-+91-9937148622 |

prerana_bgr@rediffmail.com |

  Thursday 24th September 2026 |

| | | |

R.N.I. Regd No. ODIODI/2010/46693

Breaking News

ସରକାରୀ ମହିଳା ମହାବିଦ୍ୟାଳୟରେ ଏନ୍. ଏସ୍. ଏସ୍ ଦିବସ ପାଳିତ   (24-Sep-2026)       ||      ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ ଏନ.ଏସ.ଏସ ଦିବସ ପାଳିତ   (24-Sep-2026)       ||      ବର୍ଷା ଯୋଗୁଁ ଘର ଉପରେ ପଡିଲା ବିରାଟ ତେନ୍ତୁଳି ଗଛ, ଅଳ୍ପକେ ବର୍ତ୍ତିଲେ ଚୈତନ ମାଝୀଙ୍କ ପରିବାର   (24-Sep-2026)       ||      * *ସାହାଣୀ କପ୍ ଫୁଟବଲ୍ ଦ୍ୱିତୀୟ ଦିଵସ ପ୍ରଥମ ମ୍ୟାଚ୍ ବରଗଡ଼ ଦଳ ୪-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ୧-୧ ଗୋଲ ସ୍କୋର ହୋଇ ଉଭୟ ଦଳ ଦଳ କୁ ୧-୧- ପଏଣ୍ଟ ମିଳିଛି* -   (24-Sep-2026)       ||      ଆଚାର ଜାର୍‌ରେ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ ବଲାଙ୍ଗୀର ସହର ପୋଲିସର ଚଢ଼ାଉ, ୩୭ କେଜି ୬୫୦ ଗ୍ରାମ ଗଞ୍ଜେଇ ଜବତ; ୨ ଗିରଫ    (24-Sep-2026)       ||      ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ    (24-Sep-2026)       ||      ଗଭୀର ଅବପାତ ଉପକୂଳ ଅତିକ୍ରମ କରିଛି ; ସମନ୍ୱିତ ପ୍ରୟାସ ଓ ପ୍ରସ୍ତୁତିମୂଳକ ପଦକ୍ଷେପ ସହ ରାଜ୍ୟରେ ପରିସ୍ଥିତି ଉପରେ ନିରନ୍ତର ନଜର   (24-Sep-2026)       ||      ପୁଣି ପିସି ପ୍ରସଙ୍ଗ : ଥାନାରେ ମାମଲା ଯୋଗାଣବିଭାଗରେ ପିସି କୁ ନେଇ ପାଟିତୁଣ୍ଡ !   (24-Sep-2026)       ||      ଜୀବନ ସହ ସଂଘର୍ଷ କରୁଛନ୍ତି କିଡନୀ ରୋଗରେ ପୀଡିତ ସ୍ୱତାମ୍ବର ♦️ଉତ୍ତମ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ   (24-Sep-2026)       ||      କୋଶଳ ସୁନ୍ଦରୀ ଆୱାର୍ଡ ୨୦୨୬ ସିଜନ-୦୬ ର ଫାଇନାଲ୍ ରାଉଣ୍ଡ ପ୍ରତିଯୋଗୀ ଚୟନ ପ୍ରକ୍ରିୟା ସମାପନ । ବରଗଡ ର ଶ୍ରାବ୍ୟା ସାନଭି ପଧାନ ବେଷ୍ଟଅଫ୍ ପିକ୍ ଘୋଷିତ   (24-Sep-2026)       ||      *ଘର ଭିତରେ ପଶିଲା ଜଙ୍ଗଲୀ ଭାଲୁ, -ଘଉଡ଼ାଇଲେ ବନ କର୍ମଚାରୀ*   (24-Sep-2026)       ||      *ସୁବର୍ଣ୍ଣପୁର ଜିଲ୍ଲା ରେ ଉଦ୍ଘାଟନ ହେଲା ରାଜ୍ୟ ସ୍ତରୀୟ ସାହାଣୀ କପ୍ ଫୁଟବଲ୍*- *ପ୍ରଥମ ମ୍ୟାଚ୍ ରେ ୨-୦ ଗୋଲରେ ଖୋର୍ଦ୍ଧା ଓ ଦ୍ୱିତୀୟ ମ୍ୟାଚ ରେ ୧-୦ ଗୋଲ ରେ ଗଞ୍ଜାମ ଦଳ ଵିଜୟୀ *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   (24-Sep-2026)       ||      *ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ନବରଙ୍ଗପୁରରେ ମଧ୍ୟ ପଦୋନ୍ନତି ପ୍ରକ୍ରିୟା ନେଇ ଶିକ୍ଷକଙ୍କ ଆଶା ବଢ଼ିଲା*   (24-Sep-2026)       ||      ବଲାଙ୍ଗୀର : ୨,୦୦୦ ଟଙ୍କାରୁ ଅଧିକ ୟୁପିଆଇ ଲେଣ ଦେଣ ୦.୪% ଏମ ଡି ଆର ପ୍ରତ୍ୟାହାର ଦାବିରେ ସ୍ମାରକ ପତ୍ର ପ୍ରଦାନ    (24-Sep-2026)       ||      ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   (23-Sep-2026)       ||      ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   (23-Sep-2026)       ||      ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   (23-Sep-2026)       ||      ଜିଲ୍ଲା ବ୍ରାହ୍ମଣ ମହାସଭା   (23-Sep-2026)       ||      ଜିଲ୍ଲାସ୍ତରୀୟ ସଂସ୍କୃତ ଦିବସ ମହୋତ୍ସବ ଓ ଶିକ୍ଷକ ସମ୍ମିଳନୀ    (23-Sep-2026)       ||      ବ୍ଲକସ୍ତରୀୟ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ   (23-Sep-2026)       ||     

