-+91-9937148622 |
prerana_bgr@rediffmail.com |
Tuesday 21st April 2026 |
R.N.I. Regd No. ODIODI/2010/46693
Breaking News
20-Sep-2025
କଟକ (ପ୍ରେରଣା ଖବର): ନାରୀ ସୁରକ୍ଷା ପକ୍ଷରୁ ଏକ ସାମାଜିକ ସଚେତନତା କାର୍ଯ୍ୟକ୍ରମ କଲେଜ ଛକ ସ୍ତିତ ଦୁର୍ଗା ମନ୍ଦିର ସମ୍ମିଳନୀ ହଲରେ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ଉପ ସଭନେତ୍ରୀ ଡ଼. ମିନାକ୍ଷୀ ମହାପାତ୍ର ଙ୍କ ଅଧ୍ୟକ୍ଷତା ରେ ଲେବୁଲ ପଢ଼ି ଦ୍ରବ୍ୟ ବ୍ୟବହାର କରିବା, ପଲିଥିନ୍ ବ୍ୟବହାରର ଭୟାବହତା ଓ ପରିଷ୍କାର ପରିଚ୍ଛନ୍ନତା ବିଷୟରେ ଏକ ସାମାଜିକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମୂଖ୍ୟ ଅତିଥି ଭାବେ ଡ଼l ଲୀଳାବତୀ ଗୁରୁ ଯୋଗ ଦେଇ ପଲିଥିନ୍ ର ଭୟାବହତା ସମ୍ପର୍କରେ ଆଲୋକପାତ କରିଥିଲେ।
ମୂଖ୍ୟ ବକ୍ତା ଭାବେ ଡl ସୁଦର୍ଶନ ପଟ୍ଟନାୟକ ଯୋଗଡେଇ ମଣିଷ ମାନଙ୍କର ସ୍ଵଛତା ସହ ଆଧ୍ୟାତ୍ମିକ ଜୀବନର ସମ୍ପର୍କ ବିଷୟରେ ଆଲୋଚନା କରିଥିଲେ। ସମ୍ମାନିତ ଅତିଥି ଭାବେ ସ୍ତମ୍ଭକାର ମୀରା ବେଉରା ଯୋଗଦେଇ ଯେଉଁ ଉଦୋଗୀମାନେ ଅପମିଶ୍ରିତ ଖାଦ୍ୟ ସାଧାରଣ ଜନତାଙ୍କୁ ବିକ୍ରୟ କରି ଲାଭବାନ ହେଉଛନ୍ତି ସେମାନେ କୌଣସି ହତ୍ୟାକାରୀ ଠାରୁ କମ୍ ନୁହଁନ୍ତି ବୋଲି ନିଜ ବକ୍ତବ୍ୟରେ କହିଥିଲେ। ଯୁଗ୍ମ ସମ୍ପାଦିକା ଝରାଶ୍ରୀ ଦାସ୍ ଓ କୋଷାଧ୍ୟକ୍ଷl ସତ୍ୟଭାମା ମହାପାତ୍ର ଅତିଥି ମାନଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସ୍ଵାଗତ କରିଥଲେ।