-+91-9937148622 |
prerana_bgr@rediffmail.com |
Tuesday 5th May 2026 |
R.N.I. Regd No. ODIODI/2010/46693
Breaking News
29-Jan-2021
ସୁନ୍ଦରଗଡ (ପ୍ରେରଣା ଖବର ବ୍ୟୁରୋ) : ଭିଜିଲାନ୍ସ ଜାଲରେ ପଡିଲେ ମେଡିକାଲ ଅଫିସର । ଲାଞ୍ଚ ନେବାବେଳେ ଗିରଫ କଲା ଭିଜିଲାନ୍ସ ଟିମ୍ । ସୁନ୍ଦରଗଡ ଜିଲ୍ଲା ହେମଗିରି ସିଏଚସିର ମେଡିକାଲ ଅଫିସର ସୁଧାକର ଗରଡିଆଙ୍କୁ ଗିରଫ କରିଛି ଭିଜିଲାନ୍ସ ।
ସୂଚନାଯୋଗ୍ୟ ଯେ, ସୁନ୍ଦରଗଡ ଜିଲ୍ଲା ହେମଗିରି ସିଏଚସିର ମେଡିକାଲ ଅଫିସର ଜଣେ ସ୍ବାସ୍ଥ୍ୟ କର୍ମଚାରୀଙ୍କଠାରୁ ଲାଞ୍ଚ ମାଗିଥିଲେ । ତେବେ ଏ ନେଇ ସ୍ବାସ୍ଥ୍ୟକର୍ମୀ ଜଣଙ୍କ ଭିଜିଲାନ୍ସ ବିଭାଗକୁ ଅବଗତ କରାଇଥିଲେ । ତେବେ ମେଡିକାଲ ଅଫିସର ଜଣଙ୍କ ଲାଞ୍ଚ ନେଉଥିବା ବେଳେ ସେଠାରେ ଉପସ୍ଥିତ ଥିବା ଭିଜିଲାନ୍ସ ଟିମ୍ ତାଙ୍କୁ ଗିରଫ କରିଛି । ତେବେ ୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ତାଙ୍କୁ ଗିରଫ କରାଯାଇଛି ।