HOME   ରାଜ୍ୟ

ଓସିଏସ ପରୀକ୍ଷାରେ ବଲାଙ୍ଗୀରିଆଙ୍କ ବାଜିମାତ,୭ଜଣ କୃତକାର୍ଯ୍ୟ; ପ୍ରଥମ ଉଦ୍ୟମରେ ୧୭ର‌୍ୟାଙ୍କରେ ସୁପ୍ରୀୟା ମିଶ୍ର

27-Sep-2025



ବଲାଙ୍ଗୀର(ପ୍ରେରଣା ଖବର)- ଶୁକ୍ରବାର ଦିନ ଓଡିଶା ସିଭିଲସର୍ଭିସ ପରୀକ୍ଷାଫଳ ପ୍ରକାଶ ପାଇଛି ଓ ଏଥିରେ ବଲାଙ୍ଗୀର ଜିଲ୍ଲାର ୭ଜଣ କୃତକାର୍ଯ୍ୟ ହୋଇଥିବା ଜଣାଯାଇଛି । କେବଳ ବଲାଙ୍ଗୀର ସହରରୁ ୪ଜଣ ଯୁବକ/ଯୁବତୀ ଏଥିରେ କୃତକାର୍ଯ୍ୟ ହୋଇଥିବା ବେଳେ ଟିଟିଲାଗଡରୁ ଦୁଇଜଣ ଓ କଣ୍ଟାବାଞ୍ଜିରୁ ଜଣେ କୃତକାର୍ଯ୍ୟ ହୋଇଛନ୍ତି । ବଲାଙ୍ଗୀର ସହରରୁ ସୁପ୍ରୀୟା ମିଶ୍ର(୧୭ର‌୍ୟାଙ୍କ),ରୋଶନ ପଟେଲ (୭୯ର‌୍ୟାଙ୍କ),ଅଟଳ ଦାସ(୨୦୧ର‌୍ୟାଙ୍କ),ଅଶିଷ ସୁନା(୨୭୪ ର‌୍ୟାଙ୍କ,ମୁରିବାହାଲ କନ୍ଦାଖାଲର ହେମରାଜ କୁମ୍ଭାର(୨୫୪ ର‌୍ୟାଙ୍କ),ଟିଟିଲାଗଡ ଖୋଲାନର ବିଶାଳ ମହାନନ୍ଦ(୨୮୨

ର‌୍ୟାଙ୍କ) ଓ କଣ୍ଟାବାଞ୍ଜିର ସଂଗୀତା ଜିନ୍ଦଲ(୨୮୮ ର‌୍ୟାଙ୍କ)ରେ ରହି କୃତକାର୍ଯ୍ୟ ହୋଇଛନ୍ତି । ବଲାଙ୍ଗୀର ସହର ତାଲପାଲି ପଡାର ଅବସରପ୍ରାପ୍ତ ଶିକ୍ଷକ କୁଳମଣୀ ମିଶ୍ର ଓ ଅବସରପ୍ରାପ୍ତ କୃଷିପର୍ଯ୍ୟବେକ୍ଷକ ଶାନ୍ତିଲତା ମିଶ୍ରଙ୍କ ଝିଅ ସୁପ୍ରୀୟା(୨୬) ତାଙ୍କର ପ୍ରଥମ ପ୍ରୟାସରେ ୧୭ତମ ର‌୍ୟାଙ୍କରେ ରହି ସଫଳ ହୋଇଛନ୍ତି । ସୁପ୍ରୀୟା ମିଶ୍ର ବୁର୍ଲା ଭିସୁଟ ଇଞ୍ଜିନିୟରି

