-+91-9937148622 |
prerana_bgr@rediffmail.com |
Tuesday 16th June 2026 |
R.N.I. Regd No. ODIODI/2010/46693
Breaking News
10-Oct-2025
ବୀରମହାରାଜପୁର,(ବିନୋଦ ପାଣ୍ଡେ)
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଖଣ୍ଡହତା ରେ ହେଉଥିବା ଗଜଲକ୍ଷ୍ମୀ ପୂଜା ଅବସର ରେ କଂସ ଦରବାର ଆରମ୍ଭ ହୋଇଯାଇଛି। ଗଜଲକ୍ଷ୍ମୀ ପୂଜା କମିଟିର ସଭାପତି ରୁଦ୍ର ପ୍ରକାଶ ମିଶ୍ର ଙ୍କ ଅଧ୍ୟତା ରେ ସ୍ଥାନୀୟ ସରପଞ୍ଚ ଜୟଶ୍ରୀ ଦେହୁରୀ ମୁଖ୍ୟ ଅତିଥି ଏବଂ ଇନ୍ଦିରା ଗାନ୍ଧୀ ହାଇସ୍କୁଲ ର ହିନ୍ଦୀ ଶିକ୍ଷକ ରଣଜିତ ମିଶ୍ର, ଶିକ୍ଷୟିତ୍ରୀ ସଂଯୁକ୍ତା ମିଶ୍ର, କୋଷାଧ୍ୟକ୍ଷ ପ୍ରଦୀପ ମାଝୀ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହାକୁ ଉଦ୍ଘାଟନ କରିଥିଲେ। ପ୍ରମୋଦ କୁମାର ପଣ୍ଡା ସାଂସ୍କୃତିକ ମଞ୍ଚ କୁ ପରିଚାଳନା କରିଥିଲେ। ମୁକ୍ତାକାଶ ରଙ୍ଗ ମଞ୍ଚରେ ପରିବେଷଣ ହୋଇଥିଲା ଲୀଳା ନାଟକ। ଦେବକୀ ବସୁଦେବ ଙ୍କ ବିବାହ, କଂସ ଙ୍କୁ ଦୈବବାଣୀ, କଂସ ଙ୍କ ସିଂହାସନ ଆରୋହଣ ଆଦି କ୍ରମାନ୍ୱୟରେ ପରିବେଷଣ ହୋଇଥିଲା। ଏହା ସହିତ ମଞ୍ଚରେ ସମ୍ବଲପୁରୀ,ଡାଲଖାଇ, ଆଧୁନିକ ନୃତ୍ୟ ,ଲୋକନୃତ୍ୟ ଆଦି ପରିବେଷଣ ହୋଇଥିଲା। ଏହା ଦେଖିବାକୁ ଅଞ୍ଚଳର ଶତାଧିକ ଦର୍ଶକ ଙ୍କ ସମାଗମ ହେଉଛି।