ୍‌କାଳିନ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ବିଭାଗର ମନ୍ତ୍ରୀ ଅଶୋକ ପଣ୍ଡା ଅନେକଥର ଆସି ଏହାର ନିର୍ମାଣକାମର ତଦାରଖ କରୁଥିଲେ । କିନ୍ତୁ ରାଜ୍ୟରେ ସରକାର ବଦଳିଲା ପରେ ସରକାର କିମ୍ବା ପ୍ରଶାସନ କେହି ମଧ୍ୟ ଆଉ ତତ୍‌ପରତା ଦେଖାଉନଥିବା ଲକ୍ଷ୍ୟ କରଯାଇଛି । ପ୍ରକାଶ ଯେ,ଏହି ଏନବିସିସି ନିର୍ମାଣକାରୀ ସଂସ୍ଥା ବଲାଙ୍ଗୀର ପୌରାପାଳିକାଠାରୁ ଟାଉନହଲ ଉନ୍ନୟନକାମକୁ ଟେଣ୍ଡରରେ ନେଇ କରୁନାହିଁ । ସେଥିପାଇଁ  ବଲାଙ୍ଗୀର ପୌରପାଳିକା ପକ୍ଷରୁ ଏହି ସଂସ୍ଥାକୁ କାରଣଦର୍ଶାଅ ନୋଟିସ ମଧ୍ୟ ଦିଆଯାଇ ସାରିଛି । ଏବେ ପ୍ଲାନେଟୋରିୟମ ଓ ସାଇନ୍ସପାର୍କ କାମକୁ ନିର୍ଦ୍ଧାରିତ ସମୟ ଅବଧି ମଧ୍ୟରେ ନସାରି ନିର୍ମାଣସଂସ୍ଥା ଦିନ ଗଡାଇ ଚାଲିଛି । ଫଳରେ ଜନସାଧାରଣରେ ଏହି ସଂସ୍ଥାପ୍ରତି ଆସ୍ଥା କମିଯାଉଛି ଓ ଜନଅସନ୍ତୋଷ ବୃଦ୍ଧି ପାଇଛି । ତେବେ ଏହି ଅଭିଯୋଗ ନେଇ ଏନବିସିସି ସଂସ୍ଥାର ପ୍ରୋଜେକ୍ଟ ମ୍ୟାନେଜର ବିଜୟକୁମାର ନାଥଙ୍କୁ ଫୋନରେ ଯୋଗାଯୋଗ କରାଯାଇଥିଲେ ହେଁ ସେ ଫୋନ ରିସିଭ କରିନଥିଲେ । ଜିଲ୍ଲାପ୍ରଶାସନ ଓ ରାଜ୍ୟସରକାର ତୁରନ୍ତ ଏଦିଗରେ ପଦକ୍ଷେପ ନିଅନ୍ତୁ ବୋଲି ଜନସାଧାରଣରେ ଦାବି ହେଉଛି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   14-Sep-2026
  ଜିଲ୍ଲା  
ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   14-Sep-2026
  ଜିଲ୍ଲା  
ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   14-Sep-2026
  ରାଜ୍ୟ  
ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   14-Sep-2026
  ଜିଲ୍ଲା  
ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   14-Sep-2026
  ଜିଲ୍ଲା  
ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   14-Sep-2026
  ଜିଲ୍ଲା  
ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   14-Sep-2026
  ରାଜ୍ୟ  
ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   13-Sep-2026
  ଜିଲ୍ଲା  
ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   13-Sep-2026
  ଜିଲ୍ଲା  
ଭଞ୍ଜନଗର ପୋଲିସ କୁ ବଡ ସଫଳତା : ବ୍ୟାପକ ନକଲି ମଦ ଜବତ   13-Sep-2026
  ଜିଲ୍ଲା  
କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ   13-Sep-2026
  ଜିଲ୍ଲା  
କୁଡ଼ାପଡ଼ା ସ୍କୁଲରେ ସ୍ୱଚ୍ଛତା ପକ୍ଷ ପାଳନ   13-Sep-2026

You Might Also Like