କଲେଜରୁ ୨୦୨୩ରେ ବିଜ୍ଞାନରେ ସମନ୍ୱିତ ସ୍ନାତକୋତ୍ତରରେ ପାସ କରି ଘରେ ରହି ଆଭାସୀ ଜରିଆରେ ଓସିଏସ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିଲେ । ସୁବର୍ଣ୍ଣପୁର ଜିଲ୍ଲାର ରମ୍ଭାସିଣ୍ଢୋଲ ଗାଁ ମୂଳନିବାସୀ ତଥା ଏବେ ତାଲପାଲିପଡାର ସେ ଗୌରବ ବଢାଇଛନ୍ତି । ବଲାଙ୍ଗୀର ମାଧିଆପାଲି ଗାଁର ସ୍ୱର୍ଗତ ଗିରିଶଚନ୍ଦ୍ର ପଟେଲ ଓ ଜ୍ୟୋତ୍ସ୍ନା ପଟେଲଙ୍କ ପୁଅ ରୋଶନ ପଟେଲ ୭୯ ର‌୍ୟାଙ୍କରେ ରହିଛନ୍ତି । ସେ ମାଟ୍ରିକପରେ ୟବୋଦୟ କଲେଜ ରେ ଯୁକ୍ତଦୁଇ ଓ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟରେ ସ୍ନାତକ ପାସ କରି ଓସିଏସ ପାଇଁ ପ୍ରସ୍ତୁତ ହୋଇଥିଲେ । ସେହିପରି ମାଲପଡାର ରାମ ଦାସ ଓ ଅନୟା ଦାସଙ୍କ ପୁଅ ଅଟଳ ଦାସ ୨୦୧ ର‌୍ୟାଙ୍କରେ ରହିଛନ୍ତି । ସେ ଉତ୍କଳବିଶ୍ୱବିଦ୍ୟାଳୟରୁ ସାମାଜିକ ବିଜ୍ଞାନରେ ସ୍ନାତକୋତ୍ତର ପାସ କଲାପରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ଆଇନପାଠ ପଢୁଛନ୍ତି । ଠିକ ସେହିପରି ତାଲପାଲିପଡାର ଅବସରପ୍ରାପ୍ତ ପୁଲିସ ଏସଆଇ ଅଷ୍ଟମ ସୁନା ଓ ସୀତା ସୁନାଙ୍କ ପୁଅ ଆଶିଷ ସୁନା ୨୭୪ ର‌୍ୟାଙ୍କରେ ରହି କୃତକାର୍ଯ୍ୟ ହୋଇଛନ୍ତି । ଆଶିଷ ୨୦୧୪ରୁ ୨୦୧୯ ଯାଏଁ ଆଇଆଇଟି ମାଡ୍ରାସରୁ ଡିଗ୍ରୀ ହାସଲକରି ୨୦୨øା ମସିହାରେ ଷ୍ଟେଟବ୍ୟାଙ୍କ ପିଓ ଚାକିରି କରୁଥିଲେ । ଏବେ ସେ ଓସିଏସରେ ସଫଳ ହୋଇଛନ୍ତି । ସେହିପରି ଟିଟିଲାଗଡ ନିକଟସ୍ଥ କନ୍ଦାଖାଲ ଗାଁର ମାଗି କୁମ୍ଭାର ଓ ଶ୍ରୀମତୀ କୁମ୍ଭାରଙ୍କ ପୁଅ ହେମରାଜ କୁମ୍ଭାର ୨୫୪ ର‌୍ୟାଙ୍କ ଓ ଖୋଲାନର ବାଲେକ ମହାନନ୍ଦଙ୍କ ପୁଅ ବିଶାଳ ମହାନନ୍ଦ ୨୮୨ ର‌୍ୟାଙ୍କରେ ରହି କୃତକାର୍ଯ୍ୟ ହୋଇଛନ୍ତି । କଣ୍ଟାବାଞ୍ଜି ସହରର ସିଭିଲ ଇଞ୍ଜିନିୟର କମଲକିଶୋର ଜିନ୍ଦଲଙ୍କ ଧର୍ମପତ୍ନୀ ସଂଗୀତା ଜିନ୍ଦଲ ୨୮୮ ର‌୍ୟାଙ୍କରେ ରହି ଓସିଏସ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି । ଜିଲ୍ଲାର ବିଭିନ୍ନ ମହଲରୁ ଏମାନଙ୍କୁ ଶୁଭେଚ୍ଛାର ସୁଅ ଛୁଟୁଛି । 


News Comment




Photo in News

Advertisment
Lastest News
  ଜିଲ୍ଲା  
ସରକାରୀ ମହିଳା ମହାବିଦ୍ୟାଳୟରେ ଏନ୍. ଏସ୍. ଏସ୍ ଦିବସ ପାଳିତ   24-Sep-2026
  ଜିଲ୍ଲା  
ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ ଏନ.ଏସ.ଏସ ଦିବସ ପାଳିତ   24-Sep-2026
  ଜିଲ୍ଲା  
ବର୍ଷା ଯୋଗୁଁ ଘର ଉପରେ ପଡିଲା ବିରାଟ ତେନ୍ତୁଳି ଗଛ, ଅଳ୍ପକେ ବର୍ତ୍ତିଲେ ଚୈତନ ମାଝୀଙ୍କ ପରିବାର   24-Sep-2026
  ଜିଲ୍ଲା  
* *ସାହାଣୀ କପ୍ ଫୁଟବଲ୍ ଦ୍ୱିତୀୟ ଦିଵସ ପ୍ରଥମ ମ୍ୟାଚ୍ ବରଗଡ଼ ଦଳ ୪-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ୧-୧ ଗୋଲ ସ୍କୋର ହୋଇ ଉଭୟ ଦଳ ଦଳ କୁ ୧-୧- ପଏଣ୍ଟ ମିଳିଛି* -   24-Sep-2026
  ଜିଲ୍ଲା  
ଆଚାର ଜାର୍‌ରେ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ ବଲାଙ୍ଗୀର ସହର ପୋଲିସର ଚଢ଼ାଉ, ୩୭ କେଜି ୬୫୦ ଗ୍ରାମ ଗଞ୍ଜେଇ ଜବତ; ୨ ଗିରଫ   24-Sep-2026
  ଜିଲ୍ଲା  
ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ   24-Sep-2026
  ଜିଲ୍ଲା  
ଗଭୀର ଅବପାତ ଉପକୂଳ ଅତିକ୍ରମ କରିଛି ; ସମନ୍ୱିତ ପ୍ରୟାସ ଓ ପ୍ରସ୍ତୁତିମୂଳକ ପଦକ୍ଷେପ ସହ ରାଜ୍ୟରେ ପରିସ୍ଥିତି ଉପରେ ନିରନ୍ତର ନଜର   24-Sep-2026
  ଜିଲ୍ଲା  
ପୁଣି ପିସି ପ୍ରସଙ୍ଗ : ଥାନାରେ ମାମଲା ଯୋଗାଣବିଭାଗରେ ପିସି କୁ ନେଇ ପାଟିତୁଣ୍ଡ !   24-Sep-2026
  ଜିଲ୍ଲା  
ଜୀବନ ସହ ସଂଘର୍ଷ କରୁଛନ୍ତି କିଡନୀ ରୋଗରେ ପୀଡିତ ସ୍ୱତାମ୍ବର ♦️ଉତ୍ତମ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ   24-Sep-2026
  ଜିଲ୍ଲା  
କୋଶଳ ସୁନ୍ଦରୀ ଆୱାର୍ଡ ୨୦୨୬ ସିଜନ-୦୬ ର ଫାଇନାଲ୍ ରାଉଣ୍ଡ ପ୍ରତିଯୋଗୀ ଚୟନ ପ୍ରକ୍ରିୟା ସମାପନ । ବରଗଡ ର ଶ୍ରାବ୍ୟା ସାନଭି ପଧାନ ବେଷ୍ଟଅଫ୍ ପିକ୍ ଘୋଷିତ   24-Sep-2026
  ଜିଲ୍ଲା  
*ଘର ଭିତରେ ପଶିଲା ଜଙ୍ଗଲୀ ଭାଲୁ, -ଘଉଡ଼ାଇଲେ ବନ କର୍ମଚାରୀ*   24-Sep-2026
  ଜିଲ୍ଲା  
*ସୁବର୍ଣ୍ଣପୁର ଜିଲ୍ଲା ରେ ଉଦ୍ଘାଟନ ହେଲା ରାଜ୍ୟ ସ୍ତରୀୟ ସାହାଣୀ କପ୍ ଫୁଟବଲ୍*- *ପ୍ରଥମ ମ୍ୟାଚ୍ ରେ ୨-୦ ଗୋଲରେ ଖୋର୍ଦ୍ଧା ଓ ଦ୍ୱିତୀୟ ମ୍ୟାଚ ରେ ୧-୦ ଗୋଲ ରେ ଗଞ୍ଜାମ ଦଳ ଵିଜୟୀ *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   24-Sep-2026

You Might Also Like